অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଶୁ ପାଳନର ଅନୁଷ୍ଠାନ

ବିଭାଗର ଆଭିମୁଖ୍ୟ

ଉନ୍ନତ ପ୍ରାଣୀ ଚିକିତ୍ସା ସେବା ମାଧ୍ୟମରେ ରାଜ୍ୟର ପ୍ରାଣୀସମ୍ପଦର ସୁରକ୍ଷା ସହିତ ଉତ୍ପାଦନ ଓ ଉତ୍ପାଦିକିତା ଶକ୍ତିର ଅଭିବୃଦ୍ଧି ଘଟାଇବା । କ୍ଷୀର,ଅଣ୍ଡା,ମାଂସ ଆଦିର ଉତ୍ପାଦନ ବୃଦ୍ଧି କରି ରାଜ୍ୟକୁ ସ୍ୱାବଲମ୍ବୀ କରିବା ଏବଂ ଖାଦ୍ୟ ନିରାପତ୍ତାକୁ ସୁଦୃଢ କରିବା । ଆଧୁନିକ ପ୍ରଣାଳୀରେ ଗାଈ, ଛେଳି, ମେଣ୍ଢା, କୁକୁଡା ବ୍ୟବସାୟୀକ ଭିତ୍ତିରେ ପାଳନ କରି ଚାଷୀ ମାନଙ୍କ ପାଇଁ ଆତ୍ମନିଯୁକ୍ତି ର ପନ୍ଥା ସୃଷ୍ଟି କରିବା ।

ପ୍ରାଣୀ ସମ୍ପଦର ବିକାଶ ସକାଶେ ରାଜ୍ୟର ପ୍ରାଣୀ ପାଳକ ମାନଙ୍କୁ ବିଭାଗ ତରଫରୁ ବିଭିନ୍ନ ଅଞ୍ଚଳରେ ଥିବା ୫୪୦ଟି ପ୍ରାଣୀ ଚିକିତ୍ସାଲୟ ଓ ୨୯୩୯ଟି ପ୍ରାଣୀ ସହାୟକ କେନ୍ଦ୍ର ମାଧ୍ୟମରେ ପଶୁ ଚିକିତ୍ସା ଓ ପଶୁପାଳନ ସମ୍ବନ୍ଧୀୟ ସେବା ଯୋଗାଇ ଦିଆଯାଉଛି ।

ବିଭାଗୀୟ ମୁଖ୍ୟ ଅନୁଷ୍ଠାନ

ଓଡିଶା ପ୍ରାଣୀସମ୍ପଦ ବିକାଶ ସମିତି , ଭୁବନେଶ୍ଵର ଉନ୍ନତ ପ୍ରଜନନ ସେବା ମାଧ୍ୟମରେ ଉତ୍କୃଷ୍ଟ ଗୋ ସମ୍ପଦ ସୃଷ୍ଟି କରିବା ପାଇଁ ସମିତି ମୁଖ୍ୟ ଭୂମିକା ଗ୍ରହଣ କରି ଆସୁଛି । ଜାତୀୟ ଗୋ-ପ୍ରଜନନ ଏବଂ ଗୋ-ଉନ୍ନୟନ ଯୋଜନା ସହାୟତାରେ ରାଜ୍ୟରେ କୃତିମ ପ୍ରଜନନ କାର୍ଜ୍ୟକ୍ରମକୁ ଶୃଙ୍ଖଳିତ ଓ ତ୍ଵରାନ୍ଵିତ କରାଇ ଉନ୍ନତ ମାନର ଶଙ୍କର ବାଛୁରି ସୃଷ୍ଟି କରାଇ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରାଇବା ମୂଳ ଲକ୍ଷ ଅଟେ । ଗୋପାଳ ମାନଙ୍କ ସହଯୋଗରେ ସେମାନଙ୍କ ପାଖରେ ଥିବା ଉନ୍ନତ ଗାଈ ମାନଙ୍କୁ ବ୍ୟବହାର କରି ନିଜ ଉଚ୍ଚ ଉତ୍ପାଦନ କ୍ଷମତା ସମ୍ପନ୍ନ ଷଣ୍ଢ ଉତ୍ପାଦନ ପାଇଁ ପଦକ୍ଷେପ ନିଆଯାଉଛି । ଏହା ସଙ୍ଗେ ସଙ୍ଗେ ରାଜ୍ୟରେ ଦେଖାଯାଉଥିବା ବିଭିନ୍ନ ଦେଶୀୟ ଗୋ-ମହିଷାଦି ପ୍ରଜାତିର ଉନ୍ନତିକରଣ ପାଇଁ ସ୍ଥାନୀୟ ପ୍ରଜନନ ଗୋଷ୍ଠୀଗୁଡିକୁ ପ୍ରୋତ୍ସାହିତ କରାଯାଉଛି । ଜାତୀୟ ଗୋବିକାଶ ଯୋଜନା ସହାୟତାରେ ରାଜ୍ୟରେ ଥିବା ପ୍ରାଥମିକ ଦୁଗ୍ଧ ସମବାୟ ସମିତିଗୁଡିକୁ ଦୃଢୀକରଣ କରିବା ସହିତ ଅଧିକ ଦୁଗ୍ଧ ସଂଗ୍ରହ ମାନ ନିୟନ୍ତ୍ରଣ, ଶୀତଳିକରଣ ଓ ପ୍ରଶିକ୍ଷଣ କାର୍ଜ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ ।

ହିମୀକୃତ ଶୁକ୍ର ଭଣ୍ଡାର, କଟକ

କୃତ୍ରିମ ପ୍ରଜନନ ସକାଶେ ଆବଶ୍ୟକ ଉନ୍ନତମାନର ହିମୀ କୃତ ଶୁକ୍ର ପ୍ରସ୍ତୁତ କରିବାରେ ରାଜ୍ୟର ଏକମାତ୍ର ଅନୁଷ୍ଠାନ । ଏହା କେନ୍ଦ୍ର ସରକାରଙ୍କ ତଦାରଖ କମିଟି ଦ୍ଵାରା ‘ଏ’ଗ୍ରେଡ ମାନ୍ୟତା ପ୍ରାପ୍ତ ହୋଇଅଛି । ଏଠାରେ ୮୦ଗୋଟି ବିଭିନ୍ନ ପ୍ରଜାତିର ଉନ୍ନତ ମାନର ଷଣ୍ଢକୁ ପରିପାଳନ କରାଯାଉଛି ।

ପଶୁରୋଗ ନିରାକରଣ ସମିତି, ଭୁବନେଶ୍ଵର

ରାଜ୍ୟରେ ପଶୁପକ୍ଷୀ ମାନଙ୍କର ରୋଗର ପ୍ରତିଷେଧକ, ପ୍ରତିକାର, ଅଶୁଚିକିତ୍ସା ଓ ନିରାକରଣ କାର୍ଯ୍ୟକ୍ରମର ସୁପରିଚାଳନା ସମିତିର ମୁଖ୍ୟ କାର୍ଯ୍ୟ। ଆଧୁନିକ ପ୍ରଣାଳୀରେ ଉନ୍ନତମାନର ଟିକା ଉତ୍ପାଦନ ଏବଂ ରୋଗ ନିଦାନ ପାଇଁ ସହାୟତା ଯୋଗାଇଥାଏ ।

ଜୈବିକ ଟିକା ଉତ୍ପାଦନ ପ୍ରତିଷ୍ଠାନ

ଗୃହପାଳିତ ପଶୁପକ୍ଷୀମାନଙ୍କୁ ମାରାତ୍ମକ ସଂକ୍ରାମକ ରୋଗ ପ୍ରତିଷେଧକ ପାଇଁ ରାଜ୍ୟରେ ଭୁବନେଶ୍ଵର ଏବଂ ବ୍ରହ୍ମପୁର ଠାରେ ଦୁଇଟି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । ଏଠାରେ ପ୍ରାଣିମାନଙ୍କ ରୋଗ ନିରାକରଣ ପାଇଁ ସାତଗୋଟି ବିଭିନ୍ନ ପ୍ରକାର ଟିକା ଚାହିଦା ମୁତାବକ ଉତ୍ପାଦନ କରାଯାଉଛି । ଠିକ ସମୟରେ ଆବଶ୍ୟକ ପରିମାଣର ଟିକା ରାଜ୍ୟର ସମସ୍ତ ଅଞ୍ଚଳକୁ ପଠାଇବା ବ୍ୟବସ୍ଥାର ସୁପରିଚାଳନା ଏହି ଅନୁଷ୍ଠାନ ଦ୍ଵାରା ହୋଇଥାଏ ।

ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ, ଫୁଲନଖରା

ରାଜ୍ୟର ପଶୁରୋଗ ନିରୂପଣ ଓ ନିରାକରଣର ଏହା ଏକ ପ୍ରମୁଖ ଅନୁଷ୍ଠାନ । ଏଠାରେ ବିଭିନ୍ନ ପଶୁ ରୋଗର ତ୍ଵରିତ ନିରୂପଣ ଏବଂ ନିଦାନ କରାଯାଇ ପ୍ରତିକାର ନିମନ୍ତେ ପରାମର୍ଶ ଦିଆଯାଏ । ସଂକ୍ରାମକ ରୋଗ ଚିହ୍ନଟ ନିମନ୍ତେ ନମୁନା ସଂଗ୍ରହ କରି ରୋଗ ନିରୂପଣ କରାଯାଏ ।

ସୂଚନା, ଶିକ୍ଷା ଓ ସଂପ୍ରସାରଣ ପରିଚାଳନା ସମିତି, ଭୁବନେଶ୍ଵର

ବିଭାଗୀୟ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ତଥା ଚାଷୀମାନଙ୍କ ଜ୍ଞାନକୌଶଳର ଉନ୍ନତି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସମିତି ସଂପ୍ରସାରଣ ପାଇଁ ଆବଶ୍ୟକ ବିଭିନ୍ନ ତଥ୍ୟାବଳୀ ଓ ସୂଚନା ପୁସ୍ତିକା ପ୍ରସ୍ତୁତ କରିଥାଏ । ରାଜ୍ୟର ପ୍ରଶିକ୍ଷଣ ଅନୁଷ୍ଠାନଗୁଡିକ ଯଥା ପ୍ରାଣୀ ଚିକିତ୍ସକଙ୍କ ପ୍ରଶିକ୍ଷଣ କେନ୍ଦ୍ର, ପ୍ରାଣୀ ନିରୀକ୍ଷକ ତାଲିମ କେନ୍ଦ୍ର ଓ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଖସଡା ପ୍ରସ୍ତୁତ କରି ଆବଶ୍ୟକ ସହାୟତା ଯୋଗାଇଥାଏ । ବିଭାଗର ସମ୍ବାଦ ସରାବରାହ ସଂସ୍ଥା ଜରିଆରେ ବିଭିନ୍ନ ପ୍ରାଣୀ ବିକାଶ କାର୍ଯ୍ୟକ୍ରମ ବିଷୟରେ ଚାଷୀଙ୍କୁ ସଚେତନ କରାଯାଇଥାଏ । ଦୂରଦର୍ଶନ, ଆକାଶବାଣୀ, ସମ୍ବାଦପତ୍ର, ଗ୍ରାମସାଟ, ପ୍ରଚାର ପାତ୍ର ବଣ୍ଟନ, ପଥପ୍ରାନ୍ତ ନାଟକ, ଚଳଚିତ୍ର ପ୍ରଦର୍ଶନ ଓ ପ୍ରଦର୍ଶନୀ ମାଧ୍ୟମରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସମ୍ବାଦସରା ବରାହ ସଂସ୍ଥାର ମୁଖ୍ୟ କାର୍ଯ୍ୟ ।

ଜୀବେ ନିଷ୍ଠୁରତା ନିରୋଧ ସମିତି, କଟକ

ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁରତା ଆଚରଣ ପାଇଁ ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏହି ସମିତିର ମୂଳ ଲକ୍ଷ୍ୟ । ଅକର୍ମଣ୍ୟ, ବୃଦ୍ଧ ଓ ଜରାଗ୍ରସ୍ତ ପ୍ରାଣୀମାନଙ୍କ ପ୍ରତି ଆବାସ ସ୍ଥଳୀ ସ୍ଥାପନ କରି ସେମାନଙ୍କର ପରପୋଷଣ ସକାଶେ ଉଚିତ ପଦକ୍ଷେପ ନେଇଥାଏ ।

ଆଧାର : ଶିକ୍ଷା ଓ ସମ୍ପ୍ରସାରଣ ପରିଚାଳନା ସମିତି

Last Modified : 7/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate