অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାରମ୍ପରିକ ପଦ୍ଧତିରେ ଟିଙ୍କ ଓ ଉକୁଣି ସଂକ୍ରମଣର ଉପଚାର

ପାରମ୍ପରିକ ପଦ୍ଧତିରେ ଟିଙ୍କ ଓ ଉକୁଣି ସଂକ୍ରମଣର ଉପଚାର

ଗୋରୁଙ୍କ ଠାରେ ମୁଖ୍ୟ ରୋଗ

ଗୋରୁଙ୍କ ଠାରେ ପରିଚାଳନାଗତ  ତ୍ରୁଟି ଯୋଗୁ ହେଉଥିବା ବିଭିନ୍ନ ରୋଗ ମଧ୍ୟରେ ଟିଙ୍କ ଓ ଉକୁଣି ସଂକ୍ରମଣ ।  ଏକ ମୁଖ୍ୟ ରୋଗ। ଏହା ପ୍ରାଣୀକୁ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ କରିଥାଏ । ଏହି ଟିଙ୍କ ଉକୁଣି ସଂକ୍ରମଣର ଦମନ ଲାଗି ଚାଷୀ ଭାଇମାନେ ମୁଖ୍ୟତଃ ବଜାରରେ ମିଳୁଥିବା ବିଭିନ୍ନ ରାସାୟନିକ ଉତ୍ପାଦ ଉପରେ ନିର୍ଭର କରିଥାନ୍ତି । ଏହି ରାସାୟନିକ ଉତ୍ପାଦର ବହୁଳ ବ୍ୟବହାର ଯୋଗୁ ଟିଙ୍କ ଉକୁଣିଙ୍କ ଦେହରେ ଏହି ରାସାୟନିକ ଦ୍ରବ୍ୟ ପ୍ରତି ପ୍ରତିରୋଧକ ଶକ୍ତି ଆସିଗଲାଣି ଏବଂ ଏହା ଆଉ ଆଗ ପରି ଫଳପ୍ରଦ ହେଉନାହିଁ । ଏହିସବୁ ରସାୟନ ଦ୍ରବ୍ୟର ପାର୍ଶ୍ଵ ପ୍ରତିକ୍ରିୟା ରହିଅଛି, ଯାହା ଉଭୟ ପ୍ରାଣୀ ଓ ମନୁଷ୍ୟର ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ । ପୁଣି ଏହା ପରିବେଶ ଲାଗି ମଧ୍ୟ କ୍ଷତିକାରକ ହୋଇଥାଏ ।

କେତେକ ପାରମ୍ପରିକ ପଦ୍ଧତିରେ ଉପଚାର

ଆମ ଚାଷୀଭାଇମାନେ ଉଭୟ କୃଷି ଓ ପ୍ରାଣୀପାଳନ କ୍ଷେତ୍ରରେ ଟିଙ୍କ ଉକୁଣିର ସଂକ୍ରମଣ ରୋକିବା ସକାଶେ ନାନା ପ୍ରକାରର ପାରମ୍ପରିକ ପଦ୍ଧତି ଅବଲମ୍ବନ କରିଆସଛନ୍ତି। ଏହି ସବୁ  ପାରମ୍ପରିକ ପଦ୍ଧତିରେ ବ୍ୟବହୃତ ହେଉଥିବା ଦ୍ରବ୍ୟର ଉଭୟ ମଣିଷ ଓ ପ୍ରାଣୀ ଶରୀର ଉପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନ ଥାଏ । ଏହିସବୁ ଦ୍ରବ୍ୟ ଚାଷୀ ଭାଇର ଘର ଅଗଣାରେ ଉପଲବ୍ଧ ହେଉଥିବାରୁ ଏଥିପାଇଁ ଚାଷୀ ଭାଇଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ି ନ ଥାଏ । ଏହା ଚାଷୀଭାଇଙ୍କୁ ଆପାତତଃ ଶୂନ୍ୟ ଖର୍ଚ୍ଚ ବା ସ୍ଵଳ୍ପ ଖର୍ଚ୍ଚ କରାଇଥିବାରୁ ଏହା ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରେ । ଏହା ମଧ୍ୟ ପରିବେଶ ପାଇଁ କ୍ଷତିକାରକ ନୁହେଁ । କେତେକ ପାରମ୍ପରିକ ପଦ୍ଧତି ବିଷୟରେ ...

  • ବଚ – ୧୦ଗ୍ରାମ, ରସୁଣ ୧୦ କୋଲା, ନିମପତ୍ର- ଏକ ମୁଠା, ନିମଫଳ –ଏକ ମୁଠା, ଖଣ୍ଡ ହଳଦୀ ଗୁଣ୍ଡ-୨୦ ଗ୍ରାମ, ଭୁତିଆରି ଗଛ ପତ୍ର ଫୁଲ ସହିତ ୧୦ଗ୍ରାମ, ତୁଳସୀ ପତ୍ର- ଏକମୁଠା  ।  ଏହି ସମସ୍ତ ଉପାଦାନକୁ ଏକତ୍ର ବାଟନ୍ତୁ ଏବଂ ଏଥିରେ ୧ ଲିଟର ପାଣି ମିଶାନ୍ତୁ । ଉପରୋକ୍ତ ଦ୍ରବଣକୁ ଏକ ସଫା କନା ଦ୍ଵାରା ଛାଣି ଦିଅନ୍ତୁ । ଏହି ଦ୍ରବଣକୁ ଗୋରୁର ସମ୍ପୂର୍ଣ୍ଣ ଶରୀରରେ ଲଗାନ୍ତୁ (ସକାଳ ସମୟରେ) । ବଳକା ମିଶ୍ରଣକୁ ଗୋରୁ ଗୁହାଳ ଏବଂ ଚଟାଣରେ ଛିଞ୍ଚି ଦିଅନ୍ତୁ । ଏହିପରି ସପ୍ତାହରେ ଥରେ, ଦୁଇ ତିନି ସପ୍ତାହ ପର୍ଯ୍ୟନ୍ତ କରିବାକୁ ପଡ଼େ ।
  • ଧୂଆଁପତ୍ର କାଣ୍ଡ ସହିତ– ୨୫୦ଗ୍ରାମକୁ ୨ ଲିଟର ପାଣିରେ କିଛି ସମୟ ପାଇଁ ଫୁଟାନ୍ତୁ । ଏହି ମିଶ୍ରଣକୁ ୫ ଲିଟର ପାଣିରେ ମିଶାଇ ଔଷଧ ପ୍ରସ୍ତୁତ କରନ୍ତୁ । ଏହାକୁ ଭଲ ଭାବରେ ସଫା କନା ଦ୍ଵାରା ଛାଣିବା ପରେ ଗୋରୁର ସମ୍ପୂର୍ଣ୍ଣ ଶରୀରରେ ଲଗାନ୍ତୁ ।
  • ବୟସ ଗଛର ପତ୍ରକୁ ବାଟି ୫୦୦ ମିଲି ରସ ପ୍ରସ୍ତୁତ କରି ଏହାକୁ ଖରାରେ ରଖନ୍ତୁ (କାଚ ବୋତଲରେ) । ଏହି ମିଶ୍ରଣରେ ଦୁଇ  ଗ୍ରାମ କର ମିଶାନ୍ତୁ ପ୍ରସ୍ତୁତ ଔଷଧକୁସନ୍ଧ୍ୟା ସମୟରେ ଗୋରୁ ଶରୀରରେ ଲଗାନ୍ତୁ ଏବଂ ସକାଳେ ଗୋରୁଙ୍କୁ ଓ କାଣ୍ଡ ଦ୍ଵାରା ଘସି ଗାଧୋଇ ଦିଅନ୍ତୁ ।
  • ତୁଳସୀ ପତ୍ର ୧ କିଗ୍ରା, ଶୁଖିଲା ଅଦା ୧୦୦ଗ୍ରାମ, ଏହି ସମସ୍ତ ଉପାଦାନକୁ ଏକତ୍ର ବାଟି ୬ଲିଟର ପାଣିରେ ମିଶାନ୍ତୁ ଗାଧୋଇ ସାରିବା ପରେ ଏହି ମିଶ୍ରଣକୁ  ଗୋରୁର ଶରୀରରେ ଲଗାଇ ଦିଅନ୍ତୁ ।

ଉପରୋକ୍ତ ଉପାଦାନଗୁଡ଼ିକ ପାରମ୍ପରିକ ଭାବେ ଚାଷୀଭାଇଙ୍କ ଦ୍ଵାରା । ଟିଙ୍କ ଓ ଉକୁଣି ସଂକ୍ରମଣ ରୋକିବାରେ ବ୍ୟବହୃତ ହେଉଥିଲେ ମଧ୍ୟ ଏଥିରେ ବୈଜ୍ଞାନିକ ସତ୍ୟତା ଲୁଚି ରହିଛି। ବଚ ଓ ଧୂଆଁପତ୍ରରେ ଥିବା ସାପୋନିକ୍, ପ୍ରାବୋନଏଡ ଓ ଟ୍ରାନିରେ ସଂକ୍ରମଣ । ପ୍ରତିରୋଧକ ଶକ୍ତି ଭରି ରହିଛି। ବୟସ ଗଛରେ ଟ୍ରାଇ-ଟରପାଇନ୍ ତଦ୍ ରହିଛି, ଯାହାକି ବଥ ଓ ଯାଦୁ ଭଲ କରିବା ସହିତ । ଗୋରୁର ଚର୍ମର ଉନ୍ନତିରେ ସହାୟକ ହୁଏ ।  ତୁଳସୀ ଗଛରେ ଥିବା ଏସିଟିକ୍ ଏସିଡ୍‌,  ଆସକର୍ବିକ  ଏସିଡ ଆଦି ଏକ ଉନ୍ନତ କୀଟନାଶକ ଭାବେ ପରିଚିତ। ।

ସଂଗୃହିତ - ଡଃ. ଜ୍ଞାରନଞ୍ଜନ ମିଶ୍ର, ଅତିରିକ୍ତ ପ୍ରାଣୀ ଚିକିତ୍ସକ, କାକଟପୁର, ପୁରୀ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate