অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାଣୀଧନ ବୀମା ଯୋଜନାର ଉପକାରିତା

ରାଜ୍ୟରେ ଭୂମିହୀନ ଓ ନାମମାତ୍ର ଗରିବ ଚାଷୀମାନେ ଗୋପାଳନ, ଛେଳି ମେଣ୍ଢା  ପାଳନକୁ ଜୀବିକା ଭାବରେ ଗ୍ରହଣ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ।

ଏହି ପ୍ରାଣୀଧନ ବାମା ଯୋଜନା ଚାଷୀ ପାଇଁ ଏକ ଅମୂଲ୍ୟ ସମ୍ପଦ କହିଲେ ଅତ୍ୟକ୍ତି ହେବନି । ଗରିବ ଓ ନିରାଶ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ପୁନଶ୍ଚ ଥଇଥାନ କରାଇବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ପ୍ରାଣୀଧନ ମିଶନ ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ ହେଉଅଛି ।

ଯୋଜନାର ଉଦ୍ଦେଶ୍ୟ

ଚାଷୀ ସମ୍ମୁଖୀନ ହେଉଥିବା ବିଷମ ପରିସ୍ଥିତିର ସଫଳ ପରିଚାଳନା ପାଇଁ ପ୍ରାଣୀଧନର ବୀମାକରଣ କରାଇ ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବା ଏ ଯୋଜନାର ଆଭିମୁଖ୍ୟ ।

କେଉଁମାନେ ଉପକୃତ ହେବେ

ଯେଉଁ ଚାଷୀମାନେ ପ୍ରାଣୀପାଳନକୁ ଜୀବିକା ଭାବରେ ଗ୍ରହଣ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରୟାସ ଜାରି ରଖୁଛନ୍ତି ସେମାନେ ଉପକୃତ ହୋଇପାରିବେ । ଉଦାହାରଣ ସ୍ଵରୂପ ସାଧାରଣ ବର୍ଗ/ଓବିସି/ଏସସି /ଏସ୍ଟି ଇତ୍ୟାଦି ଏହାର ସୁଫଳ ପାଇପାରିବେ । ବର୍ତ୍ତମାନ ଗାଈ-ଗୋରୁ, ମଇଁଷି, ଛେଳି, ମେଣ୍ଢା ଆଦି ପ୍ରାଣୀଧନଙ୍କୁ ବୀମା ଭୁକ୍ତ କରାଯାଇଛି ।

ରୂପରେଖ

ଏହି ଯୋଜନା ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ଏହାଦ୍ଵାରା ଉପରୋକ୍ତ ପ୍ରାଣୀମାନେ ୧ ବର୍ଷରୁ ୩ ବର୍ଷ ପାଇଁ ବୀମାଭୁକ୍ତ ହୋଇପାରିବେ । ଗୃହପାଳିତ ପ୍ରାଣୀଙ୍କର ମୋଟ ଆନୁମାନିକ ମୂଲ୍ୟର ୧.୮ ପ୍ରତିଶତ ରାଶି ଅର୍ଥ ବୀମା ବାବଦକୁ ୧ ବର୍ଷ ଅବଧୂ ପାଇଁ ବୀମା କମ୍ପାନୀକୁ ଦେବାକୁ ପଡ଼ିଥାଏ । ସେହିପରି ୩ ବର୍ଷ ଅବଧୂ ପାଇଁ ପ୍ରାଣୀ ମୂଲ୍ୟର ୩.୮୫ % ବୀମା ଦେବାକୁ ପଡିଥାଏ । ଏହି ମୋଟ ବୀମା ରାଶିର ଅଛୁ କିଛି ଭାଗ ଚାଷୀକୁ ଦେୟ ଆକାରରେ ଦେବାକୁ ପଡ଼େ । ଏବଂ ବାକି ଅଂଶ ସରକାରଙ୍କ ଦ୍ଵାରା ଡ଼ିପୋଜିଟ୍ କରାଯାଏ । ସରକାରୀ ଦେୟ ଚାଷୀକୁ ରିହାତି ଆକାରରେ ଲାଭପ୍ରଦ ହୋଇଥାଏ । ଏହି ନିୟମରେ ବିପିଏଲ୍ /ଏସ୍‌ସ/ଏସ୍ଟି ଲୋକଙ୍କୁ କମ୍ ବୀମା ରାଶି ଭରଣ କରିବାକୁ ପଡ଼ୁଥିବା ବେଳେ ଏପିଏଲ /ଜେନେର/ ଓବିସି  ଚାଷୀମାନଙ୍କୁ ଅଳ୍ପ ଅଧିକା ରାଶି ବୀମା ଦେୟ ଉଦ୍ଦେଶ୍ୟରେ ଦେବାକୁ ପଡ଼େ ।

କିଭଳି ଯୋଜନାର ସଫଳ ରୂପାୟନ ହୁଏ

ଆଗ୍ରହୀ ଚାଷୀମାନେ ନିଜ ଗ୍ରାମ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକଙ୍କ ସହ  ଯୋଗାଯୋଗ କରିବା ବିଧେୟ । ବା ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ପ୍ରାଣୀଧନ ନିରୀକ୍ଷକଙ୍କଠାରୁ ଏ ସମ୍ବନ୍ଧରେ ପରାମର୍ଶ ନେଇପାରିବେ ।

  • ବୀମା ଯୋଗ୍ୟ ପ୍ରାଣୀଙ୍କୁ ବୀମା କମ୍ପାନୀଠାରୁ ପ୍ରାପ୍ତ କାନନୋଳି ପିନ୍ଧାଇବାକୁ ପଡ଼େ । ଏହା ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଚିକିତ୍ସକଙ୍କ ଦ୍ଵାରା ହିଁ ହୋଇଥାଏ ।
  • କାନନୋଳି ପିନ୍ଧାଇବାବେଳେ ପ୍ରାଣୀର ଆନୁମାନିକ ମୂଲ୍ୟ, ବୟସ, ରଙ୍ଗ, କାନନେନାଳି ନମ୍ବର, ଉତ୍ପାଦନ କ୍ଷମତା ଆଦି ସମ୍ବନ୍ଧରେ ସଠିକ୍ ବିବରଣୀ ଲିଖିତ କରାଯାଏ । ଚାଷୀଙ୍କୁ ବୀମା ସମ୍ବନ୍ଧୀୟ ବିବରଣୀ ଲିଖିତ ହୋଇଥିବା କାର୍ଡ଼ ପତ୍ର ମଧ୍ୟ ମିଳିଥାଏ । ଯଦ୍ଵାରା ଚାଷା ଏ ବିଷୟରେ ଅବଗତ ହୁଏ ।
  • ବୀମାକରଣ ସମୟରେ ଗାଈର ଆନୁମାନିକ ମୂଲ୍ୟ ଉତ୍ପାଦନ କ୍ଷମତା ଅନୁସାରେ ହୁଏ । ଅର୍ଥାତ୍ ପ୍ରତି ୧ ଲିଟର ଦୁଗ୍ଧ ଉତ୍ପାଦନ କରୁଥିବା ଗାଈର ମୂଲ୍ୟ ଟ ୩.୦୦୦ ଓ ସେହିପରି ୧୦ ଲିଟର ଉତ୍ପାଦନ କରୁଥିବା ଗାଈ ମୂଲ୍ୟ ଟ୩୦,୦୦୦ରେ ସ୍ଥିରୀକୃତ ହୁଏ । ଛେଳି, ମେଣ୍ଢାମାନଙ୍କ ଆନୁମାନିକ ମୂଲ୍ୟ ପାଖାପାଖି ୨୫୫ ଟଙ୍କାରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ରଖାଯାଏ ।
  • ବୀମାଭୁକ୍ତ ପ୍ରାଣୀ ଅସୁସ୍ଥ ହେଲେ ତତ୍‌କ୍ଷଣାତ୍ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରିବାକୁ ହୁଏ । କୌଣସି କାରଣରୁ ଏହାର ମୃତ୍ୟୁ ହେଲେ ମଧ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ କ୍ଷତିପୂରଣର ଭରଣା ପାଇଁ ବିଧିବଦ୍ଧ ପଦକ୍ଷେପ ନିଆଯାଏ । ମୃତ ବୀମାଭୁକ୍ତ ପ୍ରାଣୀର ଶବ ବ୍ୟବଚ୍ଛେଦ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା କରାଯାଏ । ଏବଂ ଏହି ରିପୋର୍ଟ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ପତ୍ରାବଳି ବୀମା କମ୍ପାନୀକୁ ପ୍ରେରଣା କରାଯାଏ । ମୃତ୍ୟୁ ସମୟରେ ପ୍ରାଣୀର କାନରେ କାନରେନାଳି ଥିବା ନିହାତି ଜରୁରୀ ।

ଲେଖା ଏବଂ ପ୍ରାପ୍ତ  - ଡ. ଅମିତାଭ ପଣ୍ଡା, ମୋ – ୯୯୩୮୩୨୦୫୦୬

Last Modified : 1/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate