অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କଦଳୀ ଚାଷ ଓ ଖରାଟିଆ ବାଦାମରେ ରୋଗ ପୋକ ନିୟନ୍ତ୍ରଣ

କଦଳୀ ଚାଷ ଓ ଖରାଟିଆ ବାଦାମରେ ରୋଗ ପୋକ ନିୟନ୍ତ୍ରଣ

କଦଳୀ ଚାଷରେ ରୋଗ ପୋକ ନିୟନ୍ତ୍ରଣ

ଝାଉଁଳାରୋଗ

ପାଟକପୁରା କଦଳୀ ଗଛ ପାଇଁ ଏହା ମାରାତ୍ମକ । ସନ୍ତସନ୍ତିଆ ଜାଗାରେ ଏହାର ପ୍ରାଦୁର୍ଭାବ ବେଶି । ଏହି ରୋଗ ହେଲେ ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ । କାଣ୍ଡ ଫାଟିଯାଏ, ଗଛ ମୂଳରେ ଅଧିକ ପୁଆବାହାରେ । ଏହି ରୋଗର ନିରାକରଣ ପାଇଁ ଗଛ ଲଗାଇବା ପୂର୍ବରୁ ଗଛର ମୂଳକୁ ୦.୨% ବାଭିଷ୍ଟିନ ମିଶ୍ରଣରେ ଅଧଘଣ୍ଟା ବୁଡ଼ାଇ ରଖି ଲଗାଇବା ଉଚିତ ।

ଏହି ରୋଗକୁ ଦମନ କରିବା ପାଇଁ ଫସଲ ଚକ୍ର ଅବଲମ୍ବନ କରିବା ଉଚିତ । ଏହି ରୋଗ ଦେଖାଦେଲେ ଆକ୍ରାନ୍ତ ଗଛକୁ କାଟି ଅନ୍ୟତ୍ର ପୋତିବା ପୋଡ଼ିଦେବା ଉଚିତ । ଅନ୍ୟ ଗଛଗୁଡ଼ିକ ଥିବା ମୂଳ ମାଟିରେ ୧ ଲିଟର ପାଣିରେ ୧ ଗ୍ରାମ ହିସାବରେ ବାଭିଷ୍ଟିନ ମିଶାଇ ପ୍ରୟୋଗ କରିବା ଦରକାର ।

ପତ୍ରଦାଗ ରୋଗ

ଜଳବାୟୁ ଅତ୍ୟଧିକ ଆଦ୍ର ବା ଉଷ୍ମ ହେଲେ ଏ ରୋଗ ବିଶେଷ ଭାବରେ ବ୍ୟାପିଥାଏ । ପତ୍ରଗୁଡି଼କ ହଳଦିଆ ପଢ଼ି ମରିଯାଏ । ବାଭିଷ୍ଟିକ ୧ ଗ୍ରାମ+ କ୍ୟାଲସିୟମ ୧ ଗ୍ରାମ+ ୨ ମିଲିଗ୍ରାମ ଟିପଲ ୧ ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ରୋଗ ଦୂର ହୋଇଥାଏ ।

କାଣ୍ଡବିନ୍ଧାପୋକ

ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ ଏହି ରୋଗ ଗଛକୁ ଆକ୍ରମଣ କରେ । ଗଛମୂଳରେ ୨୦-୪୦ ଗ୍ରାମ ଫୁରାଡନ ଗୁଣ୍ଡ ଦେଲେ ଏହିପୋକ ଦମନ ହୋଇଥାଏ ।

କନ୍ଦାପୋକ

ଏହି ପୋକ କନ୍ଦା ଏବଂ ତଳ ମୂଳରେ ଦେଖାଯାଆନ୍ତି । ଏହାକୁ ଦମନ କରିବା ପାଇଁ ଗଛପିଛା ୨୦ ଗ୍ରାମ ଫୋରେଟ ବ୍ୟବହାର କଲେ ରୋଗ ଦୂରହୁଏ ।

ଖରାଟିଆ ବାଦାମରେ ରୋଗପୋକ ପରିଚାଳନା

ଉକୁଣି ପୋକ

ଅଗପତ୍ର ଭିତରେ ପଶି ଏହି ପୋକ ରସ କୋରି ଖାଇଯାଆନ୍ତି । ଫଳରେ ପତ୍ରଲୋଚାକୋଚା ହୋଇଯାଏ। ଗଛ ହଳଦିଆ ପଢ଼ି ଶୁଝାଯାଏ। ଫ୍ରେବୃୟାରୀରୁ ମୋ ମାସ ଯାଏ ଏହି ପୋକ ଅଧିକ ହୋଇଥାଏ । ଫସଲରେ ଡାଇମିଥୋଏଟ ୩୦ ଇସି କିମ୍ବା ମିଥାଇଲ ଡିମେଟନ ୨୫ ଇସି ଏକର ପ୍ରତି ୪୦୦ ମିଲି ସ୍ପ୍ରେ କଲେ ଉକୁଣି ପୋକ ଦୂର ହୋଇଥାନ୍ତି।

ପତ୍ର ସୁଡଙ୍ଗୀପୋକ

ଏମାନେ ପତ୍ର ଭିତରେ ପଶି ସବୁଜ ଅଂଶ ଖାଇଯାଆନ୍ତି । ପତ୍ରରେ ଧଳା ରଙ୍ଗର ଗାର ପଡ଼ିବାଭଳି ଦେଖାଯାଏ । ଦୁଇ ତିନୋଟି ପତ୍ରକୁ ଏକାଠି କରି ଜାଲବାନ୍ଧି (ବୁଢିଆଣୀ ଜାଲ ପରି) ତା ଭିତରେ ଲୁଚି ରହି ସବୁଜ ଅଂଶଖାଇଯା'ନ୍ତି । ଏଭଳି ଦେଖାଦେଲେ ଅଧିକ ଆକ୍ରାନ୍ତ ହୋଇଥିବା ପତ୍ରକୁ ଛିଣ୍ଡାଇ ଦିଅନ୍ତୁ । ଫସଲରେ ଟ୍ରାୟାଜୋଫସ ୪୦ ଇସି ଏକ ଏକର ପ୍ରତି ୪୦୦ ମିଲି ସିଞ୍ଚନ କଲେ ଦୂର ହୋଇଥାଏ ।

ଧଳା ମାଛି

ଧଳା ରଙ୍ଗର ମାନ୍ଧିଗୁଡ଼ିକ ପତ୍ରର ତଳେ ରହି ରସ ଶୋଷି ଖାଇଯିବାରୁ ପତ୍ର ଲୋଚାକୋଚା ହୋଇଯାଏ । ଭୁତାଣୁ ଜନିତ ରୋଗ ବ୍ୟାପିବାରେ ଏମାନେ ସାହାଯ୍ୟ କରନ୍ତି । ଫସଲରେ ଇମିଡାକ୍ଲୋଫ୍ରିଡ ୮୦ ମିଲି ଏକର ପ୍ରତି ସ୍ପ୍ରେକଲେ ଦୂର ହୋଇଥାଏ ।

ପତ୍ରଡିଆଁ ପୋକ

ଛୋଟଛୋଟ ପୋକଗୁଡ଼ିକ ପତ୍ର ତଳେ ରହି ରସ ଶୋଷି ଖାଇଦିଏ । ପତ୍ର ହଳଦିଆ ହୋଇଯାଏ । ତୁରନ୍ତ ଇମିଡାକ୍ଲୋଫ୍ରିଡ ୨୦୦ ଏସଏଲ ଏକର ପ୍ରତି ୮୦ ମିଲିସ୍ପ୍ରେକଲେ ଦୂରହୁଏ ।

ଅଷ୍ଟପଦୀ ପୋକ

ଏମାନେ ଖୁବ ଛୋଟ, ଖାଲି ଆଖ୍ୟାରେ ଦେଖାଯାଆନ୍ତି ନାହିଁ । ଗଛର ବିଭିନ୍ନ ଅଂଶରୁ ରସ ଶୋଷିନେବାରୁ ପତ୍ର ପାଉଁଶିଆ ଦେଖାଯାଏ । ଅମଳ କମେ । ଫସଲରେ ଡାଇକୋଫଲ ୧୮.୫% ଇସି ଏକ ଏକର ଜମିରେ ୪୦୦ ମିଲି ସ୍ପ୍ରେକଲେ ଦୂରହୁଏ ।

କାନକୁଟୁଳି ପୋକ

ଏମାନେ ପାକଳ ବାଦାମକୁ କଣାକରି ମଞ୍ଜି ଖାଇସାରିବା ପରେ ମାଟି ଭରି ଦିଅନ୍ତି । କ୍ଲୋରଫାଇରଫସ ୧.୫% ଗୁଣ୍ଡ ଗୋଟିଏ ଏକର ଜମିରେ ୧୦ କିଗ୍ରା ପ୍ରୟୋଗ କଲେ ଦୂର ହୋଇଥାଏ ।

ଆଧାର – କୃଷି ଡାଏରୀ

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate