অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୋବି ଫସଲର ରୋଗ ସମସ୍ୟା

ପନିପରିବା ମଧ୍ୟରେ କୋବି ଫସଲର ସ୍ଥାନ ସ୍ଵତନ୍ତ୍ର । ସମୟ ସମୟରେ ଦେଖାଯାଏ ଯେ, ଫୁଲ ଓ ବନ୍ଧା କୋବିଗୁଡିକ ବିକୃତ ଏବଂ ରୋଗପୋକ ପାଇଁ ଚାଷୀକୁ କ୍ଷତି ସହିବାକୁ ପଡିଥାଏ  । ବର୍ତ୍ତମାନ ଚାଷୀମାନେ କୋବି ଲଗାଉଥିଲେ କେତେକ ବିଶେଷ ସତର୍କତା ପ୍ରତି ଦୃଷ୍ଟି ଦେଲେ ଫସଲକୁ ରୋଗପୋକ ଦାଉରୁ ରକ୍ଷା କରିପାରିବେ ।

କୌଣସି ରୋଗ ବା ପୋକ ଆକ୍ରମଣ ନହୋଇ ମଧ୍ୟ ସମୟ ସମୟରେ ଖାଦ୍ୟାଭାବ, ମାତ୍ରାଧିକ ଖାଦ୍ୟ ସାର କିମ୍ବା ପାଣିପାଗ ଜନିତ ସମସ୍ୟା ପାଇଁ କେବି ଫସଲର ଉତ୍ପାଦନ ବାଧାପ୍ରାପ୍ତ ହୋଇଥାଏ।

ଖାଦ୍ୟ ସାର କିମ୍ବା ପାଣିପାଗ ଜନିତ ସମସ୍ୟା

ଫୁଲକୋବି ବାଦାମୀ ହେବା / ଫିମ୍ପିକାଣ୍ଡ

ଅନେକ ସମୟରେ ଫୁଲକୋବିର ସ୍ଵଚ୍ଛତା ନରହି ତାହା ବାଦାମୀ ପଢିଯାଏ । ବନ୍ଧ କୋବିର କାଣ୍ଡକୁ କାଟି ଦେଖିଲେ। ସେଥିରେ ଫମ୍ପା ଥିବାର ଦେଖାଯାଏ । ଅନେକ କ୍ଷେତ୍ରରେ ବନ୍ଧାକୋବି ଫାଟିଯିବାର ମଧ୍ୟ ଦେଖାଯାଏ । ଏହା ବୋରନ ସାରର ଅଭାବରୁ ପରିଲକ୍ଷିତ ହୁଏ । ମାଟିରେ ବେରାକୁ ଏଜରକୁ ୫ ଜିଗ୍ରା ପ୍ରୟୋଗ କରନ୍ତୁ କିମ୍ବା ବେରାଭିନ୍ /  ଫୋଲିବର ଓ ୧ଗ୍ରା/ଲି ହିସାବରେ ସ୍ପ୍ରେ କରନ୍ତୁ ।

ଆହୁଲା ପତ୍ର: (ହ୍ୱିପଟେଲ୍)

ଅଧିକାଂଶ ସମୟରେ କୋବିପତ୍ରଗୁଡିକ ଠିକ୍ ଭାବରେ ବଢିପାରେ ନାହିଁ । ଗଛର କେବଳ ପତ୍ରର ମଝିଶିରାଗୁଡିକ ରହିଥାଏ ଏବଂ ଅଗ୍ରଭାଗରେ ଛୋଟ ପତ୍ରଟିଏ ଥାଏ । ଯାହାକି ଡଙ୍ଗା ଆହୁଲା ପରି ଦେଖାଯାଏ । ପତ୍ରଗୁଡିକରେ ସବୁଜକଣା ମଧ୍ୟ ନଥାଏ । ପତ୍ର ନଥିବାରୁ ଗଛଟି ଖାଦ୍ୟ ପ୍ରସ୍ତୁତ କରିପାରେ ନାହିଁ ଏବଂ ଭଲ ଅମଳ ଦିଏ ନାହିଁ । ଏହା ମଲିବଡେନମ୍ ଅଭାବରୁ ହୋଇଥାଏ । ସାଧାରଣତଃ ଅମ୍ଳୀୟ ମୃତ୍ତିକାରେ ଏହାର ପ୍ରାଦୁର୍ଭବ ଅଧିକ ଥାଏ । ଚୂନ ପକାଇ ମାଟିର ଅମ୍ଳତାକୁ ଠିକ୍ କରନ୍ତୁ । ଏକରକୁ ସୋଡିୟମ୍ ମଲିବଡେଟ୍ ୧ କିଗ୍ରା ହିସାବରେ ମାଟିରେ ପ୍ରୟୋଗ କରନ୍ତୁ ।

ବୋତାମ କଢ

ଅନେକ ସମୟରେ ଫୁଲକୋବି ଗଛରେ କେବଳ ଖୁବ୍ ଛୋଟ କଢଟି ଆସିଥାଏ, ଯାହା ବୋତାମ ପରି ଦେଖାଯାଏ । ସାଧାରଣତଃ ଅଧିକ ଦିନର ବୁଢା ଚରା ଜମିରେ ରୋପଣ କଲେ ତାହା ଗଛର ବୃଦ୍ଧି ନ କରାଇ ସିଧାସଳଖ କଢ ସୃଷ୍ଟି କରିଥାଏ । ଗଛର ଶାରୀରିକ ବୃଦ୍ଧି ସଠିକ୍ ହୋଇନଥିବାରୁ ତାହା କଢକୁ ଖାଦ୍ୟଯୋଗାଇ ପାରେ ନାହିଁ । ତେଣୁ ଉପଯୁକ୍ତ ସମୟରେ ଚାରରେପଣ କରନ୍ତୁ । ବେଶୀ ଦିନ ତଳିପେରାରେ ଚାରାକୁ ରଖିବୁଢା କରନ୍ତୁ ନାହିଁ ।

ଅଗପତ୍ରପୋଡା

ସମୟ ସମୟରେ ବନ୍ଧା କୋବି ଭିତରେ କଟି ଦେଖିଲେ ପତ୍ରଗୁଡିକ ପୋଡି ଯାଇଥିବାର ଦେଖାଯାଏ । ଫୁଲ କୋବିରେ ମଧ୍ୟ କଚ୍ଚ ପାଖରେ ଥିବା ପତ୍ରଗୁଡିକ ଜଳି ଯାଇଥିବା ପରିଲକ୍ଷିତ ହୁଏ । ମାଟିରେ କ୍ୟାଲସିୟମ୍ ଅଭାବ ଯୋଗୁ ଏହି ରୋଗ ହୋଇଥାଏ । ୟୁରିଆ ବଦଳରେ କ୍ୟାଲସିୟମ୍‌ ନାଇଟ୍ରେଟ୍ ସାର ପ୍ରୟୋଗ କରନ୍ତୁ । କ୍ୟାଲସିୟମ୍ ନାଇଟ୍ରେଟ୍ ବା ଇଡିଟିଏକୁ ସ୍ପ୍ରେ ମଧ୍ୟ କରିପାରିବେ ।

କୋବିର ରୋଗ ସମସ୍ୟା

ମୂଳ ସଜା ରୋଗ:

ଏହି ରୋଗ ତଳି ଘେରରେ ଦେଖାଯାଏ । ଗଛର ମାଟିକୁ ଲାଗିଥିବା କାଣ୍ଡ ଅଂଶଟି ସଢିଯାଏ ଏବଂ ଗଛଟି ପ୍ରତିଯାଇଥାଏ । ଏହା ଏକ କବକ ଜନିତ ରୋଗ । ଏଥୁପାଇଁ୧ କିଗ୍ରା ମଞ୍ଜିକୁ ପାଇଁ ୨ ଗ୍ରାମ୍ ଥିରାମ୍ କିମ୍ବା ୧.୫ ଗ୍ରାମ୍ ବା ଭିଷ୍ଟିନ୍ ପକାଇ ବିହନ ବିଶୋଧନ କରନ୍ତୁ । ତଳି ଘୋରା ପ୍ରସ୍ତୁତ କରାଯାଉଥିବା ମୃତ୍ତିକାକୁ ଫର୍ମାଲିନ୍ ଦ୍ଵାରା ବିଶୋଧନ କରନ୍ତୁ ।

ପତ୍ରର କଳା ପଚା ରୋଗ:

ପତ୍ରର ଧାରଗୁଡିକ ହଳଦିଆ ହୋଇ ଧୀରେ ଧୀରେ ଭିତରକୁ ଅଗ୍ରସର ହୁଏ । ହଳଦିଆ ଅଂଶଟି V ଆକାରର ହୋଇଥାଏ ଏବଂ ତା' ମଝିରେ ଥିବା ଶିରାଗୁଡିକ କଳା ପଡିଯାଆନ୍ତି । ଏହା ବୀଜାଣୁ ନିତ ରୋଗ । ଏଥିପାଇଁ ରୋଗ ସହଣୀ କିସମ ଲଗାନ୍ତୁ । ବିହନକୁ ଲଗାଇବା ପୂର୍ବରୁ ଗରମ ପାଣିରେ ଉପଚାର କରନ୍ତୁ । ଷ୍ଟ୍ରେପଟାସାଇକ୍ଳିନ୍ କୁ ୦.୧ ଗ୍ରା/ଲିଟର ବା ପ୍ଲାଣ୍ଟୋମାଇସିନ୍ ୧ ଗ୍ରାମ୍ ଲିଟର ସ୍ପ୍ରେ କରନ୍ତୁ ।

ପତ୍ରଦାଗ:

ପତ୍ରରେ ଗୋଲ ଗୋଲ ବାଦାମୀ ରଙ୍ଗର ପୋଡା ଦାଗମାନ ଦେଖାଯାଏ । ସଂକ୍ରମଣ ଅଧିକ ହେଲେ ଗଛର କାଣ୍ଡରେ ମଧ୍ୟ ଦାଗମାନ ଦେଖାଯାଇଥାଏ ।  ଏହା ଏକ କବକ ଜନିତ ରୋଗ । ଆକ୍ରାନ୍ତ ମଞ୍ଜି ଦ୍ଵାରା ଏହା ବ୍ୟାପିଥାଏ । ଏଥିପାଇଁ ବିହନ ବିଶୋଧନ କରନ୍ତୁ । ଆମିଷ୍ଟର ୧ ମି.ଲି /  ଲିଟର କିମ୍ବା କ୍ଲୋରୋଥାଲେନିଲ୍ ଓ ୨ ମିଲି/ଲିଟର ସ୍ପ୍ରେ କରନ୍ତୁ ।

ଗୁଚ୍ଛ ଚେର:

ଆକ୍ରାନ୍ତ ଗଛର ଚେରଗୁଡିକର ଆକାର ବଢିଯାଏ । ଚେରଗୁଡିକ ବିକୃତ ହୋଇଯାଆନ୍ତି ଏବଂ ଫୁଲି ଯାଆନ୍ତି । ଆକ୍ରାନ୍ତ ଗଛଗୁଡିକରେ ପତ୍ର ହଳଦିଆ ପଢିଯାଏ, ଗଛ ଝାଉଁଳି ପଡେ ଏବଂ ଶେଷରେ ମରିଯାଏ । ଏହା ଏକ କବକ ଜନିତ ରୋଗ । ଅମ୍ଳୀୟ ମାଟିରେ ଏହାର ପ୍ରାଦୁର୍ଭାବ ଅଧିକ । ଏଥିପାଇଁ ମାଟିର ଅମ୍ଳତା ଠିକ୍ ରଖନ୍ତୁ । ମାଟିର ଜଳ ନିଷ୍କାସନ ପଦ୍ଧତି ଠିକ୍ ରଖିବା ସହ ଫସଲ ପର୍ଯ୍ୟାୟ ଅବଲମ୍ବନ କରନ୍ତୁ ।

ଡାଉନିମିଲଡ୍ୟୁ:

ପତ୍ରର ତଳ ପାଖରୁ ଧଳା ରଙ୍ଗର ପାଉଡର ଭଳି ଲାଗିଥିବାର ଦେଖାଯାଏ । ଧୀରେ ଧୀରେ ପତ୍ରର ଉପରି ପାର୍ଶ୍ଵରେ ହଳଦିଆ ରଙ୍ଗର ଚିହ୍ନ ଦେଖାଯାଏ, ପରେ ବାଦାମୀ ପଢିଯାଏ । ବନ୍ଧାକୋବି ବା ଫୁଲ କୋବି ଅମଳ ଅବସ୍ଥାରେ କୋବି ଉପରେ ଗାଢ ରଙ୍ଗର ଖାଲୁଆ ଚିହ୍ନ ଦେଖାଯାଏ । ଏହା ଏକ କବକ ଜନିତ ରୋଗ । ଏଥିପାଇଁ କୌଣସି ସଲଫର ଥିବା ଫିମ୍ପିନାଶକ ବ୍ୟବହାର କରନ୍ତୁ । ସେ କ୍ଲିନ୍୩ ଗ୍ରାମ /  ଲିଟର ସ୍ପ୍ରେ କରନ୍ତୁ ।

ସଂଗୃହିତ – ତପନ କୁମାର ଗିରି, ପୁଷ୍ପ ଓ ଭୂପୃଷ୍ଠ ଉଦ୍ୟାନ ବିଭାଗ, ଓୟୁଏଟି, ଭୁବନେଶ୍ଵର,

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate