অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରାଟିଆ ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକ ପରିଚାଳନା

ଖରାଟିଆ ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକ ପରିଚାଳନା

ଭୁବନାନନ୍ଦ ଅଧିକାରୀ

ଆମ ରାଜ୍ୟ ସମଗ୍ର ଦେଶରେ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ସୁବିଦିତା ଶସ୍ୟ ଜାତୀୟ ତଥା ଉଦ୍ୟାନ କୃଷି ଜାତୀୟ ଫସଲ ଉତ୍ପାଦନ କରି ଚାଷୀ ଭାଇମାନେ ନିଜର ଜୀବିକା ପ୍ରତିପୋଷଣ କରନ୍ତି  । ରାଜ୍ୟର ପ୍ରମୁଖ ଅର୍ଥକାରୀ ଫସଲ ରୂପେ ଆଖୁ ବହୁ ସ୍ଥାନରେ ଓଡିଶାରେ ଚାଷ କରାଯାଏ  । ଫସଲରେ ଯେଉଁ କେତେକ କାରଣ ଅମଳ ହ୍ରାସ କରେ ସେଥିମଧ୍ୟରୁ ପୋକ ଆକ୍ରମଣ ଜନିତ ସମସ୍ୟା ଗୁରୁତ୍ୱପୂର୍ଣ୍ଣ  । ଆଖୁ ଫସଲରେ ସମସ୍ୟା ସୃଷ୍ଟି କରୁଥିବା ପୋକମାନଙ୍କ ମଧ୍ୟରୁ କାଣ୍ଡ ବିନ୍ଧା ପୋକ ଅନ୍ୟତମ  ।

ଜୀବନ ଚକ୍ର

ଧୂସର ରଙ୍ଗର ପୋକ ଟିର ଡେଣାରେ କଳା ବିନ୍ଦୁ ଥାଏ ଓ ପଛ ଡେଣା ଟି ଧଳା ହୋଇଥାଏ  । ସ୍ତ୍ରୀ ପୋକଟି ପତ୍ରର ତଳ ଭାଗରେ ମେଞ୍ଚା କରି ଅଣ୍ଡା ଦେଇଥାଏ ଯାହା ମଧ୍ୟରୁ ୪ରୁ୬ ଦିନ ପରେ ସୁକ ନିର୍ଗତ ହୁଏ । ସୁକ ଟି ଦେଖିବାକୁ ଇସତ ଧଳା ଓ ତା ଉପରେ ଦାଗ ଥାଏ ମୁଣ୍ଡଟି କଳା ବା ମାଟିଆ ହୋଇଥାଏ । ୨୦ରୁ ୩୦ ଦିନ ପରେ ସୁକ ଗୁଡିକ ପ୍ୟୁପାରେ ପରିଣତ ହୋଇଥାଏ  ।

କ୍ଷତି

ଫସଲ ୧ରୁ ତିନି ମାସର ହୋଇଥିଲେ ଏହି ପୋକର ପ୍ରାଦୁର୍ଭାବ ଅଧିକ ସୁକ ଗୁଡିକ କାଣ୍ଡରେ କଣା କରି ଗଛର ଭିତର ଅଂଶକୁ ଖାଇ ନଷ୍ଟ କରିଦିଅନ୍ତି  । ଏହି କଣା ସାଧାରଣତଃ ଭୂମିରୁ କିଛି ଅଂଶ ଛାଡି ହୋଇଥିବାର ଲକ୍ଷ କରାଯାଇଥାଏ  । ଏହା ଫଳରେ ଗଛଟି ସୁଖିଯାଏ ଓ ମରିଯାଏ  ।

ନିୟନ୍ତ୍ରଣ

ଅତ୍ୟଧିକ ଆକ୍ରମଣ ନଥିଲେ, ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏହା ଫସଲର କ୍ଷତି କରିବା ପରିବର୍ତ୍ତେ ଅଧିକ ପିଲ ବାହାରିବାରେ ସହାୟକ ହୁଏ  । ଜମିକୁ ଭଲଭାବରେ ହଳ କରିଥିଲେ ଭଲ  । ଏହାଦ୍ଵାରା ମାଟିରେ ଥିବା ପୋକର ବିଭିନ୍ନ ଅବସ୍ଥା ସୂର୍ଯ୍ୟ ଆଲୋକ ସଂସ୍ପର୍ଶରେ ଆସି ନଷ୍ଟ ହୋଇଯାନ୍ତି  । ନିୟମିତ କିଆରୀ ପରିଦର୍ଶନ କରନ୍ତୁ  । ଠିକ ସମୟରେ ଜଳସେଚନର ବ୍ୟବସ୍ଥା କରନ୍ତୁ  । ଅନ୍ତଃ ଫସଲ ଭାବରେ କିଆରୀ ମଝିରେ ମଝିରେ ପିଆଜ ରସୁଣ ବା ଧନିଆ ଲଗେଇ ଦିଅନ୍ତୁ ଯାହାଦ୍ଵାରା ପୋକର ପ୍ରାଦୁର୍ଭାବକୁ କମେଇଦେଇହେବ  । ସର୍ବେକ୍ଷଣ ପାଇଁ ହେକ୍ଟର ପ୍ରତି ୧୦ଟି ସଂଘ ଆକର୍ଷକ ଥୋପ ପ୍ରୟୋଗ କରନ୍ତୁ  । ମୃତ ମଞ୍ଜ ବା ପୋକର ସୁକ ଗୁଡିକୁ ସଂଗ୍ରହ କରି ନଷ୍ଟ କରିଦିଅନ୍ତୁ  । ହେକ୍ଟର ପ୍ରତି ୪ଟି ଆଲୋକ ଯନ୍ତା ବ୍ୟବହାର କରି ପୋକର ଗତି ବିଧି ଓ ବଂଶ ବୃଦ୍ଧି ଉପରେ ଦୃଷ୍ଟି ରଖନ୍ତୁ  । ଏହାର ଜୈବିକ ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି ୫୦,୦୦୦ ଡ୍ରାଇକୋଗ୍ରାମା ପରାଶ୍ରୟୀ କୀଟ ୧୦ ଦିନ ଅନ୍ତରରେ ୫-୬ ଥର ଛାଡିଲେ, ସୁଫଳ ମିଳିଥାଏ  । ପୋକର ମାତ୍ରା ଅଧିକ ହେଲେ ବା ଆର୍ଥିକ ଦେହଳି ସୀମା ଟପିଲେ ହେକ୍ଟର ପ୍ରତି ୫୦୦ ଲିଟର ପାଣିରେ ଫିପ୍ରୋନିଲ୍ ୫% ଏସସି ୨ଲିଟର ବା କ୍ଲୋରନତ୍ରାନିଲିପ୍ରୋଲ୍ ୧୮.୫% ଏସସି ୪୦୦ ମିଲି ୧୦୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ  । ବାରମ୍ବାର ଗୋଟିଏ ରାସାୟନିକ ଔଷଧ ପ୍ରୟୋଗ ନକରି ଅଦଳ ବଦଳ କରି ବ୍ୟବହାର କଲେ ସୁଫଳ ମିଳେ  । ସର୍ବଶେଷରେ ଫସଲରେ ପୋକର ନିୟନ୍ତ୍ରଣ କରିବା ପୂର୍ବରୁ କୃଷି ବିଶେଷଜ୍ଞ ବା ନିକଟସ୍ଥ କୃଷି ପରାମର୍ଶ କେନ୍ଦ୍ରରେ ଥିବା ସହକାରୀ କୃଷି ଅଧିକାରୀମାନଙ୍କ ପରାମର୍ଶ କରନ୍ତୁ  ।

ସଂଗୃହୀତ – ଅଭୟ କୁମାର ଜେନା

 

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate