অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୋଲାପରେ ରୋଗପୋକ ନିୟନ୍ତ୍ରଣ

ଗୋଲାପରେ ରୋଗପୋକ ନିୟନ୍ତ୍ରଣ

ଗୋଲାପ ଫୁଲ ଚାଷ

ଗୋଲାପ ଏକ ଚାହିଦା ଫୁଲ । ଏହା ଚାହିଦା ଭିତ୍ତିକ ଫୁଲ  । ଏହା ଚାଷ କରାଯାଏ । ଏହି ଫୁଲରେ ବିଭିନ୍ନ ପ୍ରକାର ପୋକ ହୋଇଥାଏ ।  ଯେଉଁମାନେ ବ୍ୟବସାୟିକ ଭିତ୍ତିରେ ଗୋଲାପ ଚାଷ କରିଛନ୍ତି ଅଥବା ଘରେ ମଧ୍ୟ ଗୋଲାପ ଗଛ ଲଗାଇଛନ୍ତି ସେମାନେ କିପରି ଗଛରୁ ରୋଗପୋକ ନିୟନ୍ତ୍ରଣ କରିବେ ।

ରୋଗପୋକ ନିୟନ୍ତ୍ରଣ

  • ଗୋଲାପ ଗଛରେ ସାଧାରଣତଃ କାତି, ଦହିଆ, ଅଷ୍ଟପଦୀ, ଜଉ, ଉକୁଣି ପୋକ ଲାଗିବାର ସମ୍ଭାବନା ଯଥେଷ୍ଟ ରହିଥାଏ । ଏହି ପୋକମାନେ ଗଛ ପତ୍ରର ତଳ ଭାଗରେ ଅଥବା କାଣ୍ଡମାନଙ୍କରେ ମେଞ୍ଚା ମେଞ୍ଚା ଲାଗିଥାନ୍ତି । ଏମାନଙ୍କୁ ଷୋଷକ, କୀଟ ବୋଲି କୁହାଯାଏ । ଏମାନେ ଗଛର ରସ ଶୋଷି ନଷ୍ଟ କରି ଗଛକୁ ରୁଗଣ କରିଦିଅନ୍ତି ।
  • ଯଦି ଆପଣ ଘରେ ଅଳ୍ପ କିଛି ଗୋଲାପ ଗଛ ଲଗାଇଛନ୍ତି ତେବେ ରାସାୟନିକ ଔଷଧ ପ୍ରୟୋଗ କରିବା ପରିବର୍ତ୍ତେ ଘରୋଇ ଉପାୟରେ ମଧ୍ୟ ଏହାର ଉପଚାର କରିପାରିବେ । ଗୋଲାପ ଗଛରେ ପୋକ ଲାଗିବାର ଦେଖିଲେ କିରୋସିନି ପାଣି ସିଞ୍ଚନ କରିବା ସହ ସର୍ପ ମିଶା ପାଣିରେ ତୁଳାକୁ ଭିଜାଇ ପତ୍ର ସହ କାଣ୍ଡକୁ ପୋଛନ୍ତୁ । ଦେଖିବେ ଏଥିରେ ମଧ୍ୟ ପୋକ ଦମନ ହୋଇପାରିବ । ଅପରପକ୍ଷେ ଆମର ଧାରଣ ରହିଛି ଯେ ଗଛ ମୂଳରେ ପିମ୍ପୁଡି ଲାଗିଲେ ତାହା ଗଛକୁ ନଷ୍ଟ କରନ୍ତି । କିନ୍ତୁ ତାହା ନୁହେଁ ପ୍ରକୃତ କଥା ହେଲା ସେମାନେ ଗଛ ପାଇଁ ଉପକାରୀ ହୋଇଥାନ୍ତି ।
  • ଯଦି ଆପଣ ଅଧିକ ଗୋଲାପ ଗଛ ଲଗାଇଛନ୍ତି ତେବେ ଗଛରେ କାତି ଓ ଦହିଆ ପୋକ ଦେଖାଦେଲେ ମାଲାଥିଆନ ରାସାୟନିକ ଔଷଧ ବ୍ୟବହାର କରିପାରିବେ । ଏହି ପୋକ ସାଧାରଣତଃ ପତ୍ର ତଳେ ମେଞ୍ଜା ମେଞ୍ଜା ହୋଇ ଲାଗିଥିବାର ଦେଖାଯାଏ ।
  • ଏହାର ଦମନ ପାଇଁ ମାଲାଥିଆନକୁ ୧ ଲିଟର ପାଣିରେ ୨ ମିଲି ଔଷଧ ସ୍ପ୍ରେ କରିପାରିବେ । ଅଷ୍ଟପଦୀ ପୋକ ସାଧାରଣତଃ ବୁଢିଆଣି ଭଳି ନାଲି ରଙ୍ଗର ଗଛରେ ଦେଖାଯାଇଥାଏ । ଏହାକୁ ଦମନ କରିବାକୁ ହେଲେ ପ୍ରତି ଲିଟର ପାଣିରେ ୨ ମିଲି ଉ-ମାଇଟ୍ ଔଷଧ ପ୍ରୟୋଗ କରିବାକୁ ହୋଇଥାଏ ।
  • ଉକୁଣି ପୋକ କବଳରୁ ରକ୍ଷା ପାଇବାକୁ ହେଲେ ଥାୟାମିଥୋକ୍ସିନ୍ ଔଷଧର ବ୍ୟବହାର କରିବାକୁ ହୋଇଥାଏ । ଏହା ଦାନାଦାର ଭଳି କାମ ଦେଉଥିବାରୁ ଏହାକୁ ୧୦ ଲିଟର ପାଣିରେ ୩ ଗ୍ରାମ୍ ଔଷଧ ମିଶାଇ ସିଞ୍ଚନ କରିବାକୁ ପଡିଥାଏ ।

ସଂଗୃହିତ – ଡ. ସନ୍ତୋଷ କୁମାର ପଣ୍ଡା, କୀଟତତ୍ଵ ବିଭାଗୀୟ ମୁଖ୍ୟ, ଓୟୁଏଟି

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate