ବର୍ତ୍ତମାନ ଆମ ରାଜ୍ୟ ତଥା ଦେଶରେ ଦର ବୃଦ୍ଧିକୁ ନେଇ ଟମାଟୋ, ଭାରି ଚର୍ଚ୍ଚାରେ । ତେଣୁ ଟମାଟୋ ଅମଳ ହ୍ରାସ ପାଇବା ପଛରେ ପ୍ରମୁଖ କାରକଗୁଡିକ ମଧ୍ୟରୁ କୀଟଜନିତ ସମସ୍ୟା ଏକ ପ୍ରମୁଖ ସମସ୍ୟା । ଅନିଷ୍ଟକାରୀ କୀଟ ଓ ଏହାର ସମନ୍ୱିତ ପରିଚାଳନା ସମ୍ପର୍କରେ ଏଠାରେ ଆଲୋକପାତ କରାଯାଉଛି।
ଅନୁକୂଳ ଜଳବାୟୁ, ଉର୍ବର ମୃତ୍ତିକା ତଥା ଆଧୁନିକ କୃଷିପଦ୍ଧତିର ଉପଯୋଗିତା ଫଳରେ ଆମ ଦେଶ ପନିପରିବା ଉତ୍ପାଦନରେ ବିଶ୍ଵସ୍ତରରେ ଏକ ଅଗ୍ରଣୀ ଦେଶ ଭାବେ ପରିଗଣିତ ହେଉଛି । ଉତ୍ପାଦିତ ବିଭିନ୍ନ ପନିପରିବା ମଧ୍ୟରେ ଟମାଟୋର ଚାହିଦା ସ୍ଵତନ୍ତ୍ର । ବର୍ତ୍ତମାନ ଆମ ରାଜ୍ୟ ତଥା ଦେଶରେ ଦର ବୃଦ୍ଧିକୁ ନେଇ ଟମାଟୋ, ଭାରି ଚର୍ଚ୍ଚାରେ । ତେଣୁ ଟମାଟୋ ଅମଳ ହ୍ରାସ ପାଇବା ପଛରେ ପ୍ରମୁଖ କାରକଗୁଡିକ ମଧ୍ୟରୁ କୀଟଜନିତ ସମସ୍ୟା ଏକ ପ୍ରମୁଖ ସମସ୍ୟା । ଅନିଷ୍ଟକାରୀ କୀଟ ଓ ଏହାର ସମନ୍ୱିତ ପରିଚାଳନା ସମ୍ପର୍କରେ ଏଠାରେ ଆଲୋକପାତ କରାଯାଉଛି ।
ପୂର୍ଣ୍ଣାଙ୍ଗ କୀଟଟି ପ୍ରଜାପତି ଭଳି ଓ ଆଗ ଡେଣାର ମଧ୍ୟ ଭାଗରେ ଦୁଇଟି ଗୋଲାକାର ଦାଗ ରହିଥାଏ । ସ୍ତ୍ରୀ କୀଟଟି ପତ୍ର ଉପରେ ବା ସବୁଠାରୁ ଉପରେ ଥିବା ଫୁଲର ତଳେ ଧଳା, ଗୋଲାକର ଅଣ୍ଡା ଦିଏ ଯାହା ମଧ୍ୟରୁ ୩-୪ ଦିନ ମଧ୍ୟରେ ଶୁକ ନିର୍ଗତ ହୁଏ ଓ କାଳକ୍ରମେ ଏହି ଶୁକ୍ଳ ପତ୍ରକୁ ଖାଇବା ସହ ସବୁଜ ଅବସ୍ଥାରେ ଥିବା ଫଳକୁ ମଧ୍ୟ ଆକ୍ରମଣ କରେ । ଏଥିଯୋଗୁ ଫଳ କଣା ହୋଇଯାଏ ।
ଧାତବ ରଙ୍ଗର ଏହି ପୂର୍ଣ୍ଣାଙ୍ଗ କୀଟଟି ପତ୍ରର ବାହ୍ୟ ପରିସୀମାରେ ବା ଧାରରେ ଅଣ୍ଡା ଦେଇଥାଏ । ଯାହା ମଧ୍ୟରୁ ୨-୩ ଦିନ ମଧ୍ୟରେ ମାଗଟ୍ ବାହାରି ଥାଏ ଓ ପତ୍ରର ଉପରିଭାଗରେ ପୃଷ୍ଠରେ ସୁଡଙ୍ଗ କରିବା ଆରମ୍ଭ କରେ । ସୁଡଙ୍ଗ କରି ପତ୍ରର ସବୁଜ କଣିକାକୁ ଖାଇଥାଏ । ଏହାର କୋଷା ଅବସ୍ଥା ମାଟିରେ ସମ୍ପୂର୍ଣ୍ଣ ହୋଇଥାଏ । ପତ୍ର ପୃଷ୍ଠରେ ସର୍ପିଳ ସୁଡଙ୍ଗ ଦେଖାଯାଏ ଓ ଏହା କୀଟର ଗତିକୁ ସୁଚେଇଥାଏ ।
ଟମାଟୋ ଗଛଜୋର ପତ୍ରମୋଡା ରୋଗ ସୃଷ୍ଟିକାରୀ ଭୂତାଣୁର ପ୍ରମୁଖ ବାହକ ଭାବେ ଧଳାମାଛି ବିଶେଷ କ୍ଷତି ପହଞ୍ଚାଇଥାଏ । ଏହା ବ୍ୟତୀତ ଧଳାମାଛି ଏକ ଶୋଷକ କୀଟ । ଏହାର ଶୁକ୍ଳ ବା ପୂର୍ଣ୍ଣାଙ୍ଗ ଅବସ୍ଥା ଗଛକୁ କଣାକରି ରସ ଶୋଷି ଖାଇବା ସହ ମଧୁ କଣିକା କ୍ଷରଣ କରେ ଯାହାଫଳରେ କଳା ଫିମ୍ପି ଆକ୍ରମଣ ମଧ୍ୟ କରିଥାଏ ।
ଏହି କୀଟର ପୂର୍ଣ୍ଣାଙ୍ଗ ସ୍ତ୍ରୀ କୀଟଟି ଅଣ୍ଡାଗୁଡିକ ମେଞ୍ଚା ମେଞ୍ଚା କରି ପତ୍ରରେ ଦେଇଥାଏ । ଅଣ୍ଡାରୁ ଶୁକ ଗୁଡିକ ନିର୍ଗତ ହୋଇ ସମୂହ ଭାବେ ଗଛର ପତ୍ରକୁ ଖାଇଥାଆନ୍ତି । ଦିନରେ ଏମାନେ ମାଟି ତଳେ ବା ପତ୍ର ତଳେ ଲୁଚି ରହିଯାଆନ୍ତି ।
ଆଠଟି ଗୋଡ ଥିବା ଏହା ଏକ ପ୍ରମୁଖ ଅଣୁ କୀଟ ଶତ୍ରୁ ଯାହାକୁ ଅନେକେ କୀଟ ଭାବଥାଆନ୍ତି । ଏହାର ଉଭୟ ଅର୍ଭକ ଓ ପୂର୍ଣ୍ଣାଙ୍ଗ ଅବସ୍ଥା ପୁରୁଣା ପତ୍ରର ତଳଭାଗରୁ ରସ ଶୋଷି ଖାଇଥାଏ । ଆକ୍ରମଣର ମାତ୍ରା ଅଧିକ ହେଲେ ଗଛର ଅନ୍ୟାନ୍ୟ ଭାଗକୁ ମଧ୍ୟ ଆକ୍ରମଣ କରିଥାଏ । ଫଳରେ ଅଷ୍ଟପଦୀ ଆକ୍ରମଣ ଯୋଗୁ ଧଳା ଦାଗ ଦେଖାଯାଏ, ଗଛ ଶୁଖୁଯାଏ, ଝଡିଯାଏ, ବୁଢ଼ିଆଣି ଜାଲ ପରି ଜାଲକ ମଧ୍ୟ ଦେଖାଯାଏ । ଆକ୍ରମିତ ଫଳର ଆକାର ଛୋଟ ହୋଇଥାଏ ।
ଏହି ଶତ୍ରୁର ଆକ୍ରମଣ ଫଳରେ ଟମାଟୋ ଫସଲ ଜୋର ଆପାତତଃ ୩୧ ପ୍ରତିଶତ ଅମଳ ହ୍ରାସ ହୁଏ । ଏହାର ଆକ୍ରମଣ ଯୋଗୁ ଗଛର ଚେରରେ ଗ୍ରନ୍ଥି ବା ଗଲ୍ ସୃଷ୍ଟି ହୁଏ । ଫଳରେ ଗଛର ବୃଦ୍ଧି ବାଧା ପ୍ରାପ୍ତ ହୁଏ । ପତ୍ର ହଳଦିଆ ପଢିଯାଏ, ଉଚ୍ଚତା କମିଯାଏ । ରୁଗଣ ଗଛଟି ମରିଯାଏ ଓ ଅମଳ ହ୍ରାସ ପାଏ ।
ଚାରା ଅବସ୍ଥା
'ଟମାଟୋ ଚାରା ପ୍ରସ୍ତୁତିର ୧୫ ଦିନ ପୂର୍ବରୁ ଗେଣ୍ଡୁ ଚାରା ଓ ନସିରୀ ପ୍ରସ୍ତୁତ କରନ୍ତୁ ।
ମୁଖ୍ୟ ଫସଲ
ସହଣୀ ଶକ୍ତି ଅବା କିସମ (ଫଳବିନ୍ଧା ପୋକ ଲାଗି ଅବିନାଶ - ୨, ପତ୍ରମୋଡା ରୋଗପାଇଁ ପର୍ବାଣି, ସୁତ୍ର କୃମୀ ସକାଶେ ହିସାର ଅନ୍ମୋଲ, ପୁଷା ହାଇବ୍ରିଡ୍) ଚାଷ କରନ୍ତୁ ।
ସଂଗୃହିତ - ଭୁବନାନନ୍ଦ ଅଧିକାରୀ, କୀଟତନ୍ତ୍ର ବିଭାଗ, ଓୟୁଏଟି, ଭୁବନେଶ୍ଵର
Last Modified : 12/10/2019