অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପନିପରିବା ସଂରକ୍ଷଣ ବିଜ୍ଞାନ(ପ୍ରଥମ ପରିଚ୍ଛେଦ)

ଫଳ ଓ ପନିପରିବା ସଂରକ୍ଷଣ ଇତିହାସ ଆବଶ୍ୟକତା , କ୍ଷେତ୍ର ଓ ସୁବିଧା

ପୃଥିବୀର ଜନସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି   । ଖାଦ୍ୟପଦାର୍ଥର ଅଭାବ ଦେଖାଦେଲେ ମଧ୍ୟ କିଛି ଖାଦ୍ୟପଦାର୍ଥ ନଷ୍ଟ ହେଉଛି   । ଯାହା ଫଳରେ ନିୟମିତଭାବେ ସନ୍ତୁଳିତ ଖାଦ୍ୟ ପ୍ରତ୍ୟେକଙ୍କୁ ମିଳିବା ସମ୍ଭବପର ହେଉନାହିଁ   ।  ସ୍ୱାସ୍ଥ୍ୟରକ୍ଷାକାରୀ ଖାଦ୍ୟ ପଦାର୍ଥ ଯଥା – ଫଳ,  ପନିପରିବା , ମସଲା ଦ୍ରବ୍ୟ ଆଦିର ସୁପରିଚାଳନା କରାନଯିବା ଦ୍ଵାରା ଏହି ପ୍ରକାରର ବହୁ ପରିମାଣର ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଥାଏ   । ବଳକା ଫଳ ପନିପରିବାଗୁଡିକ ଶୀଘ୍ର ବ୍ୟବହାର କରିବା ସମ୍ଭବ ହେଉନଥିବା ହେତୁ ସଂରକ୍ଷଣ କରିବା ଦରକାର ହୋଇଥାଏ   । ତେଣୁ ତଟକାବସ୍ତାରେ ବ୍ୟବହାର କରିବା ସଙ୍ଗେ ସଙ୍ଗେ ସେଗୁଡିକ ସଂରକ୍ଷିତ କରି ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯାଇପାରେ   ।

ଆଧୁନିକ ବୈଜ୍ଞାନିକ ପ୍ରଣାଳୀର ଉପଯୋଗୀ କରି ବିକାଶଶୀଳ ଦେଶଗୁଡିକ ନିଜ ଦେଶରେ ଉତ୍ପନ୍ନ ହେଉଥିବା ବିଭିନ୍ନ ପ୍ରକାରର ଖାଦ୍ୟପଦାର୍ଥ ଗୁଡିକୁ ବିଭିନ୍ନ ପ୍ରଣାଳୀରେ ସଂରକ୍ଷଣ କରିଥାନ୍ତି  ଓ ସେଗୁଡିକୁ ବହୁଦିନ ଯାଏଁ ଅକ୍ଷତ ଅବସ୍ଥାରେ ବ୍ୟବହାର କରାଯାଇଥାଏ   । ଭାରତରେ ବିଶେଷ କରି ଫଳ ଓ ପନିପରିବାଗୁଡିକୁ ଗୃହସଂରକ୍ଷଣ ଭିତ୍ତିରେ ଆଚାର , ମୋରବବା , ଖରାରେ ଶୁଖାଇ ସଂରକ୍ଷିତ କରିବା ପ୍ରଥା ବହୁ ପୂର୍ବରୁ ଚାଲିଆସିଛି   ।  ଲୁଣ, ଗୁଡ , ମସଲା ମ ତେଲ , ହଳଦୀ , ମହୁ , ଇତ୍ୟାଦି ବ୍ୟବହାର କରି ସେଗୁଡିକୁ ବହୁଦିନ ଧରି ସଂରକ୍ଷଣ କରି ବ୍ୟବହାର କରାଯାଉଛି   ।  କିନ୍ତୁ ବ୍ୟବଶାୟିକ ଭିତ୍ତିରେ ସଂରକ୍ଷଣ ହେଉନଥିବାରୁ ଫଳ ଓ ପନିପରିବାଗୁଡିକ ଅଳ୍ପ ଦିନରେ ନଷ୍ଟ ହୋଇଯାଉଛି   ।  ବିଜ୍ଞାନର ଅଗ୍ରଗତି ଫଳରେ ନାନା ଉପାୟରେ ଓ ବିଭିନ୍ନ ରୁଚି ସମ୍ପର୍ଣ୍ଣ ଖାଦ୍ୟ ପଦାର୍ଥ ସଂରକ୍ଷଣ କରିବା ସମ୍ଭବପର ହୋଇପାରିଛି   ।  ସଂରକ୍ଷିତ ଖାଦ୍ୟଗୁଡିକୁ ବର୍ଷସାରା ବ୍ୟବହାର କରାଯିବା ସଙ୍ଗେ ସଙ୍ଗେ ବ୍ୟବସାୟ ସୂତ୍ରରେ ଅନ୍ୟ ଦେଶରେ ବିକ୍ରି କରି ଦେଶପାଇଁ ଅର୍ଥ ଉପାର୍ଜନ କରାଯାଇ ପାରୁଛି   ।  ଏହାଛଡା ସଂରକ୍ଷିତ ଖାଦ୍ୟ ପଦାର୍ଥଗୁଡିକ ପ୍ରକୃତିକ ବିପର୍ଯ୍ୟୟ ଘଟୁଥିବା ଆଞ୍ଚଲରେ ବ୍ୟବହାର କରିବା ଲାଗି ସୁବିଧା ହୋଇଥାଏ   ।  ପୁଣି ଯେଉଁ ଆଞ୍ଚଲରେ ବିଭିନ୍ନ ଫଳ ଓ ପନିପରିବା ଯୋଗାଇବା ଦ୍ଵାରା ଲାଭଦାଯକ ହୋଇଥାଏ   ।  ସଂରକ୍ଷିତ ଅବସ୍ଥାରେ ତଟକା ଫଳ ଓ ପନିପରିବା ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ରକ୍ଷାର ଉତ୍ତମ ସୁଯୋଗ ମିଳି   ।  ଫଳ ଓ ପନିପରିବା ସଂରକ୍ଷଣ କରିବା ସ୍ୱାସ୍ଥ୍ୟ ରକ୍ଷାର ଉତ୍ତମ ସୁଯୋଗମିଳେ   ।  ଦେଶରେ ଫଳ ଓ ପନିପରିବା ଚାଷ ବାଡାଇବା ସଙ୍ଗେ  ସଂରକ୍ଷଣ ଶିଳ୍ପ ସୁବିଧାରେ ବଢାଯାଇପାରିବ   ।

ଆମ ଦେଶରେ ଫଳ ଓ ପନିପରିବା ସଂରକ୍ଷଣ ଶିଳ୍ପ ବିକାଶ ଲାହ କରିଥିବା ଅନ୍ୟ ଦେଶର ଶିଳ୍ପ ତୁଳନାରେ ପଛରେ ପଡିଛି   ।  ବହୁ ବିକାଶଶୀଳ ଦେଶରେ ଏଗୁଡିକର ଚାଷ ତଥା ସଂରକ୍ଷଣ ଶିଳ୍ପରେ ବୃଦ୍ଧି ଘାତିଳେ ସେ ଦେଶଗୁଡିକର ଆର୍ଥିକ ଉନ୍ନତି ତଥା ସୁସ୍ଥସବଳ ଜାତି ଗଠନ କରିବା ସହଜ ହେବା ସ୍ଵାଭାବିକ   ।  ଭାରତ ତଥା ଓଡିଶା ରାଜ୍ୟରେ ଫଳ ଓ ପନିପରିବା ଅମଳ କରିବା ଲାଗି ଯଥେଷ୍ଟ ସୁଯୋଗ ରହିଥିବା ଦ୍ରୁଷ୍ଟିରୁ ଓ ଅମଳ କରାଯାଉଥିବା ଖାଦ୍ୟପଦାର୍ଥ ଗୁଡିକୁ ନଷ୍ଟ ନକରି ବ୍ୟବହାର ଆବଶ୍ୟକତା ଥିବା ଦ୍ରୁଷ୍ଟିରୁ , ଫଳ ଓ ପନିପରିବା ଗୁଡିକୁ ବିଭିନ୍ନ ଉପାୟରେ ସଂରକ୍ଷିତ କରିବାର ଆବଶ୍ୟକତା ରହିଛି    । ଫଳ ଓ ପନିପରିବା ଚାଷ , ସଂରକ୍ଷଣ ପ୍ରୟୋଗ ବିଜ୍ଞାନ ଜନିତ ଗବେଷଣା ଓ ସଂରକ୍ଷଣ ଶିଳ୍ପ ପ୍ରତିଷ୍ଠାନ ସହିତ ଏହାର ଉପଯୁକ୍ତ ପରିଚାଳନା କରାଗଲେ , ଦେଶ ବା ରାଜ୍ୟର ପ୍ରଭୂତ ଉପକାର ହୋଇପାରିବ   । ଗୃହଭିତ୍ତିକ , କୁଟୀରଶିଳ୍ପ ଭିତ୍ତିକ ତଥା ବୃହତ ଶିଳ୍ପ ଭିତ୍ତିକ ପରିଯୋଜନା କରାଗଲେ ସମାଜର ବିଭିନ୍ନ ସ୍ତରଏ ଥିବା ଲୋକମାନେ ଲାଭବାନ ହେବା ସମ୍ଭବ ହେବ   ।  ଭାରତରେ ଅଳ୍ପ କେତେକ ଆଞ୍ଚଲରେ ଫଳ ଓ ପନିପରିବା ସଂରକ୍ଷଣ ଶିଳ୍ପ ସ୍ଥାପନା କରାଯାଇଛି   । ଏହା ଅବଶ୍ୟ ଆବଶ୍ୟକତା ଦ୍ରୁଷ୍ଟିରୁ ବହୁତ କମ  । ମହୀଶୂରରେ ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ ସେଣ୍ଟ୍ରାଲ ଫୁଡ ଟେକେନୋଲଜି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ  ।  ଗବେଷଣା କେନ୍ଦ୍ର ଖାଦ୍ୟ ସଂରକ୍ଷଣ ଡ଼ିଆଇଜିରେ ବହୁ ସହାୟକ ହୋଇଛି   ।  ସପ୍ତମ ଯୋଜନା ରେ “ ଫୁଡ ପ୍ରୋସେସିଙ୍ଗ ମିନିଷ୍ଟ୍ରି   “ ଖୋଲିବା ଦ୍ଵାରା ଭାରତରେ ଖାଦ୍ୟ  ସଂରକ୍ଷଣ ଶିଳ୍ପର ଉତ୍ତମ ବିକାଶ ଘଟିବା ସମ୍ଭବପର ହୋଇଛି   ।  ଓଡିଶାରେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଚାଷ କରିବା ଲାଗି ସୁଯୋଗ ରହିଛି   । ଓଡିଶା ରାଜ୍ୟ  ହିମମଣ୍ଡଲ ର ବହୁ ଦୂରରେ ଅବାସ୍ଥିତ   ।  ଓଡିଶାର ପାହାଡିଆ ଆଞ୍ଚଲଗୁଡିକ ନାତିଶୀତୋଷ୍ଣ ମଣ୍ଡଲର ଅନ୍ତର୍ଭୂଯକ୍ତ କରାଯାଇ ନପାରେ   , କିନ୍ତୁ ଏହା ଗ୍ରୀଷ୍ମମଣ୍ଡଲ ଥିବାରୁ ଏହାକୁ ଅନ୍ତର୍ଭୁକ୍ତ କଲେ ଠିକ ହେବ    ।  ଏହି ଦ୍ରୁଷ୍ଟିରୁ ଓଡିଶାର ଜଳବାୟୁ ତଥା ଟପୋଗ୍ରାଫି କଥା ବିଚାର କଲେ ଏହା ଚାରିଗୋଟି ଆଞ୍ଚଲରେ ବିଭକ୍ତ କରାଯାଇପାରେ ଓ ପ୍ରତ୍ୟେକ ଆଞ୍ଚଲରେ ବିଶେଷ ଭାବେ କେଉଁ  କେଉଁ ଫଳ ପନିପରିବା ଓ ମସଲା ଜାତୀୟ ଫସଲ ଚାଷ ବ୍ୟବଶାୟିକ ଦୃଷ୍ଟିରୁ ଉତ୍ତମ ହେବ ତାହା ଜାଣିବା ଉଛି   (ଟେବୁଲ 1 ଦ୍ରଷ୍ଟବ୍ୟ )   ।

ଅଞ୍ଚଳ

ଜିଲ୍ଲା

କେଉଁ ଫସଲ ଚାଷ କରାଯିବ

ଉତ୍ତର ମାଳ ଅଞ୍ଚଳ ୬୦୦ ରୁ ୯୦୦ ମି ସମୁଦ୍ର ପତ୍ତନଠାରୁ ଉଚ୍ଚ

(ରାଜ୍ୟର ୨୩%ଅଂଶ )

ମୟୂରଭଞ୍ଜ, କେନ୍ଦୁଝର, ସୁଦଣ୍ଡରଗଡ,  ପାଲହୁଡା ସବଡିଭିଜନ   , ତାଳଚେରର କିଛି ଅଂଶ   ,  ଢେଙ୍କାନାଳ  , ଉତ୍ତର ପଶ୍ଚିମ ଯାଜପୁର ,  ଦେବଗଡ , ନୀଳଗିରି , କୁଛିଣ୍ଡା ,  ଉତ୍ତର ରେଢାଖୋଲ

ଲିଚୁ,  ସାନ୍ତରା ,ଆମ୍ବ ଓ ଅନ୍ୟାନ୍ୟ ଫଳ , ମୂଳଜାତୀୟ ପାରିବା ଗୟାଆଳୁ ,  ଅଦା , ଧାନୀଆଁ,ଲଙ୍କା ,  ମେଥି ଇତ୍ୟାଦି ମସଲା    ।

 

ମଧ୍ୟ  ସମତଳ ଅଞ୍ଚଳ ୩୦୦ ରୁ ୯୦୦ ମି ସମୁଦ୍ର ପତ୍ତନ ଠାରୁ ଉଚ୍ଚ

ବଲାଙ୍ଗୀରି , ଦକ୍ଷିଣ ଢେଙ୍କାନାଳ ଉତ୍ତର ବୌଦ୍ଧ ସବଡିଭିଜନ ଫୁଲବାଣୀ ,  ପଦ୍ମପୁର ,  ସମ୍ବଲପୁର(ସଦର) ଦକ୍ଷିଣ ରେଢାଖୋଲ

ଆମ୍ବ , ପିଜୁଳି , ବେଲ, ଲିଚୁ , କମଳା, ଲେମ୍ବୁ,  କଦଳୀ , ସାନ୍ତରା , ପଣସ , ସମସ୍ତ ପ୍ରକାରର ପନିପରିବା, ଆଳୁ,  ମିଠା ମକା , ଛତୁ ,  ସପୁରି , ଡାଳିମ୍ବ  ।

ପୂର୍ବଘାଟ ପାହାଡିଆ ଅଞ୍ଚଳ ୩୦୦ ରୁ ୬୦୦ ମି ସମୁଦ୍ର ପତ୍ତନ ଠାରୁ ଉଚ୍ଚ

ଫୁଲବାଣୀ (ଉତ୍ତର ଅଞ୍ଚଳ ଛଡା ଓ ଗଞ୍ଜାମ ଉତ୍ତର ପଶ୍ଚିମ ଅଞ୍ଚଳ ଛଡା),  ବୌଦ୍ଧ (ସ.ଡି ) କୋରାପୁଟ

ସାରୁ , ପଣସ,  ଡାଳିମ୍ବ ,  କଦଳୀ ,  କଫି ,  ବିଭିନ୍ନ ପ୍ରକାରର ପନିପରିବା ,ହଳଦୀ ,  ଅଦା , ପାଳୁଅ ତେଜପତ୍ର ଇତ୍ୟାଦି

ଉପକୂଳ ସମତଳ ଅଞ୍ଚଳ

ବାଲେଶ୍ଵର , କଟକ , ପୁରୀ , ପୂର୍ବ ଗଞ୍ଜାମ ଅଞ୍ଚଳ

ନଡିଆ , କାଜୁବାଦାମ , ଆମ୍ବ , ସପେଟା , ଲିଚୁ , ପଣସ , ବରକୋଳି , ଦାଲଦି ଅମୃତଭଣ୍ଡା , ସପୁରି ସମସ୍ତ ପ୍ରକାରର ପନିପରିବା , ମିଠା , ମକା , ଛତୁ , ଧନିଆ , ସୋରିଷ ସୋୟାବିନ   ।

 

ଉପରୋକଟ ସାରଣୀରୁ ଜଣାହେବ  ଯେ ଓଡିଶାରେ ନାନା ପ୍ରକାରର ଫଳ, ପନିପରିବା , ମସଲା ଜାତୀୟ ଫସଲ ଚାଷ କରାଯାଇପାରିବ   , କାରଣ ପ୍ରତ୍ୟେକ ଅଞ୍ଚଳର ଜଳବାୟୁ ଟୋପୋଗ୍ରାଫି (ଉଚ୍ଚତା ) ଓ ବିଭିନ୍ନ ନଦନଦୀ ବିଚାରକୁ ନେଇ ଭୂତଳ ଜଳର ସଦୁପଯୋଗ ଦ୍ଵାରା ଫସଲ ଅମଳ ବଢାଗଲେ ଖାଦ୍ୟ ସଂରକ୍ଷଣ ଶିଳ୍ପ ସୁବିଧାରେ ଗଢିଉଠିବ   ।

ଫଳ ଓ ପନିପରିବା ସଂରକ୍ଷଣ ଆବଶ୍ୟକତା , କ୍ଷେତ୍ର ଓ ସୁବିଧା

ଫଳ ଓ ପନିପରିବା ସହଜରେ ଓ କମ ସମୟ ଭୀତରେ ନଷ୍ଟ ହୋଇଯାଏ    । କାରଣ ଏଥିରେ ଅତ୍ୟଧିକ ମାତ୍ରାରେ ଜଳୀୟଅଂଶ ରହିଥାଏ   ।  ଧାନ , ମୁଗ,  ବିରି , ଗହମ, ତୈଳବୀଜ ଆଦିରେ ଶତକଡା ୨୦ ଭାଗ ଜଳ ରହୁଥିବା ସ୍ଥଳେ ତଟକା ଫଳ ଓ ପନିପରିବା ଗୁଡିକରେ ଶତକଡା ୫୮ ରୁ ୯୫ ଭାଗ ଜଳୀୟଅଂଶ ରହିଥାଏ   । ପରୀକ୍ଷାରୁ ଜନାଜାଏ ଯେ ଫଳ ଓ ପନିପରିବା ଗୁଡିକର ସଂରକ୍ଷିତ ସମୟ ପରିପାର୍ଶ୍ଵକ ଉପରେ ପ୍ରଧାନତଃ ନିର୍ଭର କରେ  । ଉଦାହରଣ ସ୍ୱରୂପ , କୌଣସି ପରିବେଶର ଉତ୍ତାପ ୨୧ ଡିଗ୍ରୀ ହେଲେ  ସାଧାରଣ ଭାବେ ତଟକା ଫଳ ଗୁଡିକ ୧ ରୁ ୭ ଦିନ ଯାଏ ରଖାଯାଇପାରେ , ଶୁଖିଲା ଫଳ ୩୦୦ ରୁ ୩୬୦ ଦିନ ଯାଏ ରହିପାରେ   ।  ପନିପରିବା ମୁଖ୍ୟତଃ ତଟକା ଅବସ୍ଥାରେ ଦୈନନ୍ଦିନ ବ୍ୟବହୃତ ହୋଇଥାଏ   ।  ଏହା ଅମଳ ହେବା ପରେ ପରେ କମ ସମୟ ଭିତରେ ବ୍ୟବହାର ନ କଲେ ଏଗୁଡିକ ପଚି ସଢି ନଷ୍ଟ ହୋଇଯାଏ  ।  ବ୍ୟବସାୟ ଦୃଷ୍ଟିରୁ ଏହା ଖ୍ଯାତିକାରକ ଅଟେ   ।  ତେଣୁ ଫଳ ଓ ପନିପରିବା ଗୁଡିକର ଏହି ପ୍ରକାରର କ୍ଷତି ଦୂର କରିବା ଲାଗି ସଂରକ୍ଷଣ ପଦ୍ଧତି ଅବଲମ୍ବନ କରାଯାଇଥାଏ  ।  ସଂରକ୍ଷଣ କରିବାକୁ ହେଲେ ବିଶେଷକରି ବ୍ୟବଶାୟିକ ଭିତ୍ତିରେ ଫଳ ଓ ପନିପରିବା ସଂରକ୍ଷଣ ଲାଗି (୧)କଞ୍ଚାମାଲ ପ୍ରାପ୍ତ (୨) , ଶ୍ରମ (୩) ଧନ (୪) ବଜାର (୫) ପ୍ରଚାର କାର୍ଯ୍ୟ (୬) , ଯାତାୟାତ ତଥା ପରିବହନର ସୁବ୍ୟବସ୍ଥା (୭) ସଂରକ୍ଷଣ କରିବା ଯନ୍ତ୍ରପାଟି , ସଂରକ୍ଷଣ କରିବା ଆଧାର ଯଥା ଟିଣ ଡବା, କାଚବୋତଲ,  ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ପେକିଙ୍ଗ ଜିନିଷଗୁଡିକର ଉଚିତ ମୂଲ୍ୟରେ ପ୍ରାପ୍ତି , ବିଜୁଳି ଶକ୍ତି ଓ ଅନ୍ୟାନ୍ୟ ରନ୍ଧନ ଲାଗି ଦରକାର ହେଉଥିବା ଶକ୍ତି ଯଥା କିରୋସିନୀ , ସୂର୍ଯ୍ୟାଲୋକ ଶକ୍ତି ଇତ୍ୟାଦିର ବ୍ୟବସ୍ଥା ଓ ଉତ୍ତମ ଜଳର ବ୍ୟବସ୍ଥା ଆବଶ୍ୟକ   ।  କାରଣ ଏହି ବ୍ୟବସାୟର ଲାଭ ଓ କ୍ଷତି ଏହି କେତୋଟି ମୁଖ୍ୟ ବିଷୟ ଉପରେ ନିର୍ଭର କରିଥାଏ   ।

ଶସ୍ୟ ଫସଲ ତୁଳନାରେ ଫଳ ଓ ପନିପରିବା ଗୁଡିକ କମ ସମୟରେ ନଷ୍ଟ ହୋଇଥାଏ   । ପାଇକାରୀ ଦୋକାନ ଓ ଗୃହରେ ଖୋଲା ପରିବେଶରେ ରହି ଶତକଡା ୨୦ ରୁ ୪୦ ଭାଗ ଫଳ ଓ ପନିପରିବା ନଷ୍ଟ ହୋଇଥାଏ   ।  ଦଲାଲମାନଙ୍କ କାରସାଦି ଯୋଗୁଁ ଅମଳ କରୁଥିବା ଚାଷୀ ଅତି କମ ଦରରେ ଫଳ ଓ ପାରିବାଗୁଡିକ ବିକ୍ରି କରିବାକୁ ବାଧ୍ୟ ହେବ ସଙ୍ଗେ ସଙ୍ଗେ ବଜାରରେ ଅତ୍ୟଧିକ ଦରରେ କିଣି ଖାଉଟି କ୍ଷତିରେ ପଡେ କିମ୍ବା ଉଚିତ ପରିମାଣର ଫଳ ଓ ପନିପରିବା ଖାଇବାକୁ ପାଏନାହିଁ   ।  ତେଣୁ ଲାଭ ଦୃଷ୍ଟିରୁ ଫଳ ଓ ପନିପରିବା ଚାଷ ଆଗେଇ ପାରେନାହିଁ   ।    ଏହାହଡା  ଏହିପ୍ରକାରର ସ୍ୱାସ୍ଥ୍ୟରକ୍ଷାକାରୀ ଖାଦ୍ୟ ପଦାର୍ଥଗୁଡିକ ପାଇଁ ଶୀତଳ ଭଣ୍ଡାରର ବ୍ୟବସ୍ଥା ଆମ ରାଜ୍ୟରେ ନିଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ   । ପୁଣି ଫଳ ଓ ପନିପରିବା ଗୁଡିକ ସୁଖିବା , ସଢିବାରୁ ରକ୍ଷା କରିବା ଲାଗି ମଧ୍ୟ ସଂରକ୍ଷଣ ଶିଳ୍ପର ଘୋର ଅଭାବ ରହିଛି   ।  ପ୍ରଥମ ଓ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା କାଳରେ ଓଡିଶାରେ କେବଳ ଦୁଇଟି ଶୀତଳ ଭଣ୍ଡାରରେ ଆଳୁ ବିହନ ସଂରକ୍ଷିତ କରିବାର ସୁବିଧା ହୋଇଥିଲା କିନ୍ତୁ ସଂରକ୍ଷଣ ମୂଲ୍ୟ ଅଧିକ ହେବାଦ୍ଵାରା ଆସୁବିଧା ଦେଖାଦେଲା ।  ଫଳ ଓ ପନିପରିବା ଗୁଡିକୁ ସଂରକ୍ଷଣ କରିବା ଌ ଶୀତଳ ଭଣ୍ଡାରର ସୁବିଧା ନଥିଲା  ।  ତୃତୀୟ ଓ ଚତୁର୍ଥ ପଞ୍ଚବାର୍ଷିକ ଯୋଜନା କାଳରେ ଆଉ କେତେକ ଶୀତଳ ଭଣ୍ଡାର ସ୍ଥାପିତ ହୋଇଥିଲା   ।  ଫଳରେ ଆଳୁଗୁଡିକ ସାଇତିବା ଲାଗି କିଛି ପରିମାଣରେ ସୁବିଧା ହୋଇପାରିଥିଲା   । ସମତମ ପଞ୍ଚବାର୍ଷିକ ଯୋଜନା ଶେଷ ବେଲକୁ ଓଡିଶାରେ ଛୋଟ ବଡ ହୋଇ ୨୫ ଟି ଶୀତଳ ଭଣ୍ଡାର ପ୍ରତିଷ୍ଠିତ ହୋଇ ଆଳୁ ଓ କିଛି ଫଳ ଓ ପରିବା ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥାରେ ସାଇତିବା ଲାଗି କିଛି ସୁବିଧା ହେଲା   ।  ତଟକା ଫଳ ଓ ପନିପରିବା ବ୍ୟବହାର କରିବା ଲାଗି ଶୀତଳ ଭଣ୍ଡାରର ଆବଶ୍ୟକତା ରହିଥିଲେ ମଧ୍ୟ ଫଳ ଓ ପନିପରିବା ଗୁଡିକୁ ଯାନ୍ତ୍ରିକ ଓ ରାସାୟନିକ ସଂରକ୍ଷଣ କୃ , ବହୁ ସମୟ ଯାଏଁ ସେଗୁଡିକ ସାଇତିରଖି ବ୍ୟବହାର କରାଯାଇଥାଏ  । ଶୀତଳ ଭଣ୍ଡାରେ ଫଳ ଓ ପନିପରିବା ଗୁଡିକ ପ୍ରତ୍ୟେକର ନିର୍ଦ୍ଧିଷ୍ଟ ସମୟରୁ ଆକ ସମୟ ରଖିବା ସମ୍ଭବ ହୋଇନଥାଏ   ।  କିନ୍ତୁ ଅନ୍ୟାନ୍ୟ ପ୍ରଣାଳୀରେ ସେଗୁଡିକକୁ  ବର୍ଷ ବର୍ଷ ଧରି ସୁରକ୍ଷିତ କରିବା ସମ୍ଭବ   ।

ଓଡିଶା ରାଜ୍ୟର ଲୋକସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ଫଳ ଓ ପନିପରିବା ବହୁତ କମ ପରିମାଣର ଆଦାଯ ହୋଇଥାଏ   ।  ବହୁ ସୁଯୋଗ ଥିବା ସ୍ଥଳେ ଉପଯୁକ୍ତ ଯୋଜନା ଦ୍ଵାରା ଏହାର ଉତ୍ପାଦନ ଚାହିଦା ମୁତାବକ ବାଡାଇବା ଦରକାର   ।  ତଟକା ଫଳ ଓ ପନିପରିବା ଲୋକଙ୍କୁ ଯୋଗାଇବା ସଙ୍ଗେ ସଙ୍ଗେ ଶିଳ୍ପଭିତ୍ତିକ ସଂରକ୍ଷଣ କରାଗଲେ  ବହୁ ଉପକର ମିଳିବ   ।  ତେଣୁ ଫଳ ଓ ପନିପରିବା ଚାଷ ବହୁ ମାତ୍ରାରେ କରାଯିବା ଦରକାର   ।  ବର୍ତ୍ତମାନ ଅମଳ ହେଉଥିବା ଫଳ ଓ ପନିପରିବା ପ୍ରାୟ ଏକ ତୃତୀୟାଂସ ପଚା, ଶଢା,  ଶୁଖା, ଫଟା , ଚେପା , ପୋକଖିଆ ଓ ରୋଗା ହୋଇ ନଷ୍ଟ ହୋଇଥାଏ   ।  ଏହା ଉଚିତ ବ୍ୟବସ୍ଥା ଦ୍ଵାରା ଦୂର କରାଯିବା ସମ୍ଭବ   ।  ଉପଯୁକ୍ତ ଯୋଗାଣ , ପରିବହନ , ଶୀତଳଭଣ୍ଡାରଣରେ ସଂରକ୍ଷଣ ସୁବିଧା ମିଳିଲେ ଏହି ବ୍ୟବସାୟରେ ବହୁ ଲାଭ ହେବ ସମ୍ଭବ   ।  ଫଳ ଓ ପନିପରିବା  ଚାଷ ବଢାଇବା ସଙ୍ଗେ ସଙ୍ଗେ ଦରକାର ହେଉଥିବା ମସଲା ପଦାର୍ଥଗୁଡିକର (ମେଥି , ଧନିଆ , ପାନମାଧୁରୀ, ଡାଳଚିନୀ , ସୋରିଷ, ଶୁଖିଲା , ଲଙ୍କା , ଗୁରୁରାତି , ଅଦା , ରସୁଣ , ହଳଦୀ , ପିଆଜ ଇତ୍ୟାଦି  ) ଚାଷ ହେବା ଉଚିତ   ।

ଓଡିଶାରେ ବର୍ତ୍ତମାନ ଆମ୍ବ , କମଳା , ସାନ୍ତରା , କଗିଜି , ନଡିଆ , ସପୁରି , ପିଜୁଳି , ଲଙ୍କାଆମ୍ବ , ପଣସ, ବେଲ ଆଦି କେତେଗୁଡିଏ ଫଳ ମିଳିଥାଏ   ।  ବହୁ ପରିମାଣର ଟାକୁଆ ଆମ୍ବଗଛ ଓଡିଶାର ସମତଳ ତଥା ପାହାଡିଆ ଅଞ୍ଚଳରେ ଦେଖିବାକୁ ମିଳେ   ।  ପ୍ରକାରଭେଦରେ ସେଗୁଡିକୁ ପଚାଇ ଖାଆନ୍ତି ଓ ଆମ୍ଭ ଆଚାର , ଆମ୍ବଶଢା, ଅମ୍ଭୂଳ ଇତ୍ୟାଦି ପ୍ରସ୍ତୁତ କରି ବ୍ୟବହାର କରାଯାଇଥାଏ  ।

ସନ୍ତୁଳିତ ଖାଦ୍ୟ ଲାଗି ଫଳ ଓ ପନିପରିବା ଗୁଡିକର ତଟକା ତଥା ସଂରକ୍ଷିତ ଖାଦ୍ୟ ଓ ବିଦେଶରେ ବିକ୍ରି ର ସୁବିଧା ଦୃଷ୍ଟିରୁ ଚାଷ ବୃଦ୍ଧି  କରିବା ସଙ୍ଗେ ସଙ୍ଗେ ଉତ୍ପନ୍ନ ହେଉଥିବା ଉଦ୍ୟାନ ଫସଲ ଗୁଡିକର ସଂରକ୍ଷଣର ଯଥେଷ୍ଟ ସମ୍ଭାବନା ରହିଛି   ।  ସପ୍ତମ ପଞ୍ଚବାର୍ଷିକ ଯୋଜନା ଶେଷଭାଗରେ ଭାରତ ସରକାର ସ୍ଥାପନ କରିଥିବା ଦୃଷ୍ଟିରୁ ଖାଦ୍ୟ ସଂରକ୍ଷଣ ଲାଗି ସାରା ଭାରତରେ ଆଲୋଡନ ସୃଷ୍ଟି ହୋଇଛି   ।  ଏହା ଫଳରେ ଫସଲ ଆୟତନ ଓ ଅମଳ ବୃଦ୍ଧିର ଯଥାର୍ଥ ସମ୍ଭାବନା ହେବା ସଙ୍ଗେ ସଙ୍ଗେ ସଂରକ୍ଷଣର ତଥା ଆନୁଷଙ୍ଗିକ ଶିଳ୍ପ ଗଢି ଉଠି ଦେଶର ଆର୍ଥିକ ତଥା ସ୍ୱାସ୍ଥ୍ୟ ଉନ୍ନତିରେ ସହାୟକ ହେବା ସମ୍ଭବ   ।  ଭାରତର ସ୍ଵାର୍ଥକୁ ଦୃଷ୍ଟିରେ ରଖି ଏହାର ସୁପରିଚାଳନା ହେବା ଉଚିତ   । ଓଡିଶା ତଥା ସାରା ଭାରତରେ ଅନେକ ପଡିଆ ଜମି ପାହାଡ , ଢାଲୁ ଅଞ୍ଚଳ , ଶୁଷ୍କ ଅଞ୍ଚଳ ପଡି ରହିଛି   ।  ଚାଷ ପାଇଁ ଅର୍ଥାତ ପ୍ରୟୋଗ କରି ଚାଷ ବଢାଇବାର ସୁବିଧା ରହିଛି   ।  ଏହାଛଡା ଏହି ସବୁ ଅଞ୍ଚଳ ତଥା ସମତଳ ଅଞ୍ଚଳରେ ପନିପରିବା ଓ ମସଲା ଫସଲ ଅଧିକ ପରିମାଣରେ ଚାଷ କଲେ , ସଂରକ୍ଷିତ ଶିଳ୍ପକୁ କଞ୍ଚାମାଲ ଯୋଗାଇବା ସମ୍ଭବ ହେବ   ।

ପରିସଂଖ୍ୟାନ ଅନୁଯାୟୀ ପ୍ରାୟ ୨୦-୪୦% ପନିପରିବା ଅମଳ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ନଷ୍ଟ ହୋଇଥାଏ   ।  ସେହିପରି ପ୍ରାୟ ୧୦-୧୫% ପନିପରିବା ସୁଖୀ ଯିବାରୁ ଗ୍ରାହକମାନଙ୍କ ପସନ୍ଦ ହୋଇନଥାଏ  ।  ଯାହା ଫଳରେ କମ ଦାମରେ ବିକ୍ରି ହୋଇଥାଏ , ଏବଂ ଏପରି ପନିପରିବା ମାନ ଓ ସତେଜତା ହ୍ରାସ ପାଇଥାଏ   । ତେଣୁ ଏହି ନାସ ହୋଇଯାଉଥିବା ପନିପରିବା ରକ୍ଷା କରାଯାଇ ପାରିଲେ ପନିପରିବା କ୍ଷେତ୍ରରେ ଆୟତନ ନ ବଢାଇ ଜନସାଧାରଣଙ୍କର ଖାଦ୍ୟ ପାଇଁ ଅଧିକ ପନିପରିବା ମିଳିପାରିବ   ।  ପରୀକ୍ଷାରୁ ଜଣାଯାଏ ଯେ ନଷ୍ଟ ହେଉଥିବା ପନିପରିବା ମଧ୍ୟରେ ପ୍ରାୟ ୩୬% ପନିପରିବା କୋମଲ ପଚା ରୋଗ କରୁଥିବା ଜୀବାଣୁ ଦ୍ଵାରା ହୋଇଥାଏ   ।

ପନିପରିବା ନଷ୍ଟ ହେବାର କାରଣ

ପନିପରିବା ନଷ୍ଟ ହେବାର କାରଣ ଗୁଡିକ ୩ ଭାଗରେ ବିଭକ୍ତ କରାଯାଇପାରେ     ।

  • ଭୌତିକ : ଅମଳ, ନେବା ଆଣିବା ଏବଂ ସଂରକ୍ଷଣ ସମୟରେ ଅସାବଧାନତା ରହିଲେ ପନିପରିବାର ପେଶୀ ନଷ୍ଟ ହୋଇଯାଏ     ।
  • ଯାନ୍ତ୍ରିକ   : ଅମଳ, ପରିବହନ ଓ ସଂରକ୍ଷଣ ସମୟରେ ଘଷି ହେବା , ଖଣ୍ଡିଆ ଖାବରା , କଟିଯିବା , ଫାଟିଯିବା ତଥା ବିଭିନ୍ନ ଅଣୁଜୀବମାନଙ୍କ ଆକ୍ରମଣରେ ପନିପରିବା ନଷ୍ଟ ହେବା   ।
  • ଶରୀର ଗତ   : ପନିପରିବାର ଅମଳ ପରବର୍ତ୍ତୀ ସମୟରେ ଶ୍ଵାସକ୍ରିୟା ବାଷ୍ପୀକରଣ , ରଙ୍ଗ , କନିକାରେ ପରିବର୍ତ୍ତନ  ପନିପରିବା ନଷ୍ଟ ହୋଇଯାଏ  ।

ଆଧାର – ଓଡିଶା ରାଜ୍ୟ ଓ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate