অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପନିପରିବା ସଂରକ୍ଷଣ ବିଜ୍ଞାନ( ଭାରତର ଫଳ ଓ ପନିପରିବା ସଂରକ୍ଷଣ ଶିଳ୍ପ)

ପନିପରିବା ସଂରକ୍ଷଣ ବିଜ୍ଞାନ( ଭାରତର ଫଳ ଓ ପନିପରିବା ସଂରକ୍ଷଣ ଶିଳ୍ପ)

ଭାରତ ତଥା ଓଡିଶାରେ ଫଳ ଓ ପନିପରିବା ସଂରକ୍ଷଣ ଶିଳ୍ପ

ଆମ ଦେଶ ପୃଥିବୀରେ ଫଳ ଓ ପନିପରିବା ଉତ୍ପାଦନରେ ଦ୍ଵିତୀୟସ୍ଥାନ ଅଧିକାର କରିଛି   ।  ଆମ ରାଜ୍ୟରେ ମଧ୍ୟ ପ୍ରଚୁର ପରିମାଣର ଫଳ ଓ ପନିପରିବା ଉତ୍ପାଦିତ ହେଉଅଛି   ।  ସାଧାରଣତଃ ଖାଉଟିମାନେ ବ୍ୟବହାର କରିବା ପୂର୍ବରୁ ପ୍ରାୟତଃ     ୨୦-୪୦% ଫଳ ଓ ପନିପରିବା ବିଭିନ୍ନ ଅବସ୍ଥାରେ ନଷ୍ଟ ହୋଇଥାଏ   । କେତେକ ଫଳ ଓ ପନିପରିବା ବିଭିନ୍ନ ଅବସ୍ଥାରେ ନଷ୍ଟ ହୋଇଥାଏ   । କେତେକ ଫଳ ପନିପରିବାର ଖାଦ୍ୟଗୁଣ ମଧ୍ୟ କମିଯାଇଥାଏ   ।  ସେହିପରି ପ୍ରାୟ ୧୦-୧୫% ଫଳ ଓ ପନିପରିବା ସୁଖୀ ଶାଖି ଯିବା ଯୋଗୁଁ ଗ୍ରାହାକ ପସନ୍ଦ କରି ନଥାନ୍ତି ଏବଂ ଏପରି ଫଳ ଓ ପନିପରିବା ବଜାର ଦର କମିଯାଇଥାଏ   ।  ଏହି ନଷ୍ଟକୁ ପ୍ରତିରୋଧ କରିପାରିଲେ ଓ ଅଧିକ ଫଳ ଓ ପନିପରିବା ଚାଷ କାଲେ ଲୋକମାନଙ୍କର ଖାଇୟା ପାଇଁ ଅଧିକ ଫଳ ଓ ପନିପରିବା ଉପଲବ୍ଧ ହୋଇପାରିବ   ।  ଏହି ଫଳ ଓ ପନିପରିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ରକ୍ଷାକାରୀ ଖାଦ୍ୟପଦାର୍ଥରେ ଭରପୁର ଏବଂ ଏହାକୁ ସୁପାରିଚାଳନା କରାନଯିବା ଦ୍ଵାରା ଏହି ପ୍ରକାରର ବହୁ ପରିମାଣର ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଥାଏ   ।  ଫଳ ଓ ପନିପରିବା ଗୁଡିକ ଶୀଘ୍ର ବ୍ୟବହାର କରିବା ସମ୍ଭବ ହେଉନଥିବା ହେତୁ ସଂରକ୍ଷଣ କରିବା ଆବଶ୍ୟକ ପଡିଥାଏ   ।  ତେଣୁ ତଟକା ଅବସ୍ଥାରେ ବ୍ୟବହାର କରିବା ସଙ୍ଗେ ସଙ୍ଗେ ସେଗୁଡିକ ସଂରକ୍ଷିତ କରି ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯିବା ଉଚିତ   ।  ଆଧୁନିକ ବୈଜ୍ଞାନିକ ପ୍ରଣାଳୀର ଉପଯୋଗ କରି ବିକାଶସିଲ ଦେଶ ଗୁଡିକ ନିଜ ଦେଶରେ ଉତ୍ପନ୍ନ ହେଉଥିବା ବିଭିନ୍ନ ପ୍ରକାରର ଫଳ ଓ ପରିପାରିବା ଗୁଡିକୁ ବିଭିନ୍ନ ପ୍ରଣାଳୀରେ ସଂରକ୍ଷଣ କରିଥାନ୍ତି ଓ ସେଗୁଡିକକୁ ବହୁଦିନ ଯାଏଁ ରଖି ବ୍ୟବହୃତ କରାଯାଇଥାଏ   । ଭାରତରେ ବିଶେଷକରି ଫଳ ଓ ପନିପରିବା ଗୃହ ସଂରକ୍ଷଣ ଭିତ୍ତିରେ ଆଚାର ମୋରାବା ତଥା ହାଲୁକା ଖରାରେ ଶୁଖାଇ ସଂରକ୍ଷିତ କରିବା ପ୍ରଥା ବହୁ ପୁରାତନ ସମୟରୁ ଚାଲିଆସିଛି   ।  ଲୁଣ, ଗୁଡ, ମସଲା, ତେଲ, ହଳଦୀ, ମହୁ ଇତ୍ୟାଦି ବ୍ୟବହାର କରି ସେଗୁଡିକୁ ବହୁଦିନ ଧରି ସଂରକ୍ଷଣ କରି ବ୍ୟବହାର କରାଯାଉଛି   । କିନ୍ତୁ ବ୍ୟବଶାୟିକ ଭିତ୍ତିରେ ସଂରକ୍ଷଣ ହେଉନଥିବା ଅନେକ ଫଳ ଓ ପନିପରିବା ନଷ୍ଟ ହୋଇଯାଇଛି  । ବିଜ୍ଞାନର ଅଗ୍ରଗତି ଫଳରେ ନାନା ଉପାୟରେ ଓ ବିଭିନ୍ନ ରୁଚି ସମ୍ପର୍ଣ୍ଣ ଖାଦ୍ୟ ପଦାର୍ଥ ସଂରକ୍ଷଣ କରାଯାଇ ପାରୁଛି   । ସଂରକ୍ଷିତ ଖାଦ୍ୟଗୁଡିକୁ ବର୍ଷସାରା ବ୍ୟବହାର କରାଯିବା ସଙ୍ଗେ ସଙ୍ଗେ ବ୍ୟବସାୟ ସୂତ୍ରରେ ଅନ୍ୟ ଦେଶରେ ବିକ୍ରି କରି ଦେଶକୁ ବୈଦେଶିକ ମୁଦ୍ରା ଅଣାଯାଇ ପାରୁଛି   ।  ଏହାଛଡା ସଂରକ୍ଷିତ ଖାଦ୍ୟପଦାର୍ଥ ଗୁଡିକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ଆଞ୍ଚଲରେ ବ୍ୟବହାର କରିବା ଲାଗି ସୁବିଧା ହୋଇଥାଏ   ।  ଯେଉଁ ଆଞ୍ଚଲରେ ବିଭିନ୍ନ ଫଳ ଓ ପନିପରିବା ଚାଷ କରିବାର ସମ୍ଭାବନା ନଥାଏ ସେହି ଆଞ୍ଚଲଗୁଡିକରେ ଏହି ପ୍ରକାରର ସଂରକ୍ଷିତ ଫଳ ଓ ପନିପରିବା ଯୋଗାଇବା ଲାଭଦାୟକ ହୋଇଥାଏ   ।  ସଂରକ୍ଷିତ ଅବସ୍ଥାରେ ଫଳ ଓ ପନିପରିବା ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରୁହେ   ।

ଆମ ଦେଶରେ ଫଳ ଓ ପନିପରିବା ସଂରକ୍ଷଣ ଶିଳ୍ପ ବିକାଶ ଲାଭ କରିଥିବା ଅନ୍ୟଦେଶ ତୁଳନାରେ ବହୁତ ପଛରେ ପଡିଛି କହିଲେ ଚଳେ   ।  ବହୁ ବିକାଶଶୀଳ ଦେଶରେ ଏଗୁଡିକର ଚାଷ ତଥା ସଂରକ୍ଷଣ ଶିଳ୍ପ ବୃଦ୍ଧ ଘାତିଳେ ସେ ଦେଶଗୁଡିକରେ ଆର୍ଥିକ ଉନ୍ନତି ତଥା ସୁସ୍ଥସବଳ ଜାତି ଗଠନ କରିବା ସହଜ ହେବା ସ୍ଵଭାବିକ   ।  ଭାରତ ତଥା ଓଡିଶା ରାଜ୍ୟରେ ଫଳ ଓ ପନିପରିବା ଅମଳ ଲାଗି ଯଥେଷ୍ଟ ସୁଯୋଗ ରହିଛି   । ଅମଳ କରାଯାଉଥିବା ପନିପରିବା ଓ ଫଳ ଗୁଡିକୁ ନଷ୍ଟ କରି ତଟକା ବ୍ୟବହାର ଆବଶ୍ୟକତା ପରେ ବିଭିନ ଉପାୟରେ ସଂରକ୍ଷିତ କରିବାର ଆବଶ୍ୟକତା ରହିଛି    । ଫଳ ଓ ପନିପରିବା ଚାଷ ସଂରକ୍ଷଣ ପ୍ରୟୋଗ ବିଜ୍ଞାନ ସମ୍ପର୍କୀୟ ଗବେଷଣା ଓ ସଂରକ୍ଷଣ ଶିଳ୍ପ ପ୍ରତିଷ୍ଠାନ ସହିତ ଏହାର ଉପଯୁକ୍ତ ପରିଚାଳନା କରାଗଲେ   ,  ଦେଶ ବା ରାଜ୍ୟର ପ୍ରଭୁତ ଉପକାର ସାଧିତ ହୋଇପାରିବ   ।  ଗୃହଭିତ୍ତିକ, କୁଟୀର ଶିଳ୍ପ ଭିତ୍ତିକ ତଥା ବୃହତ୍ତ ଶିଳ୍ପ ଭିତ୍ତିକ ପରିଯୋଜନା କରାଗଲେ   ।  ସମାଜର ବିଭିନ୍ନ ସ୍ତରର ଲୋକମାନେ ଲାଭବାନ ହେବା ସମ୍ଭାବନା ହେବ   ।  ଭାରତରେ ଅଳ୍ପ କେତେକ ଆଞ୍ଚଲରେ  (ଯଥା କଲିକତା, ମୁମ୍ବାଇ, ଚେନ୍ନାଇ , ଉତ୍ତରପ୍ରଦେଶ,  କେରଲରେ  ) ଫଳ ଓ ପନିପରିବା ସଂରକ୍ଷଣ ଶିଳ୍ପ ସ୍ଥାପନ କରାଯାଇଛି   । ସେଣ୍ଟ୍ରାଲ ଫୁଡଟେକନୋଲଜି କାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (CFTRI) ଗବେଷଣା କେନ୍ଦ୍ର ଖାଦ୍ୟ ସଂରକ୍ଷଣ ଦିଗରେ ବହୁ ସହାୟକ ହୋଇଛି   । ସପ୍ତମ ଯୋଜନା (ପଞ୍ଜବାର୍ଷିକ) ରେ “ ଫୁଡ ପ୍ରୋସେସିଙ୍ଗ ମିନିଷ୍ଟ୍ରି “ ଖୋଲିବା ଦ୍ଵାରା ଭାରତରେ ଖାଦ୍ୟ ସଂରକ୍ଷଣ ଶିଳ୍ପର ଉତ୍ତମ ବିକାଶ ଘଟିବା ସମ୍ଭବପର ହୋଇଛି   । ଆମ ରାଜ୍ୟରେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ଚାଷ କରିବା ଲାଗି ସୁଯୋଗ ରହିଛି   ।  ଓଡିଶା ରାଜ୍ୟ ହିମମଣ୍ଡଳର ବହୁ ଦୂରରେ ଅବସ୍ଥିତ   । ଓଡିଶାର ପାହାଡିଆ ଅଞ୍ଚଳଗୁଡିକ ନାତିଶୀତୋଷ୍ଣ ମଣ୍ଡଳ ଅନ୍ତର୍ଭୁକ୍ତ କରାଯାଇନପାରେ   , କିନ୍ତୁ ଏହା ଗ୍ରୀଷ୍ମମଣ୍ଡଳ ଥିବାରୁ ଏହାକୁ Tropical l ଓ Tropical climate  ଅନ୍ତର୍ଭୁକ୍ତ କାଲେ ଠିକ ହେବ   ।  ଏହି ଦ୍ରୁଷ୍ଟିରୁ ଓଡିଶାର ଜଳବାୟୁ ତଥା ଟପୋଗ୍ରାଫି କୁ ବିଚାର କଲେ ଏହା ୪ ଟି ଅଞ୍ଚଳରେ ବିଭକ୍ତ କରାଯାଇପାରେ ଓ ପ୍ରତ୍ୟେକଅଞ୍ଚଳରେ କେଉଁ କେଉଁ ଫଳ ଓ ପନିପରିବା ଓ ମସଲା ଜାତୀୟ ଫସଲ ଚାଷ ବ୍ୟବଶାୟିକ ଦ୍ରୁଷ୍ଟିରୁ ଉତ୍ତମ ହେବ ତାହା ଜାଣିବା ଆବଶ୍ୟକ   ।

ଉତ୍ପାଦିତ ଫଳ ଓ ପନିପରିବାର ନାମ

ଅଞ୍ଚଳ

ଜିଲ୍ଲା

ଉତ୍ପାଦିତ ଫଳ ଓ ପନିପରିବାର ନାମ

ଉତ୍ତର ମାଳ ଅଞ୍ଚଳ ୬୦୦-୯୦୦ ମିଟର ସମୁଦ୍ର ପତ୍ତନଠାରୁ ଉଚ୍ଚ (ରାଜ୍ୟର ୨୩% ଅଂଶ )

ମୟୂରଭଞ୍ଜ, କେନ୍ଦୁଝର, ସବଡିଭିଜନ , ତାଳଚେରର କିଛି ଅଂଶ , ଢେଙ୍କାନାଳ, ଉତ୍ତର ପଶ୍ଚିମ ଯାଜପୁର , ଦେବଗଡ , ନୀଳଗିରି ସବଡିଭିଜନ , କୁଚିଣ୍ଡା ଉତ୍ତର ରେଢାଖୋଲ

ଲିଚୁ, ସାନ୍ତରା, ଆମ୍ବ ଓ ଅନ୍ୟାନ୍ୟ ଫଳ, ମୂଳ ଜାତୀୟ ପାରିବା ଗୟାଆଳୁ , ଆଳୁ, ଅଦା, ଧନିଆ ଲଙ୍କା ମେଥି ଇତ୍ୟାଦି

ମଧ୍ୟ ସମତଳ ଅଞ୍ଚଳ ୩୦୦-୯୦୦ ମିଟର ସମୁଦ୍ରପତ୍ତନ ଠାରୁ ଉଚ୍ଚ

ବଲାଙ୍ଗୀରି, ଦକ୍ଷିଣ ଢେଙ୍କାନାଳ , ଉତ୍ତର ବୌଦ ସବଡିଭିଜନ , ଫୁଲବାଣୀ ଆଠଗଡ , ପଦ୍ମପୁର, ସମ୍ବଲପୁର

ଆମ୍ବ, ପିଜୁଳି, ବେଲ, ଆତ, ଲିଚୁ, କମଳା, ଲେମ୍ବୁ, କଦଳୀ, ଲେମ୍ବୁ, କଦଳୀ, କାଗଜିଲେମ୍ବୁ, ସାନ୍ତରା, ପଣସ ଇତ୍ୟାଦି । ସମସ୍ତ ପ୍ରକାର ପନିପରିବା ଆଳୁ, ମିଠାମକା, ଛତୁ, ସାନ୍ତରା , ସପୁରି , ଡାଳିମ୍ବ

ପୂର୍ବଘାଟ ପାହାଡିଆ ୩୦୦-୬୦୦ ମିଟର ସମୁଦ୍ର ପତ୍ତନ ଠାରୁ ଉଚ୍ଚ   ।

ରେଢାଖୋଲ , କଳାହାଣ୍ଡି ୩୦୦ ମି , ଫୁଲବାଣୀ (ଉତ୍ତର ଅଞ୍ଚଳ ଛଡା ଓ ଗଞ୍ଜାମର ଉତ୍ତର ପଶ୍ଚିମ ଅଞ୍ଚଳ ଛଡା ) ବୌଦ୍ଧ (ସ ଡି) କୋରାପୁଟ (୩୦୦ ମିଟର )

କଦଳୀ , ପାନ୍ସ ଜୀରା , କଫି, ସାରୁ, ଆଳୁ, ଦେଶୀଆଳୁ ଆଇଭିନ୍ନ ପ୍ରକାରର ପନିପରିବା   , ହଡାଲି , ଅଦା , ପାଳୁଅ , ତେଜପତ୍ର ଇତ୍ୟାଦି  ନଡିଆ,ଆମ୍ବ କାଜୁବାଦାମ, ପଣସ, ସପେଟା, ଲିଚୁ ବରକୋଳି

ଉପକୂଳ ଅଞ୍ଚଳ

ବାଲେଶ୍ଵର, କଟକ, ପୁରୀ ପୂର୍ବ ଗଞ୍ଜାମ ଅଞ୍ଚଳ

ସପୁରି, ମିଠାମକା ସମସ୍ତ ପ୍ରକାରର ପନିପରିବା , ଛତୁ,  ଧନିଆ , ସୋରିଷ , ସୋୟାବିନ, ସଜନା  ।

ଉପରୋକ୍ତ ଟେବୁଲରୁ ଜଣାହେଲା ଯେ ଓଡିଶା ରେ ନାନା ପ୍ରକାରର ଫଳ ଓ ପନିପରିବା , ମସଲା ଜାତୀୟ ଫସଲଚାଷ କରାଯାଇପାରିବ   । ପ୍ରତ୍ୟେକ  ଅଞ୍ଚଳର ଜଳବାୟୁ , ଟପୋଗ୍ରାଫି ଓ ବିଭିନ୍ନ ନଦନଦୀକୁ ବିଚାରକୁ ନେଇ ଭୂତଳ ଜଳର ସଦୁପଯୋଗ କରିବା ଫସଲ ଅମଳ ବଢାଇଲେ ସଂରକ୍ଷଣ ଶିଳ୍ପ ସହଜ ଓ ସୁବିଧା ଗଢିଉଠିପାରିବ   ।

ଫଳ ପନିପରିବା କମ ସମୟ ମଧ୍ୟରେ ନଷ୍ଟ ହୋଇଥାଏ   , କାରଣ ଏଥିରେ ଅଧିକ ମାତ୍ରାରେ ଜଳୀୟ ଅଂସ ରହିଥାଏ   । ଧାନ, ମୁଗ, ବିରି, ଗହମ ଇତ୍ୟାଦିରେ ଶତକଡା ୨୦ ଭାଗ ଜଳ ରହୁଥିବା ସ୍ଥଳେ ତଟକା ଫଳ ଓ ପନିପରିବା ଗୁଡିକରେ ଶତକଡା ୮୫-୯୦ ଭାଗ ଜଳୀୟ ଅଂସ ରହିଥାଏ   ।  ବିଭିନ୍ନ ପରୀକ୍ଷାରୁ ଜଣାଯାଏ ଯେ ଫଳ ଓ ପନିପରିବା ଗୁଡିକର ସଂରକ୍ଷଣ ଜୀବନ ପରିପାର୍ଶ୍ଵିକ ଉତ୍ତାପ ଉପରେ ପ୍ରଧାନତହ ନିର୍ଭର କରେ   ।  ଉଦାହରଣ ସ୍ୱରୂପ – ଯଦି କୌଣସି ପରିବେଶର ଉତ୍ତାପ ୨୧ ଡିଗ୍ରୀ ରହେ  , ତେବେ ସାଧାରଣ ଭାବେ ତଟକା ଫଳ ୧-୭ ଦିନ ଯାଏଁ ସଂରକ୍ଷିତ କରାଯାଇପାରେ   । ଶୁଖିଲା ଫଳ ୩୦୦-୩୬୦ ଦିନ ପର୍ଯ୍ୟନ୍ତ ରହିପାରେ   । ପନିପରିବା ମୁଖ୍ୟତଃ  ତଟକା ଅବସ୍ଥାରେ ବ୍ୟବହାର କରାଯାଏ   ।  ଏହା ଅମଳ ହେବା ପରେ ପରେ କମ ସମୟ ଭିତରେ ବ୍ୟବହାର ନ କାଲେ ପଚିସଢି ନଷ୍ଟ ହୋଇଯାଏ   । ବ୍ୟବସାୟ ଦ୍ରୁଷ୍ଟିରୁ ଏହା କ୍ଷତିକାରକ ଅଟେ   ।  ବ୍ୟବଶାୟିକ ଭିତ୍ତିରେ ଫଳ ଓ ପନିପରିବା ସଂରକ୍ଷଣ ଲାଗି (୧)କଞ୍ଚାମାଳର ପ୍ରାପ୍ତି (୨) ଶ୍ରମ (୩) ଧାନ(୪) ବଜାର(୫),ପ୍ରଚାର କାର୍ଯ୍ୟ (୬) ଗମନାଗମନ (୭), ପରିବହନ ସୁବ୍ୟବସ୍ଥା (୮), ସଂରକ୍ଷଣ କରିବା ଯନ୍ତ୍ରପାତି (୯) ସଂରକ୍ଷଣ କରିବା ଆଧାର ଯଥା – ଡବା, କାଚବୋତଲ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ପାକିଙ୍ଗ ଜିନିଷଗୁଡିକର ଉଚିତ ମୂଲ୍ୟରେ ପ୍ରାପ୍ତି (୧୦) ବିଜୁଳିଶକ୍ତି ଓ ଅନ୍ୟାନ୍ୟ ରନ୍ଧନ ଲାଗି ଦରକାର ହେଉଥିବା ଶକ୍ତି ଯଥା- କିରୋସିନୀ, ସୂର୍ଯ୍ୟାଲୋକ ଶକ୍ତି ଇତ୍ୟାଦିର ସୁବ୍ୟବସ୍ଥା ଓ ଉତ୍ତମ ଜଳର ବ୍ୟବସ୍ଥା ଆବଶ୍ୟକ   ।  ଏହି ବ୍ୟବସାୟର ଲାଭ ଓ କ୍ଷତି ଏହି କେତୋଟି ମୁଖ୍ୟ ବିଷୟ ଉପରେ ନିର୍ଭର କରିଥାଏ   ।

ଚାଷୀମାନେ ଅତି କମ ଦରରେ ଫଳ ଓ ପନିପରିବାଗୁଡିକୁ ବିକ୍ରୟ କରିଥାନ୍ତି   । ଅନ୍ୟପକ୍ଷରେ ବଜାରରୁ ଅତ୍ୟଧିକ ଦରରେ କିଣି ଖାଉଟିମାନେ କ୍ଷତିରେ ପଡିଥାନ୍ତି   ।  ସବୁଲୋକ ଉଚିତ ପରିମାଣର ଫଳ ଓ ପନିପରିବା ଖାଇବାକୁ ପାଆନ୍ତି ନାହିଁ  ।  ତେଣୁ ଫଳ ଓ ପନିପରିବା ଚାଷ ଆଗେଇ ପାରୁ ନାହିଁ   ।  ଏହି ପ୍ରକାରର ସ୍ୱାସ୍ଥ୍ୟ ରକ୍ଷାକାରୀ ଖାଦ୍ୟପଦାର୍ଥ ଗୁଡିକ ପାଇଁ ଶୀତଳ ଭଣ୍ଡାରର ବ୍ୟବସ୍ଥା ଆମରାଜ୍ୟରେ ନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ  ।  ଫଳ ଓ ପାରିବା ଗୁଡିକୁ ସଂରକ୍ଷଣ କରିବା ଘୋର ଅଭାବ ରହିଛି   । ପ୍ରଥମ ଓ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ଓଡିଶାରେ କେବଳ ୨ ଟି ଶୀତଳ ଭଣ୍ଡାରରେ ଆଳୁ ବିହନ ସଂରକ୍ଷିତ କରିବାର ସୁବିଧା କରାଯାଇପାରୁଛି   ସଂରକ୍ଷଣ ମୂଲ୍ୟ ଅଧିକ ହେବ ଦ୍ଵାରା  ଅସୁବିଧା ଦେଖାଗଲା   ।  ଫଳ ଓ ପନିପରିବା ଗୁଡିକୁ ସଂରକ୍ଷଣ କରିବା ଲାଗି ଶୀତଳ ଭଣ୍ଡାରର ସୁବିଧା ନ ଥିଲା   । ସପ୍ତମ ପଞ୍ଚବାର୍ଷିକ ଯୋଜନା ଶେଷ ବେଳକୁ ଓଡିଶାରେ ଛୋଟବଡ ହୋଇ ମାତ୍ର ୨୫ ଟି ଶୀତଳ ଭଣ୍ଡାର ପ୍ରତିଷ୍ଠିତ ହୋଇ ଆଳୁ ଓ କିଛି ପାରିବା ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥାରେ ସାଇତିବା ଲାଗି କିଛି ସୁବିଧା ହେଲା   ।  ତଟକା ଫଳ ଓ ପନିପରିବା ବ୍ୟବହାର କରିବା ଲାଗି ଶୀତଳଭଣ୍ଡାରର ଆବଶ୍ୟକତା ରହିଥିଲେ ସଂରକ୍ଷଣ କରି, ବହୁ ସମୟ ଯାଏଁ ସାଇତି ରଖି ବ୍ୟବହାର କରାଯାଉଥିଲା   ।ଶୀତଳ ଭଣ୍ଡାରରେ ଫଳ ଓ ପନିପରିବା ଗୁଡିକୁ ପ୍ରତ୍ୟେକର ନିର୍ଦ୍ଧିଷ୍ଟ ସମୟରୁ ଅଧିକ ସମୟ ରଖିବା ସମ୍ଭବ ହୋଇନଥାଏ   ।  କିନ୍ତୁ ଅନ୍ୟାନ୍ୟ ପ୍ରଣାଳୀରେ ସେଗୁଡିକକୁ ବର୍ଷ ବର୍ଷ ଧରି ସୁରକ୍ଷିତ କରିବା ସମ୍ଭବ   ।

ସଂରକ୍ଷଣ ଶିଳ୍ପର ଅଗ୍ରଗତି ପ୍ରତି ଧ୍ୟାନ ଦେଲେ ଭାରତର ୨ୟ ପଞ୍ଚବାର୍ଷିକ ଯୋଜନାକାଳରେ ୧୧,୦୦୦ ଟନ ଫଳ ସଂରକ୍ଷିତ କରାଯିବା ଜଣାଯାଏ   ।  ପରବର୍ତ୍ତୀ କାଳରେ କିଛି ଅଧିକ ପରିମାଣର ସଂରକ୍ଷିତ ଫଳ ପନିପରିବା କରାଗଲେ ମଧ୍ୟ ଏହା ଯଥେଷ୍ଟ ନଥିଲା   । ହିସାବରୁ ଜଣାଯାଏ ଯେ ୧୯୮୪ ମସିହାରେ ଭାରତର ୧୭୫୦ ଲକ୍ଷ ହେକ୍ଟର ଜମିରୁ ୧୧୪ ଲକ୍ଷ ହେକ୍ଟରରେ ଉଦ୍ୟାନ ଫସଲ ଚାଷ କରି ଫଳ ପନିପରିବା ୫୫୦ ଲକ୍ଷ ଟନ ଅମଳ ହୋଇଥିଲା   ।  ଏହାକୁ ବାହାର ଦେଶକୁ ରପ୍ତାନି କରି ବୈଦେଶିକ ମୁଦ୍ରା ଉପାର୍ଜନ କରାଯାଇଥିଲା   । ଆମ୍ବ , ରସ , ଆମ୍ବ ଆଚାର , ସଂରକ୍ଷିତ ଫଳ ଅନ୍ୟାନ୍ୟ ଫଳ ରସ ମୁଖ୍ୟତଃ ଆମ ଦେଶରୁ ରପ୍ତାନି କରାଯାଇଥିଲା   ।

ଆଧାର – ଓଡିଶା ରାଜ୍ୟ ଓ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate