অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲର ଉପଚାର

ଚୁନ ଓ ଜୈବସାର ପ୍ରୟୋଗ

ଡାଲି ଜାତୀୟ ଫସଲ ଏବଂ ଚିନାବାଦାମରେ ଶେଷଓଡ଼ ଚାଷ ସମୟରେ କିମ୍ବା ପ୍ରଥମ କୋଡ଼ାଖୁସା ସମୟରେ ଚୂନ ବା କାଗଜ କଳ ମଇଳା ହେକ୍ଟର ପ୍ରତି ୫ କୁଇଣ୍ଟାଲ ହିସାବରେ ମାଟିରେ ଦେଇ ସାରିବା ପରେ ଖତ ସହିତ ମିଶାଇ ପି.ଏସ୍.ଏମ୍. ୪-୬ କି.ଗ୍ରା. ହେକ୍ଟର ପ୍ରତି ପ୍ରୟୋଗ କରନ୍ତୁ । ରାଇଜୋବିୟମ୍ କଲ୍‌ଚର ବିହନ ମଞ୍ଜିରେ କି.ଗ୍ରା. ପ୍ରତି ୨୫୦ ଗ୍ରାମ୍ ଉପଚାର କରନ୍ତୁ ।

ଧାନ

  • ମଧ୍ୟମ କିସମ ଧାନ କେଣ୍ଡାରେ ଶତକଡ଼ା ୮୫ ଭାଗ ଧାନ ପାଚିଥିଲେ ତାହାକୁ କାଟି ଅମଳ କରନ୍ତୁ ।
  • ଧାନ କାଟିବାର ଏକ ସପ୍ତାହ ପୂର୍ବରୁ ଜମିରୁ ପାଣି କାଟି ଦିଅନ୍ତୁ ।
  • ବିଳମ୍ବ କିସମ ଧାନ ଫୁଲ ଉଡ଼ାଇବା ଅବସ୍ଥାରେ ଜମିରେ ୫ ସେ.ମି. ଠିଆ ପାଣି ବାନ୍ଧି ରଖିନ୍ତୁ ।
  • ଧାନ କ୍ଷୀର ଢୋକିଲା ବେଳେ ଗନ୍ଧିପୋକ ଆକ୍ରମଣରୁ ରକ୍ଷା କରିବା ପାଇଁ ଆବଶ୍ୟକ ଫସଲ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ।
  • ଉତ୍କୃଷ୍ଟ ବିହନ କରିବା ଲାଗି ମିଶାଧାନ ଓ ବାଳୁଙ୍ଗା ଗଛକୁ ବାଛି ବାହାର କରିଦିଅନ୍ତୁ ।
  • ଧାନ ଅମଳ ପରେ ଧାନକୁ ୨-୩ଟି ଟାଣ ଖରାରେ ଶୁଖାଇ ସାଇତି ରଖନ୍ତୁ । ଅମାରର ୧୦୦ ବର୍ଗଫୁଟ ଜାଗା ସକାଶେ ୨୫୦ ଗ୍ରାମ୍ ହିସାବରେ ଶତକଡ଼ା ୫ ଭାଗ ମାଲଥାଅନ୍ ଗୁଣ୍ଡ ଅମାରର ଚଟାଣ, କାନ୍ଥ ଓ ଛାତରେ ପ୍ରୟୋଗ କଲେ ପୋକ ଲାଗିବ ନାହିଁ ।
  • ସାପ୍ତାହିକ ରୋଗ ପୋକ ସର୍ବେକ୍ଷଣ କରି ଆର୍ଥିକ ନିୟନ୍ତ୍ରଣ ସୀମାକୁ ଦୃଷ୍ଟିରେ ରଖି ଆବଶ୍ୟକ ମତେ ରାସାୟନିକ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରନ୍ତୁ ।

ରୋଗ ଓ ପୋକ ରାସାୟନିକ ନିୟନ୍ତ୍ରଣ ବ୍ୟବସ୍ଥା

  • ମାଟିଆ ଗୁଣ୍ଡିପୋକ ବିପିଭିନ୍ ୨ ମି.ଲି./ ଇମିଡ଼ାରେକ୍ସପ୍ରିଡ଼ା, ୧ ମି.ଲି. ପ୍ରତି ୪ ଲିଟର ପାଣିରେ
  • ଗନ୍ଧିପୋକ ମାଲାଥାଅନ୍ କାର୍ବାରିଲ୍ ଗୁଣ୍ଡ ୨୦-୨୫ କି.ଗ୍ରା. ହେକ୍ଟର ପ୍ରତି କିମ୍ବା ସାଇପରମେଥିନ୍ ୧ ମି.ଲି. ପ୍ରତି ଏକ ଲିଟର ପାଣିରେ
  • କେଣ୍ଡା କଟା ପୋକ ନୁହ୍ଯଭନ୍ ୧ ମି.ଲି. ପ୍ରତି ୧ ଲିଟର ପାଣିରେ ଆକ୍ରାନ୍ତ କିଆରି ହିଡ଼ ଚାରିପଟେ ସନ୍ଧ୍ୟାବେଳା ସିଞ୍ଚନ କରିବା ସହିତ ମିଥାଇଲ୍ ପାରାଥାଅନ୍ ଫଲିଡଲ୍ ଗୁଣ୍ଡ ୧ ଫୁଟ ଓସାରରେ ବିଞ୍ଚନ୍ତୁ ଏବଂ ଏକର ପ୍ରତି ୨୦୦ ମି.ଲି. ଡି.ଡି. ଭି.ପି. ୭୬% ଇ.ସି. ସିଞ୍ଚନ କରନ୍ତୁ ।
  • ନେକ୍‌ବାଷ୍ଟ ୧ ଲିଟର ପାଣିରେ ୧ ମି.ଲି. ଫୁଢିୱାନ୍ ବା ଟ୍ରାଇସାଇକଲାଜୋଲ୍ ୧ ଗ୍ରାମ ଏକ ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ ।
  • ପତ୍ର ଆଚ୍ଛାଦ ପୋଡ଼ାରୋଗ ଭଲିଡ଼ାମାଇସିନ୍, ୨.୫ ମି.ଲି./ ଟିଲ୍‌ଟ ୧ ମି.ଲି./କଣ୍ଟାଫ୍ ୧ ମି.ଲି., ୧ ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ ।

ଗହମ

ସାଧାରଣ ଭାବେ ନଡ଼ିଆ ତେଲ ବସିବା ଆରମ୍ଭ କଲେ ଗହମ ବୁଣା ଆରମ୍ଭ କରାଯାଏ । ନଭେମ୍ବର ମାସ ଦ୍ଵିତୀୟ ପକ୍ଷ ଗହମ ବୁଣିବା ପାଇଁ ଉପଯୁକ୍ତ । କିନ୍ତୁ ଆଭ୍ୟନ୍ତରୀଣ ଜିଲାରେ ବିଳମ୍ବରେ ଗହମ ବୁଣାଯାଇପାରିବ ।

  • ଗହମ ଚାଷ ଲାଗି ଜମି ପ୍ରସ୍ତୁତ କରନ୍ତୁ ଓ ଆବଶ୍ୟକ ଅନୁମୋଦିତ ବିହନ – ସୋନାଲିକା, ପି.ବି.ଡନ୍ତୁ-୩୪୩, ୟୁ.ପି.-୨୬୨. ଏଚ୍.ଡି. -୨୨୮୫ ଆଦି ବିହନ ସଂଗ୍ରହ କରନ୍ତୁ ।
  • ହେକ୍ଟର ପ୍ରତି ୧୨୫ କି.ଗ୍ରା. ବିହନକୁ ଥରାମ୍ କ୍ୟାପ୍‌ଟନ୍ ଦ୍ଵାରା ବିଶୋଧିତ କରି ଧାଡ଼ିକୁ ଧାଡ଼ି ୨୦ ସେ.ମି. ବ୍ୟବଧାନରେ ୮୦:୫୦:୪୦ କି. ଗ୍ରା.। ଯବକ୍ଷାରଜାନ, ଫସଫରସ୍ ଓ ପଟାସ୍ ପ୍ରୟୋଗ କରି ବୁଣନ୍ତୁ ।
  • ଘାସ ନିୟନ୍ତ୍ରଣ ପାଇଁ ପେଣ୍ଡି ମେଥାଲିନ୍ ହେକ୍ଟର ପିଛା ୧ କି.ଗ୍ରା. (ଏକ ହେକ୍ଟର ପାଇଁ ୩୩୩୦ ମି.ଲି., ଷ୍ଟମ୍ସ ୩୦ ଇ.ସି.) ହିସାବରେ ପ୍ରୟୋଗ କରନ୍ତୁ ।

ତୈଳବୀଜ ଫସଲ

ସୋରିଷ

ଜଳସେଚିତ ଜମିରେ ବରୁଣ, କ୍ରାନ୍ତି, ପୁଷା ବାହାର, ପୁଷା ଜୟକିଷାନ୍, ପିଟି ୫୦୭, ଅନୁରାଧା, ପାର୍ବତୀ ଆଦି କିସମକୁ ହେକ୍ଟର ପ୍ରତି ୧୦ କି.ଗ୍ରା. ମଞ୍ଜିକୁ ବିଶୋଧନ କରି ୩୦ ସେ.ମି. X ୧୦ ସେ.ମି. ବ୍ୟବଧାନରେ ଧାଡ଼ିବୁଣା କରନ୍ତୁ । ବୁଣିବା ପୂର୍ବରୁ ମୂଳସାର ଭାବରେ ହେକ୍ଟର ପ୍ରତି । ୨୫:୨୫:୨୫ କି. ଗ୍ରା.। ଯବକ୍ଷାରଜାନ,ଫସଫରସ, ପଟାସ୍ ପ୍ରୟୋଗ କରନ୍ତୁ । ଏହାର ୩ ସପ୍ତାହ ପରେ ୨୫ କି.ଗ୍ରା. ଯବକ୍ଷାରଜାନ ଧାଡ଼ି ମଝିରେ ପ୍ରୟୋଗ କରି କୋଡ଼ାଖୁସା କରନ୍ତୁ ।

ଚିନାବାଦାମ

କିସମ : ଦେବୀ, ଜେ.ଏଲ୍-୨୪, ଟି.ଏ.ଜି.-୨୪, ଟି.ଭି-୩୮, ବି. ଟି.ଜି.-୩୭, ଏ, କାଢିରି-୩ ।

  • ହେକ୍ଟର ପ୍ରତି ୧୨୫ କି.ଗ୍ରା. ବିହନକୁ ବିଶୋଧନ କରି ରାଇଜୋବିୟମ୍ କଲ୍‌ଚର ୨୫୦ ରୁ ୫୦୦ ଗ୍ରାମ୍ ୧୦ କି.ଗ୍ରା. ବିହନ ପ୍ରତି ଉପଚାର କରନ୍ତୁ । ହେକ୍ଟର ପ୍ରତି ୨୦: ୪୦: ୪୦ କି.ଗ୍ରା.। ଯବକ୍ଷାରଜାନ, ଫସଫରସ୍ ଓ ପଟାସ୍ ପ୍ରୟୋଗ କରି ଧାଡ଼ିକୁ ଧାଡ଼ି ୩୦ ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନରେ ବୁଣନ୍ତୁ ।

ଆଖୁ

ଉନ୍ନତ କିସମର ଆଖୁ, ବିହନ ଯଥା – ସବିତା, ନୀଳମାଧବ, ନୟନା, ବିଶ୍ଵାମିତ୍ର, ଉତ୍ତରା ଭବାନୀ, ରଘୁନାଥ, ନୀଳଚକ୍ର ଆଦି ସଂଗ୍ରହ କରନ୍ତୁ ।

  • ଜମିରେ ଜଳ ରହୁଥଲେ ନିଷ୍କାସନ ବ୍ୟବସ୍ଥା ଗ୍ରହଣ କରନ୍ତୁ ।
  • ପତ୍ରଡିଆଁ ଧଳାମାଛି ଆକ୍ରମଣ ଦେଖାଗଲେ ୨ ମି.ଲି. ମନୋକ୍ରୋଟୋଫସ୍ ୨ ମି.ଲି. ଟ୍ରାଇଆଜୋଫସ୍ ଏକ ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ ।
  • ନାଲି ଶଢା ରୋଗ ଆକ୍ରମଣ କଲେ । ୧ ଗ୍ରାମ୍ ବେନ୍‌ଲେଟ୍‌କୁ ୧ ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ ।

କପା

  • ଚିତ୍ରିତ ବକରା/ପାଟଳ ବକର ପୋକ ଲାଗିଲେ। ୨.୫ ମି.ଲି. ଟ୍ରାଇଆଜୋଫସ୍ ୧ ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ ।
  • ସକାଳ ୮ଟା ପରେ (କାକର ଶୁଖଲା ପରେ) କପା ତୋଳନ୍ତୁ । ପ୍ରଥମ ଥର ଏବଂ ପ୍ରତିଥର ତୋଳା ଯାଇଥବା କପାକୁ ଅଲଗା ରଖି ଶୁଖାଇ ସଫାକରି ଶୁଖଲା ପ୍ଲାଷ୍ଟିକ୍ ବସ୍ତାରେ ସାଇତି ରଖିନ୍ତୁ ।

ଆଧାର -"ଦୈନିକ ପ୍ରମେୟ"

Last Modified : 1/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate