অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କିପରି କରିବେ ବିହନ ବିଶୋଧନ

ବିହନ ବିଶୋଧନର ମୁଖ୍ୟ ଉଦ୍ଦେଶ୍ୟ

ବିହନ ବିଶୋଧନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜୈବିକ ଏବଂ ରାସାୟନିକ ପଦାର୍ଥଗୁଡ଼ିକୁ ବ୍ୟବହାର କରି ମୃତ୍ତିକା ଏବଂ ବିହନ ଭିତରେ ଥିବା ଫିମ୍ପି ଜୀବାଣୁ ଏବଂ କୀଟଙ୍କୁ ଦମନ କରିବା । ଯାହାଦ୍ଵାରା ପରବର୍ତ୍ତୀ ପରିସ୍ଥିତିରେ ଗଛକୁ ସୁରକ୍ଷା ମିଳିଥାଏ । ଗଛ ସୁସ୍ଥ ସବଳ ହୁଏ ଏବଂ ଭଲ ଅମଳ ଦେଇଥାଏ ।

ବର୍ତ୍ତମାନ ଶତକଡା ୭୦ ଭାଗ ଚାଷୀ ବିନା ବିହନ ବିଶୋଧନରେ ଚାଷ କରୁଛନ୍ତି । ଏହାଦ୍ଵାରା ବିଭିନ୍ନ ରୋଗ ଏବଂ କୀଟ ଆକ୍ରମଣ ଅତି ସହଜରେ ଗଛ ହେବାଠାରୁ ଫଳ ଫଳିବା ପର୍ଯ୍ୟନ୍ତ ଲାଗି ରହିଥାଏ । ଏଣୁ ଏହାକୁ ଦୂରେଇବା ପାଇଁ ମିଳିତ ଭାବରେ ବିହନ ବିଶୋଧନ କରି ଚାଷ କଲେ ଅଧିକ ଅମଳ ମିଳିପାରିବ ।

ପ୍ରତ୍ୟେକ ବିହନ ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକାର ବିଶୋଧନ ପ୍ରଣାଳୀ ରହିଛି। ଏହି ବିଶୋଧନ ପ୍ରକ୍ରିୟା ଦ୍ଵାରା ବିହନର ପରିପାର୍ଶ୍ଵିକ ସ୍ଥିତି, ଗଜା ହେବା ପରବର୍ତ୍ତୀ ଅବସ୍ଥା ଏବଂ ପରିବେଶରେ ଗଛର ଅବସ୍ଥା ଉନ୍ନତି ହୋଇଥାଏ, ଯଥା ରୋଗ ଓ ପୋକ ଆକ୍ରମଣରୁ ମୁକ୍ତ ରହିଥାଏ ।

ବିହନ ବିଶୋଧନ ପ୍ରଣାଳୀ

ବିହନ ଲେପ

ଏହା ଏକ ସାଧାରଣ ପଦ୍ଧତି, ଅତି ସହଜରେ ହୋଇଥାଏ । ଏଥିରେ ଶୁଖିଲା କିମ୍ବା ଓଦାଳିଆ ପଦାର୍ଥର ପାଉଡର କିମ୍ବା ମଣ୍ଡରେ ବିହନକୁ ଖେଳା ଯାଇଥାଏ । ପରେ ବିହନ ଉପରେ ଏକ ସ୍ତର ଆବରଣ ହୋଇ ରହିଥାଏ । ଏହି ପଦ୍ଧତି ଚାଷୀ ଦ୍ଵାରା ଏବଂ ଶିଳ୍ପୋଦ୍ୟୋଗୀ ସ୍ତରରେ ମଧ୍ୟ ହୋଇପାରିବ । ମାଟିରେ ତିଆରି ମାଠିଆ ସାଧାରଣତଃ ବ୍ୟବହାର ହୋଇଥାଏ କିମ୍ବା ଏକ ପଲିଥିନ୍ ଚଦର ଉପରେ ବିହନକୁ ବିଛୁରିତ କରି ଅନୁମୋଦିତ ବିଶୋଧନ ପଦାର୍ଥକୁ ସମପରିମାଣରେ ବିଚୁରିତ କରି ବିହନ ଉପରେ ପକାଯାଇଥାଏ ଏବଂ ତା' ପରେ କିଛି ମାଧ୍ୟମରେ ବିହନକୁ ଗୋଳାଯାଇଥାଏ  I

ବିହନ ଆସ୍ତରଣ

ଏଥିପାଇଁ ଏକ ପ୍ରକାର ବିହନ ବିଶୋଧନ ତ୍ରମ୍ ବ୍ୟବହାର ଜୋହାଇଥାଏ । ଏହା ଏକ ଉନ୍ନତ ଧରଣର ବିହନ ବିଶୋଧନ ପ୍ରଣାଳୀ । ବିହନ ଏବଂ ଔଷଧକୁ ଏକ ସଙ୍ଗରେ ପୂରାଇ ଭ୍ରମକୁ ବୁଲେଇ ଦେଲେ ବିହନ ବିଶୋଧନ ହୋଇଯାଏ ।

ମୁଖ୍ୟ ଫସଲ ଗୁଡିକରେ ବହନ ବିଶୋଧନ

ଧାନ

ମୂଳଶଢାଏବଂ ଅନ୍ୟାନ୍ୟ ରୋଗ ପାଇଁ ଟ୍ରାଇକୋଡରମା – ୫/୧୦ ଗ୍ରାମ/ କେଜି ବିହନ କିମ୍ବା କାରବେଣ୍ଡାଜିମ୍ ୨ ଗ୍ରାମ/ କେଜି ବିହନ କିମ୍ବା ଥିରାମ ୩ ଗ୍ରାମ/ କେଜି ବିହନରେ ଗୋଳାଇ ପରେ ଲଗାଇବା ଦରକାର ।  ଚେର ଗଣ୍ଠି ସୂତ୍ର ଜୀବ ଓ ଅଗ ଧଳା ସୂତ୍ର ଜୀବ ପାଇଁ କେତ୍କାର ପାଇରିଫସ୍ ୩୦ ଗ୍ରାମ/୧୦ କେଜି ବିହନ ଶତକଡା ୨ ଭାଗ ମନୋକୋଟଫସ୍ ଦ୍ରବଣ ସହିତ ବିହନକୁ ୫ ଘଣ୍ଟା ବୁଡାଇ ତା' ପରେ ଲଗାଇବା ଉଚିତ ।

ମକା

ମୃତ୍ତିକାଜନିତ ଏବଂ ବିହନଜନିତ ରୋଗ ପାଇଁ ଟ୍ରାଇକୋଡରମା ହାରଜିଅନମ୍ ୪ ଗ୍ରାମ/ କେଜି କିମ୍ବା କାରବେଣ୍ଡାଜିମ୍ ୨ ଗ୍ରାମ/ କେଜି କିମ୍ବା ଭିଟାଭାକ୍ସ ପାୱାର ୩ ଗ୍ରାମ/ କେଜି ବିହନ ଆବଶ୍ୟକ I

ଆଖୁ

ମୂଳଶଢା ଝାଉଁଳା ରୋଗ ପାଇଁ କାର୍ବେଣ୍ଡାଜିମ୍ (୦.୧), ଟ୍ରାଇକୋଡରମା ଭିରିଡି ୪.୫ ଗ୍ରାମ୍/କେଜି, ମଞ୍ଜି । ଏହି ବିଶୋଧନ ପ୍ରକ୍ରିୟା ୧୨ ଘଣ୍ଟା ପୂର୍ବରୁ କରି ତା ପରେ ଜମିରେ ବିହନ ଲଗାଯାଇଥାଏ ।

ଚିନାବାଦାମ

କାଣ୍ଡ ଶତା, ମଞ୍ଜି ଶତା, ଗଜା ଶଢା ଓ ଅନ୍ୟାନ୍ୟ ମୃତ୍ତିକା ଏବଂ ବିହନଜନିତ ରୋଗ ପାଇଁ ୧୦୦୦ କେଜି ଜଡା କିମ୍ବା ନିମ୍ବ କେକ୍ /ହେକ୍ଟର ମୃତ୍ତିକାରେ ପ୍ରୟୋଗ । ବିହନ ବିଶୋଧନ ଟ୍ରାଇକୋଡରମା ଭିରିଡି ୪ ଗ୍ରାମ/ କେଜି କିମ୍ବା କାରବେଣ୍ଡାଜିମ୍ ୨ ଗ୍ରାମ/ କେଜି କିମ୍ବା ଭିଟାଭାକ୍ସ ପାୱାର ୩ ଗ୍ରାମ/ କେଜି ମଞ୍ଜି କ୍ଳୋରୋପାଇରିଫସ୍ / କ୍ଵିନାଲଫସ୍ ୨.୫ରୁ ୧୨ ମିଲି./କେଜି ବିହନ ଆବଶ୍ୟକ ।

ହରଡ଼,ମୁଗ, ବିରି

ମୃତ୍ତିକା ଏବଂ ବିହନଜନିତ ରୋଗ ପାଇଁ ଟ୍ରାଇକୋଡରମା ଭିରିଡି ୪ ଗ୍ରାମ/ କେଜି ମଞ୍ଜି କିମ୍ବା କାପଟାନ୍ ୩ ଗ୍ରାମ/ କେଜି ମଞ୍ଜି କିମ୍ବା କାରବେଣ୍ଡାଜିମ୍ ୨ ଗ୍ରାମ/ କେଜି କିମ୍ବା ଭିଟାଭାକ୍ସ ପାୱାର ୩ ଗ୍ରାମ/ କେଜି, ମଞ୍ଜି ଆବଶ୍ୟକ ହୁଏ ।

ବାଇଗଣ, ଲଙ୍କା

କୋଣାର୍କ ବାରରୋଗ, ସୁଡୋମେମୋନସ୍ ଜୀବାଣୁଜନିତ ରୋଗ, ମୃତ୍ତିକା ଏବଂ ଫିମ୍ପିଜନିତ ରୋଗ ପାଇଁ ଟ୍ରାଇକୋଡରମା ଭିରିଡି ୪ ଗ୍ରାମ/ କେଜି କିମ୍ବା କାରବେଣ୍ଡାଜିମ୍ ୧ ଗ୍ରାମ୍/୧୦୦ ଗ୍ରାମ୍ ବିହନ ଟ୍ରାଇକୋଡରମା ଭିରିଡି କିମ୍ବା ଟ୍ରାଇକୋଡରମା ହାରଜିଅନମ୍ ୨ ଗ୍ରାମ/ କେଜି ମଞ୍ଜି ଦରକାର ।

ସଂଗୃହିତ - ରାହୁଲ ଦେବ ବେହେରା,କାର୍ଯ୍ୟକ୍ରମ ସହଯୋଗୀ (ମୃତ୍ତିକା ବିଜ୍ଞାନ), କୃଷି ବିଜ୍ଞାନ କେନ୍ଦ୍ର, ମାଲକାନଗିରି

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate