অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗେଣ୍ଡୁ ଫୁଲ, ରୋଗ ଓ ପ୍ରତିକାର

ଗେଣ୍ଡୁ ଫୁଲ

ପୂଜା, ପାର୍ବଣ ବିବାହ, ବ୍ରତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗେଣ୍ଡୁ ଫୁଲର ବ୍ୟବହାର ଅଧିକ । ଏହାକୁ ବର୍ତ୍ତମାନ ଚାଷୀମାନେ ବ୍ୟବସାୟୀକ ଭିତ୍ତିରେ ଚାଷ କରୁଛନ୍ତି । ହେଲେ ଏହି ଫୁଲରେ ଦେଖାଯାଉଥିବା ବିଭିନ୍ନ ରୋଗ ପାଇଁ ଚାଷୀ ବହୁ କ୍ଷତି ମଧ୍ୟ ସହିଥାନ୍ତି।

ଗେଣ୍ଡୁ ଫୁଲରେ ଦେଖାଯାଉଥିବା ରୋଗ ଓ ପ୍ରତିକାର

ଗେଣ୍ଡୁ ଫୁଲରେ ଦେଖାଯାଉଥିବା ରୋଗ ବିଷୟରେ ସଂକ୍ଷେପରେ...

ପତ୍ରପୋଡାରୋଗ

ଏହା ଏକ କବକ ଜନିତ ରୋଗ । ଏହି ରୋଗ ଏକ ଧାରାରେ ଗଛର ଫୁଲ, କଢ, ପତ୍ର, ଡେମ୍ଫ ଓ କାଣ୍ଡରେ ଦେଖାଯାଏ । ପ୍ରଥମେ  ବାଦାମୀ ରଙ୍ଗର ଗୋଲ ଗୋଲ ଦାଗ ଦେଖାଯାଏ । ଦାଗ ଗୁଡିକ ମିଶିଯାଇ ଗାଢ ବାଦାମୀ ରଙ୍ଗ ଧାରଣ କରେ, ପତ୍ର, ଫୁଲ କଢ, ଡେମ୍ଫ ଓ କାଣ୍ଡ ଅଧା ଅଧା କିମ୍ବା ପ୍ରାୟ ସମସ୍ତ ଅଂଶକୁ ଆକ୍ରାନ୍ତ କରିଥାଏ । ବାଦାମୀ, ଗାଢ ବାଦାମୀ ଓ କଳାଦାଗ ଫୁଲ ଏବଂ କଢରେ ଦେଖାଯାଉଥିବାରୁ ଫୁଲଗୁଡିକ ବ୍ୟାବସାୟିକ ଗୁଣ ହରାଏ ।

ପ୍ରତିକାର

ଗଛରେ ଏଭଳି ଦାଗ ଦେଖାଯିବା ମାତ୍ରେ ଇଣ୍ଡେଫିଲ୍-ଏମ୍-୪୫ କୁ ୩ ଗ୍ରାମ୍ ହିସାବରେ ପ୍ରତି ୧ ଲିଟର ପାଣିରେ ମିଶଇ ସପ୍ତାହରେ ଏକଥର ଲେଖାଏଁ ୨/ ୩ ସପ୍ତାହ ପର୍ଯ୍ୟନ୍ତ ସ୍ପ୍ରେ କରନ୍ତୁ । ଘରୋଇ ଭାବେ ଚାଷ କରାଯାଉଥିବା ହାଇବ୍ରିଡ କିସମ ଗେଣ୍ଡୁ ଗଛରେ ପତ୍ରମୋଚା ରୋଗ ବିଶେଷ ଭାବେ ଦେଖାଯାଉଛି ।

ପତ୍ର ମୋଚାରୋଗ

ଏହା ଏକ ଭୂତାଣୁ ଜନିତ ରୋଗ । ଏହି ରୋଗରେ ଗଛର ଅଗ ଭାଗ ସରୁ ଓ କୁଞ୍ଚକୁଞ୍ଚିଆ ହୋଇଯାଏ । ଗଛଟି ଠିକ୍ ଭାବରେ ବଢି ନପାରି ଗୋଡାଳିଆ ଦେଖାଯାଏ । ପତ୍ରଗୁଡିକ ମେଞ୍ଚାଳିଆ ହୋଇ ରହିଯନ୍ତି । ଗଛରେ ପ୍ରାୟ ଛୋଟ ଛୋଟ କଢ ହୁଏ । ଫୁଲ ଛୋଟ ଓ ବିକୃତ ଦେଖାଯାଉଥିବାରୁ ବ୍ୟାବସାୟିକ ଗୁଣ ହରାଏ ।

ପ୍ରତିକାର

ରୋଗାକ୍ରନ୍ତ ଗଛକୁ ଓପାଡି ପୋଡି ଦେବେ। ନଚେତ୍ ଦୂରରେ ଫୋପାଡି ନଷ୍ଟ କରିଦିଅନ୍ତୁ । ଏଥୁପାଇଁ ନୁଭନ୍, ୨.୫ମିଲି ପ୍ରତି ୧ ଲିଟର ପାଣିରେ ମିଶାଇ ସପ୍ତାହକୁ ଥରେ ଲେଖାଏଁ୨ରୁ ୩ ସପ୍ତାହ ପର୍ଯ୍ୟନ୍ତ ସ୍ପ୍ରେ କରନ୍ତୁ । ବ୍ୟାବସାୟିକ ଗେଣ୍ଡୁଚାଷ ପାଇଁ ବ୍ୟବହୃତ ହେଉଥିବା ଆଫ୍ରିକାନ୍ ୟେଲୋ ଓ ଆଫ୍ରିକାନ୍ ଜ୍ୟାଣ୍ଟ ୟେଲୋ ଗେଣ୍ଡୁଗଛରେ ଏହି ପତ୍ରମୋଚା ରୋଗ ଦେଖାଗଲା ମନ୍ତେ ଉପରୋକ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରନ୍ତୁ ।

କେଳିକୁସୁମରେ ଦେଖାଯାଉଥବା ରୋଗ

କେଳିକୁସୁମକୁ ବନ୍ୟାବସାୟିକ ଭାବେ ଚାଷ କରାଯାଉନଥିଲେ ମଧ୍ୟ ଘରେ ଘରେ ସମସ୍ତେ ଏହାକୁ ଲଗାଇଥାନ୍ତି । ଏଥିରେ ବିଭିନ୍ନ କବକ ଜନିତ ରୋଗ ଦେଖାଯାଏ ।

ଚିତାରୋଗ

ପତ୍ରରେ ଗାଢ ବାଦାମୀ ରଙ୍ଗର ଗୋଲା ଗୋଲ ଦାଗ ଦେଖାଯାଏ । ବାଦାମୀ ଦାଗର ଚାରିପଟେ ଧୂସର ରଙ୍ଗର ରିଙ୍ଗ ଦେଖାଯାଏ।  ପତ୍ରରେ ଏହି ରୋଗ ଦେଖାଗଲେ ବ୍ୟାଭିଷ୍ଟିନ୍ ୧ ଗ୍ରାମକୁ ୧ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।

ପାଉଁଶିଆ ଦାଗ ରୋଗ

ଗଛ ପତ୍ରରେ ପାଉଁଶିଆ ରଙ୍ଗର ଡିମ୍ବାକୃତି ଦାଗ ଦେଖାଯାଏ । ପରେ ଏହି ଦାଗର ରଙ୍ଗ କଳା, ହୋଇଯାଏ । ଦାଗ ଗଛର ତାଳପତ୍ରରୁ ଆରମ୍ଭ ହୋଇ ଉପରିସ୍ମ ପତ୍ର ଆଡକୁ ବ୍ୟାପେ। ଏହି ରୋଗ ଦେଖାଯିବା ମାତ୍ରେ ଇଣେଣ୍ଡାଫିଲ– ଏମ୍-୪୫ ଔଷଧ ୨ ଗ୍ରାମ୍ ନେଇ ୧ ଲିଟର ପାଣିରେ ମିଶାଇ କିମ୍ବା ବ୍ୟାଭିଷ୍ଟିନ୍ ୧ ଗ୍ରାମ୍, ୧ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।

ଆଧାର – କୃଷି ବିଭାଗ

Last Modified : 12/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate