অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟିସୁ କଲଚର୍ କଦଳୀରୁ ଲାଭ ଅଧିକ

କଦଳୀ ଚାଷ କିପରି ଅଧିକ ଲାଭବାନ

ଫଳ ଭିତରେ କଦଳୀର ଚାହିଦା ସବୁବେଳେ ଅଧିକ । ପୂଜା ପର୍ବ ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏହାର ଭୂମିକା  ଗୁରୁତ୍ଵପୂର୍ଣ୍ଣ । ଟିସିକୁଲଚର ପଦ୍ଧତିରେ କଦଳୀ ଚାଷ କର ଚାଷୀ କିପରି ଅଧିକ ଲାଭବାନ ହୋଇପାରବେ ସେ ସମ୍ପର୍କରେ ଗଞ୍ଜାମ ଉପଉଦ୍ୟାନ ନିର୍ଦେଶକ ଭଗବାନ ଦାଶ କଣ’ କୁହନ୍ତି ଆସନ୍ତୁ ଜାଣିବା।

ଓଡିଶାର ବାଲେଶ୍ଵର, ବଲାଙ୍ଗୀର, ପୁରୀ, ଅନୁଗୁଳ, ରୟାଗଡା, ସୁନ୍ଦରଗଡ, ଖୋର୍ଦ୍ଧା ଜିଲ୍ଲାରେ କଦଳୀର ଲୋକପ୍ରିୟତା ସର୍ବାଧିକ । ଭୁବନେଶ୍ଵର ଓ ଭବାନୀପାଟଣା ଠାରେ କଦଳୀ ଚାରା ଉତ୍ପାଦନ କରୁଥିବା ଟିସୁ କଲଚର ଲ୍ୟାବ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଯାହା ଓଡିଶାର କଦଳୀ ଚାଷର ଅଗ୍ରଗତି ଦିଗରେ ସହାୟକ ହୋଇପାରିବ । ଓଡିଶା ବଜାରରେ ପାଟକପୁରା, ଚମ୍ପା, ବାମନ, କଦଳୀ ଆଦିର ଚାହିଦା ଅଧିକ ରହିଛି। ଗାଁ ଗହଳିରେ ଚମ୍ପାର ଚାହିଦା ଅଧିକ ରହିଥିବା ବେଳେ ପୁରୀ, ଭୁବନେଶ୍ଵର ବଜାରରେ ପାଟକପୁରା କଦଳୀ ସେହିପରି ପଶ୍ଚିମ ଓଡିଶାରେ ବାମନ କଦଳୀ ବା ଜି- ୯, କଦଳୀର ଚାହିଦା ଅଧିକ ।

ଆମର ପ୍ରଧାନ ଖାଦ୍ୟ ଭାତ ପରି ଆଫ୍ରିକା ମହାଦେଶର କେତେକ ସ୍ଥାନରେ ସିଝା କଦଳୀ ଲୋକମାନଙ୍କର କେତେକ ସ୍ଥାନରେ ସିଝା, କଦଳୀ ଲୋକମାନଙ୍କର ପ୍ରଧାନ ଖାଦ୍ୟ । ଆମ ଦେଶର ସମୁଦାୟ ୭୬୮୦୦୦ ହେକ୍ଟର କ୍ଷେତ୍ରରେ  କହଳୀ ଚାଷ  ହୁଏ । ପ୍ରମୁଖ କଦଳୀ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ,  ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ, ପଶ୍ଚିବଙ୍ଗ ମୁଖ୍ୟ । ଆକଳନ ଅନୁସାରେ ପୃଥିବୀର ସବୁଠାରୁ ଅଧିକ କଦଳୀ ଭାରତରେ ଉତ୍ପାଦିତ ହୁଏ ।

ଜଳବାୟୁ ଲଗାଇବା ସମୟ

ବର୍ଷର ସବୁ ସମୟରେ କଦଳୀ ଚାଷ ହୋଇପାରେ । ଓଡିଶାରେ ଲଗାଇବା ପାଇଁ ଭଲ ସମୟ ଜୁନରୁ ଅକ୍ଟୋବର ଆଉ ଫେବ୍ରୁୟାରୀରୁ ଏପ୍ରିଲା ।

କିସମ

ଭାରତରେ ଚାଷ ହେଉଥିବା କିସମ ମଧ୍ୟରେ ବାମନ, କାଭେଣ୍ଡିସ୍, ଭୂଷାବଳ, ଚମ୍ପା, ପାଟକପୁରା, ନେନ୍ଦ୍ରନ, ଜି - ୯ ଆଦି ପ୍ରଧାନ । ଓଡିଶାରେ ବାତ୍ୟାର ସମ୍ଭାବନା ଅଧିକ ରହେ । ଏପରି ଅଞ୍ଚଳରେ ଚାଷୀମାନେ ବାମନ ଜାତୀୟ କଦଳୀ ଯଥା-  ବାମନ, କାଭେଣ୍ଡିସ୍, ଜି - ୯ ଚାଷ କଲେ କ୍ଷତିର ସମ୍ଭାବନାକୁ ଏଡାଇ ଦିଆଯାଇପାରେ । ବ୍ୟବସାୟି କ ଚାଷ ପାଇଁ ଏବେ ଟିସୁ କଲଚର ଚାରା ଲଗାଯାଉଛି ।

ଟିସୁ କଲଚର କ'ଣ ?

ଗଛର ଏକ ବର୍ଦ୍ଧିଷ୍ଣୁ ମାଂସପେଶୀକୁ ବିଶେଷ ଗବେଷଣାଗାର ମଧ୍ୟରେ ଭାଇରସ ମୁକ୍ତ କରି ଟିସୁ କଲଚର ପଦ୍ଧତିରେ ଏହା ଦେହରୁ ଛୋଟ ଛୋଟ ଅଂଶ କାଚ ପାତ୍ରରେ ରଖାଯାଏ । ନିର୍ବାରିତ ଉତ୍ତାପ ଆଲୋକ ତଥା ଉପଯୁକ୍ତ ପରିବେଶରେ ତଳର ଖାଦ୍ୟ ଦେଇ ରଖିଲେ। ଏହା ବଢିବାକୁ ଲାଗେ । ଧୀରେ ଧୀରେ ଏହା ଏକ ଛୋଟ ଚାରା ଗଛ (ପ୍ଲାଣ୍ଟଲେଟ)ରେ ପରିଣତ ହୁଏ । ଏହାକୁ ଟିସୁ କଲଚର ପଦ୍ଧତି କୁହାଯାଏ ।

ଓଡିଶାରେ ଜି-୯ କିସମ ଟିସୁ କଲଚର କଦଳୀ ଗଛ ଲଗାଇବାରେ ମାତ୍ର ୬ ରୁ ୭ ମାସ ମଧ୍ୟରେ ଫୁଲ ଧରୁଛି, ୧୦ ରୁ ୧୨ ମାସ ମଧ୍ୟରେ ଫଳ ପାକଳ ହୋଇ ବିକ୍ରି ହେଉଛି । ପ୍ରତି କାନ୍ଦିରେ ହାରାହାରି ୧୭.୦ ରୁ ୨୦୦ କଦଳୀ ରହେ । ସଠିକ୍ ସମୟରେ ଖତ ସାର ଦେଲେ ଯତ୍ନ ନେଲେ ୩୦୦ ରୁ ଅଧିକ କଦଳୀ ରହେ ।

ଚାଷ କୌଶଳ

ଗଛର ୧.୮ ଘ.ମି. x ୧.୮ ମି ରହିଲେ  ହେକ୍ଟର ପ୍ରତି ୩୦୮୬ ଗଛ ରହିପାରେ । ପ୍ରତି ଗାତ ୫ମି ରହେ । ଏଥିରେ ୩ କେଜି ଶଜା ଗୋବର ଖତ କିମ୍ବା ଜିଆ ଖତ ସହିତ ଉଈ ନାଶକ ନିମ୍ବା ପିଡିଆ ୨୦୦ ଗ୍ରାମ ଦିଆଯାଏ । ଏସଏସପି ୧୦୦ ଗ୍ରାମ୍ ଏମ ଓ ପି ୫୦ ଗ୍ରାମ୍ ଦେଇ ଗାତ ଭରାଯାଏ । ପ୍ରଥମ ୧୦ ଦିନ ପରେ ଘାସ ବଛାଯାଏ । ଏହାପରେ ଲଗାଇବାର ୧୮୦,୨୧୦, ୨୪୦, ୨୭୦,୩୦୦ ଦିନମାନଙ୍କରେ ଗଛ ପ୍ରତି ୟୁରିଆ, ୩୦ ଗ୍ରାମ୍ ଏମ ଓପି ୫୦ ଗ୍ରାମ ଦିଆଯାଏ । ଗଛରେ ୨୭୦ ରୁ ୩୦୦ ଦିନ ପରେ ଗୋଟିଏ ପୁଆ ରଖାଯାଏ । ପ୍ରଥମ ଫସଲ ଅମଳ ପରେ ପୁଆକୁ ଯତ୍ନ କଲେ ଏହା ମଧ୍ୟ ଭଲ ଅମଳ ଦିଏ ।

ଅମଳ

କଦଳୀ ହେଉଛି ଏମିତି ଫସଲ ଯେଉଁଥିରୁ ମାତ୍ର ଗୋଟିଏ ବର୍ଷରେ ସବୁ ଖର୍ଚ୍ଚ ଯାଇ ଚାଷୀ ଗୋଟିଏ ଏକର ଜମିରୁ ୪ ରୁ ୫ ଲକ୍ଷ ଟଙ୍କା ଲାଭ କରିପାରିବ । ଟିସୁ କଲଚର କଦଳୀ ଚାଷ ସମ୍ପର୍କରେ ଅଧିକ ଜାଣିବା ପାଇଁ ଭଗବାନ ଦାଶ ୯୪୩୭୧୮୨o୮୧ଙ୍କ ସହ ଯୋଗାଯୋଗ କରିପାରିବେ ।

ଆଧାର – କୃଷି ବିଭାଗ

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate