অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତରଭୁଜ ଚୋପାରୁ ହୋଇପାରିବ ମୃଦୁପାନୀୟ ବ୍ୟବସାୟିକ ଭିତ୍ତିକ

ତରଭୁଜ ଚୋପାରୁ ହୋଇପାରିବ ମୃଦୁପାନୀୟ ବ୍ୟବସାୟିକ ଭିତ୍ତିକ

ବ୍ୟବସାୟିକ ଭିତ୍ତିକ ତରଭୁଜ

ବର୍ତ୍ତମାନ ବଜାରରେ ତରଭୁଜ ପ୍ରଚୁର ପରିମାଣରେ ମିଳୁଛି । ଏଥିରେ ବିଭିନ୍ନ ଖାଦ୍ୟ ଉପାଦାନ ସହିତ ଅନେକ ଭିଟାମିନ୍ ଓ ଧାତବ ଲବଣ ରହିଛି ।

ସାଧାରଣତଃ ଆମେ ତରଭୁଜର ନାଲି ଅଂଶଟିକୁ ଖାଇବା ପରେ ବଳକା ଅଂଶକୁ ଫୋପାଡି ଦେଇଥାଉ । ହେଲେ ତରଭୂଜର ଚୋପା ସହିତ ଲାଗି ରହିଥିବା ଧଳା ଅଂଶଟିର ଉପାଦେୟ ଅନେକ ।

ତେଣୁ ଏହାକୁ ନଷ୍ଟ ନକରି କିଛି ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତ କରାଯାଇପାରିବ । ଏଥିରୁ ଆମେ ମୃଦୁ ପାନୀୟ, ଜାମ୍ ଓ ମୁରବା ପ୍ରସ୍ତୁତ କରିପାରିବା ।

ଏଥିପାଇଁ ପ୍ରଥମେ ତରଭୁଜର ଉପର ଭାଗରେ ଥିବା କଠିନ ପଦାର୍ଥରୁ ସବୁଜ ଅଂଶକୁ ଚାଞ୍ଚି ବାହାର କରି ଧଳା ଅଂଶକୁ ବିଭିନ୍ନ ଆକୃତିର କାଟି ପ୍ରସ୍ତୁତ କରାଯାଏ ।

ଚୋପାରୁ ମୃଦୂପାନୀୟ

ଧଳା ଅଂଶକୁ ଛୋଟ ଖଣ୍ଡ କରି କାଟି ବେଣ୍ଡର ସାହାଯ୍ୟରେ ବାଟି ଛାଣି ଦିଅନ୍ତୁ । ସେଥିରେ ଉପଯୁକ୍ତ ପରିମାଣର ଚିନିଶିରା ଓ ଲେମ୍ବୁ ରସ ଏବଂ ପସନ୍ଦ ଅନୁଯାୟୀ ଅଦାରସ ଓ ପୁଦିନୀପତ୍ର ଛୋଟ ଛୋଟ ଖଣ୍ଡ କରି ମିଶାନ୍ତୁ । ଏହା ଖରାଦିନରେ ମଣିଷ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଶରୀରର ଜଳସ୍ତରକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ ।

ଜାମ

୫୦୦ ଗ୍ରାମ୍ ତରଭୁଜ ଖଣ୍ଡ ବା କୋରା (ଧଳା ଅଂଶ) ସହିତ ୪୦୦ ଗ୍ରାମ୍ ଚିନି ଗୋଳାଇ ପ୍ରାୟ ଅଧ ଘଣ୍ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ୍ର ସାଧାରଣ ତାପମାତ୍ରାରେ ରଖନ୍ତୁ । ଏହାଦ୍ଵାରା ତରଭୁଜରୁ ପାଣି ବାହାରି ଚିନି ମିଳେଇ ଯାଏ । ଏହି ମିଶ୍ରଣକୁ କ୍ରମାଗତ ଘାଣ୍ଟିବା ଅବସ୍ଥାରେ ପୁରା ମିଶିଗଲା ପର୍ଯ୍ୟନ୍ତ ରନ୍ଧନ୍ତୁ । ଏଥିରେ ପ୍ରାୟ ପାଞ୍ଚ ଗ୍ରାମ୍ ସାଇଟ୍ରିକ୍ ଅମ୍ଳ ମିଶାଇଲେ ଏହାର ସ୍ଵାଦ ବଢିବା ସହ ସଂରକ୍ଷଣ କ୍ଷମତା ମଧ୍ୟ ବଢିଯାଏ । ଜାମ୍ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ୧୦ ଗ୍ରାମ୍ ପେକଟିନ୍ ପାଉଡର ଅଳ୍ପ ତରଭୁଜ ରସରେ ଗୋଳାଇ ସେଥିରେ ମିଶେଇଲେ ମିଶ୍ରଣଟି ଜୋଲିପରି ବାନ୍ଧି ହୋଇଯିବ । ଗରମ ଅବସ୍ଥାରେ ଏହାକୁ ବିଶୋଧିତ କାଚ ବୋତଲରେ ସିଲ କରି ରଖିବାକୁ ହେବ ।

ମୁରରବା

ଏଥିପାଇଁ ତରଭୁଜର ଧଳା ଅଂଶକୁ ଛୋଟ ଛୋଟ ଖଣ୍ଡ କରି ପ୍ରାୟ ଏକ ଇଞ୍ଚ ଲମ୍ବର କାଟନ୍ତୁ । ଏକ ବଡ ପାତ୍ରରେ ଥଣ୍ଡା ପାଣି ରଖି ପ୍ରାୟ ଏକ କେଜି ତରଭୁଜ ଖଣ୍ଡ ବୁଡିଗଲା ପରି ରଖନ୍ତୁ । ସେଥିରୁ ୨ରୁ ୩ ଚାମଚ୍, କ୍ୟାଲସିୟମ୍ କ୍ଲୋରାଇଡ ପକାଇ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବତୁରାଇ ଦିଅନ୍ତୁ । ଯଦ୍ଵାରା ଖଣ୍ଡଗୁଡିକ ଟିକେ ଟଣ ହୋଇଯିବ ଓ ରାନ୍ଧିବା ସମୟରେ ତାର ଆକୃତି ବଜାୟୀ ରହିବ । ଖଣ୍ଡଗୁଡିକୁ ଏହି ପାଣିରୁ ଛାଣି ଏକ ଅଲଗା ପାତ୍ରରେ ୨ ମିନିଟ୍ ପର୍ଯ୍ୟନ୍ତ ଫୁଟେଇ ପୁଣି ଛାଣିଦିଅନ୍ତୁ । ବର୍ତ୍ତମାନ ପ୍ରାୟ ୧ କେଜି ଚିନି ଓ ଦେଢରୁ ଦୁଇ ଲିଟର ପାଣି ମିଶାଇ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ ଓ ମଝିରେ ମଝିରେ ଘାଣ୍ଟନ୍ତୁ ।

ଏପରି ପ୍ରାୟ ୨ଘଣ୍ଟା ପର୍ଯ୍ୟନ୍ତ ରାନ୍ଧନ୍ତୁ ଯେମିତି ଚିନି ସିରପଟି ବହଳିଆ ହୋଇଯିବ । ଏହି ସମୟକୁ ତରଭୁଜର ଖଣ୍ଡଗୁଡିକ ସୁନେଲି ରଙ୍ଗ ହୋଇଯିବ । ମନେ ରଖନ୍ତୁ ଅଧିକ ରାନ୍ଧି ଦେଲେ ତାହା ଟାଣ ହୋଇଯିବାର ଆଶଙ୍କା ଥାଏ । ସେଥିରେ ପସନ୍ଦ ଅନୁଯାୟୀ ଲେମ୍ବୁ ବା ଅଦା ରସ ମିଶାଇ ପାରିବେ । ମୁରବବା ପ୍ରସ୍ତୁତ ହୋଇଗଲେ ଗରମ ଅବସ୍ଥାରେ ପୂର୍ବରୁ ବିଶୋଧିତ ହୋଇଥିବା କଚ ବେତଲରେ ଭର୍ତ୍ତି କରିବେ ଯେମିତି କି ତରଭୁଜ ଖଣ୍ଡଗୁଡିକ ଚିନିଶିରାରେ ବୁତି ରହିବ । ଉପଯୁକ୍ତ ପଦ୍ଧତିରେ ବିଶୋଧିତ ବୋତଲରେ ପ୍ୟାକିଙ୍ଗ କଲେ ଏହା ଚାରିମାସ ପର୍ଯ୍ୟନ୍ତ - ସୁରକ୍ଷିତ ରହିପାରିବ ଏବଂ ବ୍ୟବସାୟିକ ଭିତ୍ତିରେ ମଧ୍ୟ ଏହାକୁ କରାଯାଇ ବେଶ୍ ଦୁଇ ପଇସା ଉପର୍ଜନ କରିପାରିବେ ।

ଲେଖା ଏବଂ ପ୍ରାପ୍ତ  - ପ୍ରଫେସର କଳ୍ପନା ରାୟଗୁରୁ  ଓୟୁଏଟି, ମୋ – ୯୪୩୭୬୩୧୮୧୨

Last Modified : 12/18/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate