ଫସଲ ଉତ୍ପାଦନ (ବହୁ ଫସଲ ଚାଷ)
ବହୁ ଫସଲ ଚାଷର ଆବଶ୍ୟକ ଉପାଦାନ
ବହୁ ଫସଲ ଚାଷ ପାଇଁ କେତେକ ମୌଳିକ ଆବଶ୍ୟକତା ପୂରଣ ହେବା ଆବଶ୍ୟକ ।
- ସ୍ଥାନୀୟ ଜଳବାୟୁ ଫସଲ ଚାଷକୁ ସୀମିତ କରୁ ନଥିବ ।
- ଜମି ସମତଳ ଥିବ, ସାମୟିକ ବନ୍ୟା ବା ମରୁଡି ଦ୍ଵାରା ପ୍ରଭାବିତ ହେଉ ନଥିବ , ମୃତ୍ତିକା ଉର୍ବର ଥିବ , ଘାସୁଆ ହୋଇ ନଥିବ ଏବଂ ଅନିଷ୍ଟକାରୀ କୀଟ ଓ ରୋଗ ସୃଷ୍ଟିକାରୀ ଜୀବଦ୍ଵାରା ଅତ୍ୟଧିକ ଆକ୍ରାନ୍ତ ହୋଇ ନଥିବ ।
- ବର୍ଷସାରା ପର୍ଯ୍ୟାପ୍ତ ଓ ସୁନିଶ୍ଚିତ ଜଳସେଚନ ଓ ନିଷ୍କାସନ ସୁବିଧା ଥିବ ।
- ଅଳ୍ପ ଦିନରେ ଅମଳ ହେଉଥିବା ଅଧିକ ଅମଳକ୍ଷମ ଉନ୍ନତ ଓ ସଙ୍କର ବିହନ ବ୍ୟବହାର କରିବାକୁ ହେବ ଯେପରି ରୂପ ମଧ୍ୟରେ କ୍ରମାନ୍ଵୟରେ ଅତି କମ୍ ରେ ତିନିଟି ଫସଲ ଚାଷ କରାଯାଇପାରିବ ।
- ବିହନ, ସାର, କୃଷି ଯନ୍ତ୍ରପାତି , ଶ୍ରମିକ, ଅର୍ଥ, କୀଟନାଶକ ଔଷଧ ଆଦି କୃଷି ଉପକରଣ ପର୍ଯ୍ୟାପ୍ତ ପରିମାଣରେ ଏବଂ ଠିକ୍ ସମୟରେ ମିଳୁଥିବ ।
- ଅମଳ ପରେ ପରେ ଫସଲର ଅବଶେସାଂଶ କୁ ଅପସାରଣ କିମ୍ବା ବିନିଯୋଗ କରିବା ପାଇଁ ଯଥାର୍ଥ ସୁବିଧା ଥିବ ।
- ଅମଳ ପରେ ପରେ ଚାଷୀମାନଙ୍କର ଘର ନିକଟରେ ଲାଭଜନକ ଦରରେ ଫସଲ ବିକ୍ରି କରିବାର ସୁବିଧା ଥିବ । ଚାଷରେ ବିନିଯୋଗ କରାଯାଇଥିବା ଅର୍ଥକୁ ପରିଶୋଧ କରିବା ପାଇଁ ଅଧିକାଂଶ ଚାଷୀଙ୍କୁ ଉତ୍ପନ୍ନ ଦ୍ରବ୍ୟର କିଛି ଅଂଶ ଅମଳ ପରେ ପରେ ବିକ୍ରି କରିବାକୁ ପଡିଥାଏ ଏବଂ ଅନେକ ସ୍ଥଳରେ ଶସ୍ତାରେ ଏବଂ ଧାରରେ ବିକ୍ରି କରିବାକୁ ଚାଷୀମାନେ ବାଧ୍ୟ ହୋଇଥାନ୍ତି ।
- ଅମଳପର – ଯତ୍ନ ପାଇଁ ଉପଯୁକ୍ତ ସୁବିଧା ଥିବା ଆବଶ୍ୟକ ଯଦ୍ଦ୍ଵାରା ସମ୍ପୂର୍ଣ୍ଣ ପରିପକ୍ଵତା ଆସିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଶରୀର କ୍ରିୟାତ୍ମକ ପରିପକ୍ଵତା ଆସିଲେ ଫସଲକୁ ଅମଳ କରାଯାଇପାରିବ ଏବଂ ଜମି ଉପରେ ଫସଲକୁ ଶୁଖାଇବା ସମୟକୁ କମ୍ କରାଯାଇପାରିବ ।
- ମୃତ୍ତିକା ଫସଲ ଏବଂ ପରିବେଶକୁ ବିଚାରକୁ ନେଇ ବିଭିନ୍ନ ଫସଲ ଚାଷ ପାଇଁ ଯୋଜନା କରିବା ଏବଂ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଯୁକ୍ତି ଜ୍ଞାନ ଥିବ ।
- କୃଷି ଯନ୍ତ୍ରପାତିର ଅତିରିକ୍ତ ଅଂଶ ଏବଂ ମରାମତି ସୁବିଧା ନିକଟରେ ମିଳୁଥିବ । କୃଷି କାର୍ଯ୍ୟ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ଫାର୍ମ ଶକ୍ତି ।
- ପାଖ ଜମିରେ ସମାନ କାର୍ଯ୍ୟ ଆବଶ୍ୟକ କରୁଥିବା ଫସଲ ଚାଷ କରାଯାଉଥିବ। ପ୍ରତ୍ୟକ ଫସଲକୁ ସଂହତଭାବେ ଚାଷ କରିବାକୁ ହେବ ଯେପରି ହଳ, ବଳଦ, କୃଷି ଯନ୍ତ୍ରପାତି ନେବା ଆଣିବା କରିବା । ଜଳସେଚନ କରିବା ଏବଂ ଅନିଷ୍ଟକାରୀ କୀଟ ନିୟନ୍ତ୍ରଣ କରିବାରେ ଅସୁବିଧା ହେବ ନାହିଁ ।
ବହୁ ଫସଲ ଚାଷର ଉପକାର
- ଜମି, ସମୟ ଓ ଚାଷ ଉପକରଣ ର ଉତ୍ପାଦକତା ବୃଦ୍ଧିପାଏ ଏବଂ କୃଷକର ମୋଟ ଉତ୍ପାଦନ ଏବଂ ମୋଟ ଆୟ ବୃଦ୍ଧିପାଏ ।
- ବର୍ଷସାରା ଖାଦ୍ୟ ଓ ଗୋ – ଖାଦ୍ୟ ମିଳିବାରେ ସ୍ଥିରତା ଆସେ ।
- ବର୍ଷସାରା ଆୟ ବାଣ୍ଟି ହୋଇ ମିଳେ ଏବଂ ପୁଞ୍ଜି ପୁନର୍ବିନିଯୋଗ ପାଇଁ ସୁଯୋଗ ମିଳେ ।
- କୃଷି ଯନ୍ତ୍ରପାତି, ବଳଦ ଓ ଶ୍ରମିକମାନଙ୍କ ପାଇଁ ଅଧିକ କାମ ମିଳେ ଏବଂ ବର୍ଷସାରା କାମ ମିଳେ ।
- ମୃତ୍ତିକା କ୍ଷୟ କମ୍ ହୁଏ ।
- ଜମି, ଅବସେଶୀୟ ଖତ, ସାର ଓ ଜଳର ସର୍ବାଧିକ ବିନିଯୋଗ ହୁଏ ।
- ଏକକ ଉତ୍ପନ୍ନ ଦ୍ରବ୍ୟ ପିଛା ଜମିକର, ଜଳକର ଏବଂ ଅନ୍ୟାନ୍ୟ ବର୍ଷିକିଆ ଖର୍ଚ୍ଚ କମ୍ ହୁଏ ।
- ତୃଣକକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ସମ୍ଭାବନା ଉଜ୍ଜ୍ଵଳ ହୁଏ । କାରଣ ଜମି କମ୍ ସମୟ ପଡିଆ ରହିଥିବାରୁ ବଂଶ ବିସ୍ତାର କରିବା ପାଇଁ ତୃଣଜକୁ ସୁଯୋଗ ମିଳେ ନାହିଁ ।
- ବିବିଧ ଫସଲ ଚାଷ ହେତୁ ପରିବାରକୁ ସୁଷମ ଖାଦ୍ୟ ମିଳେ ।
- ପରିବାରର ଆବଶ୍ୟକତା ଏବଂ ବଜାର ପ୍ରତିଯୋଗିତାକୁ ବିଚାରକୁ ନେଇ କୃଷି – ପରିସ୍ଥିତି ଓ ଫସଲ ଯୋଜନାକୁ ଖାପ ଖୁଆଇ ଫସଲ କିସମ ନିର୍ବାଚନ କରିବା ସୁଯୋଗ ବୃଦ୍ଧିପାଏ ।
ବହୁ ଫସଲ ଚାଷର ଆକାର
- ଜମି ପ୍ରସ୍ତୁତ କରିବା ପାଇଁ ଖୁବ୍ କମ୍ ସମୟ ମିଳେ ।
- ଜମି ଭଲଭାବେ ପ୍ରସ୍ତୁତ କରାଯାଉଥିବାରୁ ଏହିକ ଅନ୍ତଃ ଚାଷ ଆବଶ୍ୟକ ହୁଏ ।
- ମୂଳୀ ଓ ଖୁଣ୍ଟା ସଫା କରିବା ଏକ ସମସ୍ୟା ହୋଇ ଦେଖାଦିଏ ।
- ପୂର୍ବ ଫସଲର ଅବଶେଷିୟ ବିଷାକ୍ତତା ଶୀଘ୍ର ଚାଷ କରାଯାଉଥିବା ପରବର୍ତ୍ତୀ ଫସଲର ଅଧିକ କ୍ଷତି ଘଟାଏ ।
- ବହୁ ଫସଲ ଚାଷକୁ ସଠିକ୍ ଭାବେ ପରିଚାଳନା ନ କଲେ ତୃଣକ, ଅନିଷ୍ଟକାରୀ କୀଟ ଏବଂ ଫସଲର ରୋଗ ସମସ୍ୟା ବୃଦ୍ଧିପାଏ ।
- ଯଥେଷ୍ଟ ପରିମାଣରେ ସୁଷମ ସାର ପ୍ରୟୋଗ ନ କଲେ ଉଦ୍ଭିଦ ପୋଷାକ ଅଭାବଜନିତ ସମସ୍ୟା ଫସଲରେ ଦେଖାଦିଏ ।
- ଜମି ଓ ମୃତ୍ତିକାର ଉନ୍ନୟନ ପାଇଁ ସୁଯୋଗ ମିଳେ ନାହିଁ ।
- ଅଧିକ ଦିନରେ ଅମଳ ହେଉଥିବା ଫସଲକୁ ଚାଷ କରାଯାଇପାରେ ନାହିଁ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 1/26/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.