অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମିତ୍ର ଫସଲର ଉପକାରିତା

ମିତ୍ର ଫସଲର ଉପକାରିତା

ମଣିଷ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପରି ଗଛ ମଧ୍ୟ ନିଜର ବନ୍ଧୁ ବାଛିଥାଏ । ଅର୍ଥାତ୍ କେତେକ ପ୍ରକାର ଗଛ ସାଥିରେ ରହିଲେ ଗଛ ଭଲ ବଢିପାରନ୍ତି । ଏହାକୁ ଗଛର ମିତ୍ର ଫସଲ ବା ସାଥି ଫସଲ ବୋଲି କୁହାଯାଏ । ସ୍ୱଚ୍ଛ ଖର୍ଚ୍ଚରେ ରୋଗପେକ ପରିଚାଳନା, ଏକାଥରେ ଦୁଇ ବା ତତୋଧକ ଫସଲ ଅମଳ ତଥା ଜମିରେ ପୋଷକ ତତ୍ତ୍ୱର ସୁପରିଚାଳନା କରିବାକୁ ଚାହୁଁଥିଲେ ମିତ୍ର ଫସଲ ଚାଷୀଙ୍କ ପାଇଁ ଭଲ ବିକଳ୍ପ । ମିତ୍ର ଫସଲକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

ଅନ୍ତଃ ଫସଲ

ମୁଖ୍ୟ ଫସଲ ମଧ୍ୟରେ କେତେକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଆକ୍ର ଅବଧୂରେ ଏକ ଡାଲିଜାତୀୟ ଫସଲ ଚାଷ କରାଯିବାକୁ ଅନ୍ତଃ ଫସଲ କୁହାଯାଏ । ଏହା ଦ୍ଵାରା ବାୟୁମଣ୍ଡଳରୁ ଯବକ୍ଷାରଯାନ, ଡାଲିଜାତୀୟ ଫସଲର ଚେରରରେ ବିବନ୍ଧିତ ହୋଇ ଫସଲକୁ ମିଳିଥାଏ ଓ ସେହି ସମାନ ଜମିରେ ଅଧିକ ଅମଳ ମିଳେ । ଏହି ଫସଲରେ ପରାଶ୍ରୟୀ ତଥା ପରଭୋଜୀ କୀଟମାନଙ୍କର ସଂଖ୍ୟା ବୃଦ୍ଧିପାଏ ତଥା ମୁଖ୍ୟ ଫସଲରେ କ୍ଷତିକାରକ କୀଟମାନଙ୍କ ସଂଖ୍ୟା କମିଯାଏ ।

ଉଦାହରଣ : ବିଲାତିବାଇଗଣ ଓ ବନ୍ଧାକୋବିକୁ ମିଶ୍ରିତ ଫସଲ ରୂପେ ଗ୍ରହଣ କଲେ ବିଲାତି ବାଇଗଣର ଫଳ ବିନ୍ଧା ପୋକ ଏବଂ ବନ୍ଧାକୋବିର ଠିକିରିଆ ପୋକ ଆକ୍ରମଣ କମିଥାଏ । କପା ସହିତ ମକା ଓ ବରୁ ଗୁଡି ଲଗାଇଲେ ଜମିରେ ଉପକାରୀ କୀଟ ସଂଖ୍ୟା ବଢି ବକରା ପୋକର ପରିଚାଳନାରେ ସାହାଯ୍ୟ କରିଥାନ୍ତି । ପନିପରିବା ସହିତ ଗେଣ୍ଡୁ କିମ୍ବା ଧନିଆ ବୁଣିଲେ ଅଧିକ ସିରପିଉ ମାଛି ଦେଖାଯାଆନ୍ତି । ଯେଉଁମାନେ ପନିପରିବାରୁ ଜଉପୋକ ଓ ଅନ୍ୟାନ୍ୟ କୋମଳ ଦେହଧାରୀ କ୍ଷତିକାରକ ପୋକମାନଙ୍କୁ ଖାଇଥାନ୍ତି । କେତେକ ଗଛର ଗନ୍ଧକୀଟମାନଙ୍କୁ ଆକର୍ଷିତ କରନ୍ତି। ଏହି ଗଛକୁ ଫସଲ ମଝିରେ ଲଗାଯାଇ କୀଟ ଦ୍ଵାରା ହେଉଥିବା କ୍ଷତିକୁ କମ୍ କରାଯାଏ । ଏହି ଗଛଗୁଡିକ ହେଉଛନ୍ତି ବରଗୁଡି, ରାଇସୋରିଷ, ଗୋଣ୍ଡୁ ଇତ୍ୟାଦି । ବରଗୁଡି ଓ ରାଇସୋରିଷ ଉପରେ ମାଓ । କୀଟ ଜମା ହୋଇଯାଆନ୍ତି । ଫଳରେ ମୁଖ୍ୟ ଫସଲ ବଞ୍ଚିଯାଏ ।

ଯନ୍ତା ଫସଲ ଚାଷ

କେତେକ କ୍ଷତିକାରକ କୀଟ କେତେକ ନିଦ୍ଧିଷ୍ଟ ଗଛରେ ଆଣ୍ଡା ଦେବା ପାଇଁ ଆଗ୍ରହ ପ୍ରକାଶ କରନ୍ତି । ଏହି ଗଛକୁ ଫସଲର ଚାରିପାଖରେ ବାଡ ଫସଲ ବା ଜନ୍ତା ଫସଲ ହିସାବରେ ଲଗାଯାଇପାରେ । ଏହା ଦ୍ଵାରା କ୍ଷତିକାରକ କୀଟମାନେ ପ୍ରଥମେ ଏହି ଜନ୍ତା ଫସଲରେ ଲାଗନ୍ତି ଓ ସହଜରେ ଏମାନଙ୍କୁ ନିୟନ୍ତ୍ରଣ କରି ହୁଏ ।

ଉଦାହରଣ: ଠିକିରିଆ ପୋକ ବନ୍ଧାକୋବି ଅପେକ୍ଷା ସୋରିଷକୁ ଅଧିକ ପସନ୍ଦ କରନ୍ତି । ଏଥୁପାଇଁ ୨ ଧାଡି ସୋରିଷ ଏବଂ ୨୫ ଧାଡି ବନ୍ଧାକୋବି ମିଶ୍ରିତ ଚାଷ କରନ୍ତୁ । ଜମିର ଆରମ୍ଭରେ ଓ ଶେଷରେ ସୋରିଷ ଧାଡି ରଖନ୍ତୁ । କେତେକ ଗଛ କୀଟକୁ ଭ୍ରମରେ ପକାନ୍ତି । ଯେମିତିକି କପା ସହିତ ମକାର କିଛି ଗଛ ଲଗାଇଲେ କାଟର ପିଲାର ଭ୍ରମରେ ପତି କପାଫୁଲ ବଦଳରେ ମକର କେଶର ଉପରେ କୀଟମାନେ ଅଣ୍ଡା ଦେଇ ଦିଅନ୍ତି ଓ ପରେ ଏହି ଅଣ୍ଡାମାନେ ଖାଦ୍ୟ ଅଭାବରୁ ମରିଯାଆନ୍ତି । ସେହିଭଳି ଜଡାର ଗନ୍ଧ କୀଟମାନଙ୍କୁ ଭଲ ଲାଗୁନଥିବାରୁ ଏହା ଏକ ଉତ୍କୃଷ୍ଟ ଯନ୍ତା ଫସଲ ରୂପେ ବ୍ୟବହୃତ ହୁଏ । କପାଫସଲରେ ବକରାଯୋକ ଓ ଗୋଟିପୋକରୁ ରକ୍ଷା ପାଇବା ପାଇଁ ଯନ୍ତା ଫସଲ ହିସାବରେ ଜଡା, ସୂର୍ଯ୍ୟମୁଖୀ, ଗେଣ୍ଡୁ ଲଗାଯାଇପାରେ । ବ୍ଲଗ, ହରଡରେ ଆମେରିକୀୟ ବକରାବିନ୍ଧାପେକରୁ ରକ୍ଷା ପାଇଁ ଗେଣ୍ଡୁ ଲଗାଯାଇପାରେ । ଆଳୁ, ବାଇଗଣ, ଟମାଟୋ, ଭେଣ୍ଡିରୁଚେରଗଣ୍ଠି ସୂତ୍ରଜୀବ ପୋକରୁ ରକ୍ଷା ପାଇଁ ହଳଦିଆ କିସମ କଲିକତି ଗେଣ୍ଡୁକୁ ଜନ୍ତା ଫସଲ ହିସାବରେ ଲଗାନ୍ତୁ ।

ଆଧାର - କିଶୋରଚନ୍ଦ୍ର ପଣ୍ଡା, ଜୈବିକ କୃଷି ବିଶେଷଜ୍ଞ, ୯୮୬୧୩୯୭୬୪୩

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate