অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗିଫଟ୍ ଟିଲାପିଆ ମାଛ ଚାଷ

ଆମ ରାଜ୍ୟରେ ପୂର୍ବରୁ କଉମାଛ ସମସ୍ତେ ଜାଣନ୍ତି । କଉ ମାଛ ପୋଖରୀରେ ଛାଡ଼ିଲେ, ତାହାର ଅସମ୍ଭବ ବଂଶବୃଦ୍ଧି ହେତୁ ପୋଖରୀରେ ଭର୍ଜି ହୋଇଯାଏ । ତାହାର ଆକୃତି କ୍ଷୁଦ୍ର ହେତୁ ବଜାର ଚାହିଦା ମଧ୍ୟ କମ୍ । କଉମାଛର ଉନ୍ନତ ପ୍ରଜାତି ହେଉଛି ‘ଗି ଫଟ ଟିଲାପିଆ' । ଗତ କିଛି ବର୍ଷ ଧରି ପୃଥିବୀର ବିଭିନ୍ନ ଦେଶରେ ଏହି ମାଛର ବହୁଳ ଉତ୍ପାଦନ ଓ ଚାହିଦା ରହିଥିବା ପରିଲକ୍ଷିତ ହୋଇଛି । ଏହି ମାଛ ଅଧିକ ମାଂସଯୁକ୍ତ ଏବଂ ମଝିରେ ଏକ ମାତ୍ର କଣ୍ଟା ହେତୁ ଲୋକଙ୍କ ପ୍ରିୟ ହୋଇପାରିଛି ।

ଗିଫଟ୍ ଟିଲାପିଆ ମାଛ ଉତ୍ପାଦନ ଓ ରପ୍ତାନୀ

ରାଜ୍ୟର ଗତ ଆର୍ଥିକ ବର୍ଷରେ ମୋଟ ମାଛ ଉତ୍ପାଦନ ୬.୦୮ ଲକ୍ଷ ମେଟ୍ରିକ୍ ଟନ୍ ହୋଇଥିବା ସୁଲେ ୨୨୦୪ କୋଟି ମୂଲ୍ୟର ମତ୍ସ୍ୟ ଦ୍ରବ୍ୟ ବିଦେଶକୁ ରପ୍ତାନୀ କରାଯାଇଛି । ଓଡିଶାରେ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ଅନେକ ସମ୍ଭାବନା ରହିଛି । ରାଜ୍ୟ ମସ୍ୟ ବିଭାଗ ବିଶ୍ଵସ୍ତରୀୟ ସଂଗଠନ ‘ୱାଲଡ ଫିସ୍' ସହିତ ଏକ ଚୁକ୍ତି ମାଧ୍ୟମରେ ମାଛ ଉତ୍ପାଦନ ବୃଦ୍ଧି ଉଦ୍ଦେଶ୍ୟରେ କେତେକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ତନ୍ମଧ୍ୟରୁ ଏକ ସ୍ଵତନ୍ତ୍ର ମାଛ ଗିଫଟ୍ ଟିଲାପିଆ ଉତ୍ପାଦନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିପାଇଁ ୱାଲଡ଼ଫିସ ସଂଗଠନ ବୈଷୟିକ ସହାୟତା ପ୍ରଦାନ ପୂର୍ବକ ଏହାର ଉତ୍ପାଦନ ବୃଦ୍ଧି ଓ ବିକ୍ରି ପାଇଁ ସ୍ଵତନ୍ତ୍ର ଧ୍ୟାନ ଦେଉଛନ୍ତି । ନୂତନ ବୈଜ୍ଞାନିକ ପଦ୍ଧତିରେ ଏହି ଗିଫଟ୍ ଟିଲାପିଆ ମାଛର ଜାଆଁଳ ପ୍ରସ୍ତୁତ କରାଯାଉଛି ।

ଏହି ନୂତନ ପ୍ରଜାତିକୁ ଗୁଣସୁତ୍ର ପରିବର୍ତ୍ତନ କରି ଏବଂ ହରମୋନ୍ ପ୍ରୟୋଗ ମାଧ୍ୟମରେ କେବଳ ପୁରୁଷମାଛ ଜାଆଁଳ ପ୍ରସ୍ତୁତ କରାଯାଉଛି । ଯାହାଦ୍ଵାରା ଏହି ମାଛ ପୋଖରୀରେ ଅନାବଶ୍ୟକ ବଂଶବୃଦ୍ଧି କରି ପାରିବ ନାହିଁ । କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ କେବଳ ପୁରୁଷ ଲିଙ୍ଗ ବିଶିଷ୍ଟ ଗିଫଟ୍ ଟିଲାପିଆ ଚାଷ ପଦ୍ଧତି ଓ ଚାଷ ନିମନ୍ତେ ଏକ ନିର୍ଦ୍ଦେଶନାମା ମାଧ୍ୟମରେ ଏହାର ବହୁଳ ପ୍ରସାର ପାଇଁ ଚେଷ୍ଟା କରିଛନ୍ତି ।

ଉତ୍ପାଦନକ୍ଷମ ମାଛ ପ୍ରଜାତିର ଚାଷକୁ ପ୍ରୋତ୍ସାହନ

ଓଡ଼ିଶାରେ ପୂର୍ବରୁ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ କର୍ତ୍ତୃପକ୍ଷଙ୍କ ଦ୍ଵାରା ସୀମିତ ଭାବେ ପରୋକ୍ଷମୂଳକ ଚାଷ କରି ସଫଳତା ପାଇଛନ୍ତି । ଏହି ପ୍ରଜାତି ବିଦେଶାଗତ ଓ ଗୁଣସୁତ୍ର ପରିବର୍ତ୍ତନ ହେତୁ ଚାଷ ନିମନ୍ତେ ଜୈବ ସୁରକ୍ଷା ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବାକୁ ହୁଏ । ଏହି ପ୍ରଜାତିର ଉନ୍ନତ ରୋଗମୁକ୍ତ ଜାଆଁଳ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ସ୍ଥିତ ରାଜୀବଗାନ୍ଧି ଜଳକୃଷି ଅନୁଷ୍ଠାନ ମାଧ୍ୟମରେ ଚାଷୀଙ୍କୁ ଯୋଗାଇ ଦିଆଯାଇଛି । ଏହି ମାଛ ଉନ୍ନତି ପଦ୍ଧତି ମାଧ୍ୟମରେ ଏକର ପ୍ରତି ପ୍ରତି ଛଅ ମାସରେ ୪ ମେଟ୍ରିକ ଟନ୍ ଅନୁଧ୍ୟାନ ଉତ୍ପାଦନ ହୋଇପାରୁଛି ଏବଂ ବର୍ଷରେ ୨ଥର ଏହି ମାଛ ଚାଷ କରଯାଉଛି । ଏହି ମାଛ ଚାଷ ଅବଧୂ ରେ ଉନ୍ନତ ଖାଦ୍ୟ ପ୍ରୟୋଗ କରାଯାଏ। ଏବଂ ଅତି ଶୀଘ୍ର ଶରୀର ବୃଦ୍ଧି ହେତୁ ଅଧିକ ଉତ୍ପାଦନ ହୋଇପାରୁଛି । ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶାଳୟ ଚଳିତ ବର୍ଷ (ୱାର୍ଲ ଉଫିସ୍) ସଂଗଠନ ବୈଷୟିକ ସହାୟତାରେ ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରାୟ ୩୩ ଏକର ଜଳରାଶିରେ ଏହି ଚାଷ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଥମ ଦଫାରେ ୨୦,୦୦୦ ଉନ୍ନତ ଜାଆଁଳ ଆଣି ଜଗତସିଂହପୁର ଜିଲ୍ଲାରେ ୪ଟି ପୋଖରୀରେ ଉପଯୁକ୍ତ ସୁରକ୍ଷା ଓ ନୂତନ ପଦ୍ଧତିରେ ଏହି ଚାଷ ଆରମ୍ଭ କରାଯାଇଛି । ମାଛ ଚାଷରେ ମୁଖ୍ୟତଃ ଅଧିକ ଉତ୍ପାଦନକ୍ଷମ ମାଛ ପ୍ରଜାତିର ଚାଷକୁ ପ୍ରୋତ୍ସାହନ ଦ୍ଵାରା ଉତ୍ପାଦନ ବୃଦ୍ଧି ସହିତ ପ୍ରତ୍ୟେକ ଅଞ୍ଚଳରେ ମାଛ ଉପଲବ୍ଧ ହେବ । ଏହି ଗିଫଟ୍ ଟିଲାପିଆ ଅଧିକ ଉତ୍ପାଦନକ୍ଷମ, ସ୍ଵାଦଯୁକ୍ତ ଏବଂ ୫ ମାସ ଅବଧୂ ରେ ଏକ କିଗ୍ରା ପର୍ଯ୍ୟନ୍ତ ଶରୀର ବୃଦ୍ଧି ହେତୁ ଖାଉଟିଙ୍କ ଆଶାପୂରଣ କରିବା ସମ୍ଭବ । ଏହି ମାଛର ଅଧିକ ବ୍ୟବସାୟିକ ଉତ୍ପାଦନ ହେଲେ ରପ୍ତାନୀ ପାଇଁ ମଧ୍ୟ ବିପୁଳ ସୁଯୋଗ ରହିଛି ।

ସଂଗୃହିତ - ସତୀଶ ରଞ୍ଜନ ଦାଶ ଜିଲ୍ଲା ମତ୍ସ୍ୟ ଅଧିକାରୀ(ଅବସରପ୍ରାପ୍ତ)

Last Modified : 2/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate