ଆଖୁ ଲଗାଇବା ପୂର୍ବରୁ ବିହନ ଆଖୁକୁ ବିଶୋଧନ କରନ୍ତୁ । ଆଖୁ ଖଣ୍ଡ ଗୁଡିକୁ ଏକ ବିଶେଷ ଦ୍ରବଣରେ (୧୦୦ ଲିଟର ପାଣିରେ ୧୫୦ ଗ୍ରାମ୍ କାର୍ବେଣ୍ଡାଜିମ୍ +୨୦୦ ମି,ଲି କ୍ଳୋରୋପାଇରିଫସ୍ + ୧ କି,ଗ୍ରା ,ୟୁରିୟା )୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ ଏବଂ ତା ପରେ ବିହନକୁ ବାହାର କରି ଜମିରେ ଲଗାନ୍ତୁ । ଏହା ଦ୍ଵାରା ନାଲିସଢା (Red rot) ରୋଗକୁ ଅନେକାଂଶରେ ଦମନ କରାଯାଇପାରିବ ଓ ଆଖୁ ମଞ୍ଜିରୁ ଭଲ ଗଛ ବାହାରି ଥାଏ । ଆକୁ ମଞ୍ଜିକୁ ୫୪ ଡିଗ୍ରୀ ସେଲସିୟସ ଗରମ ବାମ୍ଫ ଦ୍ଵାରା ୨ ରୁ ୨.୫ ଘଣ୍ଟା ଯାଏ ବିଶୋଧନ କାରିପାରିଲେ କଳାଛାଟ(Smut), ଘସୁଆ ରୋଗ (Grassyshootdisease), ନାଲି ପଟା ରୋଗ (Red Striped disease)ର ପରିଚାଳନା କରାଯାଇ ପାରିବ ।
ବିଭିନ୍ନ ପଦ୍ଧତିରେ ଆଖୁ ଲଗାଯାଇପାରିବ। ସେଗୁଡିକ ହେଲା ।
ଆହା ଏକ ପାରମ୍ପରିକ ପଦ୍ଧତି । ପ୍ରଥମେ ଜମିକୁ ଦୁଇ ଚାରି ଓଡ ଚାଷ କରି ମାଟି କୁ ଭଲ ଭାବରେ ଗୁଣ୍ଡ କରି ଦିୟାଯାଏ । ପରେ ମଇ ଦେଇ ସମତଳ କରାଯାଏ ଲଗାଇଲା ବେଳେ ଦେଶୀ ଲଙ୍ଗଳରେ ସିଆର କଟାଯାଏ । ସିୟରର ଗଭୀରତା ୧୦ ରୁ ୧୫ ସି,ମି,ହୋଇଥାଏ ।ସିଆର ମଧ୍ୟରେ ଆଖୁ ଖଣ୍ଡଗୁଡିକୁ ମୁଣ୍ଡକୁ ମୁଣ୍ଡ ଲଗାଇ ପକାଯାଏ । ଆଖୁ ଖଣ୍ଡଗୁଡିକ ପକାଇବା ପରେ ମଇ ଦେଇ ସମତଳ କରି ଦିଆଯାଏ ।
ଏହି ପଦ୍ଧତିରେଆଖୁ ଲଗାଇଲେ ଚାଷୀ ଭାଇମାନେ କେତେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।
ଦ୍ରୁତ କୃଷି ଯାନ୍ତ୍ରିକି କରଣ ଫଳରେ ଆଖୁ ଲଗାଇବାର ଏହି ପଦ୍ଧତି ଚାଷୀଭାଇମାନଙ୍କ ଦ୍ଵାରା ବେଶ୍ ଆଦୃତ ହେବାରେ ଲାଗିଛି । ଏହି ପଦ୍ଧତିରେ ଜମିକୁ ପ୍ରଥମେ ଚାଷ କରି ସମତୁଲ କରାଯାଏ । ଆଖୁ ଲଗାଇବାର କିଛି ଦିନ ପୂର୍ବରୁ ଟ୍ରାକ୍ଟର ସାହାଯ୍ୟରେ ଖାଇ ପ୍ରସ୍ତୁତ କରାଯାଏ । ଖଇର ଗଭୀରତା ସାଧରଣତଃ ୨୦ ରୁ ୨୫ ସେମି ରହେ । ଗୋଟିଏ ସିଆରର କେନ୍ଦ୍ରରୁ ଅନ୍ୟ ସିଆରର କେନ୍ଦ୍ର ମଧ୍ୟରେ ବ୍ୟବଧାନ ୭୫ ସେ,ମି /୯୦ ସେ,ମି, ୧୨୦ ସେ,ମି, ହୋଇ ପାରେ ବର୍ତ୍ତମାନ ଯାନ୍ତ୍ରିକ ପଦ୍ଧତିରେ କୋଡାଖୁସା ଓ ହୁଡା ଟେକା ହେଉଥିବାରୁ ଅଧିକ ବ୍ୟବଧାନରେ ସିଆର / ଖାଇ କରାଯାଇଛି । ଚିନିଶିଳ୍ପ ଅଞ୍ଚଳରେ ଖାଇକୁ ଖାଇ ୧୨୦ ସେ,ମି ରଖାଯାଇଛି ପରବର୍ତୀ ସମୟରେ ହୁଡାରୁ ମାଟି ଖସି ଏକ ଉତ୍ତମ ଶଯ୍ୟା ପ୍ରସ୍ତୁତ ହୋଇଥାଏ ସିଆର ମଧ୍ୟରେ ଆଖୁମଞ୍ଜି ଖଣ୍ଡଗୁଡିକୁ ବିଛାଇ ସିଆରରେ ପାଣି ଛଡ଼ାଯାଏ । ମାଟି ବତୁରିଗଲେ ମଞ୍ଜିଖଣ୍ଡ ଗୁଡିକୁ ମାଟି ଭିତରକୁ ହାତରେ /ଗୋଡରେ ଦାବି ଦିଆ ଯାଏ । ମଞ୍ଜି ଖଣ୍ଡ ଗୁଡିକ ହୁଡାର ଗୋଟିଏ ପାଖକୁ ଲଗାଯାଏ ସିଆର ମଝିରେ ମଞ୍ଜି ପଡିଗଲେ ଗଯା ମରିଯାଏ କାରଣ ସିଆରରେ ସେଚଜଳ ବାରମ୍ବାର ଯାଉ ଥିବାରୁ ମଞ୍ଜୀର ଆଖିସଢି ଯିବାର ଆଶଙ୍କା ଥାଏ ଏହି ପଦ୍ଧତିରେ ଆକୁ ଲଗାଯାଏ , ଆଖୁରେ ୪୫ ଦିନ ଓ ୭୫ ଦିନରେ ସାର ଦେବା ସୁବିଧା ହୋଇ ଥାଏ । ଆଖୁ ଲଗାଇବାର ୧୫୦ ଦିନ ମଧ୍ୟରେ ଶେଷହୁଡା ଟେକିବାର ସୁବିଧା ହୋଇଥାଏ । ଏହି ପଦ୍ଧତିରେ ଚାଷ କଲେ ପାଣି ମଧ୍ୟ କମ ଖର୍ଚ ହୋଇ ଥାଏ । ଜଳ ଭାବ ସମୟରେ ଏକାନ୍ତର ସିଆର ସେଚ (Alternate furrow irrigation) ବ୍ୟବସ୍ଥା କରାଯାଇ ପାରିବ । ଗଛର ପ୍ରାରମ୍ଭିକ ବୃଦ୍ଗୀ ସମୟରେ ହେଉଥିବା ଘାସ ଲତାକୁ ସହଜରେ ପରିଚାଳନା କରାଯାଇ ପାରିବ । ହୁଡା ଦେବା ପୂର୍ବରୁ ହୁଡାରେ ଥିବା ଘାସଲତାକୁ ତୃଣକମାରି ସାହାର୍ଯ୍ୟ ରେ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ ।
ଏହି ପଦ୍ଧତିରେ ପାଖାପାଖି ଦୁଇ ଧାଡିରେ ବ୍ୟବଧାନ 75 ସେ,ମି ରହିଥାଏ । ଗୋଟିଏ ଧାଡି ଯୁଗଳକୁ ଅନ୍ୟ ଏକ ଧାଡି ଯୁଗଲ 105 ସେ,ମି ରହିଥାଏ । ଏପରି ବ୍ୟବଧାନ ରାଖୀ ଟ୍ରାକ୍ଟର ସଂଯୁକ୍ତ ସିଆର କଟା ଲଙ୍ଗଳ ବ୍ୟବାହାର କରି ସିଆର କଟା ଯାଏ । ଏହି ପଦ୍ଧତିରେ ଚାଷ କଲେ ସିଆର ପଦ୍ଧତି ଅପେକ୍ଷା କମ ପାଣି ଲାଗେ ସହଜରେ କମ ଖର୍ଚରେ ବୁନ୍ଦା ଜଳସେଚନର ବ୍ୟବସ୍ଥା କରାଯାଇପାରିବ ଏହି ପଦ୍ଧତିରେ ଲଗାଇଲେ ସୂର୍ଯ୍ୟ କିରଣ ଓ ପ୍ରୟୋଗ କରାଯାଇଥିବା କ୍ଷତ ସାର ବିଶେଷ ବିନିଯୋଗ କରା ଯାଇପାରିବ । କ୍ଷେତରେ ଉତମ ବାୟୁ ଚଳା ଚାଳ ଯୋଗୁ ରୋଗ ପୋକ କମ ହୋଇଥାଏ ।
ତ୍ଵରିତ ବିହନ ଉତ୍ପାଦନ (seed multiplication) ନିମନ୍ତେ ଏହି ପଦ୍ଧତିରେ ବ୍ୟବହାର କରାଯାଇଛି । ସିଧାସଳ ଆଖୁ ମଞ୍ଜିରୁ କ୍ଷେତରେ ନ ଲାଗାଇ ତଳିଘରାରେ ତଳି ପକାଯାଏ । ସୁବିଧା ଥିଲେ ପଲିଥିନ ମୁଣାରେ ଚାରା ଉତରାଯାଏ । ଏକ ଆଖି ବିଶିଷ୍ଟ ଆଖୁ ମଞ୍ଜି ଖଣ୍ଡ ପ୍ରସ୍ତୁତ କରାଯାଏ । ଏହାର ପ୍ରସ୍ତୁତି ପାଇଁ ବିଶେଷ କୌଶଳ ଆବଶ୍ୟକ । କାରଣ କାଟିଲାବେଳେ ଆଖି ଫାଟି ଯିବାର ସମ୍ଭାବନା ଥାଏ । ଚାରା ଚାରି ପାତ୍ର ବିଶିଷ୍ଟ ହୋଇଗଲେ କ୍ଷେତରେ ଲଗାଯାଏ । ସାଧାରଣତଃ ଧାଡିକୁ ଧାଡି ୯୦ କିମି ଓ ଗଛକୁ ଗଛ ୪୫-୬୦ ସେମି ବ୍ୟବଧାନରେ ଚାରା ଲଗାଯାଏ । ଲଗାଇବା ସମୟକୁ ବିଚାର କରି ଗଛ କୁ ଗଛ ଆବଶ୍ୟକୀୟ ବ୍ୟବଧାନ ରଖାଯାଏ । ଲ୍ଗାଯାଉଥିବା ଚାରା ପେଶୀପୋଷଣ କିମ୍ବା କଲିକା ନିଷ୍କାସନ ପଦ୍ଧତିରେ ଉତ୍ପାଦାନ କରାଯାଇପାରିବ ଏଥିରେ ସାଧାରଣ ପଦ୍ଧତି ପାଇଁ ଆବଶ୍ୟକୀୟ ହେଉଥିବା ବିହନର ମାତ୍ର ଏକ ତୃତୀୟାଂସ ଲାଗିଥାଏ । ପେଶୀପୋଷଣ ପଦ୍ଧତି ମୁଖ୍ୟତଃ ବିଜ୍ଞାନ ଗାରରେ ସୀମିତ ଥିବା ବେଳେ ସମ୍ପ୍ରତି ଚାଷୀ ଭାଇ ମାନେ କଲିକା ନିଷ୍କାସନ ପଦ୍ଧତିରେ ଆଖୁ ଚାରା ଉତ୍ପାଦାନ କରିପାରୁଛନ୍ତି ।
ଆଧାର : କୃଷି ମହାବିଦ୍ୟାଳୟ, ଓ.ୟୁ.ଏ.ଟି.
Last Modified : 3/2/2020