অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଧାନ ଗଛ ବିଷୟରେ କେତେକ ଜାଣିବା କଥା ଓ ଧାନର ଉନ୍ନତ କିସମ ଓ ହାଇବ୍ରିଡ୍ ଧାନ

ଧାନ ଆମର ପ୍ରଧାନ ଖାଦ୍ୟ ଫସଲ । ପୁନଶ୍ଚ ଧାନ ଏପରି ଏକ ଗଛ, ଯାହାକି ପାଣି ଜମିଥିବା ବିଲରେ ମଧ୍ୟ ବଢ଼ିଥାଏ । ଧାନ ଗଜା ହେବା ଦିନଠାରୁ ପାଚିବା ଭିତରେ କିସମ ଅନୁସାରେ ୮୦ ରୁ ୧୬୦ ଦିନ ସମୟ ନେଇଥାଏ । ଏହା ବର୍ଷାଦିନେ ଶାରଦ ଓ ବିଆଳି ଫସଲ ହିସାବରେ ଓ ଖରାଦିନେ ଡାଳୁଅ ଫସଲ ହିସାବରେ ଚାଷ କରାଯାଏ I ଧାନ କିସମକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଥାଏ ।

  1. ଜଳସେଚନ ଉପରେ ନିର୍ଭର କରି ଚାଷ ହେଉଥିବା କିସମ ।
  2. କେବଳ ବର୍ଷା ଉପରେ ନିର୍ଭର କରି ଚାଷ ହେଉଥିବା କିସମ ।
  3. ବନ୍ୟା ଅଞ୍ଚଳରେ ଅଧିକ ପାଣିରେ ଚାଷ ହେଉଥିବା କିସମ ।

ପାଣିର ଉଚ୍ଚତା ବଢ଼ିବା ସଙ୍ଗେ ସଙ୍ଗେ ଏହି କିସମର ଗଛ ମଧ୍ୟ ଶୀଘ୍ର ଶୀଘ୍ର ବଢିଯାଏ  ।

ଧାନ ଗଛ ବିଷୟରେ କେତେକ ଜାଣିବା କଥା

ନିମ୍ନରେ ଧାନ ଗଛର ଚେର, କାଣ୍ଡ, ଫୁଲ ଇତ୍ୟାଦି ବିଷୟରେ କେତେକ ଜାଣିବା କଥା ଦିଆଯାଇଛି ।

ଚେର

ଧାନ ବିହନରୁ ଗଜା ହେବା ପରେ ପ୍ରଥମେ ଯେଉଁ ଛୋଟ ଚେରଟି ବାହାରେ, ତାହା କ୍ରମେ ବଢ଼ି ଗୁଚ୍ଛ ଚେରରେ ପରିଣତ ହୁଏ । ଗୋଡ଼ା କିସମର ଧାନ ଅପେକ୍ଷା ଡେଙ୍ଗା କିସମ ଧାନର ଚେର ମାଟିର ବେଶି ଗଭୀରକୁ ଓ ଗଛର ଚାରିଆଡ଼କୁ ବ୍ୟାପିଥାଏ । ଯେଉଁ କିସମର ଅଧିକ ପିଲ ଦେବା ଶକ୍ତି ଥାଏ, ତାହାର ମଧ୍ୟ ବହୁତ ଚେର ବାହାରି ଥାଏ । ସାଧାରଣତଃ ରୁଆ ଧାନର ଚେର ଗୁଡ଼ିକ ବୁଣାଧାନ ତୁଳନାରେ ବେଶି ଗଭୀରକୁ ଯାଇ ନଥାଏ । ଅଧିକ ପାଣିଥିବା ବିଲରେ ହେଉଥବା କିସମର କାଣ୍ଡରୁ ଏକ ପ୍ରକାର ପେଟର ବାହାରେ, ଏହା ସାହାଯ୍ୟରେ ଗଛ ଶ୍ଵାସକ୍ରିୟା କରିଥାଏ  ଓ ପାଣିରୁ ମଧ୍ୟ ଖାଦ୍ୟସାର ଗ୍ରହଣ କରିଥାଏ ।

କାଣ୍ଡ

ଧାନ ଗଛର କାଣ୍ଡ ଗୋଲାକାର ଏବଂ ତା’ର ମଝି ଅଂଶ ପୋଲା ଥାଏ । ଗୋଟିଏ କାଣ୍ଡରେ ଅନେକ ଗୁଡ଼ିଏ ଗଣ୍ଠି ଥାଏ । ଦୁଇ ଗଣ୍ଠି ମଧ୍ୟରେ ଅବା ଅଂଶକୁ ପବ କୁହାଯାଏ ଏବଂ ଏହି ପବର ଲମ୍ବା, ମୂଳ ଆଡ଼ୁ ଅଗ ଆଡ଼କୁ ଆସ୍ତେ ଆସ୍ତେ ଅଧିକ ହୋଇଥାଏ ।

ଗଛର ପ୍ରଥମ ଗଣ୍ଡିରୁ ପିଇ ସବୁ ବାହାରେ । ସାଧାରଣତଃ ରୋଇବାର ଦୁଇ ସପ୍ତାହ ପରେ ପିଇ ବାହାରିଥାଏ ଏବଂ ୩୦-୪୦ ଦିନ ଭିତରେ ସବୁ ପିଲ ବାହାରିଯାଏ  ।

ପତ୍ର

ଧାନ ଗଛ ଏକବୀଜପତ୍ରୀ ଜାତୀୟ ଗଛ । ଗଜା ହେବା ପରେ ପ୍ରଥମ ଗୋଟିଏ ଦୁଇଟି ପତ୍ରକୁ ଛାଡ଼ିଦେଲେ ପରେ ହେଉଥବା ପତ୍ର ଗୁଡ଼ିକ ପ୍ରାୟ ଏକାପରି ହୋଇଥାଏ । ପତ୍ର ଗୁଡ଼ିକ ଲମ୍ବା ଏବଂ କାଣ୍ଡରେ ଏକାନ୍ତର ଭାବେ ଥାଏ । ଅର୍ଥାତ୍ ଗୋଟିଏ ପତ୍ର କାଣ୍ଡରେ ଗୋଟିଏ ପଟରେ ରହିଲେ ତା ପରେ ପତ୍ରଟି ଅନ୍ୟ ପାଖରେ ଥାଏ ।

ଫୁଲ

ଧାନ ଥୋଡ଼ରୁ କେଣ୍ଡା ବାହାରିଥାଏ । ପ୍ରତ୍ୟେକ କେଣ୍ଡାରେ ଅନେକ ଫୁଲ ଥାଏ । ଧାନ ଫୁଲରେ ଦଳ ବା ପାଖୁଡ଼ା ନ ଥାଏ । ଏହି ଫୁଲ ପରାଗ ସଙ୍ଗମ ହେଲାପରେ ଧାନରେ ପରିଣତ ହୁଏ । ଫୁଲର ପରାଗ ରେଣୁ ଆସି ଗର୍ଭଦଣ୍ଡ ଉପରେ ପଡ଼ିଲେ, ତାହାକୁ ପରାଗସଙ୍ଗମ କୁହାଯାଏ ।

ଧାନ

ଧାନ ଫଳକୁ ବୈଜ୍ଞାନିକମାନେ କାରିଓପସିସ୍ ବୋଲି କହିଥାନ୍ତି । ଧାନ ଭିତରେ ସାଧାରଣତଃ ଶ୍ଵେତସାର ଛାତୀୟ ଖାଦ୍ୟସାର ସାଇତା ହୋଇ ରହିଥାଏ ।

ଧାନ ସ୍ଵ - ପରାଗସଙ୍ଗମ ଜାତୀୟ  ଗଛ । ସାଧାରଣତଃ ଧୋଡ଼ ଦେବାର ୧୫ ଦିନ ପରେ ଗଛରୁ କେଣ୍ଡା ବାହାରିଥାଏ । ପୁରା କେଣ୍ଡା ବାହାରିବା ପାଇଁ ୨/୩ ଦିନ ଲାଗେ ଏବଂ କେଣ୍ଡାରେ ସବୁ ଫୁଲ ଫୁଟିବାକୁ ୬ ରୁ ୧୦ ଦିନ ଲାଗିଥାଏ । କେଣ୍ଡାର ଉପର ଆଡ଼ୁ କ୍ରମେ ତଳ ଆଡ଼କୁ ଫୁଲ ଫୁଟେ । ଫୁଲର ଫୁକେଶର ବାହାରିବା ପରେ ପରେ ତାହାର ପରାଗ-ସଙ୍ଗମ ହୁଏ । ସାଧାରଣତଃ ଫୁଲା ସକାଳବେଳା ଫୁଟେ ଓ ବେଳେ ବେଳେ ଖରାବେଳ ପର୍ଯ୍ୟନ୍ତ ମଧ୍ୟ ରହିଥାଏ । ଫୁଲ ଫୁଟିଲା ପରେ ତାହାର ଗର୍ଭାଧାନ ଶକ୍ତି ୩୦ ରୁ ୯୦ ମିନିଟ ପର୍ଯ୍ୟନ୍ତ ରହିଥାଏ କିନ୍ତୁ ପରାଗ ରେଣୁର ଶକ୍ରିୟତା ୫ ମିନିଟରୁ ୫୦ ଘଣ୍ଟା ପର୍ଯ୍ୟନ୍ତ ରହିପାରେ । ଧାନ ସାଧାରଣତଃ କେଣ୍ଡା ବାହାରିବା ଠାରୁ ପାଚିବା ପର୍ଯ୍ୟନ୍ତ ୨୫ ରୁ ୩୦ ଦିନ ସମୟ ନେଇଥାଏ ।

ଧାନଗଛ ସହିତ ଆଲୋକ ସଂଶ୍ଳେଷଣ ଓ ସୁପ୍ତ ଅବସ୍ଥା

ଧାନ ଅପେକ୍ଷାକୃତ ଅଛି ଆଲୋକ ଦରକାର କରୁଥିବା ଗଛ । ତେବେ ଖରା ଉପରେ ନିର୍ଭର କରି ଧାନ ଗଛରୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ । ଗୋଟିଏ କିସମର ଗଛ ଏକ ନିର୍ଦ୍ଦିଷ୍ଟ ଋତୁରେ ହୋଇଥାଏ । ଆମ ରାଜ୍ୟରେ ବର୍ଷାଦିନେ ଚାଷ ହେଉଥିବା ପ୍ରାୟ ସବୁ ଦେଶୀଧାନ ଏହି କିସମର ଅଟେ । ଏହି ସବୁ କିସମଳୁ ବର୍ଷାଦିନେ ଯେତେ ବେଳେ ରୋଇଲେ ମଧ୍ୟ ତହିଁରୁ ନିର୍ଦ୍ଦିଷ୍ଟ ସମୟରେ ଥୋଡ଼ ଓ କେଣ୍ଡା ବାହାରିଥାଏ । ତେଣୁ ଏହିସବୁ କିସମକୁ ଡାଳୁଆ ଧାନ ହିସାବରେ ଚାଷ କଲେ। ତହିଁରୁ କେଣ୍ଡା ବାହାରିବ ନାହିଁ ।

ଅନ୍ୟ କିସମଟି ସବୁ ଋତୁରେ ଚାଷ କରାଯାଇ ପାରିବ । ଗଛ ଉଠିବାର ନିର୍ଦ୍ଦିଷ୍ଟ ଦିନପରେ ଏହି କିସମର ଧାନରୁ କେଣ୍ଡା ବାହାରିବ । ଆଜିକାଲି ଚାଷ ହେଉଥିବା ଅଧିକାଂଶ ଅଧିକ ଅମଳକ୍ଷମ ଧାନ କିସମ ଏହି ଶ୍ରେଣୀର । ପୁନଶ୍ଚ, ଦେଶୀ କିସମର ଧାନ ଅମଳ ହେବା ପରେ ସଙ୍ଗେ ସଙ୍ଗେ ବୁଣିଲେ ତହିଁରୁ ଗଜା ହୁଏ ନାହିଁ । ଖୁବ୍ କମରେ ପ୍ରାୟ ୩୦ ରୁ ୯୦ ଦିନ ସାଇତି ରଖିବା ପରେ ଏଥିରୁ ଗଜା ହୋଇଥାଏ । କିନ୍ତୁ ଅଧିକ ଅମଳକ୍ଷମ ଧାନର ସୁପ୍ତ ଅବସ୍ଥା ନ ଥାଏ । ଅର୍ଥାତ୍ ଏହି ଧାନ ଅମଳ ହେବା ପରେ ପରେ ବୁଣିଲେ ତହିଁରୁ ଗଜା ହୋଇଥାଏ । ଅନେକ ସମୟରେ ଡେରିରେ ଡାକୁଆ ଧାନ ରୋଇଥଲେ, ଅମଳ ହେବା ସମୟରେ ଯଦି  ବର୍ଷା ହୁଏ, ତେବେ ଧାନ କେଣ୍ଡାରେ ଥାଇ ମଧ୍ୟ ଗଢା ହୋଇଥାଏ ।

ଯେ କୌଣସି ଧାନ କିସମରୁ ଅଧିକ ଅମଳ ପାଇବାକୁ ହେଲେ ସେହି କିସମର କେତେ ଗୁଡ଼ିଏ ସ୍ଵତନ୍ତ୍ର ଗୁଣଥିବା ଦରକାର ।

  1. ଗୋଡ଼ା ଗଛ ଓ ଟାଣ କାଣ୍ଡ – ଏହା ଫଳରେ ଗଛ ପଡ଼ିଯାଏ ନାହିଁ ।
  2. ସିଧା ରହୁଥିବା ପତ୍ର- ପତ୍ର ସିଧା ରହିଲେ ଅଧିକ ସୂର୍ଯ୍ୟକିରଣ ଗ୍ରହଣ କରେ, ଯାହା ଫଳରେ ଅଧିକ ଖାଦ୍ୟ ପ୍ରସ୍ତୁତ କରିପାରେ । ପତ୍ର ଛୋଟ ଏବଂ ଅଣଓସାର ହେଲେ, ଏହା ମଧ୍ୟ ଗଛର ଖାଦ୍ୟ ସଂଗ୍ରହ ଓ ଶ୍ଵାସକ୍ରିୟାରେ ସାହାଯ୍ୟ କରେ।
  3. ପିଇ ପ୍ରତ୍ୟେକ ବୁଦାରୁ ୮-୧୦ ଟି ପିଲ ବାହାରିଲେ ଅମଳ ଲାଭଜନକ ହୋଇଥାଏ । ୧୨୫ ରୁ ୧୩୫ ଦିନ ଭିତରେ ଅମଳ ହେଉଥିବା କିସମ ଚାଷ କରିବା ଉଚିତ୍ । ଏହିସବୁ କିସମର ଗଛ ବେଶି ବଢ଼େନାହିଁ । କିନ୍ତୁ ଅମଳ ଅଧିକ ହୋଇଥାଏ ।

ତେବେ ଯେ କୌଣସି ଧାନ କିସମର ଅମଳ ନିମ୍ନଲିଖିତ କେତୋଟି କାରଣ ଉପରେ ନିର୍ଭର କରେ । ଯଥା –

  • ଏକ ବର୍ଗମିଟର ଭିତରେ ଅବା ଗଛ ସଂଖ୍ୟା ।
  • ପ୍ରତି ବୁଦାରୁ କେଣ୍ଡା ବାହାରିବା ଶକ୍ତି ଅବା ପିଲ ସଂଖ୍ୟା ।
  • ପ୍ରତି କେଣ୍ଡାରେ ଥିବା ଧାନ ସଂଖ୍ୟା ।
  • ଧାନର ଓଜନ ।

ତେଣୁ ଜଣେ ଭଲ ଚାଷ । ଏହିସବୁ କଥାକୁ ମନେ ରଖି ଉନ୍ନତ ପ୍ରଣାଳୀରେ ଧାନଚାଷ କଲେ ନିଶ୍ଚୟ ଅଧିକ ଅମଳ ପାଇପାରିବ, ଏଥିରେ ସନ୍ଦେହ ନାହିଁ ।

ଆମ ରାଜ୍ୟ ପାଇଁ ଉପଯୁକ୍ତ କେତେକ ଧାନ କିସମ

ଧାନ ଗଛ ବିଷୟରେ କେତେକ ଜାଣିବା କଥା ଓ ଧାନର ଉନ୍ନତ କିସମ ଓ ହାଇବ୍ରିଡ୍ ଧାନଆଜିକାଲି ଅଧିକ ଅମଳକ୍ଷମ ଧାନର ପ୍ରସାର ଖୁବ୍ ଜୋରରେ ହେଉଅଛି । ଆମ ଚାଷୀମାନେ ଉଭୟ ବର୍ଷା ଓ ଖରାଦିନେ ବିଭିନ୍ନ କିସମର ଅଧିକ ଅମଳକ୍ଷମ ଧାନ ଚାଷ କରୁଛନ୍ତି । କିନ୍ତୁ ବର୍ଷାଦିନେ ଆମ ରାଜ୍ୟରେ ଏପରି ଅନେକ ଜମି ଅଛି ଯେଉଁଠାରେ ଅଧିକ ଅମଳକ୍ଷମ ଧାନ ଚାଷ କରିବା ସମ୍ଭବପର ହେଉନାହିଁ । ତେଣୁ ସେ ସବୁ ଜମିରେ ଚାଷୀ ଭାଇମାନେ ଦେଶୀ ବା ଉନ୍ନତ କିସମର ଧାନ ଚାଷ କରୁଅଛନ୍ତି । ଅଧିକ ଅମଳକ୍ଷମ ଧାନ ଆସିବା ପୂର୍ବରୁ ଓଡ଼ିଶାରେ କେତେ ଗୁଡ଼ିଏ ଉନ୍ନତ କିସମର ଧାନ କୃଷି ବିଭାଗ ଦ୍ଵାରା ଚାଷୀମାନଙ୍କୁ ଦିଆଯାଉଥିଲା । ସେଗୁଡ଼ିକ ହେଲା ଟ-୧୪୧, ଟି- ୧୨:୪୨, ବି.ଏ.ଏମ୍.- ୯, ବି.ଏ.ଏମ-୬ । ଏହି ସବୁ କିସମ ଭିତରୁ ଟି- ୧୪୧ ମଝାଳିଆ ଜମିରେ ଚାଷ କରାଯାଇ ପାରିବ । ଏହି କିସମ କେବଳ ବର୍ଷା । ଦିନେ ଚାଷ ହୋଇଥାଏ ଓ ୧୫:୫ ଦିନରେ ଅମଳ ହୋଇଥାଏ । ଏହାର ଚାଉଳ ସରୁ ଓ ଭାତ ଖୁବ୍ ଭଲ ହୁଏ । ଉନ୍ନତ ପ୍ରଣାଳୀରେ ଚାଷ କଲେ ଏହି କିସମରୁ ଏକର ପିଛା ୧୫/୧୬ କ୍ଵିଣ୍ଟାଲ୍ ଧାନ ସହଜରେ ମିଳିଥାଏ । ଆଜିକାଲି ଆମର କୃଷି ବୈଜ୍ଞାନିକ ମାନେ ଏହି କିସମ ସହିତ ଅନ୍ୟାନ୍ୟ ଅଧିକ ଅମଳକ୍ଷମ କିସମର ମିଶ୍ରଣରେ ନୂଆ ନୂଆ ଧାନ କିସମ ବାହାର କରୁଅଛନ୍ତି ।

ଟି-୧୨୪୨ ଓ ଟି-୯ କିସମ ଖାଇ ବିଲରେ ଚାଷ ହୋଇଥାଏ । ଏହା ଅମଳ ହେବାକୁ ପ୍ରାୟ ୧୬୦ ଦିନ ସମୟ ନିଏ । ଟି-୧୨୪୨ ଧାନର ମୂଳ କଳା, ଚାଉଳ ମଧ୍ୟମ ସରୁ ଓ ଖାଇବାକୁ ସୁସ୍ଵାଦୁ । ଟି-୯ ର ମୂଳ ଧଳା, ଚାଉଳ ସରୁ । ବି.ଏ.ଏମ-୬ ଓ ବି.ଏ.ଏମ-୯ ମଝାଳିଆ ଜମିରେ ଚାଷ ହୋଇଥାଏ ଏବଂ ଅମଳ ହେବା ପାଇଁ ପ୍ରାୟ ୧୪୦ ଦିନ ସମୟ ନେଇଥାଏ ।

ଅଧିକ ଅମଳକ୍ଷମ ଧାନ କିସମ

ଆଜିକାଲି ଆମ ରାଜ୍ୟରେ ଡ଼ିପା, ମଝାଳିଆ ଓ ଅଳ୍ପ ଖାଲଜମିରେ ଅଧିକ ଅମଳକ୍ଷମ ଧାନ କିସମ ଚାଷ କରାଯାଉଅଛି । ପ୍ରଥମେ ୧୯୬୫-୬୬ ମସିହାରେ ଟାଇଚୂନ୍ ନେଟିଭ୍ ୧ ଓ ଆଇ.ଆର୍-୮ ଧାନ ଚାଷ ହୋଇଥିଲା । ପରେ ଛୟା, ପଦ୍ମା, ପଙ୍କଜ ପ୍ରଭୃତି ଅନେକ କିସମର ବିହନ ମଧ୍ୟ ଚାଷୀ ମାନଙ୍କୁ ଦିଆଯାଉଥିଲା । ତେବେ ବର୍ତ୍ତମାନ ବିଭିନ୍ନ ଜମି ପାଇଁ ଅନେକ ପ୍ରକାରର ଅଧିକ ଅମଳକ୍ଷମ ଧାନ କିସମ ଚାଷ କରିବା ପାଇଁ ପରାମର୍ଶ ଦିଆଯାଉଅଛି । ନିମ୍ନରେ ସେହି ସବୁ କିସମ ବିଷୟରେ କେତେକ ତଥ୍ୟ ଦିଆଯାଇଅଛି ।

ଆମ ରାଜ୍ୟ ପାଇଁ ଅନୁମୋଦିତ ଅଧିକ ଅମଳକ୍ଷମ ଧାନ  କିସମ

କିସମ

ଅମଳ ଅବଧି (ଦିନ)

ଚାଉଳ କିସମ

ସ୍ଵତନ୍ତ୍ର ଗୁଣ

ଅତି  ଢିପ ଜମି ପାଇଁ

କଲ୍ୟାଣୀ – ୨

୬୨

ଲମ୍ବା ଓ ମୋଟା

ଅତି ସଅଳ କିସମ ଓ ଉଚ୍ଚ

ହୀରା

୬୯

ଲମ୍ବା ଓ ମୋଟା

କୋହାଳିଆ, ହଳଦୀଗୁଣ୍ଡି, ଟୁଙ୍ଗ୍ରୋ ଓ ମହିଷା ରୋଗ ନିରୋଧକ । ଆଲୋକ ଓ ଉତ୍ତାପ ସମ୍ବେଦୀ, ବିହନ ୧୨  ଦିନ ପର୍ଯ୍ୟନ୍ତ ସୁପ୍ତ ଅବସ୍ଥାରେ ରହେ ।

ଢିପ ଜମି ପାଇଁ

ରୁଦ୍ର

୮୫

ମଧ୍ୟମ ଓ ମୋଟା

ହଳଦୀ ଗୁଣ୍ଡି ପୋକ ଓ ପତ୍ର ଚିତା ରୋଗ ନିରୋଧକ ।

ଶଙ୍କର

୮୫

ମଧ୍ୟମ  ଓ ସରୁ

ପତ୍ରପୋଡା ଓ ପତ୍ରଚିତା ରୋଗ ତଥା କାଣ୍ଡବିନ୍ଧା ପୋକ ସହଣୀଶକ୍ତି ଅଛି ।

ପଥରା

୯୦

ମଧ୍ୟମ ଓ ମୋଟା

ମରୁଡ଼ି ସହିପାରେ, ପାହାଡିଆ ଅଞ୍ଚଳ ପାଇଁ ଉପଯୁକ୍ତ । କାଣ୍ଡବିନ୍ଧା ଓ ମାଟିଆଗୁଣ୍ଡି ପୋକ ଓ ପତ୍ରପୋଡା ରୋଗ ନିରୋଧକ ।

ନୀଳା

୯୦

ମଧ୍ୟମ ଓ ମୋଟା

କୋହାଳିଆ, ମାଟିଆ ଗୁଣ୍ଡି ପୋକ ଓ ମହିଷା ରୋଗ ନିରୋଧକ।

ବନ୍ଦନା

୯୦ – ୯୫

ଲମ୍ବା ଓ ମୋଟା

ମହିଷା, ପତ୍ରଚିତା ରୋଗ ଓ କାଣ୍ଡବିନ୍ଧା ପୋକ ନିରୋଧକ । ଥଣ୍ଡା ସହିପାରେ ।

ବନପ୍ରଭା

୯୦ – ୯୫

ଲମ୍ବା ଓ ସରୁ

ଟୁଙ୍ଗ୍ରୋ ଓ ପତ୍ରଚିତା ରୋଗ ସହାଣୀ ଶକ୍ତି ରହିଛି ।

ପାରିଜାତ

୯୫

ମଧ୍ୟମ ସରୁ

ପତ୍ରଚିତା, ପତ୍ରପୋଡା ରୋଗ ଓ କାଣ୍ଡବିନ୍ଧା ପୋକ ରୋଗ ନିରୋଧକ ।

ଘଣ୍ଟେଶ୍ଵରୀ

୯୦ – ୯୫

ମଧ୍ୟମ ଓ ମୋଟା

ମହିଷା ରୋଗ, କାଣ୍ଡବିନ୍ଧା ଓ କାହାଳିଆ ପୋକ ସହଣୀ ଶକ୍ତି ଅଛି ।

ନୀଳଗିରି

୯୦ – ୯୫

ମଧ୍ୟମ ସରୁ

କୋହାଳିଆ, କାଣ୍ଡବିନ୍ଧା ପୋକ, ପତ୍ରପୋଡା, ପତ୍ରଛାଦ ଓ ମହିଷା ରୋଗ ସହିପାରେ ।

ଖଣ୍ଡଗିରି

୯୦ – ୯୫

ମଧ୍ୟମ ସରୁ

କାହାଳିଆ ଓ ମାଟିଆଗୁଣ୍ଡି ପୋକ ନିରୋଧକ ।

ଯୋଗେଶ

୯୦

ମଧ୍ୟମ ମୋଟା ଧାନ ଓ ଧଳା ଚାଉଳ

ଟୁଙ୍ଗ୍ରୋ ଭାଇରସ୍ ପ୍ରତିରୋଧ ଶକ୍ତି ଅଛି । ମହିଷା ଓ ପତ୍ରପୋଡା ନିରୋଧକ । କାହାଳିଆ ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି ।

ସିଦ୍ଧାନ୍ତ

୯୦

ମଧ୍ୟମ ମୋଟା ଲାଲ୍ ଧାନ ଓ ଧଳା ଚାଉଳ

କୋହାଳିଆ ଓ ମାଟିଆ ଗୁଣ୍ଡି ପୋକ, ମହିଷା, ପତ୍ରପୋଡା ଓ ଟୁଙ୍ଗ୍ରୋରୋଗ ସହଣୀ ଶକ୍ତି ଅଛି ।

ଅନ୍ନପୂର୍ଣ୍ଣା

୧୦୦

ମୋଟା

ମହିଷା, ପତ୍ରଚିତା ରୋଗ ଓ କାଣ୍ଡବିନ୍ଧା ପୋକ ସହଣୀ ଶକ୍ତି ଅଛି ।

ତାରା

୧୦୦

ମଧ୍ୟମ ମୋଟା

କାହାଳିଆ, ପତ୍ରଡିଆଁ, ମାଟିଆଗୁଣ୍ଡି ପୋକ, ମହିଷା ଓ  ଟୁଙ୍ଗ୍ରୋରୋଗ ସହଣୀ ଶକ୍ତି ଅଛି ।

ଉଚ୍ଚ ମଝିଆଳି ଜମି ପାଇଁ

କଳିଙ୍ଗ  - ୨

୧୧୦ – ୧୧୫

ସରୁ

କାଣ୍ଡବିନ୍ଧା ଓ କାହାଳିଆ ପୋକ ସହଣୀଶକ୍ତି ଅଛି ।

ଅନ୍ନଦା

୧୧୦

ମୋଟା

କାଣ୍ଡବିନ୍ଧା ଓ ମାଟିଆଗୁଣ୍ଡି ପୋକ ସହଣୀ ଶକ୍ତି ଅଛି ।

ଶତାଦ୍ଦୀ

୧୧୦ – ୧୧୫

ଲମ୍ବା ଓ ସରୁ

ମହିଷା ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି । ଡାଳୁଅ ଫସଲ ପାଇଁ ଉପଯୁକ୍ତ।

ଆଇ . ଆର୍ – ୩୬

୧୧୫ – ୧୨୦

ମଧ୍ୟମ ସରୁ

କାଣ୍ଡବିନ୍ଧା, କାହାଳିଆ, ହଳଦୀଗୁଣ୍ଡି ପୋକ, ପତ୍ରପୋଡା ଓ ପତ୍ରଚିତା ରୋଗ ସହଣୀ ଶକ୍ତି ଅଛି ।

ସରସା

୧୨୦

ଲମ୍ବା ଓ ସରୁ

କାଣ୍ଡବିନ୍ଧା ପୋକ ଓ ଟୁଙ୍ଗ୍ରୋରୋଗ ନିରୋଧକ, ବଢିପାଣି ସହିପାରେ ।

ସାରଥି

୧୧୫ – ୧୨୦

ମଧ୍ୟମ ମୋଟା

ମହିଷା, ପତ୍ରପୋଡା,  ପତ୍ରଚିତା ରୋଗ, କାଣ୍ଡବିନ୍ଧା  ଓ ହଳଦୀ ଗୁଣ୍ଡି ପୋକ ନିରୋଧକ ।

ଏମ୍ . ଟି.ୟୁ – ୧୦୧୦

୧୨୦

ଲମ୍ବା ଓ ସରୁ

ପତ୍ରପୋଡା, ମହିଷା ରୋଗ  ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି ।

ଖାରବେଳ

୧୨୦

ମଧ୍ୟମ ସରୁ

କାହାଳିଆ, ମାଟିଆ ଗୁଣ୍ଡି ପୋକ, ପତ୍ରପୋଡା, ମହିଷା ରୋଗ ସହଣୀ ଶକ୍ତି ଅଛି । ମଧ୍ୟମ ଲୌହ ବିଷାକ୍ତ ଜମିରେ ଉଭୟ ଖରିଫ୍ ଓ ରବି ଋତୁରେ ଚାଷ ହୋଇପାରିବ ।

ନବୀନ

୧୧୫ – ୧୨୦

ମଧ୍ୟମ ସରୁ

ମହିଷା ଓ ପତ୍ରଚିତା ରୋଗ ସହଣୀ ଶକ୍ତି ଅଛି ।

ଲଲାଟ

୧୨୫

ଲମ୍ବା ଓ ସରୁ

କାହାଳିଆ,  କାଣ୍ଡବିନ୍ଧା ପୋକ, ପତ୍ରଛାଦ, ପତ୍ରପୋଡା ଓ ପତ୍ରଚିତା ଆଦି  ରୋଗ ସହଣୀ ଶକ୍ତି ଅଛି । ଲୌହ ବିଷାକ୍ତ ମାଟି ସହାଣୀ ଅଛି । ଡେରିରେ ତଳି ରୁଆ ଯାଇପାରିବ  ।

କୋଣାର୍କ

୧୨୫

ଲମ୍ବା ଓ ସରୁ

ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି । ମଧ୍ୟମ ଲୌହ ବିଷାକ୍ତ ମାଟିରେ ଚାଷ କରାଯାଇପାରିବ ।

ଇନ୍ଦିରା

୧୨୫

ମଧ୍ୟମ ମୋଟା

କାଣ୍ଡବିନ୍ଧା ପୋକ  ଓ ପତ୍ରପୋଡା ରୋଗ ସହଣୀ ଶକ୍ତି ଅଛି । ବିଳମ୍ବରେ ରୋଇବା ପାଇଁ ଉପଯୁକ୍ତ ।

ଶକ୍ତିମାନ

୧୨୫

ମଧ୍ୟମ ମୋଟା

କାହାଳିଆ ପୋକ, ପତ୍ରପୋଡା ଓ ଟୁଙ୍ଗ୍ରୋରୋଗ ସହଣୀ ଶକ୍ତି ଅଛି ।

ଭୋଇ

୧୨୫

ମଧ୍ୟମ ମୋଟା

ମହିଷା, ପତ୍ରପୋଡା ରୋଗ, କାହାଳିଆ ଓ ଧଳାପିଠିଆ ପୋକ ସହଣୀ ଶକ୍ତି ଅଛି ।

ଗଜପତି

୧୨୫ – ୧୩୦

ମଧ୍ୟମ ସରୁ

କାହାଳିଆ, କାଣ୍ଡବିନ୍ଧା ପୋକ, ମହିଷା ଓ ପତ୍ରଛାଦ ରୋଗ ସହଣୀ ଶକ୍ତି ଅଛି । ଲୌହ ବିଷାକ୍ତ ମାଟି ସହଣୀ ଶକ୍ତି ଅଛି ।

ମଝିଆଳି ଜମି ପାଇଁ

ସୁରେନ୍ଦ୍ର

୧୩୦

ମଧ୍ୟମ ମୋଟା

ମହିଷା, ବାଦାମୀଦାଗ, ପତ୍ରଛାଦ ପଚା ଓ ଟୁଙ୍ଗ୍ରୋ ଆଦି ରୋଗ ସହଣୀ ଶକ୍ତି ଅଛି । ମଧ୍ୟମ ଲୌହ ବିଷାକ୍ତ ମାଟିରେ ଚାଷ କରାଯାଇପାରିବ ।

ତପସ୍ଵିନୀ

୧୩୦

ମଧ୍ୟମ ସରୁ

ଧଳାପିଠିଆ ଓ ପତ୍ରଡିଆଁ ପୋକ ସହଣୀ ଶକ୍ତି ଅଛି ।

ବସୁନ୍ଧରା

୧୩୦ – ୧୪୦

ମଧ୍ୟମ ସରୁ

ଟୁଙ୍ଗ୍ରୋ ଓ ମହିଷା ରୋଗ ସହଣୀ ଶକ୍ତି ଅଛି । ବିଳମ୍ବ ରୁଆ ପାଇଁ ଉପଯୁକ୍ତ ।

ବିରୂଆ

୧୩୦ – ୧୩୫

ମଧ୍ୟମ ମୋଟା

କାଣ୍ଡବିନ୍ଧା, କାହାଳିଆ, ମାଟିଆ ଗୁଣ୍ଡି ପୋକ ଓ ଟୁଙ୍ଗ୍ରୋ  ରୋଗ ସହଣୀ ଶକ୍ତି ଅଛି  ।

ଗୌରୀ

୧୩୫

ମଧ୍ୟମ ସରୁ

କାଣ୍ଡବିନ୍ଧା, କାହାଳିଆ, ମାଟିଆ ଗୁଣ୍ଡି ପୋକ, ହଳଦୀଗୁଣ୍ଡି ପୋକ ଓ ପତ୍ରପୋଡା ରୋଗ ନିରୋଧକ ।

ପ୍ରତାପ

୧୩୫

ମଧ୍ୟମ ସରୁ

କାହାଳିଆ ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି ।

କ୍ଷୀରା

୧୩୫

ମଧ୍ୟମ ସରୁ

କାହାଳିଆ ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି ।

ଯଯାତି

୧୩୫

ମଧ୍ୟମ ସରୁ

ମହିଷା, ପତ୍ରଚିତା, ପତ୍ରପୋଡା ରୋଗ ଓ ହଳଦୀଗୁଣ୍ଡି ପୋକ ସହଣୀ ଶକ୍ତି ଅଛି ।

ଗୀତାଞ୍ଜଳୀ

୧୩୦ – ୧୩୫

ଲମ୍ବା ଓ ସରୁ

ଚାଉଳ ସରୁ ଓ ବାସନାଯୁକ୍ତ । ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି ।

ବିଜେତା ( ଏମ୍ .ଟି.ୟୁ.୧୦୦୧)

୧୩୫

ମଧ୍ୟମ ମୋଟା

ଧାନ ପାଚିବା ଠାରୁ ୬ – ୮ ସପ୍ତାହ ସୁପ୍ତାବସ୍ଥା ରହେ ।

ଭଞ୍ଜ

୧୪୦

ମଧ୍ୟମ ମୋଟା

କାଣ୍ଡବିନ୍ଧା, କାହାଳିଆ, ହଳଦୀଗୁଣ୍ଡି ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି ।

ମେହେର

୧୪୦

ମଧ୍ୟମ ମୋଟା

କାଣ୍ଡବିନ୍ଧା, କାହାଳିଆ ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି ।

ରାମକୃଷ୍ଣ

୧୪୦

-

ଲୌହ ବିଷାକ୍ତ ମାଟି ପାଇଁ ଉପଯୁକ୍ତ

ସାମନ୍ତ

୧୪୦

ମଧ୍ୟମ ମୋଟା

କାଣ୍ଡବିନ୍ଧା, କାହାଳିଆ ଓ ମାଟିଆ ଗୁଣ୍ଡି ପୋକ ସହଣୀ ଶକ୍ତି ଅଛି ।

ପଦ୍ମିନୀ

୧୪୦

ଲମ୍ବା ଓ ସରୁ

ପତ୍ରପୋଡା ରୋଗ ସହଣୀ ଶକ୍ତି ଅଛି । ବିଳମ୍ବ ରୁଆ ପାଇଁ ।

ପ୍ରତୀକ୍ଷା

୧୪୦

ମଧ୍ୟମ ସରୁ

 

କାହାଳିଆ, ମାଟିଆ ଗୁଣ୍ଡି ପୋକ ଓ ପତ୍ରପୋଡା, ମହିଷା ରୋଗ ସହଣୀ ଶକ୍ତି ଅଛି ।

ଫାଲଗୁନୀ

୧୪୦

ଲମ୍ବା ଓ ସରୁ

କାହାଳିଆ ପୋକ ସହଣୀ ଶକ୍ତି ଅଛି ।

ଉର୍ବଶୀ

୧୪୫

ମଧ୍ୟମ ମୋଟା

କାହାଳିଆ ପୋକ ସହଣୀ ଶକ୍ତି ଅଛି ।

ସ୍ଵର୍ଣ୍ଣ

୧୪୦

ମଧ୍ୟମ ସରୁ

 

ରୋଗ ଓ ପୋକ ପରିଚାଳନା ଜରୁରୀ । କାହାଳିଆ ଓ ଚକଡା ପୋକ ପାଇଁ ସତର୍କତା । ପ୍ରତିକୂଳ ପରିସ୍ଥିତିରେ  ୪୫ ଦିନିଆ ତଳି ରୁଆଯାଇ ପାରିବ ।

ମସୋରୀ

୧୪୫

ମଧ୍ୟମ ସରୁ

ଲୌହ ବିଷାକ୍ତ ମାଟି ପାଇଁ ଉପଯୁକ୍ତ ।

ମୋତି

୧୪୫

ଲମ୍ବା ଓ ସରୁ

ମହିଷା ରୋଗ, ପତ୍ରଡିଆଁ ଓ କାହାଳିଆ ପୋକ ସହଣୀ ଶକ୍ତି ଅଛି । ଟୁଙ୍ଗ୍ରୋ ଭାଇରସ୍ ପ୍ରତିରୋଧକ ଶକ୍ତି ଅଛି । ନଳିତା କାଟିବା ପରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ରୁଆ ଯାଇପାରିବ ।

ଖାଲ ଜମି ପାଇଁ

ଲୁଣୀଶ୍ରୀ

୧୪୫

ଲମ୍ବା ଓ ସରୁ

ଉପକୂଳବର୍ତ୍ତୀ ଲୁଣା ଖାଲ ଜମିରେ ଚାଷ ପାଇଁ ଉପଯୁକ୍ତ । ସ୍ୱଳ୍ପ ସମୟ ପାଇଁ ବନ୍ୟାଜଳ ସହିପାରେ । କେବଳ ଖରିଫ ଚାଷ ପାଇଁ ପ୍ରଯୁଜ୍ୟ ।

କେତକୀ ଯୋହା

୧୪୫ – ୧୫୦

ମଧ୍ୟମ ସରୁ ବାସନା ଚାଉଳ

କାଣ୍ଡବିନ୍ଧା, କାହାଳିଆ ପୋକ, ପତ୍ରଛାଦ ଓ ପତ୍ରପୋଡା ରୋଗ ସହଣୀ ଶକ୍ତି ଅଛି ।

ସୋନାମଣୀ

୧୫୦

ମୋଟା

ଉପକୂଳବର୍ତ୍ତୀ ଖାଲୁଆ ଓ ସାମାନ୍ୟ ଲୁଣି କିସମ ଜମିରେ ଚାଷ ପାଇଁ ପ୍ରଯୁଜ୍ୟ ।

ମହାନଦୀ

୧୫୫

ମୋଟା

ମହିଷା, ପତ୍ରଚିତା, ପତ୍ରଛାଦ ରୋଗ ପ୍ରତିରୋଧ ଶକ୍ତି ଅଛି । ପତ୍ରମୋଡା, ଚକଡା ପୋକ ପ୍ରତି ମଧ୍ୟମ ଧରଣର ସହଣୀ ଶକ୍ତି ଅଛି । ବିଳମ୍ବରେ ରୁଆ ଯାଇ ପାରିବ ।

ଜଗବନ୍ଧୁ

୧୫୫

ମଧ୍ୟମ ମୋଟା

ଟୁଙ୍ଗ୍ରୋ, ହୋଲମାଗଟ୍, ମହିଷା, ପତ୍ରଛାଦ ଓ ପତ୍ରପୋଡା ରୋଗ ପ୍ରତିରୋଧ ଶକ୍ତି ଅଛି ।

ପ୍ରାଚୀ

 

୧୫୫

 

ମଧ୍ୟମ ମୋଟା

 

ମହିଷା, ପତ୍ରଚିତା ରୋଗ ଓ ପତ୍ରପୋଡା ରୋଗ ସହଣୀ ଶକ୍ତି ଅଛି ।

ରାମଚଣ୍ଡୀ

୧୫୫

ଲମ୍ବା ଓ ମୋଟା

ପତ୍ରଛାଦ, ପତ୍ରଚିତା ରୋଗ ପ୍ରତିରୋଧ ଶକ୍ତି ଅଛି ।

ଇନ୍ଦ୍ରାବତୀ

୧୫୦

ମଧ୍ୟମ ସରୁ

ପତ୍ରଛାଦ, ପଚା ଓ ମହିଷା ରୋଗ ପ୍ରତିରୋଧ ଶକ୍ତି ଅଛି ।

ବର୍ଷାଧାନ

୧୫୫ – ୧୬୦

ଲମ୍ବା ଓ ମୋଟା

ମହିଷା, ପତ୍ରପୋଡା, ପତ୍ରଛାଦ ରୋଗ  ବ୍ୟତୀତ ଚକଡା ପୋକ ପ୍ରତି ମଧ୍ୟମ ଧରଣର ପ୍ରତିରୋଧ ଶକ୍ତି ଅଛି । ଭଲ ମୁଢି ପାଇଁ ଉପଯୁକ୍ତ ।

କାଞ୍ଚନ

୧୫୫ – ୧୬୦

ମଧ୍ୟମ ସରୁ

ମହିଷା, ବାଦାମୀ ଦାଗ, ପତ୍ରପୋଡା ରୋଗ ଓ ଚକଡା ପୋକ ପ୍ରତିରୋଧ ଶକ୍ତି ଅଛି ।

ସାବିତ୍ରୀ ( ସି.ଆର୍. – ୧୦୦୯)

୧୫୫

ମଧ୍ୟମ ମୋଟା

କାହାଳିଆ ପୋକ ଓ ପତ୍ରଚିତା ରୋଗ ସହଣୀ ଶକ୍ତି ଅଛି ।

ଗାୟତ୍ରୀ (ସି.ଆର୍. – ୧୦୧୮)

୧୫୫

ମୋଟା

ମହିଷା, ପତ୍ରପୋଡା ରୋଗ ଓ ବଙ୍ଗି ପୋକ ସହଣୀ ଶକ୍ତି ଅଛି । ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ବିଳମ୍ବରେ ରୁଆଯାଇ ପାରିବ । ସାମାନ୍ୟ ଲୁଣା ଜମିରେ ଚାଷ କରିହେବ ।

ପୂଜା

୧୫୫

ମଧ୍ୟମ ସରୁ

ମହିଷା, ପତ୍ରପୋଡା ରୋଗ ନିରୋଧକ । ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ବିଳମ୍ବରେ ବୁଣାଯାଇ ପାରିବ ।

ସାମ୍ବା ମସୁରୀ

୧୫୦

ମଧ୍ୟମ ସରୁ

ରୋଗ ଓ ପୋକ ପ୍ରବଣ କିସମ ହେତୁ ବିଶେଷ ପ୍ରତିକାର ବ୍ୟବସ୍ଥା ଲୋଡା । ବିହନର ସୁପ୍ତା ଅବସ୍ଥା ଅଛି ।

ଧରିତ୍ରୀ

୧୫୫

ମୋଟା

ମଧ୍ୟମ ଧରଣର ମହିଷା, ପତ୍ରପୋଡା ରୋଗ ଓ କାହାଳିଆ ତଥା କାଣ୍ଡବିନ୍ଧା ପୋକ ସହଣୀ ଶକ୍ତି ଅଛି । ଅଗଷ୍ଟ ଶେଷ ପର୍ଯ୍ୟନ୍ତ ବିଳମ୍ବରେ  ବୁଣାଯାଇ ପାରିବ ।

ଦୂର୍ଗା

୧୬୦

ସରୁ

ମହିଷା, ପତ୍ରପୋଡା, ଟୁଙ୍ଗ୍ରୋ ରୋଗ ଓ ଚକଡା ପୋକ ସହଣୀ ଶକ୍ତି ଅଛି । ବିଳମ୍ବରେ ୫୦  ଦିନର ତଳି ରୁଆଯାଇ ପାରିବ ।

ସାରଳା

୧୬୦

ମଧ୍ୟମ ସରୁ

ଅଧିକ ଯବକ୍ଷାରଜାନ ପ୍ରୟୋଗ କଲେ ପତ୍ରପୋଡା ଓ ପତ୍ରଦାଗ ରୋଗ ହୁଏ । ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ଉପଯୁକ୍ତ ।

ସି.ଆର୍. – ୧୦୧୪

୧୬୦

ମଧ୍ୟମ ସରୁ

ରୋଗ ପୋକ ସହଣୀ ମଧ୍ୟମ ଧରଣର । ବିଳମ୍ବରେ ରୁଆଯାଇ ପାରେ । ଅତ୍ୟଧିକ ଆଲୋକ ସମ୍ବେଦନଶୀଳ ।

ଉତ୍କଳ ପ୍ରଭା (ସି.ଆର୍. – ୧୦୩୦ )

୧୫୫

ମଧ୍ୟମ ସରୁ

ରୋଗ ପୋକ ସହଣୀ ଗୁଣ, ସାଧାରଣ ଅତ୍ୟଧିକ ଆଲୋକ ସମ୍ବେଦନଶୀଳ ।

ଉପହାର

୧୬୦

ମୋଟା

ରୋଗପୋକ ସହଣୀ ଗୁଣ । ସାଧାରଣ ଆଲୋକ ସମ୍ବେଦନଶୀଳ  । ବିଳମ୍ବରେ ୫୦ ଦିନିଆ ତଳି ରୁଆଯାଇ ପାରିବ ।

ତୁଳସୀ (ସି.ଆର୍. –୨୬୦ - ୧୭୧)

୧୭୦

ମଧ୍ୟମ ସରୁ

ମହିଷା, ବାଦାମୀ ପତ୍ରଦାଗ ରୋଗ ଓ କାଣ୍ଡବିନ୍ଧା ପୋକ ପ୍ରତି ମଧ୍ୟମ ସହଣୀ ଶକ୍ତି ଅଛି । ସ୍ୱଳ୍ପ ସମୟ ପାଇଁ ଅଚାନକ ବନ୍ୟାଜଳ ସହଣୀ ଶକ୍ତି ଅଛି ।

କଳାଶ୍ରୀ

୧୬୦

ଲମ୍ବାସରୁ

ମହିଷା ରୋଗ ପ୍ରତିରୋଧ ଶକ୍ତି ମଧ୍ୟମ ଧରଣର । ବଙ୍ଗି ପୋକ ସହଣୀ  ଶକ୍ତି ଅଛି ।

ସବିତା

୧୬୦ – ୧୬୫

-

ରୋଗ ପୋକ ସହଣୀ ଶକ୍ତି ମଧ୍ୟମ ଧରଣର । ୩ ମାସ ପର୍ଯ୍ୟନ୍ତ ବିହନରେ ସୁପ୍ତାବସ୍ଥା ଥାଏ । ୭୦ ସେ.ମି ପର୍ଯ୍ୟନ୍ତ ଠିଆପାଣି ସହିପାରେ ।

ପାଣିଧାନ

୧୮୦

ମଧ୍ୟମ ସରୁ

ମହିଷା ରୋଗ ଓ ବଙ୍ଗିପୋକ ସହଣୀ ମଧ୍ୟମ ଧରଣର । ପତ୍ର ପୋଡା ଓ ଚକଡା ପ୍ରତି ସତର୍କ ରହିବାକୁ ପଡିବ । ୧୦ ଦିନ  ପର୍ଯ୍ୟନ୍ତ ବୁଡା ପାଣି ସହିପାରେ । ବନ୍ୟା ପ୍ରଭାବିତ ଅଞ୍ଚଳପାଇଁ ଉପଯୁକ୍ତ ।

ବି.ଦ୍ର : ଉପରୋକ୍ତ କିସମ  ଗୁଡିକ ମଧ୍ୟରୁ ତୁଲସୀ, ସାରଳା, ଦୂର୍ଗା ଓ ପାଣିଧାନ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ଉପଯୁକ୍ତ ।

ପାଣି ଜମିରହୁଥିବା ଅଞ୍ଚଳପାଇଁ ଜଳ ସହଣୀ କିସମ

ଜଳପ୍ରଭା

୧୭୦

ଛୋଟ ମୋଟା

କାଣ୍ଡବିନ୍ଧା ପୋକ ସହଣୀ

ଜଳଧି - ୧

୧୭୦

ଛୋଟ ମୋଟା

ଆଲୋକ ସମ୍ବେଦନଶୀଳ । ପାଣିର  ପତନ ଅନୁସାରେ ଧାନ ବଢେ ।

ଜିତେନ୍ଦ୍ର

୧୮୫

ଲମ୍ବା ଓ ସରୁ

-

କ୍ଷୀର ଓ ଲୁଣ ସହଣୀ କିସମ

ସି.ଏସ୍.ଟି ୭ – ୧

୧୩୦

ଲମ୍ବା ଓ ମୋଟା

ସମୁଦ୍ରକୁଳିଆ ଲୁଣି ଜମି ପାଇଁ

ସି.ଏସ୍ . ଆର୍ – ୧୦

୧୨୫

ଛୋଟ ଓ ମୋଟା

ସମୁଦ୍ରକୁଳିଆ ଲୁଣି ଜମି ପାଇଁ

ସି.ଏସ୍ . ଆର୍ – ୧୩

୧୩୦

ମଧ୍ୟମ ସରୁ

ସମୁଦ୍ରକୁଳିଆ ଲୁଣି ଜମି ପାଇଁ

ସି.ଏସ୍ . ଆର୍ – ୨୭

୧୪୦

ମଧ୍ୟମ ମୋଟା

ସମୁଦ୍ରକୁଳିଆ ଲୁଣି ଜମି ପାଇଁ

ଲୁଣିଶ୍ରୀ

୧୪୫

ଲମ୍ବା ଓ ସରୁ

ସମୁଦ୍ରକୁଳିଆ ଲୁଣି ଜମି ପାଇଁ

ସୋନାମଣି

୧୫୦

ଲମ୍ବା ଓ ସରୁ

ସମୁଦ୍ରକୁଳିଆ ଲୁଣି ଜମି ପାଇଁ

କିସମ

ଅମଳ ଅବଧି ( ଦିନ)

ହାରାହାରି ଅମଳ ( ଟନ୍/ହେକ୍ଟର)

ଚାଉଳ କିସମ

ସଙ୍କର ଧାନ କିସମ

କେ.ଆର୍.ଏଚ୍ -୨

୧୨୫

୭.୦

ଲମ୍ବା ଓ ସରୁ

ପି.ଏ.୬ – ୨୦୧

୧୨୫ – ୧୩୫

୮.୦

-

ପି.ଏଚ୍.ବି – ୭୧

୧୨୫ – ୧୩୫

୮.୦

-

ଅଜୟ (ସି.ଆର୍.ଏଚ୍. ଆର୍.୭)

୧୩୦ – ୧୩୫

୭.୫

-

ରାଜଲକ୍ଷ୍ମୀ (ସି.ଆର୍.ଏଚ୍. ଆର୍.୫)

୧୩୫

୭.୦

-

ବାସନା ଧାନ କିସମ

କେତକୀ ଜୋହା

୧୪୫ – ୧୫୦

୪.୦

ମଧ୍ୟମ ସରୁ

ପୁଷା ବାସୁମତୀ – ୧

୧୨୫

୪.୦

ସରୁ

କସ୍ତୁରୀ

୧୨୫

୩.୬

-

ଗିତାଞ୍ଜଳୀ

୧୩୫

୪.୫

-

ବାସୁମତୀ

୧୨୫

୪.୦

-

ଏଚ୍.କେ.ଆର୍ ୨୨୮

୧୩୫

୩.୫

-

ବାସୁମତୀ  ୩୭୦ ( ପଞ୍ଜାବ ବସୁମତୀ)

୧୩୦

୩.୦

-

ହାଇବ୍ରିଡ୍ ଧାନ

ଧାନ ଚାଷରୁ ଅଧିକ ଆୟ ପାଇବା ପାଇଁ ବିଭିନ୍ନ କିସମର ଅଧିକ ଅମଳକ୍ଷମ ହାଇବ୍ରିଡ୍ ବା ସଙ୍କର ଜାତୀୟ ଧାନ ବ୍ୟବହାର କରାଯାଇପାରେ । ଏହି ସଙ୍କର କିସମ ଧାନ ଅଧିକ ଅମଳକ୍ଷମ ଧାନ ପରି ଗୋଡ଼ା ଓ ଅଧିକ ଖାତ ସାର ମଧ୍ୟ ଦରକାର କରେ । ଏହାର ପ୍ରତି ବୁଦାରୁ ଅଧିକ କେଣ୍ଡାଧାରୀ ପିଲ ବାହାରେ ଓ ପ୍ରତି ପିଲରେ ଅଧିକ ସଂଖ୍ୟକ । ଧାନ ରହୁଥିବାରୁ ଏହା ସାଧାରଣ ଅଧିକ ଅମଳକ୍ଷମ ଧାନଠାରୁ ୨୦-୨୫ ଭାଗ ଅର୍ଥାତ୍ ହେକ୍ଟର ପ୍ରତି ୭୦-୮୦ କ୍ଵିଣ୍ଟାଲ୍ ଅମଳ ଦେଇଥାନ୍ତି । ଆମ ରାଜ୍ୟ ପାଇଁ ଉପଯୋଗୀ ଧାନ କିସମ ଗୁଡ଼ିକ ହେଲା । - କେ.ଆର୍.ଏଚ୍-୨,  ପ୍ରୋଆଗ୍ରୋ  ୬୨୦୧, ରାଜଲକ୍ଷ୍ମୀ (ସି.ଆର୍.ଏଚ୍.ଆର୍.୫), ଅଜୟ (ସି.ଆର୍.ଏଚ୍.ଆର୍.୭) |

ସଙ୍କର ଧାନଚାଷରେ ବ୍ୟବହୃତ ବିହନ କେବଳ ଗୋଟିଏ ଫସଲ ପାଇଁ ଉର୍ଦ୍ଦିଷ୍ଟ । ପରବର୍ତ୍ତୀ ଫସଲ ପାଇଁ ନୂଆକରି ବିହନ ସଂଗ୍ରହ କରିବାକୁ ପଡ଼େ । ଏହି ଚାଷରେ ଗୋଟିଏ ଫସଲର ଅମଳକୁ ପରବର୍ତ୍ତୀ ଚାଷ ପାଇଁ ବିହନ ରୂପେ ବ୍ୟବହାର କରାଯାଇ ପାରିବ । ଏହି ଅଧିକ ଅମଳକ୍ଷମ ହାଇବ୍ରିଡ଼ା ଧାନ ଓ ସାଧାରଣ ଅଧିକ ଅମଳକ୍ଷମ ଧାନ କିସମ ମଧ୍ୟରେ ପ୍ରଭେଦ କଣ ଅନେକଙ୍କ ମନରେ ପ୍ରଶ୍ନ ଉଠେ ? ଉଭୟ ପ୍ରକାରର ଧାନ ପାଇଁ ହାଇବ୍ରିଡ଼ାଇଜେସନ୍ ବା ପ୍ରଜନନ ପ୍ରଣାଳୀ ପଦ୍ଧତି ବ୍ୟବହାର କରାଯାଇଥାଏ । ଦୁଇ ପ୍ରକାରର ଧାନର ସଙ୍ଗମରୁ ନୂଆ ଧାନ ବାହାର କରାଯାଇଥାଏ । ତେବେ ଅଧିକ ଅମଳକ୍ଷମ ଧାନ ବାହାର କରିବା ପାଇଁ ବ୍ୟବହୃତ ପଦ୍ଧତିରେ ଦୁଇଟି ଧାନର ସଙ୍ଗମରେ ମିଳୁଥିବା ମଞ୍ଜି (ଏଫ୍-୧ ବା ପ୍ରଥମ ପିତ୍ତି) ପୁଣି ଲଗାଇ, ସେଥୁରୁ ଦରକାରୀ ଗୁଣଥିବା ବୁଦା ବା କେଣ୍ଡା ବାଛି ପୁଣି ସେଥୁରୁ ଦ୍ଵିତୀୟ, ତୃତୀୟ ଏହିପରି ପ୍ରାୟ ୭ମ ବା ୮ମ ପିଢ଼ି ପର୍ଯ୍ୟନ୍ତ ନିଆଯାଇ ଉପଯୁକ୍ତ ଗୁଣ ଥିବା ବିହନ ବାହାର କରାଯାଏ । ଏହି ଅବସ୍ଥା ପରେ ମଧ୍ୟ ଏହି ବିହନ ଫସଲ'ରୁ ଅଧିକ ଅମଳଯୁକ୍ତ ବିହନ ମଧ୍ୟ ଆସନ୍ତା ଫସଲ ପାଇଁ ରଖିହୁଏ । ମାତ୍ର ହାଇବ୍ରିଡ୍ ଧାନ ପାଇଁ ବ୍ୟବହୃତ ଦୁଇଟି କିସମ ବିଶେଷ ଭାବରେ ବଛାଯାଏ । ଯାହାର ପ୍ରଥମ ପିଢ଼ି (ଏଫ୍-୧)। ଧାନ, ତାର ଉଭୟ ମାତା ପିତାଙ୍କ ଅଧିକ ଅମଳକ୍ଷମ ଗୁଣଠାରୁ ଯଥେଷ୍ଟ ଅଧିକ ଅମଳକ୍ଷମ ଗୁଣ ଥାଏ । କିନ୍ତୁ ଏହି ଧାନର ଦ୍ଵିତୀୟ ଓ ଅନ୍ୟାନ୍ୟ ପର୍ଯ୍ୟାୟ ପିଢ଼ିରୁ ପ୍ରଥମ ପିଢ଼ିପରି ଅଧିକ ଅମଳ ଗୁଣ ନ ଥାଏ । ତେଣୁ ଅଧିକ ଅମଳ ପାଇଁ କେବଳ ପ୍ରଥମ ପିଢ଼ି ହାଇବ୍ରିଡ୍ ଧାନ ବ୍ୟବହାର କରିବାକୁ ହେବ ଓ ଏହି ଫସଲରୁ ବିହନ ରଖାଯାଇପାରିବ ନାହିଁ । ପ୍ରତିଥର ଫସଲ ପାଇଁ ନୂଆ ବିହନ ଆଣିବାକୁ ପଡ଼ିବ ।

ହାଇବ୍ରିଡ୍ ଧାନରୁ ଅଧିକ ଅମଳ ମିଳୁଥିଲେ ମଧ୍ୟ ଏଥିରେ ଅଧିକ ଆଗାଡ଼ି ହେଉଥିବାର ଅଭିଯୋଗ ହୁଏ । ଏଥିରୁ ଅଗାଡି କମେଇବା ପାଇଁ ସମୁଦାୟ ସୁପର ରୋଇବା ସମୟରେ ଯବକ୍ଷାରଜାନ ସାରକୁ ୩ କିସ୍ତିରେ ଦେବାକୁ ହେବ । ଯଥାରୋଇବା ବେଳେ ଅର୍ଟେକ, ରୋଇବାର ୩ ସପ୍ତାହ ପରେ (୨୫%) ଫୁଲ ଉଡ଼େଇବାର ୧୫ ଦିନ ପୂର୍ବରୁ (୨୫%), ପଟାସ ସାରକୁ ୨ କିଞ୍ଚିରେ ଯଥା- ରୋଇବା ବେଳେ ଅଙ୍କୋଦ୍ଧିକ ଓ ଫୁଲ ଉଡ଼େଇବାର ୧୫ ଦିନ ପୂର୍ବରୁ ଅର୍ଜେକ ଦେଲେ ସୁଫଳ ମିଳିଥାଏ । ସାଧାରଣତଃ ଅଧିକ ଅମଳକ୍ଷମ ଧାନ କିସମ ଠାରୁ ଏଥିରେ ପ୍ରାୟ ୨୦ ଭାଗ ଅଧିକ ସାର ଦେଲେ, ଅମଳ ଯଥେଷ୍ଟ ବୃଦ୍ଧି ହୁଏ । ତେଣୁ ଅଧିକ ଅମଳ ପାଇଁ ଅନୁକୂଳ ପାଗ ଥିବା ଡାଳୁଅ ଋତୁରେ ହାଇବ୍ରିଡ୍ ଧାନ ଚାଷ କରି ଅଧିକ ଅମଳ କରାଯାଇପାରିବ।

ଭଲ ବିହନ ପାଇବେ କେଉଁଠୁ ?

ଭଲ ଅମଳ ପାଇବାକୁ ହେଲେ ଉନ୍ନତମାନର ବିହନ ବ୍ୟବହାର କରିବା ଉଚିତ୍ । ବିହନ ଯଦି ଖରାପ ହୋଇଥାଏ, ତେବେ ଯେତେ ଭଲ ଚାଷ କଲେ। ମଧ୍ୟ ତହିଁରୁ ଅଧିକ ଅମଳ ମିଳି ନଥାଏ । ଆମ ଚାଷୀ ଭାଇମାନେ ସାଧାରଣତଃ ନିଜ ଜମିରୁ ବିହୀନ ରଖି ଚୁଣିଥାନ୍ତି । ଅବଶ୍ୟ ବିହନ ପାଇଁ ସ୍ଵତନ୍ତ୍ର ଭାବେ ଚାଷ କରି ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁସାରେ ତିର୍ତ୍ତିରୁ ବିହନ ସଂଗ୍ରହ କରାଯାଇପାରେ । କିନ୍ତୁ ସବୁବେଳେ ସବୁ ଚାଷୀଙ୍କ ପକ୍ଷେ ଏହା ସମ୍ଭବ ହୋଇପାରେ ନାହିଁ । ତେଣୁ ଦୁଇ ତିନି ବର୍ଷରେ ଥରେ ଲେଖାଏଁ ଚାଷୀମାନେ ଭଲ ବିହନ ଯୋଗାଡ଼ କରିବା ଉଚିତ୍ ।

ଆମ ରାଜ୍ୟ ପାଇଁ  ଅନୁମୋଦିତ ସଙ୍କର ଧାନ କିସମର ଚାଷ କୌଶଳ ନିମ୍ନରେ ଦିଆଗଲା ।

କିସମର ନାମ / ବିବରଣୀ

କିସମର ଉପଯୁକ୍ତ ଜମି

ଚାଷ ପାଇଁ ପରିମାଣ ଓ ବ୍ୟବଧାନ ( ରୋଇବା ପାଇଁ )

ଏକର ପ୍ରତି ବିହନ ଖାଦ୍ୟସାର ମାତ୍ରା

ଅନୁମୋଦିତ ରାସାୟନିକ ପ୍ରତିରୋଧ ସହଣୀ ଗୁଣ

ରୋଗ, ପୋକ

ବିଶେଷ ଗୁଣ

କେ.ଆର୍.ଏଚ୍ ୭

ଏଗୁଡିକ ସବୁ ମଧ୍ୟମ

ଜଳ ନିୟନ୍ତ୍ରଣ

ରୁଆ ପାଇଁ  ୬ କି.ଗ୍ରା.

୪୮- ୨୪ – ୨୪

ମହିଷା ଓ ପତ୍ରପୋଡା ରୋଗ ତଥା କାଣ୍ଡବିନ୍ଧା, ଚକଡା ଓ କାହାଳିଆ ପୋକ ସହଣୀ ଶକ୍ତି ଅଛି ।

ଉଭୟ ଖରିଫ ଓ ଡାଳୁଅରେ ଚାଷ ହୋଇପାରିବ ମାତ୍ର ଡାଳୁଅପାଇଁ ଅଧିକ ଉପଯୁକ୍ତ । ଅଧିକ ଅମଳ କ୍ଷମ କିସମ  ତୁଳନାରେ ୨୦ – ୩୦ % ଉତ୍ପାଦନ ଅଧିକ ହୁଏ ।

ପ୍ରୋଆଗ୍ରୋ ୬୭୦୧

ଡେଙ୍ଗା ଗଛ

ବ୍ୟବସ୍ଥା ଥିବା

୨୦୧୫ ସେ.ମି.

 

 

 

ପି.ଏଚ୍.ବି. ୭୧

ପ୍ରୋଆଗ୍ରୋ ୬୨୦୧,

ମଧ୍ୟମ କିସମ

ବୁଦା ପ୍ରତି ୧ ବା ୨ ଟି ତଳି ରୁଆଯାଏ ।

 

 

 

ରାଜଲକ୍ଷ୍ମୀ

( ସି.ଆର୍.ଏଚ୍.ଆର୍.୫)

 

ପି.ଏଚ୍.ବି. ୭୧, ରାଜଲକ୍ଷ୍ମୀ ଓ ଅଜୟ

ଜମି ଉପଯୁକ୍ତ

 

 

 

 

ଅଜୟ ( ସି.ଆର୍.ଏଚ୍.ଆର୍.୭)

୨୦.୨,୨୧.୦,୨୨.୩ ଓ ୨୨.୨ ଗ୍ରାମ୍

୧୦୦୦ ଧାନ ଓଜନ ଯଥାକ୍ରମେ

 

 

 

 

 

ଆଜିକାଲି କୃଷି ବିଭାଗ, ରାଜ୍ୟ ବିହନ ନିଗମ, କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଓ ଜାତୀୟ ବିହନ ନିଗମ ପ୍ରଭୃତି ଅନୁଷ୍ଠାନ ମାନଙ୍କରୁ ଭଲ ବିହନ ମିଳିପାରିବ । କଟକଠାରେ ଥବା କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ମଧ୍ୟ ଅନେକ କିସମର ବିଶୁଦ୍ଧ ବିହନ ମିଳିପାରିବ । ତେବେ ଭଲ ଚାଷୀମାନେ କୃଷି ବିଶେଷଜ୍ଞ ମାନଙ୍କ ପରାମର୍ଶ ଅନୁସାରେ ଫାଉଣ୍ଡେସନ୍ ବିହନ ବା ସାର୍ଟିଫାଏଡ୍ ବିହନ ଆଣି ନିଜେ ଚାଷ କରି ଅନ୍ୟ ଚାଷୀମାନଙ୍କୁ ମଧ୍ୟ ବିହନ ଯୋଗାଇ ପାରିବେ ।

ବିହନ ବିଷୟରେ ଯଦି କିଛି ଜାଣିବାକୁ ଥାଏ ତେବେ ନିଃସଙ୍କୋଚରେ ଆପଣ ଅମ ନିକଟକୁ ଲେଖିବାକୁ ଅନୁରୋଧ ।

ସଂଗୃହିତ –

ମୂଳ  ବିଷୟବସ୍ତୁ

  • ପ୍ରଫେସର ଡଃ. ଆଶୁତୋଷ ରାୟ, ଉଦ୍ଭିଦ ପ୍ରଜନନ ଓ ଆନୁବଂଶୀକୀ ବିଭାଗ
  • ଡଃ. ପ୍ରଶାନ୍ତ କୁମାର ସୁବୁଦ୍ଧି

ସଂଶୋଧିତ ବିଷୟ ବସ୍ତୁ

  • ପ୍ରଫେସର ଡଃ. ଯୋଗେଶ୍ଵର ସହୁ

Last Modified : 12/31/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate