অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନୂଆ କିସମରୁ ଅଧିକ ଅମଳ

ଓୟୁଏଟିରୁ ଉଦ୍ଭାବିତ ନୂତନ କିସମ ବିହନ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ତରଫରୁ ସମସ୍ତ ଜମି ପାଇଁ ଏଯାବତ୍ ୬୫ଟି ଧାନ କିସମ ବିକାଶ କରାଯାଇଛି । ସେଥି ମଧ୍ୟରୁ ଅନେକ କିସମ ଓଡ଼ିଶାର ଚାଷୀଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି । ନିକଟ ଅତୀତରେ ଓୟୁଏଟି ପକ୍ଷରୁ ହିରଣ୍ମୟୀ, ଗୋବିନ୍ଦୀ, ହସନ୍ତ ଓ ଆଶୁତୋଷ ଆଦି ୪ଟି ବିହନ କିସମ ବିକାଶ କରାଯାଇଛି । ପାରମ୍ପରିକ ବିହନ ତୁଳନାରେ ଏହି ନୂଆ କିସମ ଅଧିକ ଅମଳ ଦେଉଛି ବୋଲି ଗବେଷକମାନେ ମତ ଦେଇଛନ୍ତି ।

ଜିଲ୍ଲାସ୍ତରୀୟ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ସୁବିଧାରେ ଏହି ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଉଛି । ଚାଷୀ ନିଜ ଅମଳକୁ ଅଧିକ ବୃଦ୍ଧି କରିବା ପାଇଁ ଏହି କିସମର ବିହନ କୁ ଗ୍ରହଣ କରିବାର ଏବେ ସମୟ ଆସିଛି । ଏହାର ରୋଗ ପୋକ ସାହଣୀ ଶକ୍ତି । ଅଧିକ । ଆମ ଭୌଗଳିକ ସ୍ଥିତି ଅନୁସାରେ ଚାଷୀଙ୍କ ପାଇଁ ମଧ୍ୟ ବେଶ୍ ଲାଭଜନକ । ଆକଳନ ଅନୁସାରେ ଉନ୍ନତ କିସମର ବିହନ ଯେତିକି ସର୍ବାଧିକ ଅମଳ ଦେଉଛି, ଏ ବିହନ ତା' ଅଧିକ, ୨୦ ପ୍ରତିଶତ ଅମଳ ଦେଉଥିବା ପ୍ରାମାଣିତ ହୋଇଛି ବୋଲି ଓୟୁଏଟି ଧାନ ଗବେଷକ ଡ. ଦେବେନ୍ଦ୍ର ନାଥ ବସ୍ତିଆ କହିଛନ୍ତି ।

ଧାନ ଉଭୟ ଖରିଫ ଓ ରବି ଋତୁରେ ୪୨ ଲକ୍ଷ ହେକ୍ଟର ଜମିରେ ଚାଷ କରାଯାଇଥାଏ । ସାଧାରଣତଃ ଉଚ୍ଚ  ବା ଢିପ ଜମିରେ ଜଳସେଚନ ର ସୁବିଧା ନଥାଏ । ଏଠାରେ ବର୍ଷା ଜଳ ଉପରେ ନିର୍ଭର କରି ଧାନ ଚାଷ କରାଯାଏ । ତେଣୁ ଏହି ଜମି ପାଇଁ ସଅଳ ବଢୁଥିବା (୮୦ -୧୦୦ ଦିନ), ମରୁଡି ସାହଣୀ ଶକ୍ତି ଥିବା ବିହନ କିସମ ଆବଶ୍ୟକ ହୋଇଥାଏ । ମଧ୍ୟମ କିସମ ଜମିରେ ଜଳସେଚନର ସମସ୍ୟା ନଥିବାରୁ ଏଥିରୁ ଅଧିକ ଅମଳ ମିଳିଥାଏ । ତେଣୁ ଏଠାରେ ୧୨୦ -୧୪୦ ଦିନରେ ଅମଳ ହେଉଥିବା ମଧ୍ୟମ କିସମର ଅଧିକ ଅମଳକ୍ଷମ ବିହନ କିସମ ବ୍ୟବହାର କରାଯାଏ । ଖାଲୁଆ ଜମିରେ ଜଳ ବହୁଳତାର ସମସ୍ୟା ଥିବାରୁ, ଏଥିପାଇଁ ଅଧିକ ଜଳରେ ହୋଇପାରୁଥିବା ଓ ବନ୍ୟା ସାହଣୀ ଥିବା ଅଧିକ ଅମଳକ୍ଷମତା ବିଳମ୍ବ କିସମ (୧୪୫-୧୫୫) ଦିନ ଚାଷ କରାଯାଇଥାଏ । ଢିପ ଜମିରେ ପାରିଜାତ, ଖଣ୍ଡଗିରି, ଯୋଗେଶ ଓ ମନ୍ଦାକିନୀ, ମଧ୍ୟମ କିସମ ଜମିରେ ଲଲାଟ, କୋଣାର୍କ, ମନସ୍ଵିନୀ, ସୁରେନ୍ଦ୍ର, ପ୍ରତୀକ୍ଷା, ତେଜସ୍ଵନୀ ଓ ଖାଲୁଆ ଜମିରେ ରାଣୀଧାନ, ଉପହାର, ମୃରାଳିନୀ ବହୁଳ ଭାବରେ ଚାଷ କରାଯାଉଛି । ବର୍ତ୍ତମାନ ଓୟୁଏଟିରୁ ଉଦ୍ଭାବିତ ନୂତନ କିସମ ବିହନ ଆପଣାଇ ଚାଷୀ ବେଶ୍ ଲାଭବାନ ହେଉଛନ୍ତି ।

ନୂଆ ଧାନ ବିହନ

ହିରଣ୍ମୟୀ

ହିରଣ୍ମୟୀ ଧାନ କିସମର ଅବଧି ୧୩୫ ଦିନ । ଏହା ମଧ୍ୟମ କିସମ ଜମିରେ ଭଲ ଅମଳ ହୋଇଥାଏ । ଏହାର ହାରାହାରି ଅମଳ କ୍ଷମତା ହେକ୍ଟର ପିଛା ୫୪ ଟନ୍ ଓ ସର୍ବାଧିକ ଅମଳ କ୍ଷମତା ୧୨ ଟନ୍ । ଏହା ମଧ୍ୟମ ଉଚ୍ଚ ବିଶିଷ୍ଟ ଧାନ ଗଛ ହୋଇଥିବା ବେଳେ ଚାଉଳ ସରୁ ଓ ଧଳା । ଏହାର ମହିଷା ରୋଗ, ପତ୍ରାଚ୍ଛଦପୋଡ଼ା ରୋଗ, ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ, ପତ୍ର ଛିଟା ରୋଗ ଆଦି ରୋଗ ସହଣୀ ଶକ୍ତି ରହିଛି । ଏହା ଏମ୍ ଟିୟୁ୧୦୦୧ ଧାନ ବଦଳରେ ଚାଷ କରାଯାଉଛି ।

ଗୋବିନ୍ଦ

ଅମଳ ଅବଧୂ ୧୩୦ ଦିନ । ମଧ୍ୟମ ଧରଣର ଜମିରେ ଭଲ ହୋଇଥାଏ । ମଧ୍ୟମ ଉଚ୍ଚତା ଓ ଏହାର ଚାଉଳ ସରୁ ଓ ଧଳା । ହାରାହରି ଅମଳକ୍ଷମତା ହେକ୍ଟର ପ୍ରତି ୪.୦ ଟନ୍ ଓ ସର୍ବାଧିକ ଅମଳକ୍ଷମତା ୧୧.୦ ଟନ୍ । ଏହାର ପତ୍ରାଚ୍ଛଦପୋଡ଼ା ରୋଗ, ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ ସହଣୀଶକ୍ତି ଅଛି । ଏମଟିୟୁ ୧୦୦୧ ବଦଳରେ ଏହା ଚାଷ ହେଉଛି ।

ହସନ୍ତ

ଅମଳ ଅବଧି ହେଉଛି ୧୪୫ ଦିନ । କମ୍ ଖାଲୁଆ ଜମିରେ ଭଲ ଅମଳ ହୋଇଥାଏ । ଗଛ ମଧ୍ୟମ ଉଚ୍ଚତା, ଚାଉଳ ଛୋଟ ମୋଟା ଓ ଧଳା ରଙ୍ଗ ଅଟେ ।  ଏହାର ହାରାହାରି ଅମଳକ୍ଷମତା ହେକ୍ଟର ପିଛା ୪.୦ ଟନ୍ ଓ ଏହାର ସର୍ବାଧୁଙ୍କ ଅମଳକ୍ଷମତା ୧୦.୦ ଟନ୍ । ପୂଜା ବଦଳରେ ଚାଷ ହେଉଛି ।

ଆଶୁତୋଷ

ଅମଳ ଅବଧି ୧୫୦ ଦିନ । କମ୍ ଖାଲୁଆ ଜମିରେ ଚାଷ ହୋଇଥାଏ । ଗଛ ମଧ୍ୟମ ଉଚ୍ଚତା ବିଶିଷ୍ଟ , ଚାଉଳ ଛୋଟ, ମୋଟା, ଓ ଧଳା ରଙ୍ଗର ଅଟେ । ଏହାର ହାରାହାରି ଅମଳକ୍ଷମତା ୪.୦ ଟନ୍ ହେକ୍ଟର ପିଛା ଓ ସର୍ବାଧିକ ଅମଳକ୍ଷମତା ୭.୦ ଟନ୍ ଅଟେ । ଏହା ପୂଜା ଓ ସ୍ଵର୍ଣ୍ଣ ବଦଳରେ ଚାଷ ହେଉଛି । ଏହାର ପତ୍ର ମୋଡ଼ା ପୋକ, ମହିଷା, ପତ୍ରଚ୍ଛଦପୋଡ଼ା ରୋଗ, ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ ସହଣୀ ଶକ୍ତି ରହିଛି ।

ଚାଷୀଙ୍କ ସଫଳତା

ଦିଗପହଣ୍ଡିର ଚାଷୀ ସୁବ୍ରତ କୁମାର ଅଧିକାରୀ, ପୂଜା ବଦଳରେ ହସନ୍ତ କିସମ ଚାଷ କରୁଛନ୍ତି । ଏହି ଧାନରେ ରୋଗପୋକ କମ୍ ଲାଗିବା ସହ ଧାନ ପିଲଗୁଡ଼ିକ ହୁଷ୍ଟପୁଷ୍ଟ ହେଉଛି ବୋଲି ସେ ମତ ଦିଅନ୍ତି । ସେହିପରି ସମ୍ବଲପୁରର ଚାଷୀ ଦୀପକ କୁମାର ନାୟକ ପ୍ରତୀକ୍ଷା ଓ ୧୦୦୧ ବଦଳରେ ହିରଣ୍ମୟୀ ଓ ହସନ୍ତ ଚାଷ କରି ୧୫ରୁ ୨୦ ପ୍ରତିଶତ ଅଧିକ ଲାଭ ପାଇଥିବା ପ୍ରକାଶ କରିଛନ୍ତି ।

ବିହନ ପ୍ରସାର ପାଇଁ ପଦକ୍ଷେପ

ଏହି ବିହନର ପ୍ରଚାର ପ୍ରସାର ପାଇଁ ପ୍ରତି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ଚାଷୀମାନଙ୍କୁ ଏହାର କ୍ଷେତ୍ର ପ୍ରଦର୍ଶନ କରାଯାଉଛି । ଏହି ଧାନ ବିହନ ଓୟୁଏଟି ଧାନ ଗବେଷଣା କେନ୍ଦ୍ରରେ ଉପଲବ୍ଧ । ସରକାରୀ ବିହନ ବିକ୍ରୟ କେନ୍ଦ୍ରମାନଙ୍କରେ ହିରଣ୍ମୟୀ। ବିହନ ଉପଲବ୍ଧ । ତେଣୁ ଚାଷୀ ଏହି ବହନ କୁ ଆପଣାଇବା ଦରକାର ।

ଆଧାର - ଓୟୁଏଟି

Last Modified : 6/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate