ପିପ୍ପଳି ଏକ ବହୁବର୍ଷିୟ ନରମ ଲତା ଏବଂ ଛୋଟ ଗୁଳ୍ମ ଜାତୀୟ ଫସଲ ।ବିଶେଷକରି ଗଛ ଗୁଡିକ ତଳେ ମାଡିଥାନ୍ତି ଏବଂ ପ୍ରତ୍ୟେକ ଗଣ୍ଠିରୁ ଛେରା ବାହାରିଥାଏ ।ପିପ୍ପଳିର ଫଳ ଓ ଚେର ଔଷଧୀୟ ଗୁଣ ଯୁକ୍ତ ଅଟେ ଓ ଶୁଷ୍କ ପିପ୍ପଳି ଫଳରେ ଶତକଡା ୪-୫ ଭାଗ ପାଇପାରିନ ଓ ପିପିଲଟିନ ନାମକ କ୍ଷାର ଥାଏ।ଏହାର ଚେରରେ ପାଇପାରିଲ ଶତକଡା ୦.୧୫ ରୁ ୦.୧୮ ଭାଗ ପିପିଲଟିନ ୦.୧୪ ରୁ ୦.୨୦ ଭାଗ, ପାଇପର ଲାଙ୍ଗୁମିନିନ ୦.୨ ରୁ ୦.୨୫ ଭାଗ ମିଳିଥାଏ ।ପିପ୍ପଳି କୁ ବ୍ୟବହାର କରି ପକ୍ଷାଘାତ କଟିବାତ,ଆଣ୍ଠୁଗଣ୍ଠି ବାତ,ଅନିୟମିତ ଋତୁଶରବା,ସାପ ଓ ବିଛା କାମୁଡା ,ଅନ୍ଧାରକଣା , ହୃଦରୋଗ ,କୃମିରୋଗ,ଶ୍ଵାସ ଓ କଫ ଜନିତ ରୋଗ,ପୁରୁଷ ମାନଙ୍କର ଯୌନ ଅକ୍ଷମତା,କୁଶ,ଜଣ୍ଡିସ ,ଅର୍ଶ,ପ୍ଳିହା ଇତ୍ୟାଦି ରୋଗ ଭଲ କରିବାରେ ବ୍ୟବହାର କରାଯାଏ। ପିପ୍ପଳି କୁ ମସଲା ଭାବେ ମଧ୍ୟ ବ୍ୟବହାର କରାଯାଏ।
ନିଗିଡା ଦୋରସା ଜୈବସାରଯୁକ୍ତ ମୃତିକ। ତଥା ଜୈବସାରଯୁକ୍ତ ଜଳ ଧାରାଣା କରି ପଡ଼ୁଥିବା ମାଙ୍କଡା ମୃତିକାରେ ଏହା ଚାଷ କରାଯାଇପାରେ।ଉଷ୍ଣ ଓ ଅର୍ଦ ଜଳବାଯୁ ପିପ୍ପଳି ଚାଷ ପାଇଁ ଉପଯୋଗୀ ।ନଡିଆ ଓ ଗୁଆ ବଗିଚା ତଳେ ଅର୍ଥାତ ସୂର୍ଯ୍ୟ ଛାଇ ସ୍ଥାନରେ ଏହା ବଢିଥାଏ ।“ବିଶ୍ଵମ”କିସମ ପିପ୍ପଳି ଉନ୍ନତ ଓ ଅଧିକ ଅମଳକ୍ଷମ ଅଟେ।ଏହାକୁ ଉଭୟ ଖୋଲା ଓ ଛାଇ ଜାଗାରେ ଚାଷ କରାଯାଇପାରେ।
ପିପ୍ପଳି ର ପୁଆ କିମ୍ବା କଲମି (ଡାଳ) ଦ୍ଵାରା ବଂଶବିସ୍ତାର କରାଯାଏ। ଚାଷ ପାଇଁ ହେକ୍ଟର ପ୍ରତି ୩ ରୁ ୬ ଟି ଆଖି ଥିବା ଡାଳ(କଲମି ଡାଳ)୧୭୮୦୦ ଖଣ୍ଡ ଆବଶ୍ୟକହୋଇଥାଏ।ହେକ୍ଟର ପ୍ରତି ୨୦ ଟନ ଖତ ଆବଶ୍ୟକ ।ଏଥିରେ ସାଧାରଣତଃ ସାର ପ୍ରୟୋଗ କରାଯାଏ ନାହିଁ । ଫେବୃୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ଏକବର୍ଷିୟ ପୁରୁଣା ଗଛରୁ ୩ ରୁ ୬ ଟି ଆଖିଥିବା ୧୦ ଟ ସେ.ମି.ଲମ୍ବର ଡାଳ କାଟି ପଲିଥିନ ମୁନାରେ ସମାନ ପରିମାଣରେ ମାଟି,ବଳି ଓ ଖାତା ଭାରିକରି ଲଗାଇ ଦିଆଯାଏ ଯେପରିକି ମାଟି ଭିତରକୁ ଅତିକମ ରେ ଦୁଇଟି ଆଖିଥିବ । ଚାରା ଗୁଡିକ ଅଳ୍ପ ଛାଇରେ ରାଖୀ ଦୈନିକ ଜଳ ସିଂଚନ କାଲେ ଏଥିରୁ ଚେର ଓ ଗାଯ ବାହାରେ ।ଦେଢରୁ ଦୁଇମାସରେ ଏହି କଲମି ଗୁଡିକ ରୋପଣ କରାଯାଏ।କେବଳ ପିପ୍ପଳି ଚାଷ ହୋଇଥିଲେ ସପ୍ତାହରେ ଠାରେ ଜଳସେଚନ ଆବଶ୍ୟକ ।ଅନ୍ତଃ-ଫସଲ ହିସାବରେ ଚାଷ ହୋଇଥିଲେ ମୁଖ୍ୟ ଫସଲ ଠାରୁ କମ ଜଳ ଆବଶ୍ୟକ କରେ। ଉପଯୁକ୍ତ ଅଟେ ଏଥିପାଇଁ ବୁନ୍ଦା ଜଳସେଚନ ଉପଯୁକ୍ତ ଅଟେ।ଓ ପ୍ରଥମାବସ୍ଥାରେ ଘାସବାଛି ଜମିକୁ ପ୍ରଥମ ବର୍ଷ ଘାସମୁକ୍ତ ରଖିବା ଉଚିତ। ଖରାଦିନେ ଶୁଖିଲା ପତ୍ର ଦ୍ଵାରା ଛାଦି କରଣ କରିବା ଆବଶ୍ୟକ ,ଗଛ ଟିକେ ବଢିଗଲେ ହୁଡା ଟେକିଦେବା ଆବଶ୍ୟକ ।
ଗଛ ଲଗାଇବାର ୫ ରୁ ୬ ମାସରେ ଫଳ ଆସିଥାଏ ।ଫଳଗୁଡିକ ପାଉଁସିଆ କଳା ରଙ୍ଗର ହେଲେ ଅମଳ କରାଯାଏ। ମୁଖ୍ୟତଃ ଜାନୁଆରୀ ମାସରେ ଫଳ ଅମଳ କରାଯାଏ ।ଫଳ ତୋଳି ସାରିବା ପରେ ଶାଖାଗୁଡିକ କଟିଦେଲେ ସେଥିରୁ ନୂଆଁଡାଳ ବାହାରି ପରବର୍ଷ ପୁଣି ଫଳ ଅମଳ କରାଯାଏ। ୩ ବର୍ଷ ଫଳ ଅମଳ କରିବା ପରେ ଗଛକୁ ସମ୍ପୂର୍ଣ ଉପାଡି ଚେର ଅମଳ କରାଯାଏ ତିନି ବର୍ଷରେ ହେକ୍ଟର ପ୍ରେୟାଟି ମୋଟ ଖର୍ଚ୍ଚ ୪,୪୪,୨୦୦ ଟଙ୍କା ଏବଂ ଚେରରୁ ୨,୫୦,୦୦୦ ଟଙ୍କା ଆୟ ମିଳିଥାଏ। ତିନିବର୍ଷରେ ମୋଟ ଖରଛା ବାଦଯାଇ ହେକ୍ଟର ପ୍ରତି ୮,୫୫,୮୦୦ ଟଙ୍କା ନେଟ ଲାଭ ମିଳିଥାଏ। ତିନିବର୍ଷରେ ମୋଟ ଖର୍ଚ୍ଚ ବାଦଯାଇ ହେକ୍ଟର ପ୍ରତି ୮,୫୫,୮,୦୦ ଟଙ୍କା ନେଟ ଲାଭ ମିଳିଥାଏ।
ଆଧାର : କୃଷି ଜାଗରଣ
Last Modified : 12/11/2019