অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯଅ ଚାଷ

ଯଅ (Hordeum vulgare L.), ଘାସ ପରିବାର ଅନ୍ତର୍ଗତ ଅଟେ । ଏହା ନାତିଷିତୋଷ୍ଣ୍ଣ ଜଳବାୟୁରେ ବଢୁଥିବା ଏକ ଶସ୍ୟ ଜାତୀୟ ଫସଲ । ୧୩,୦୦୦ ବର୍ଷ ପୂର୍ବେ ବିଶେଷତଃ ୟୁରେସିଆ ଅଞ୍ଚଳରେ ଚାଷ କରାଯାଉଥିବା ପ୍ରଥମ ଫସଲ ମଧ୍ୟରୁ ଗୋଟିଏ । ଯଅ ମଧ୍ୟ ପଶୁ ଖାଦ୍ୟ ରୂପେ ବ୍ୟବହୃତ ହୁଏ, ମଦ ପାଇଁ ଅମ୍ଳୀଭବନ ଜିନିଷର ଉତ୍ସ ଭାବେ ଓ ନିର୍ଦ୍ଦିଷ୍ଟ ବିଶୁଦ୍ଧ ସୁସ୍ଵାଦୁ ପାନୀୟ ଓ ବିଭିନ୍ନ ସ୍ଵାସ୍ଥ୍ୟକର ଖାଦ୍ୟର ଉପାଦାନ ଭାବେ ବ୍ୟବହୃତ ହୁଏ । ଏହାକୁ ସୁପ୍, ସିଝା ଖାଦ୍ୟରେ ଓ ବିଭିନ୍ନ ପ୍ରକାରର ଯଅ ପାଉଁରୁଟି ରେ ମଧ୍ୟ ବ୍ୟବହାର କରାଯାଏ । ସାଧାରଣତଃ ଯଅ ଦାନାକୁ ପାରମ୍ପରିକ ଉପାୟରେ ପାଣିରେ ବତୁରାଇ ଗଜା ବାହାର କରାଯାଏ । ୨୦୦୭ ମସିହାରେ ପୃଥିବୀରେ ଖାଦ୍ୟ ଶସ୍ୟ ତାଲିକାରେ, ଉଭୟ ଉତ୍ପାଦନ ପରିମାଣ (୧୩୬ ନିୟୁତ ଟନ୍) ଓ ଚାଷଜମି କ୍ଷେତ୍ରଫଳ (566,000 square kilometres or 219,000 square miles) ହିସାବରେ ଚତୁର୍ଥ ସ୍ଥାନରେ ଥିଲା ।

ଶବ୍ଦର ବ୍ୟୁତ୍ପତି

ଯଅର ପୁରୁଣା ଇଂରାଜୀ ଶବ୍ଦ ହେଉଛି bære, ଯାହା ପ୍ରୋଟୋ-ଇଣ୍ଡୋ-ୟୁରୋପିଆନ୍ ଶବ୍ଦର ସମୟକୁ ନେଇଯାଇଥାଏ ଏବଂ ଲାଟିନ ଶବ୍ଦ ଫରିନା ତଥା ଫ୍ଲୋର ଜାତୀୟ ଅଟେ । ପୁରୁଣା ଇଂରାଜୀରେ ଆଧୁନିକ ଇଂରାଜୀର ସିଧାସଳଖ ପୂର୍ବଜ ହେଉଛି ବ୍ୟୁତ୍ପାଦିତ ବିଶେଷଣ bærlic, ଯାହାର ଅର୍ଥ ଯଅ-ର । bærlic ଶବ୍ଦର ପ୍ରଥମ ଆଧାର ୯୬୬ ଖ୍ରୀଷ୍ଟାବ୍ଦରେ ଅକ୍ସଫୋର୍ଡ ଇଂରାଜୀ ଅଭିଧାନରେ ଯୌଗିକ ଶବ୍ଦ bærlic-croftରେ ଦେଖିବାକୁ ମିଳେ । ମୂଳ ଶବ୍ଦ bære ଉତ୍ତର ସ୍କଟଲ୍ୟାଣ୍ଡରେ ବିଅର ଭାବେ ବଞ୍ଚିରହିଛି ଏବଂ ଏହା ସେଠାରେ ବଢୁଥିବା ଏକ ସ୍ୱତନ୍ତ୍ର ୬ ଧାଡ଼ିକିଆ ଯଅର ପ୍ରଜାତିକୁ ଦର୍ଶାଏ । ବାର୍ନ ଶବ୍ଦର ପ୍ରକୃତ ଅର୍ଥ ହେଉଛି ଯଅ-ଘର ("barley-house"), ଯାହା ମଧ୍ୟ ଏହି ଶବ୍ଦର ଆସିଅଛି ।

ଜୀବ ବିଜ୍ଞାନ

ଯଅ ଘାସ ପରିବାର ଅନ୍ତର୍ଗତ ଅଟେ । ଏହା ଏକ ସ୍ୱ-ସଙ୍ଗମ କରୁଥିବା ୧୪ଟି ଗୁଣସୂତ୍ର ଥିବା diploid ପ୍ରଜାତି । ଚାଷ କରାଯାଉଥିବା ଯଅର ବନ୍ୟ ପୂର୍ବଜ ହେଉଛି, Hordeum vulgare subsp. ସ୍ପୋଣ୍ଟାନିଅମ, ଯାହା ପଶ୍ଚିମ ଏସିଆ ଓ ଉତ୍ତର-ପୂର୍ବ ଆଫ୍ରିକାର ଜଙ୍ଗଲ ଓ ତୃଣଭୂମି ଅଞ୍ଚଳ ଏବଂ disturbed habitatsରେ ମଧ୍ୟ ବହୁଳ ଭାବେ ଦେଖିବାକୁ ମିଳେ । ଏହି ଅଞ୍ଚଳ ଛଡା ବନ୍ୟ ଯଅ ଦେଖିବା ବିରଳ ଓ ସାଧାରଣତଃ ବିଚ୍ଛିନ୍ନ ଭାବେ ଦେଖିବାକୁ ମିଳେ । ତଥାପି genome-wide ବିବିଧତା ଚିହ୍ଙକାରୀତ ଥୟ ଅନୁଯାୟୀ ତିବତ ଯଅ ଚାଷର ଅନ୍ୟ ଏକ ଅତିରିକ୍ତ କେନ୍ଦ୍ର ।

ଆଧାର : Food and Agriculture Organization of the United Nations.

Last Modified : 12/27/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate