অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଇସ୍ ଏକ୍ସପର୍ଟ ( riceXpert) ଆପ୍

‘ରାଇସ୍ ଏକ୍ସପର୍ଟ (riceXpert)’ ଦ୍ୱାରା ସମସ୍ୟାର  ସଠିକ ଭାବରେ ନିରୂପଣ ଓ ସମାଧାନ

ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ ଦ୍ଵାରା ଏକ ବହୁଭାଷୀ ମୋବାଇଲ ଆପ ‘ରାଇସ୍ ଏକ୍ସପର୍ଟ (riceXpert)’ ପ୍ରସ୍ତୁତ କରାଯାଇଛି । ଚାଷୀ ଭାଇ ଓ ଭଉଣୀମାନେ ଏହି ଆପ୍ ମାଧ୍ୟମରେ ଧାନ ଫସଲର ରୋଗ, ପୋକ, ଅନାବନା ଘାସ, ଖାଦ୍ୟସାରର ଅଭାବ ତଥା ବିଷାକ୍ତ ଜନିତ ସମସ୍ୟାକୁ ସଠିକ ଭାବରେ ନିରୂପଣ ଓ ସମାଧାନ କରିପାରିବେ । ଏହି ଆପ୍ ମଧ୍ୟ ଜମିର ପ୍ରକାର ଅନୁସାରେ ଧାନର କିସମ, କୃଷି ଯନ୍ତ୍ରପାତି, ପାଣିପାଗ, ଧାନ ଚାଷ ସମ୍ବନ୍ଧିତ ନୂତନ ଜ୍ଞାନକୌଶଳ, ବିଶେଷଜ୍ଞଙ୍କ ପରାମର୍ଶ ତଥା ଉପଦେଶ, ଜମିର ପ୍ରକାର ତଥା କ୍ଷେତ୍ରଫଳ ଅନୁସାରେ ସଠିକ୍ ପରିମାଣର ସାର, ରୋଗ ପୋକ ନିରୂପଣ ସଂଗେ ସଂଗେ କୀଟନାଶକ, କବକ ନାଶକ ଆଦିର ସମାଧାନ ଜାଣିପାରିବେ । ଚାଷୀମାନେ ମଧ୍ୟ ନିଜରି ଉତ୍ପାଦିତ ଦ୍ରବ୍ୟର କ୍ରୟବିକ୍ରୟ ପାଇଁ ଏହି ଆପକୁ ଏକ ମାଧ୍ୟମ ରୂପେ ବ୍ୟବହାର କରିପାରିବେ । ଧାନ ଚାଷ ଜନିତ ସମସ୍ତ ସମସ୍ୟାର ସମାଧାନ ପାଇବା ପାଇଁ ଚାଷୀମାନେ ଏହି ଆପରେ ଲେଖି ସମସ୍ୟା ସମ୍ବନ୍ଧିତ ଫଟୋ ଉଠାଇ ବା ନିଜର ସମସ୍ୟାକୁ ସ୍ୱର ମାଧ୍ୟମରେ ରେକର୍ଡିଂ କରି ପଠାଇପାରିବେ । ବିଶେଷଜ୍ଞମାନଙ୍କଠାରୁ ସେଗୁଡ଼ିକର ସମାଧାନ, ତୁରନ୍ତ 'ମେସେଜ’ ମାଧ୍ୟମରେ  ପାଇପାରିବେ । ସମସ୍ତ ଗବେଷକ, ବୈଜ୍ଞାନିକ, ଛାତ୍ରଛାତ୍ରୀ ତଥା କୃଷି ସଂପ୍ରସାରଣ; ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ଏହି ଆପ ମଧ୍ୟ ସହାୟକ ହେବ । ଆଣ୍ଡ୍ରୋଏଡ଼ ମୋବାଇଲର  ଗୁଗୁଲ୍ ପ୍ଲେଷ୍ଟୋରରେ riceXpert ଲେଖି ଏହି ଆପ୍ କୁ ଡାଉନଲୋଡ୍  କରାଯାଇପାରିବ ।

ଏହି ଲିଙ୍କ ଉପରେ କ୍ଲିକ କରିକି ଡାଉନଲୋଡ୍ କରିପାରିବେ"ରାଇସ୍ ଏକ୍ସପର୍ଟ ଅପ୍"

ଚିତ୍ର ମାଧ୍ୟମରେ ଆପ୍ ର ବ୍ୟବହାର

 

 

ରାଇସ୍ ଏକ୍ସପର୍ଟର ବିଶେଷତ୍ଵ

  • ସହଜରେ ବ୍ୟବହାର ଯୋଗ୍ୟ
  • ସମସ୍ୟା ନିରୂପଣ ତଥା ସମାଧାନର ସହଜ ମାଧ୍ୟମ
  • ସ୍ପଷ୍ଟ ଏବଂ ତଥ୍ୟପୂର୍ଣ୍ଣ
  • ପ୍ରଶ୍ନ ଆଧାରିତ
  • ଫଟୋ ଓ କଥୋପକଥନ ଦ୍ଵାରା ପ୍ରଶ୍ନ ପରିବାର ସୁବିଧା
  • ଏସ୍.ଏମ୍.ଏସ୍ ମାଧ୍ୟମରେ ସଠିକ୍ ସମୟରେ ସମସ୍ୟାର ସମାଧାନ
  • ଜମିର ରୋଗ ପୋକର ପ୍ରକାର ଓ ଜମିର କ୍ଷେତ୍ରଫଳ ଆଧାରିତ ସଠିକ ମାତ୍ରାର କୀଟନାଶକ, କବକନାଶକ ନିରୂପଣ
  • ପାଣିପାଗ ତଥା ଧାନ ଫସଲ ସମ୍ବନ୍ଧିତ ନୂତନ ଜ୍ଞାନ କୌଶଳର ଖବର
  • ଧାନ ତଥା ଧାନ ସମ୍ବନ୍ଧୀତ ଦ୍ରବ୍ୟର କ୍ରୟବିକ୍ରୟର ମାଧ୍ୟମ

ସଂଗୃହିତ – ଡା. ଶ୍ୟାମାରଞ୍ଜନ ଦାସ ମହାପାତ୍ର ପ୍ରଧାନ ବୈଜ୍ଞାନିକ (କୀଟ ବିଜ୍ଞାନ) ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ-୭୫୩୦୦୬

Last Modified : 12/6/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate