অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ

ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ

ଉପକ୍ରମ

KYC ବା ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ, ଏହା ଅତ୍ୟାବଶ୍ୟକ ଯାହାକି ଆପଣଙ୍କ ଖାତା ଖୋଲିବା ଏବଂ ଅନୁରକ୍ଷଣ ଅତି ସହଜ କରିଦେଇଥାଏ  ।

¨      ଆପଣଙ୍କ ପରିଚୟ ଏବଂ ଠିକଣାର ଏକ ପ୍ରମାଣପତ୍ର, ତତ୍ ସହିତ ଆପଣଙ୍କ ବର୍ତ୍ତମାନ ସମୟର ଏକ ଫଟୋ – ଏତକ ଯେକୌଣସି ବ୍ୟାଙ୍କ୍ ରେ ଖାତା ଖୋଲିବା ପାଇଁ ପ୍ରଯୁଜ୍ୟ  ଅଟେ  ।

¨      ଆପଣଙ୍କ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର, ପାସପୋର୍ଟ କିମ୍ବା ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପରିଚୟପତ୍ର ଉଭୟ ପରିଚୟ ଏବଂ ଠିକଣା ସମ୍ବଳିତ ପତ୍ର ହିସାବରେ ପରିଗଣିତ ହୋଇଥାଏ  ।

¨      ପ୍ୟାନ କାର୍ଡ କେବଳ ଆପଣଙ୍କ ପରିଚୟପତ୍ର ହିସାବରେ ଗୃହୀତ ହୋଇଥାଏ  ।

¨      ଯଦି ଆପଣଙ୍କ ବର୍ତ୍ତମାନର ଠିକଣା, ଆପଣଙ୍କ ପରିଚୟ ପତ୍ରରେ ଉଲ୍ଲେଖ ଥିବା ଠିକଣା ଠାରୁ ଭିନ୍ନ ହୋଇଥାଏ ତେବେ ବର୍ତ୍ତମାନ ଅବସ୍ଥାନ କରୁଥିବା ଠିକଣାର ଏକ ଘୋଷଣାପତ୍ର ହିଁ ବ୍ୟାଙ୍କ୍ ପାଇଁ ଯଥେଷ୍ଟ ଅଟେ  ।

¨      ହଁ କୌଣସି ପରିଚୟ ପ୍ରମାଣପତ୍ର କିମ୍ବା ଠିକଣାଗତ ପ୍ରମାଣପତ୍ର ବିନା ମଧ୍ୟ ଆପଣ ଏକ ସ୍ୱଳ୍ପ ସଞ୍ଚୟ ଖାତାଟିଏ ଖୋଲିପାରିବେ  । ଏଥିପାଇଁ ଆପଣଙ୍କୁ ଏକ ଫଟୋ ସହିତ ନିଜ ଦସ୍ତଖତ ବ୍ୟାଙ୍କ୍ ରେ ଦେବାକୁ ହୋଇଥାଏ  । ଯେଉଁଥିରେ ଆପଣ ସର୍ବାଧିକ ସମୁଦାୟ ଜମାରାଶି ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ରଖିପାରିବେ ଏବଂ ମାସକୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବେ  । ମନେରଖନ୍ତୁ, ଏହି ଖାତାରେ ଆପଣ ଗୋଟିଏ ବର୍ଷରେ ସମୁଦାୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଜମା କରିପାରିବେ ନାହିଁ  ।

¨      ବ୍ୟାଙ୍କ୍ ଆପଣଙ୍କ risk profile ଅନୁସାରେ ୨ ବର୍ଷ, ୮ ବର୍ଷ କିମ୍ବା ୧୦ ବର୍ଷରେ ଆପଣଙ୍କ KYC ପୁନଃନିଶ୍ଚିତ କରିଥାଏ   ।

ଅନଲୀଇନ ଅଭିଯୋଗ

ଯଦି KYC କାର୍ଯ୍ୟଧାରା ସମ୍ବନ୍ଧୀୟ ଆପଣଙ୍କ କୌଣସି ଅଭିଯୋଗ ଥାଏ, ତେବେ ଆପଣଙ୍କ ବ୍ୟାଙ୍କ୍ ରେ ଅଭିଯୋଗ କରନ୍ତୁ  । ଯଦି ବ୍ୟାଙ୍କ୍ ର କାର୍ଯ୍ୟାନୁଷ୍ଠାନରେ ଆପଣ ସନ୍ତୁଷ୍ଟ ନହୁଅନ୍ତି ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର ବ୍ୟାଙ୍କିଙ୍ଗ୍ ଲୋକପାଳଙ୍କ ନିକଟରେ ଅଭିଯୋଗ କରନ୍ତୁ  । ସବିଶେଷ ତଥ୍ୟ ପାଇଁ htts://bankingombudsman.rbi.org.in କୁ ଯାଆନ୍ତୁ   ।

ଆଧାର : ଓଡିଶା  ସରକାର

Last Modified : 7/9/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate