অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶାରେ ଉପଲବ୍ଧ ଇ-ଗଭର୍ଣ୍ଣାନ୍ସ ସେବା ସମୂହ

ଓଡିଶାରେ ଉପଲବ୍ଧ ଇ-ଗଭର୍ଣ୍ଣାନ୍ସ ସେବା ସମୂହ

ଓଡିଶାରେ ଉପଲବ୍ଧ ଅନଲାଇନ ସେବା

ଓଡିଶାରେ ଉପଲବ୍ଧ  ଇ – ଗଭର୍ଣ୍ଣାନ୍ସ ସେବା ସମୂହ ଲୋକ ମାନେ ଅନଲାଇନ ମଧ୍ୟ ପାଇପାରିବେ । ଯଥା - ରାଜ୍ୟ କମିଶନର, ଭିନ୍ନକ୍ଷମଙ୍କ ପାଖରେ ଅଭିଯୋଗ, ରକ୍ତଦାତା ହିସାବରେ ନିଜକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପଞ୍ଜୀକୃତ କରାନ୍ତୁ, ଇତ୍ୟାଦି ।

ଇ-ଗଭର୍ଣ୍ଣାନ୍ସ ସେବା ସମୂହ

  1. ରାଜ୍ୟ କମିଶନର, ଭିନ୍ନକ୍ଷମଙ୍କ ପାଖରେ ଅଭିଯୋଗ
  2. ଆପଣ ଯଦି ଦିବ୍ୟାଙ୍ଗ ହୋଇଥିବେ, ଭିନ୍ନକ୍ଷମ ମାନଙ୍କ ପାଇଁ ଓଡିଶା ରାଜ୍ୟ  କମିଶନରଙ୍କ ପାଖରେ ଅନଲାଇନ ଅଭିଯୋଗ କରିପାରିବେ । ଏହି ସୁବିଧା କେବଳ ଦିବ୍ୟାଙ୍ଗମାନଙ୍କପାଇଁ ଉପଲବ୍ଧ । ଅଭିଯୋଗକାରୀଙ୍କୁ ନିଜ ନାମ, ବୟସ, ଠିକଣା, ଜିଲ୍ଲା, ଅକ୍ଷମତାର ପ୍ରକାର, ଭିନ୍ନକ୍ଷମ ପ୍ରମାଣପତ୍ର, ଜାରି କରିଥିବା ଅଧିକାରୀ ଓ ଅଭୋଯୋଗର ବିବରଣୀ ସହ ଅନଲାଇନ ଦରଖାସ୍ତ ଫର୍ମ ପୁରଣକରିବାକୁ ପଡିବ ।

    Link:"scpdodisha.nic.in"How to register a complaint

  3. ରକ୍ତଦାତା ହିସାବରେ ନିଜକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପଞ୍ଜୀକୃତ କରାନ୍ତୁ
  4. ଆପଣ ନିଜକୁ ଜଣେ ରକତଦାତା ହିସାବରେ  ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୋର୍ଟାଲରେ ପଞ୍ଜୀକୃତ କରାଇପାରିବେ । ଜଣେ ପଞ୍ଜୀକୃତ ପୁନରାବୃତ୍ତ ରକ୍ତଦାତା ହିସାବରେ ଆପଣ ଚୟନୀତ ରକ୍ତବ୍ୟାଙ୍କ ଗୁଡିକରୁ ରକ୍ତବ୍ୟାଙ୍କ  ସୁବିଧାସୁଯୋଗ ପାଇ ପାରିବେ ।

    Link:"www.odishablooddonors.org/Registration.aspx"

  5. ଓଡିଶାରେ ନିଯୁକ୍ତି ଖୋଜିବା ପାଇଁ ଅନଲାଇନ ପଞ୍ଜୀକରଣ
  6. ନିଯୁକ୍ତି ଖୋଜୁଥିଲେ ରାଜ୍ୟ ସରକାରଙ୍କ ନିଯୁକ୍ତି ନିର୍ଦ୍ଦେଶାଳୟଙ୍କ ରାଜ୍ୟ ନିଯୁକ୍ତି ମିସନରେ ନିଜକୁ ପଞ୍ଜିଭୂକ୍ତ କରାଇପାରିବେ ସେଥିପାଇଁ ନିଜର ସମସ୍ତ ବିବରଣ, ଯଥା ନାମ, ଠିକଣା ଇତ୍ୟାଦି ଦେବାକୁ ପଡିଥାଏ ।

    Link: "www.empmissionodisha.gov.in/Mission"

    "www.labour.odisha.gov.in"

  7. ଅନଲାଇନ ସାଧାରଣ ଭବିଷ୍ୟନିଧି ବିବରଣୀ
  8. ନିଜର ସାଧାରଣ ଭବିଷ୍ୟନିଧିର ବିବରଣୀ ଅନଲାଇନରେ ପାଇପାରିବେ । ସେଥିପାଇଁ ନିଜ ନାମ, ଠିକଣା,ସାଧାରଣ ଭବିଷ୍ୟନିଧି ନମ୍ବର,ଜନ୍ମ ତାରିଖ, ମୋବାଇଲ ନମ୍ବର, ଇ-ମେଲ ଠିକଣା ଓ ପ୍ୟାନ କାର୍ଡ ବିବରଣୀ ଦେବାକୁ ପଡିଥାଏ ।

    Link: "www.epfindia.com"

  9. ଓଡିଶାର ଜମି ବିବରଣୀ ଅନଲାଇନ ପ୍ରାପ୍ତି:
  10. ଓଡିଶାର ବିଭିନ୍ନ ଜିଲ୍ଲା, ତହସିଲ, ଉପଖଣ୍ଡ, ଗ୍ରାମର ନାମ, ଖାତା ନମ୍ବର/ ପ୍ଲଟ ନମ୍ବର ଇତ୍ୟାଦି ବିବରଣୀ ଦେଇ ଏହି ସେବା ରେ ଜମିର ସମସ୍ତ ବିବରଣୀ ପାଇପାରିବେ । ଏଥିରେ ଆପଣ ଜମିର ନକ୍ସା ମଧ୍ୟ ପାଇପାରିବେ ।

    Link:"bhulekh.in"

  11. ବିଦ୍ୟୁତ ଓ ଜଳ ଦେୟ ପଇଠ:
  12. ଏହାଦ୍ଵାରା ଆପଣ ଜଳ କିମ୍ବା ବିଦ୍ୟୁତ ଦେୟ ପଇଠ କରିପାରିବେ । ସେଥିପାଇଁ ଆପଣଙ୍କୁ ଜଳ କିମ୍ବା ବିଦ୍ୟୁତ ସିଲେକ୍ଟ କରି ପଇଠ କରିବାକୁ ପଡେ ।

    Link:"www.odishaonline.gov.in/Site/Common_Quick_Pay.aspx"

  13. ଭୁବନେଶ୍ଵର ଉନ୍ନୟନ କର୍ତୃପକ୍ଷଙ୍କ ସହ ଯୋଗାଯୋଗ:
  14. ଏହା ମାଧ୍ୟମରେ ବ୍ୟବହାରକାରୀ  ଭୁବନେଶ୍ଵର ଉନ୍ନୟନ କର୍ତୃପକ୍ଷଙ୍କ ସହ ଯୋଗାଯୋଗ କରିପାରିବେ । ସେମାନଙ୍କ ଠିକଣା, ଇ-ମେଲ, ଫୋନ ନମ୍ବର ଇତ୍ୟାଦି ଏହାଦ୍ଵାରା ମିଳିବ ।

    Link:"www.bda.bbsr.in"

  15. ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ରେ ଆପତ୍ତି/ ଅଭିଯୋଗ:
  16. ଓଡିଶାରେ ପ୍ରଚଳିତ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ଉପରେ କୌଣସି ଆପତ୍ତି/ ଅଭିଯୋଗ ଥିଲେ ବ୍ୟବହାରକାରୀ ଏହାଦ୍ୱାରା ଜଣାଇପାରିବେ । ଏଥିପାଇଁ ନିଜ ନାମ, ଠିକଣା, ଫୋନ ନମ୍ବର, ଜିଲ୍ଲା, ବ୍ଲକ ଓ ଅଭିଯୋଗର ବିବରଣୀ ଦେବାକୁ ହୁଏ । ଏଥିରେ ବ୍ୟବହାରକାରୀ ଅଭିଯୋଗ ସିଦ୍ଧ କରୁଥିବା ନଥି ମଧ୍ୟ ଅପ-ଲୋଡ ହୋଇପାରିବ

    Link:"www.rdodisha.gov.in"

  17. ପରିବହନ ବିଭାଗର ୱେବ-ସାଇଟ:
  18. ରାଜ୍ୟର ଏକ ଦୀର୍ଘକାଳୀନ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ସମୃଦ୍ଧି ପାଇଁ ଏକ ଦକ୍ଷ ଓ ଉଦ୍ୟୋଗୀ ପରିବହନ ବ୍ୟବସ୍ଥା ଜରୁରୀ । ଏହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଜୀବନଧାରା ଉପରେ ପଡିଥାଏ । ଏହାର ସାମଗ୍ରିକ ପ୍ରଭାବ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଉପରେ ପଡିଥାଏ ।

    Link: "www.orissatransport.nic.in"

    "www.vahan.ori.nic.in"

    Support Call (Mobile): +91-7735557799

  19. ଅନଲାଇନ ପଡି କାର୍ଡ ଦରଖାସ୍ତ:
  20. ଏହି ୱେବ-ସାଇଟ, ଟି ଓଡିଶା ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ଵାରା ପରିଚାଳିତ । ଏଥିରେ ବ୍ୟବହାରକାରୀ ନିଜଦ୍ଵାରା କରାଯାଇଥିବା ଦରଖାସ୍ତର ସ୍ଥିତି ଜାଣିପାରିବେ ।

    Link:"www.foododisha.in"

  21. ବିବାହ ପ୍ରମାଣପତ୍ର ଦରଖାସ୍ତ:
  22. ଜିଲ୍ଲା ପ୍ରଶାସନ ପକ୍ଷରୁ ଚଲାଯାଉଥିବା ଏହି ପୋର୍ଟାଲ ଦ୍ଵାରା ବ୍ୟବହାରକାରୀ ନିଜର ବିବାହ ବିବାହ ପ୍ରମାଣପତ୍ର ଦରଖାସ୍ତ କରିପାରିବେ ଓ ଏହାର ସ୍ଥିତି ମଧ୍ୟ ଜାଣି ପାରିବେ ।

    Link:"www.bmc.gov.in/OnlineMarriageCertificate.aspx"

  23. ଓଡିଶାର ଇ-ଜିଲ୍ଲା ୱେବ-ସାଇଟ
  24. ଏହି ପୋର୍ଟାଲ ଗୁଡିକ ଜିଲ୍ଲା ଦ୍ଵାରା ପରିଚାଳିତ । ଜିଲ୍ଲା ସହ ସମ୍ବନ୍ଧିତ ସମସ୍ତ ନାଗରିକ ସେବା ଏକ ସମନ୍ଵିତ ଢଙ୍ଗରେ ପ୍ରଦାନ କରିଥାନ୍ତି, ଯଥା ଜାତି ପ୍ରମାଣପତ୍ର, ରୋଜଗାର ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, କରଦାନ କ୍ଷମତା ପ୍ରମାଣପତ୍ର, ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଇତ୍ୟାଦି ଦରଖାସ୍ତ କରିପାରିବେ ଓ ପାଇପାରିବେ ।

    Link:"www.(name of district).nic.in"

  25. ଅପରାଧ/ ଅପରାଧୀ ଚିହ୍ନଟିକରଣ ଓ ପିଛା:
  26. ଓଡିଶା ପୁଲିସ CCTNS ନାମରେ ଏକ ପୋର୍ଟାଲ ପରିଚାଳନା କରୁଛି । ଏହା ଏକ ବିଶେଷ କାର୍ଯ୍ୟ ପ୍ରଣାଳୀ ଅନ୍ତର୍ଗତ କାର୍ଯ୍ୟ କରିଥାଏ ।

    Link:"www.odishpolice.gov.in"

  27. ଶ୍ରୀ ଜଗନ୍ନାଥ ମନ୍ଦିର ପୋର୍ଟାଲ:
  28. ଏହି ପୋର୍ଟାଲ ମାଧ୍ୟମରେ ବ୍ୟବହାରକାରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଦାନ ଦେଇ ପାରିବେ ।

    Link:"www.jagannath.nic.in"

ଆଧାର – ଓଡିଶା ସରକାର

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate