অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିରାମୟ’ ଔଷଧ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା

ନିରାମୟ’ ଔଷଧ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା

ମୁଖବନ୍ଧ

ରୋଗୀଙ୍କୁ ମାଗଣା ଔଷଧ ଦେବା ଲକ୍ଷ୍ୟରେ ଗତ ୨୦୧୫ ମଇ ମାସରେ ଆରମ୍ଭ କରାଯାଇଥିଲା ନିରାମୟ ଯୋଜନା | ଏହି ଯୋଜନାରେ ରୋଗୀମାନଙ୍କୁ ସରକାରୀ ଡାକ୍ତରଖାନାରେ ପ୍ରାୟ କୌଣସି ଔଷଧ କିଣିବାକୁ ପଡିବ ନାହିଁ | କିନ୍ତୁ ଗ୍ରାମାଂଚଳରେ ଥିବା ଡାକ୍ତରଖାନାଗୁଡିକରେ ଔଷଧର ଅଭାବ ଥାଏ | ଫଳରେ ରୋଗୀମାନଙ୍କୁ ହଇରାମ ହରକତ ହେବାକୁ ପଡୁଛି | ଏହାର ଏକ ମୁଖ୍ୟ କାରଣ ହେଉଛି ଜିଲ୍ଲାସ୍ତରରେ ଥିବା ଔଷଧ ଗୋଦାମରୁ ଠିକ୍ ସମୟରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର(ପିଏଚସି) ଓ ଗୋଷ୍ଟୀ ସେବା କେନ୍ଦ୍ର(ସିଏଚସି)କୁ ଯାଇପାରେ ନାହିଁ | ଏହି ସମସ୍ୟାର ସମାଧାନ ପାଇଁ ପିଏଚସି ଓ ସିଏଚସିକୁ ଔଷଧ ଯୋଗାଇବା ଲାଗି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରାଯାଇଛି | ରାଜ୍ୟ ଔଷଧ ନିଗମ ପକ୍ଷରୁ ୩୦ ଜିଲ୍ଲାରେ ୫୦ଟି ଗାଡିକୁ ନିୟୋଜିତ କରାଯାଇଛି |

କାର୍ଯ୍ୟପନ୍ଥା

ଏହି ସବୁ ଗାଡି ପ୍ରତି ମାସରେ ରାଜ୍ୟରେ ଥିବା ୩୭୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଶ୍ଚିତ ଭାବେ ଥରେ ଯିବେ | ସେହିପରି ୧୩୦୫ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଅନ୍ୟାନ୍ୟ ଡାକ୍ତରଖାନା, ସହରାଂଚଳରେ ଥିବା ଡାକ୍ତରଖାନାକୁ ପ୍ରତିମାସରେ ଥରେ ଯିବେ | ଏହି ଗାଡି ପ୍ରତିମାସରେ ପାଖାପାଖି ଦୁଇ ହଜାର କିଲୋମିଟର ବୁଲିବ |

ନିର୍ଦେଶକଙ୍କ ବ୍ୟକ୍ତବ

ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ରୂପା ମିଶ୍ର କହିଛନ୍ତି, ପୂର୍ବରୁ ଡାକ୍ତରଖାନାଗୁଡିକରେ ଠିକ୍ ଭାବେ ଔଷଧ ପଂହଚିପାରୁନଥିଲା | ଔଷଧ କେତେବେଳେ କେଉଁ ଗାଡିରେ ଯାଉଥିଲା, କେତେ ପରିମାଣର ଔଷଧ ଯାଉଥିଲା ତାର ହିସାବ ରଖିବାରେ ସମସ୍ୟା ହେଉଥିଲା | କିନ୍ତୁ ସେହି ଅସୁବିଧା ଦୂର ହୋଇଛି | ଔଷଧ ପରିବହନ ପାଇଁ ସ୍ୱତନ୍ତ୍ର ଗାଡି ହେବା ପରେ ଠିକ୍ ଭାବେ ଔଷଧ ଡାକ୍ତରଖାନାରେ ପଂହଚିବ | ଗାଡି ଗୁଡିକରେ ଜିପିଏସ୍ ଲାଗିଥିବାରୁ ଗାଡିର ଚଳାଚଳ ରେକର୍ଡ ମଧ୍ୟ ନିଗମ ପାଖରେ ରହିପାରିବ |ନିଗମ ପକ୍ଷରୁ ବିଭିନ୍ନ ଡାକ୍ତରଖାନାଗୁଡିକୁ ୫୭୦ ପ୍ରକାର ଔଷଧ ଯୋଗାଣ ହେଉଛି | ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକୁ ୨୯୭ ପ୍ରକାର ଔଷଧ ଦିଆଯାଉଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪୭୮ ପ୍ରକାର ଏବଂ ମେଡିକାଲ କଲେଜ୍ ଓ ହସ୍ପିଟାଲଗୁଡିକୁ ସବୁ ଅର୍ଥାତ୍ ୫୭୦ ପ୍ରକାର ଔଷଧ ଯୋଗାଇ ଦିଆଯାଉଛି | ଏତଦ୍ ବ୍ୟତୀତ କ୍ୟାନସର୍ ଔଷଧ ମଧ୍ୟ ଯୋଗାଣ ହେଉଛି । ବର୍ତ୍ତମାନ ସୁଦ୍ଧା ୪୨୧ ପ୍ରକାର ଔଷଧ କିଣିବା ଲାଗି ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି | କମ୍ପାନୀଗୁଡିକ ୩୫୭ ପ୍ରକାର ଔଷଧ ଦେଇସାରିଲେଣି | ବାକି ଔଷଧ ମଧ୍ୟ ଖୁବ ଶୀଘ୍ର ଉପଲବ୍ଧ ହେବ | ତେବେ ଆସନ୍ତା ତିନିମାସ ମଧ୍ୟରେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକରେ ସମସ୍ତ ଔଷଧ ଉପଲବ୍ଧ ହେବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଡା. ଏନ୍.କେ.ଦାସ କହିଛନ୍ତି, ଡାକ୍ତରଖାନାରେ ଡାକ୍ତରମାନେ ଯେପରି ନିରାମୟ ଯୋଜନାରେ ଯୋଗାଇ ଦିଆଯାଉଥିବା ମାଗଣା ଔଷଧ ଲେଖିବେ, ସେଥିପାଇଁ ପେସ୍କ୍ରିପସନ୍ ବା ନିଦାନ ଚିଠାର ଅଡିଟ୍ ବ୍ୟବସ୍ଥା କରାଯାଇଛି | ସମସ୍ତ ରୋଗୀ ଯେପରି ଡାକ୍ତରଖାନାରୁ ଔଷଧ ପାଇପାରିବେ ତାହା ଉପରେ ବିଭାଗ ଗୁରୁତ୍ୱାରୋପ କରୁଛି | ସରକାରୀ ତଥ୍ୟ ଅନୁସାରେ ଗତ ଜାନୁୟାରୀ ମାସ ଶେଷ ସୁଦ୍ଧା ନିରାମୟ ଯୋଜନାରେ ପ୍ରାୟ ୫୩ ଲକ୍ଷ ୨୩ ହଜାର ରୋଗୀ ଉପକୃତ ହୋଇଛନ୍ତି | ତେବେ ଔଷଧ ଯୋଗାଣ ପାଇଁ ସ୍ୱତନ୍ତ୍ର ଗାଡି ଚାଲିବା ପରେ ଏବେ ସବୁ ଡାକ୍ତରଖାନାରେ ଔଷଧ ଉପଲବ୍ଧ କରାଇବାରେ କିଛି ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି |

ଆଧାର

AKHAND

Last Modified : 1/8/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate