অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଷ୍ଟାର୍ଟ-ଅପ୍‍ ନୀତି ଆଣିବେ ଓଡ଼ିଶା ସରକାର

ଷ୍ଟାର୍ଟ-ଅପ୍‍ ନୀତି ଆଣିବେ ଓଡ଼ିଶା ସରକାର

ଉପକ୍ରମ

ନବ-ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟରେ ଷ୍ଟାର୍ଟ-ଅପ୍‍ ନୀତି ପ୍ରଣୟନ କରିବାକୁ ଓଡ଼ିଶା ସରକାର ଚିନ୍ତା କରୁଛନ୍ତି । ୨୦୧୬ ମାର୍ଚ ସୁଦ୍ଧା ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇ ନୀତି ପ୍ରଣୟନ ହେବ ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି । ଗତକାଲି (୫ ଡିସେମ୍ବର ୨୦୧୫) ଭୁବନେଶ୍ୱରରେ ଦି ଇଣ୍ଡସ୍‍ ଏଣ୍ଟର୍‍ପ୍ରିନୁ୍ୟର (ଟାଇ) ପକ୍ଷରୁ ଷ୍ଟାର୍ଟ-ଅପ୍‍ ନୀତି ସଂକ୍ରାନ୍ତ ଏକ ଆଲୋଚନା ଚକ୍ରରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମିଶ୍ର ଏ କଥା ଘୋଷଣା କରିଛନ୍ତି ।

ନୀତି ସମ୍ପର୍କରେ

ସ୍ଵତନ୍ତ୍ର ଷ୍ଟାର୍ଟ-ଅପ୍‍ ନୀତି ଆଣିବାକୁ ଉଦ୍ୟୋଗୀ ଫୋରମ୍‍ ଟାଇ ପକ୍ଷରୁ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଉତ୍ତରରେ ମନ୍ତ୍ରୀ ପ୍ରସ୍ତାବ ସହ ସମ୍ମତ ହେବା ସହ ସରକାରୀ ସ୍ତରରେ ଖୁବ୍‍ ଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବୈଦ୍ୟୁତିକ ସାମଗ୍ରୀ ଓ କୃଷିଭିତ୍ତିକ ଶିଳ୍ପ ସାଙ୍ଗକୁ ଜୈବପ୍ରଯୁକ୍ତି ଆଦି କ୍ଷେତ୍ରରେ ଷ୍ଟାର୍ଟ-ଅପ୍‍ ଆରମ୍ଭର ବ୍ୟାପକ ସମ୍ଭାବନା ଥିବା ବେଳେ ସରକାର ଏଥଇରେ ସହଯୋଗ ରଖିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଓଡ଼ିଶା ସରକାରଙ୍କ ଶିଳ୍ପ ସଚିବ ସଂଜୀବ ଚୋପ୍ରା ଆଲୋଚନାରେ ଭାଗନେଇ କହିଥିଲେ ଟାଇ, ଭୁବନେଶ୍ୱର ପକ୍ଷରୁ ଦିଆଯାଇଥିବା ଚିଠା ନୀତିର ଅନୁଧ୍ୟାନ କରୁଛନ୍ତି ସରକାର । ଅନ୍ୟ କେତେକ ରାଜ୍ୟରେ ଷ୍ଟାର୍ଟ-ଅପ୍‍ ନୀତି କାର୍ଯ୍ୟକାରୀ ହୋଇ ସାରିଛି । ତେବେ ସେମାନଙ୍କ ତୁଳନାରେ ଓଡ଼ିଶା ସରକାର ଉନ୍ନତ ନୀତି ପ୍ରଣୟନ କରିବେ ବୋଲି ଶ୍ରୀ ଚୋପ୍ରା ମତବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କୁ ଟାଇ, ଭୁବନେଶ୍ୱର ଏକ ବିସ୍ତୃତ ଷ୍ଟାର୍ଟ-ଅପ୍‍ ନୀତିର ଚିଠା ପ୍ରସ୍ତାବ ଦେଇଛି । ୨୦୨୦ ସୁଦ୍ଧା ଓଡ଼ିଶାକୁ ପ୍ରମୁଖ ୩ଟି ଷ୍ଟାର୍ଟ-ଅପ୍‍ ସ୍ଥଳ ମଧ୍ୟରେ ସ୍ଥାନୀତ କରିବାକୁ ଚିଠାରେ ଲକ୍ଷ୍ୟ ରହିଛି । ରାଜ୍ୟର ୫ଟି ସହରରେ ଏଥିଲାଗି ଭିତ୍ତିଭୂମି ପ୍ରସ୍ତୁତି ଏବଂ ୧୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ସୁଯୋଗ ସୃଷ୍ଟି କରିବାକୁ ପ୍ରସ୍ତାବ ରହିଛି । ଯୁବ ଉଦ୍ୟୋଗୀମାନଙ୍କ ଦ୍ୱାରା ଷ୍ଟାର୍ଟ-ଅପ୍‍ ନିମନ୍ତେ ଆଗାମୀ ୫ ବର୍ଷରେ ୨୫୦ କୋଟି ଟଙ୍କାର ସରକାରୀ ପ୍ରୋତ୍ସାହନ ଏବଂ ଏହାକୁ ଭରଣା କରିବା ଲାଗି ରାଜ୍ୟ ବଜେଟରେ ୧ ପ୍ରତିଶତ ଅର୍ଥବ୍ୟବସ୍ଥା ପାଇଁ ଚିଠାରେ ପ୍ରସ୍ତାବ ରହିଛି । ଏଯାବତ ସରକାରୀ ସ୍ତରରେ ଷ୍ଟାର୍ଟ-ଅପ୍‍ ପାଇଁ ରାଜ୍ୟରେ କୌଣସି ବ୍ୟବସ୍ଥା ବା ସହାୟତାର ସୁଯୋଗ ସୃଷ୍ଟି ହୋଇନାହିଁ । ଟାଇ, ଭୁବନେଶ୍ୱର ପକ୍ଷରୁ କିନ୍ତୁ ନିୟମିତ ପଦକ୍ଷେପ ନେଇ ଆସୁଛି ବୋଲି ଏହାର ସଭାପତି ରାଜୀବ ଶେଖର ସାହୁ କହିଛନ୍ତି । ନୂଆ ଉଦ୍ୟୋଗୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ଲାଗି ଅନୁଷ୍ଠାନ ପକ୍ଷରୁ ଆଞ୍ଜେଲ ଫଣ୍ଡ୍‍ ନାମରେ ୫ କୋଟି ଟଙ୍କାର ସ୍ଵତନ୍ତ୍ର ପାଣ୍ଠି ଆୟୋଜନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଟାଇ, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଷ୍ଟାର୍ଟ-ଅପ୍‍ ସମ୍ପର୍କିତ ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସୂଚନାପ୍ରଯୁକ୍ତି ମନ୍ତ୍ରୀ ପ୍ରଣବପ୍ରକାଶ ଦାସ, ସୂଚନାପ୍ରଯୁକ୍ତି ବିଭାଗ ସଚିବ ପ୍ରଦୀପ ଜେନା, ଇଡକଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଧେଶକ ବିଶାଳ ଦେବ, ଟାଇ ଭୁବନେଶ୍ୱରର ସଂପାଦକ ସୁନୀଲ ତନେଜା ଓ ଟାଇ ସିଲିକନ ଭ୍ୟାଲିର ସଭାପତି ଭେଙ୍କ ଶୁକ୍ଲା ପ୍ରମୁଖ ଉପସ୍ଥିତ ଥିଲେ ।

ଆଧାର

SUBHRANSU PANDA

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate