অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହ୍ୟାକିଂ ବାବଦରେ ସବୁକିଛି

ହ୍ୟାକିଂ ବାବଦରେ ସବୁକିଛି

ଉପକ୍ରମ

ହ୍ୟାକିଂ କହିଲେ ଫେସବୁକ , ଜି-ମେଲ କିମ୍ବା ୱେବସାଇଡକୁ ବିନା ପାସୱାଡରେ ଖୋଲିଦେବା କେବଳ ନୁହେଁ  : ବରଂବୃହତ ଅର୍ଥରେ ସାଇବର ସୁରକ୍ଷା ପ୍ରଣାଳୀରେ ରହିଥିବା ଦୋଷ ତ୍ରୁଟିକୁ ଆବିଷ୍କାର କରିବା ହିଁ ଏହାର ମୂଳଲକ୍ଷ୍ୟ  । ଏହା ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଥାଏ  । ତେବେ ସମର୍ପଣ ଭାବେ ସହ ପ୍ରଯୁକ୍ତି ବିଦ୍ୟାରେ ନିତ୍ୟ ପ୍ରତିଦିନ ଘଟିଥିବା ପରିବର୍ତ୍ତନ ଖବର ରଖୁଥିବା ବ୍ୟକ୍ତି ହିଁ ଜଣେ ଭଲ ହ୍ୟାକର ହୋଇ ପାରିବ )

ବିବରଣୀ

ବିଭିନ୍ନ ଦୃଷ୍ଟିକୋଣରୁ ହ୍ୟାକରଙ୍କୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇ ପାରେ  । ତେବେ ଆମେ ମୁଖ୍ୟତଃ 5 ଭାଗରେ ହ୍ୟାକରଙ୍କୁ ଭାଗ କରିବା   ।

1) ସ୍କ୍ରିପ୍ଟ କିଡିଜ  :

ଏହି ପ୍ରକାରର ହ୍ୟାକରମାନେ ପ୍ରକୃତ ହ୍ୟାକର ନୁହନ୍ତି : କିନ୍ତୁ ଏହି କାର୍ଯ୍ୟରେ ନିଯୋଜିତ ହୋଇଥାନ୍ତି  । ପ୍ରକୃତ ହ୍ୟାକରମାନଙ୍କର ଆଲୋଚ୍ୟ ,  ଉପକରଣ , ସାଧନ ଓ ପ୍ରକ୍ରିୟାକୁ ବ୍ୟବହାର କରି ଏମାନେ ହ୍ୟାକିଂ କରିଥାନ୍ତି । ସିଷ୍ଟମ କିଭଳି ଭାବେ କାମ କରେ ତାର ପ୍ରକୃତ ଜ୍ଞାନବିନା ଏମାନେ ପୂର୍ବରୁ ରହିଥିବା ହ୍ୟାକିଂ ଉପକରଣ ମାଧ୍ୟମରେ ନିଜର ଲକ୍ଷ୍ୟ ହାସଲ କରିଥାନ୍ତି   ।

2) ହ୍ଵାଟସ ହ୍ୟାଟ ହ୍ୟାକର :

ହ୍ଵାଇଟ ହ୍ୟାଟ ହ୍ୟାକରମାନେ ହିଁ ପ୍ରକୃତ ହ୍ୟାକର   । ଏମାନେ ଉତ୍ତମ ଲକ୍ଷ୍ୟ ନେଇ ସିଷ୍ଟମରେ ରହିଥିବା ଦୋଷତ୍ରୁଟିକୁ ଖୋଜି ବାହାର କରିବା ସହ ତାକୁ ସଂଶୋଧନ କରିବାରେ ସହାୟତା କରିଥାନ୍ତି  । ଏମାନେ ମୁଖ୍ୟତଃ ବିଭିନ୍ନ କମ୍ପାନୀ ବେତନଭୋଗୀ କର୍ମଚାରୀ  । ନିଜର ଜ୍ଞାନ କୌଶଳ ଦ୍ଵାରା କମ୍ପାନୀର ବିଭିନ୍ନ ସମ୍ପତ୍ତିକୁ ସାଇବର ଆକ୍ରମଣରୁ ରକ୍ଷା କରିବା ଏମାନଙ୍କ ମୂଳ କାର୍ଯ୍ୟ । ଅବଶ୍ୟ କେତେଜଣ ସାମାଜିକ ଦାୟିତ୍ଵ ଏବଂ କେତେକ ସ୍ଥଳରେ ଅର୍ଥ ପାଇଁ ବ୍ୟକ୍ତିଗତ ଭାବେ ଏ ଦିଗରେ କାର୍ଯ୍ୟ କରିଥାନ୍ତି  ।

3) ବ୍ଲାକ ହେଟ ହ୍ୟାକର :

ଏହି ହ୍ୟାକରମାନେ ହେଲେ ଶତ୍ରୁ  । ଏହି ସାଇବର ଅପରାଧୀମାନେ ନିଜର ସ୍ଵାର୍ଥ ସାଧନ ପାଇଁ ହ୍ୟାକିଂକୁ ବ୍ୟବହାର କରିଥାନ୍ତି   । ଏହି ହ୍ୟାକରମାନେ ସାଧାରଣତଃ ଅନଲାଇନରେ ଅର୍ଥ ଓ ଡାଟା ଚୋରୀ କରିଥାନ୍ତି   ।  ଏମାନେ କମ୍ୟୁଟର ସିଷ୍ଟମ, ଭାଇରସ , ଟ୍ରୋଜାନ୍ସ ଏବଂ ମାଲୱେର ଆଦିର ସହାୟତାରେ ଖରାପ କରି ଦେଇଥାନ୍ତି  । ସାଇବର ଭାଷାରେ ଏମାନଙ୍କୁ କ୍ରେକର ବୋଲି କୁହାଯାଏ   । ଏହି ମାନେ ତାଙ୍କର କୌଶଳକୁ ଅପରାଧିକ ଗତିବିଧି ପାଇଁ ବ୍ୟବହାର କରିଥାନ୍ତି  , ଏପରିକି ବହୁ ସମୟରେ କେବଳ ମଜା ଦେଖିବା ପାଇଁ ବ୍ୟବହାର କରିଥାନ୍ତି   । ତେଣୁ ଏଭଳି ହ୍ୟାକର ଯେଭଳି ସଫଳ ନ ହେବେ ତାହା ପ୍ରତି ହ୍ଵାଇଟ ହ୍ୟାଟ ହ୍ୟାକରଙ୍କ ଦାୟିତ୍ଵ   ।

4)  ଗ୍ରେ  ହ୍ୟାଟ ହେକାର :

ପରିସ୍ଥିତି ଅନୁସାରେ ଭଲ କିମ୍ବା ଖରାପ ପାଇଁ ନିଜ ବିଦ୍ୟାକୁ ବ୍ୟବହାର କରୁଥିବା ଏହି ହ୍ୟାକରଙ୍କୁ ଗ୍ରେହ୍ୟାଟ ହ୍ୟାକର ବୋଲି କୁହାଯାଏ   । ଅପରାଧ ଲକ୍ଷ୍ୟ ନେଇ ଏମାନେ ହ୍ୟାକିଂ କରୁ ନ ଥିଲେ ସୁଦ୍ଧା ବହୁ ସମୟରେ ତୃତୀୟ ପକ୍ଷର ବିନା ଅନୁମତିରେ ସିଷ୍ଟମରେ ବିଭିନ୍ନ କାରଣରୁ ତ୍ରୁଟି ଉତ୍ପନ୍ନ କରୁଥିବାରୁ ଏମାନଙ୍କୁ କେହି ପସନ୍ଦ କରନ୍ତି  ନାହିଁ   । ବହୁ ସମୟରେ ସିଷ୍ଟମରେ ରହୁଥିବା ଦୁର୍ବଳତାକୁ ଜଣାଇବା ସହ ନିଜ ଅସ୍ତିତ୍ଵ ଜାହିର କରିବା ପାଇଁ ସିଷ୍ଟମ କ୍ଷତି କରି ପକାଇଥାନ୍ତି   ।

5)  ହ୍ୟାକଟିଭିଷ୍ଟ  :

ଏହି ଧାରଣର ହ୍ୟାକରମାନେ ସାଧାରଣତଃ ଅନ୍ୟାୟ ବିରୋଧରେ ପ୍ରତିବାଦ ପାଇଁ ୱେବସାଇଡରେ କୌଣସି ନିର୍ଦ୍ଧିଷ୍ଟ ତଥ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ତାଙ୍କର କୌଶଳକୁ ପ୍ରୟୋଗ କରିଥାନ୍ତି  । ହ୍ୟାକିଂ ଦୁନିଆରେ ଏହି ମାନେ ପ୍ରଚ୍ଛଦପଟ୍ଟ ନାୟକ  । ପ୍ରାୟତଃ ଅନ୍ତରାଳରେ ରହି ନିଜର ଗତିବିଧି ଜାରି ରଖିଥାନ୍ତି  । ଏମାନେ ସାଧାରଣତଃ ଚାଲାକିରେ କାମ କରୁଥିବାରୁ ନିଜର ପରିଚୟ ଗୋପର ରଖିବାରେ ସମର୍ଥ ହୁଅନ୍ତି   ।

ଆଧାର – ସମାଜ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate