ମଣିଷ ଜୀବନକୁ ଇଣ୍ଟରନେଟ୍ ଯେତିକି ସହଜ କରିଦେଇଛି, ସେହିପରି ରୋଜଗାର ଲାଗି ନୂଆନୂଆ ବାତ ମଧ୍ୟ ଦେଖାଇଛି । ଯେମିତି ସେଲ୍ଫିରେ କେବଳ ନିଜ ଫଟୋ ଉଠାଇବେନି କି ଇନଷ୍ଟାଗ୍ରାମରେ କେବଳ ପୋଷ୍ଟ ସେୟାର କରିବେନି; ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର ମଧ୍ୟ କରିପାରିବେ ।
ଫଟୋ ଶେୟାରିଂ ଆପ୍ ଇନଷ୍ଟାଗ୍ରାମ ନିକଟରେ ଭାରତରେ ପ୍ରଥମ ଇନଷ୍ଟାଗ୍ରାମ ଆୱାର୍ଡ ସମ୍ପର୍କରେ ଘୋଷଣା କରିଛି । ଏଥିରେ ପ୍ରଥମ ସ୍ଥାନର ବିଜେତା ହୋଇଛନ୍ତି ଭାରତୀୟ କ୍ରିକେଟ ଟିମ୍ ର ଅଧିନାୟକ ବିରାଟ କୋହଲି । କେବଳ ଲୋକପ୍ରିୟତା ନୁହେଁ, ଇନଷ୍ଟାଗ୍ରାମ ମାଧ୍ୟମରେ ରୋଜଗାର କରିବାରେ ବି ବିରାଟ ଆଗୁଆ । ଫୋର୍ବସର ଏକ ରିପୋର୍ଟ ଅନୁସାରେ, ବିରାଟ କୋହଲି ନିଜର ପ୍ରତି ପୋଷ୍ଟରୁ ପ୍ରାୟ ୩.୨ କୋଟି ଟଙ୍କା ରୋଜଗାର କରିଥାନ୍ତି । ତାଙ୍କ ପୃଷ୍ଠାରେ ୟୁଜର୍ସ ଏନଗେଜମେଣ୍ଟ ବା ବ୍ୟବହାରୀକାରୀଙ୍କ ଉପସ୍ଥିତି ଏବଂ ପ୍ରଦତ୍ତ ବିଜ୍ଞାପନରୁ ସେ ଏହି ରୋଜଗାର କରିପାରନ୍ତି । ଅବଶ୍ୟ ଇନଷ୍ଟାଗ୍ରାମରେ ଏପରି ରୋଜଗାର କରିବା ସହଜ ହୋଇନଥାଏ, କିନ୍ତୁ ଏହା ଅସମ୍ଭବ ନୁହେଁ । ଏହି ଆକାଉଣ୍ଟକୁ ପେସାଗତ ଭାବେ ପରିଚାଳନା କରିପାରିଲେ ଭଲ ରୋଜଗାର ହୋଇପାରିବ । ଇନଷ୍ଟାଗ୍ରାମରେ ଦୁଇପ୍ରକାର ଆକାଉଣ୍ଟ କରାଯାଇଥାଏ – ବ୍ୟକ୍ତିଗତ ଏବଂ ବ୍ୟବସାୟିକ । ବ୍ୟବସାୟିକ ଆକାଉଣ୍ଟରେ ନିଜ ପୋଷ୍ଟକୁ ବିଜ୍ଞାପନ ସହାୟତାରେ ପ୍ରମୋଟ କରିପାରିବେ । ଏଥିସହିତ ଫାଲୋଅରମାନଙ୍କ ବିଶ୍ଳେଷଣ ବି କରିପାରିବେ ଏବଂ ସେମାନେ ଆପଣଙ୍କ ପୋଷ୍ଟ ସହିତ କେତେ ଜଡିତ ରହୁଛନ୍ତି, ଏହାର ରିପୋର୍ଟ ମଧ୍ୟ ଆପଣଙ୍କ ପାଖରେ ପହଞ୍ଚିବ । ଅବଶ୍ୟ ଇନଷ୍ଟାଗ୍ରାମରେ ବ୍ୟବସାୟ କରିବା ଲାଗି କିଛି ପରୀକ୍ଷାନିରୀକ୍ଷା କରିବାକୁ ହେବ । ପ୍ରଥମେ ଜାଣିବାକୁ ପଡିବ ଯେ ଟାର୍ଗେଟ ଅଡିଏନ୍ସ ବା ଯେଉଁମାନଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି, ସେମାନେ କେମିତି ଏବଂ ସେମାନେ କେଉଁ ସମୟରେ ଅନଲାଇନ୍ ରହିଥାନ୍ତି ତଥା କିପରି ପୋଷ୍ଟ ପସନ୍ଦ କରନ୍ତି । ଏହି ତଥ୍ୟ ଜାଣିପାରିଲେ ନିଜ ଇନଷ୍ଟାଗ୍ରାମ ପେଜ୍ କୁ ବ୍ୟବସ୍ଥିତ କରିପାରିବେ । ଯେତେବେଳେ ବି କୌଣସି ପୋଷ୍ଟ ଅପଡେଟ୍ କରିବେ, ବିଷୟ ସମ୍ବନ୍ଧୀୟ ହ୍ୟାସଟ୍ୟାଗ୍ ବ୍ୟବହାର କରିବା ଉଚିତ । ଗୋଟିଏ ପୋଷ୍ଟରେ ୩୦ରୁ ଅଧିକ ହ୍ୟାସଟ୍ୟାଗ୍ ବ୍ୟବହାର କରାଯାଇପାରିବ ନାହିଁ ।
ଅନ୍ୟମାନଙ୍କ ଇନଷ୍ଟାଗ୍ରାମ ପେଜ୍ ରର ଆସିଥିବା ପୋଷ୍ଟକୁ ବି ଲାଇକ୍ କରନ୍ତୁ । କିନ୍ତୁ ଏହା ଆପଣଙ୍କ ପୃଷ୍ଠାର ବିଷୟ ସହିତ ସମ୍ବନ୍ଧିତ ଥିବା ଉଚିତ । ଏଥିରୁ କେତେକ ଭଲ ପୋଷ୍ଟରେ କମେଣ୍ଟ ମଧ୍ୟ କରିପାରନ୍ତି । ଏହାଦ୍ଵାରା ସେସବୁ ପୃଷ୍ଠାର ଫଲୋଅରମାନଙ୍କ ଦ୍ରୁଷ୍ଟି ଆପଣଙ୍କ ପୃଷ୍ଠା ଉପରେ ପଡିବ ଏବଂ ସେମାନେ ଆପଣଙ୍କ ପୃଷ୍ଠାକୁ ଫଲୋ କରିବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ ।
ଏଥିପାଇଁ ଆପଣ ନିଜ ପୃଷ୍ଠାରେ ଦେଇଥିବା ଫଟୋ ରିପୋଷ୍ଟ କରିବା ଲାଗି ନିଜ ଫଲୋଅରମାନଙ୍କୁ କହିବାକୁ ହେବ । ଏଥିସହିତ ସେମାନଙ୍କୁ ଜଣାଇବେ ଯେ ଆପଣଙ୍କ ପୃଷ୍ଠାକୁ ହ୍ୟାସଟ୍ୟାଗ୍ ରେ ଲେଖନ୍ତୁ । ସେମାନେ ନିଜ ପୃଷ୍ଠାରେ ଏପରି କରିବା ମାତ୍ରେ ତାଙ୍କ ଫଲୋଅରମାନେ ଆପଣଙ୍କ ସହିତ ଜଡିତ ହୋଇଚାଲିବେ
କୌଣସି ପ୍ରସିଦ୍ଧ ସ୍ଥାନକୁ ଯାଉଥିଲେ ଲୋକେସନ୍ କୁ ଜିଓଟ୍ୟାଗ କରିପାରିବେ । ଏହାଦ୍ୱାରା ଇନଷ୍ଟାଗ୍ରାମରେ କେହି ସେ ସ୍ଥାନ ଖୋଜିଲେ ଆପଣଙ୍କ ପୃଷ୍ଠାରେ ପହଞ୍ଚିଯିବ । ଉଭୟଙ୍କ ରୁଚି ସମାନ ହୋଇଥିଲେ ସେ ଆପଣଙ୍କୁ ଫଲୋ କରିବା ସ୍ଵାଭାବିକ ।
ଏଥିରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କେତେକ ଛୋଟ କମ୍ପାନୀର ଉତ୍ପାଦ ପ୍ରଚାର କରିପାରିବେ । ଯଦି ଆପଣଙ୍କ ପୃଷ୍ଠାରେ ଏହି କମ୍ପାନୀର ଉତ୍ପାଦ ବିକ୍ରି ହେଲା ତେବେ ଆପଣଙ୍କୁ ଅର୍ଥ ମିଳିଥାଏ । ଉତ୍ପାଦ ଆପଣଙ୍କ ଆକାଉଣ୍ଟରୁ ବିକ୍ରି ହୋଇଛି ବୋଲି ପ୍ରମୋ କୋଡ୍ କିମ୍ବା ରେଫରାଲ ଲିଙ୍କ୍ ରୁ ଜଣାପଡେ । ଇନଷ୍ଟାଗ୍ରାମ ଆପଣଙ୍କୁ ପୋଷ୍ଟରେ ଲିଙ୍କ୍ ଶେୟାର କରିବାର ଅନୁମତି ଦେଉନଥିବାରୁ ପୋଷ୍ଟ କ୍ୟାପସନରେ ପ୍ରମୋ କୋଡ୍ ବ୍ୟବହାର କରିପାରିବେ ।
ଇନଷ୍ଟାଗ୍ରାମରେ କିଛି ବିଶେଷ ଭିଡିଓ କିମ୍ବା ଫଟୋ (ପର୍ଯ୍ୟଟନ, ଖାଦ୍ୟ ଇତ୍ୟାଦି ଆଧାରିତ) ଅପ୍ ଲୋଡ କଲେ ସମାନ ରୁଚି ରଖୁଥିବା ବ୍ୟକ୍ତି ଏହି ଆକାଉଣ୍ଟକୁ ଫଲୋ କରିଥାନ୍ତି । ଯଦି ଆପଣଙ୍କ ଆକାଉଣ୍ଟ ଲୋକପ୍ରିୟ ହୋଇପାରିଲା ତେବେ ଆପଣ ଇନଫ୍ଲୁଏନ୍ସର ବା ପ୍ରଭାବଶାଳୀ ହୋଇପାରିବେ । ଫଳରେ ଆପଣଙ୍କ ପୃଷ୍ଠାର ବିଷୟ ସହ ଜଡିତ ବ୍ରାଣ୍ଡ ଆପଣଙ୍କ ଆକାଉଣ୍ଟରେ ନିଜ ଉତ୍ପାଦର ବିଜ୍ଞାପନ ଦେବା ଲାଗି ଆଗ୍ରହୀ ହେବେ ଏବଂ ରୋଜଗାର ବଢିବ ।
ଫଟୋଗ୍ରାଫର ଏବଂ ଗ୍ରାଫିକ ଡିଜାଇନରଙ୍କ ପାଇଁ ଇନଷ୍ଟାଗ୍ରାମରେ ରୋଜଗାରର ସୁଯୋଗ ରହିଛି । ଏହା ଏକ କମେଣ୍ଟ ଶେୟାରିଂ ଆପ୍ ପରି କାମ କରେ । ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆପଣ ଫଟୋ, ଡିଜାଇନ ବିକ୍ରି କରିପାରିବେ । ଏଥିପାଇଁ କେବଳ ଏଗୁଡ଼ିକୁ ଆକାଉଣ୍ଟରେ ଅପ୍ ଲୋଡ କରି ଉପଯୁକ୍ତ ହ୍ୟାସଟ୍ୟାଗ୍ ଉପଯୋଗ କରିବାକୁ ହେବ, ଯେପରି ଏହା ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ।
ଆଧାର –ୱେବ ସୂଚନା ବ୍ୟୁରLast Modified : 1/1/2020