অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆପ୍‌ରେ ରହିବ ସବୁ ପୁଲିସ ଅଧିକାରୀଙ୍କ ନମ୍ବର

ଆପ୍‌ରେ ରହିବ ସବୁ ପୁଲିସ ଅଧିକାରୀଙ୍କ ନମ୍ବର

ମୋବାଇଲ୍‌ ‘ଆପ୍‌’

ଥାନା ବାବୁଙ୍କ ନମ୍ବର ଖିଯିବାକୁ ଯାଇ ଏବେ ଆଉ ହଇରାଣ ହରକତ ହେବାକୁ ପଡ଼ିବ ନାହିଁ।କୌଣସିଅସୁବିଧାର ସମ୍ମୁଖୀନ ହେବା ସମୟରେ ଥାନାର କେଉଁ ଅଧିକାରୀଙ୍କ ସହ ସମ୍ପର୍କ କରିବେ ସେ ନେଇ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। ନିଜର ଆବଶ୍ୟକତା ସମୟରେ ଏଭଳି ପ୍ରସଙ୍ଗରେ ପୂର୍ବରୁ ଜଣେ ସାଧାରଣ ଲୋକ ସମସ୍ୟାରେ ପଡୁଥିବା ବେଳେ ଏହାର ସହଜ ସମାଧାନ ପାଇଁ ଦେଶରେ ପ୍ରଥମ ଥର ପାଇଁ ‘ଓଡ଼ିଶା ପୁଲିସ ଡିରେକ୍ଟୋରି’ ନାମରେ ଏକ ମୋବାଇଲ୍‌ ‘ଆପ୍‌’ ପ୍ରସ୍ତୁତ କରାଯାଇଛି। ଗୁଗୁଲ୍‌ ପ୍ଲେରେ ଓପି ଡାଇରେକ୍ଟୋରିକୁ ଯାଇ ଏହାକୁ ଥରେ ନିଜର ଆଣ୍ଡ୍ରଏଡ୍‌ ମୋବାଇଲ୍‌ ଫୋନ୍‌ରେ ଡାଉନଲୋଡ୍‌ କରି ଦେଲେ ପରେ ଅଫ୍‌ ଲାଇନ୍‌ରେ (ନେଟ୍ଓ୍ଵର୍କ ନଥିବା ସ୍ଥାନରେ) ମଧ୍ୟ ବ୍ୟବହାର କରି ହେବ। ସଫ୍ଟଓୟାର ସଲ୍ୟୁସନ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାକୁ ପ୍ରସ୍ତୁତ କରିଛି।

ଫୋନ୍‌ ନମ୍ବର

ଆପ୍‌ରେ ପୁଲିସ ବିଭାଗର ୩୫୦୦ ଅଫିସ୍‌, ୫୮୦ ଥାନାର ସୂଚନା ସମେତ ୧୫ ହଜାର ପୁଲିସ ଅଧିକାରୀଙ୍କ ମୋବାଇଲ୍‌ ନମ୍ବର ରହିଛି। ଏଏସ୍‌ଆଇ ପାହ୍ୟାର ଅଧିକାରୀଙ୍କ ଠାରୁ ଆରମ୍ଭ କରି ଡିଜିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନମ୍ବର ରହିଛି। ବିଭିନ୍ନ ସମୟରେ ନିଜକୁ ପୁଲିସ ଅଫିସର କହି ଲୋକଙ୍କୁ ଫୋନ୍‌ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ସୂଚନା ନେବାର ବ୍ୟବସ୍ଥା ମଧ୍ୟ ଏହି ମୋବାଇଲ୍‌ ଆପ୍‌ରେ ରହିଛି। ଫୋନ୍‌ ନମ୍ବର ଯାଞ୍ଚ କରି ସେ ପୁଲିସ ଅଫିସର କି ନାହିଁ, ଯଦି ପୁଲିସ ଅଫିସର, ତେବେ ସେ କେଉଁ ଥାନାରେ ଅଥବା କେଉଁ ଅଫିସରେ କାର୍ଯ୍ୟ କରୁଛନ୍ତି ତାହା ମଧ୍ୟ ଏଥିରୁ ଜଣା ପଡିଯିବ। ଏହି ବ୍ୟବସ୍ଥା ଜରିଆରେ ଦେଶ ଅଥବା ବିଦେଶରେ ରହୁଥିବା ବ୍ୟକ୍ତି ମଧ୍ୟ କୌଣସି ସମୟରେ ନିଜେ ଆବଶ୍ୟକ କରୁଥିବା ଅଞ୍ଚଳର ପୁଲିସ୍‌ ଅଧିକାରୀଙ୍କ ନମ୍ବର ସଂଗ୍ରହ କରି ସହାୟତା ନେଇ ପାରିବେ। ବିଭିନ୍ନ ସମୟରେ ପୁଲିସ ଅଧିକାରୀଙ୍କର ବଦଳି ହେଉଥିବା ବେଳେ ତାହା ବି ଅପଡେଟ୍‌ ପ୍ରକ୍ରିୟାରେ ସଂଶୋଧନ ହେବାର ବ୍ୟବସ୍ଥା କରାଯାଇଛି ବୋଲି ଓଡ଼ିଶା ପୁଲିସ ଅଫିସର ସଂଘର ସାଧାରଣ ସଂପାଦକ ଜ୍ୟୋତିରଂଜନ ସାମନ୍ତରାୟ ସୂଚନା ଦେଇଛନ୍ତି।

ଆଧାର

ଓଡିଶା ରିପୋଟର

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate