ବିଜ୍ଞାପନ ହୋର୍ଡିଂର ସଠିକ ମୂଲ୍ୟାୟନ ତଥା ସ୍ଵଚ୍ଛତାକୁ ପ୍ରାଧାନ୍ୟ ଦେବା ପାଇଁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏକ ନୂଆ ନିଷ୍ପତି ନିଆଯାଇଛି । ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏକ ନୂଆ ନିଷ୍ପତି ନିଆଯାଇଛି । ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ଘରେଇ ଆଡ୍ ଏଜେନ୍ ସିଗୁଡିକ ବିଭିନ୍ନ ସ୍ଥାନରେ ଲଗାଇଥିବା ହୋର୍ଡିଂର ବିଷୟରେ ସମସ୍ତେ ତଥ୍ୟ ଅନଲାଇନ୍ ମାଧ୍ୟମରେ ଜଣାଇବାକୁ କୁହାଯାଇଛି । ଏଜେନସିଗୁଡିକ କେଉଁଠାରେ କେତେଟି ହୋର୍ଡିଂର ଲଗାଇଛିନ୍ତି ତାହାର ତଥ୍ୟ ବିଏମସି ପ୍ରସ୍ତୁତ କରିଥିବା ଏକ ନିର୍ଦ୍ଦିଷ୍ଟ ଫମାର୍ଟ ମାଧ୍ୟମରେ ଦେବା ସହ ହୋର୍ଡିଂଗୁଡିକର ସାଇଜ୍ ସମ୍ପର୍କରେ ବିଏମସିକୁ ଜଣାଇବାକୁ ପଡିବ , ସେହିପରି ହୋର୍ଡିଂ ଲାଗିଥିବା ସ୍ଥାନର ସୂଚନା ଦେବାକୁ ପଡିବ ଏହି ଫମାର୍ଟ ଜରିଆରେ । ଏହାଦ୍ଵାରା ସହରରେ ପ୍ରକୃତରେ କେତୋଟି ଘରୋଇ ବିଜ୍ଞାପନ ଲାଗିଛି ତାହାର ଏକ ବାସ୍ତବିକ ବିବରଣୀ ଉପଲବ୍ଧ ହୋଇପାରିବ । ଏଜେନସିଗୁଡିକ ଦ୍ଵାରା ସମସ୍ତ ତଥ୍ୟ ହାସଲ ହେବା ପରେ ହୋର୍ଡିଂର ସ୍ଥାନ ଏବଂ କ୍ଷେତ୍ରଫଳ ଅନୁସାରେ ରାଜସ୍ୱ ଆଦାୟ କରିବା ପାଇଁ ସପୃକ୍ତ ସଂସ୍ଥାଗୁଡିକୁ ନୋଟିସ୍ ଜାରି କରାଯାଇପାରିବ । ଏହାଦ୍ଵାରା ରାଜସ୍ୱ ଆଦାୟ ପାଇଁ ସପୃକ୍ତ ସଂସ୍ଥାଗୁଡିକୁ ନୋଟିସ୍ ଜାରି କରାଯାଇପାରିବ । ଏହାଦ୍ଵାରା ରାଜସ୍ୱ ଆଦାୟ ପାଇଁ ପ୍ରକୃତ ମୂଲ୍ୟୁ ନିର୍ଦ୍ଧାରଣ ସହ ଏଥିରେ ସ୍ଵଚ୍ଛତା ଅବଲମ୍ବନ ହୋଇପାରିବ ।
ଏବେ ଅଳଲାଇନ ଫର୍ମାଟରେ ତଥ୍ୟ ସଂଗ୍ରହ ହେବା ପରେ ତାହାର ଫିଲ୍ଡ ଭେରିଫିକେସନ୍ କରାଯିବ । ଏଥିରେ ଜାଣିଶୁଣି ଭୁଲ୍ ତଥ୍ୟ ପ୍ରଦାନ କରାଯାଇଥିଲେ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବାଟ ଫିଟିବ । ଆଗାମୀ ଦିନରେ ସମସ୍ତ ତଥ୍ୟକୁ ନେଇ ଏକ ଜିପିଏସ୍ ଡାଟାବେସ୍ ପ୍ରସ୍ତୁତ ହେବ । ସମଗ୍ର ଭୁବନେଶ୍ଵରର ଆଜି 30ଟି ଘରୋଇ ଆଡ୍ ଏଜେନ୍ ସିର ପ୍ରତିନିଧିଙ୍କ ସହ ମହାନଗର ନିଗମର ଅତିରକ୍ତି କମିଶନର ଆଲୋକ କର, ବିଭୁପ୍ରସାଦ ବେଉରା, ଅନୁରାଗ ଶତପଥୀ ଏବଂ ରୁଚିକା ମହାପାତ୍ର ପ୍ରମୁଖ ଆଲୋଚନା କରିଥିଲେ ।
ଆଧାର ୟୌର ଷ୍ଟୋରୀ
Last Modified : 1/26/2020