অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭୁବନେଶ୍ଵର ଷ୍ଟେସନ ୱାଇଫାଇ

ଭୁବନେଶ୍ଵର ଷ୍ଟେସନ ୱାଇଫାଇ

ଉପକ୍ରମ

ରବିବାରଠାରୁ ଆପଣ ଯଦି ସ୍ମାର୍ଟଫୋନ ଧରି ଭୁବନେଶ୍ଵର ରେଳ ଷ୍ଟେସନକୁ ଯାଉଛନ୍ତି ସେଠାରେ ଆପଣଙ୍କୁ ମାଗଣାରେ ୱାଇଫାଇ ଇଣ୍ଟରନେଟ ସେବା ମିଳିପାରିବ । ଭାରତୀୟ ରେଳବାଇର ସହଯୋଗୀ ସଂସ୍ଥା ରେଲଟେଲ ପକ୍ଷରୁ ଭୁବନେଶ୍ଵର ରେଳ ଷ୍ଟେସନ ହାଇସ୍ପିଡ ମାଗଣା ୱାଇଫାଇ ସେବା ଆରମ୍ଭ କରାଯାଇଛି । ଆସନ୍ତା ରବିବାର ସକାଳେ ରେଳମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁ ଏବଂ ରେଳ ମନ୍ତ୍ରୀ ମନୋଜ ସିହ୍ନା ଯାତ୍ରୀଙ୍କ ପାଇଁ ୱାଇଫାଇ ସେବାର ଉଦଘାଟନ କରିବେ । ରେଳଟେଲ ଏବଂ ଗୁଗୁଲ ସହାୟତାରେ ଇଣ୍ଟରନେଟ ଏଠାରେ ୱାଇଫାଇ ସେବା ଆରମ୍ଭ କରାଯାଉଛି । ସମ୍ପ୍ରତି ଭୁବନେଶ୍ଵର ସହିତ ଦେଶର ୧୦ଟି ପ୍ରମୁଖ ରେଲୱେ ଷ୍ଟେସନରେ ଏହି ସେବା ଉପଲ୍ଲବ୍ଧ ହେଉଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ୧୦୦ଟି ରେଳ ଷ୍ଟେସନରେ ଏହି ସେବା ଯୋଗାଇ ଡିଜାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ବର୍ତ୍ତମାନ ରେଳ ଷ୍ଟେସନରେ ଦୈନିକ ୧.୫ ନିୟୁତ ଯାତ୍ରୀ ଉପକୃତ ହେଉଛନ୍ତି । ପୂର୍ବତଳ ରେଳପଥ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ ଭୁବନେଶ୍ଵର ରେଳ ଷ୍ଟେସନରେ ରେଳଟେଲର ଫାଇବାର ନେଟୱର୍କ ସହାୟତାରେ ନିର୍ମିତ ହୋଇଥିବାବେଳେ ଏହା ଯାତ୍ରୀଙ୍କୁ ହାଇସ୍ପଡ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ କରିବାରେ ସକ୍ଷମ ହେବ ।

ବ୍ୟବହାର

ଭୁବନେଶ୍ଵର ଏହି ପ୍ରକଳ୍ପ ଲାଗି ପ୍ରାୟ ୩୦ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇଛି । ରେଳ ଷ୍ଟେସନ ମଧ୍ୟରେ ଥିବା ଜାତି ପ୍ରଥମେ ନିଜ ସ୍ମାର୍ଟଫୋନରେ ରେଳୱେୟାର ୱାଇଫାଇକୁ ସଂଯୋଗ କରିବେ ଏବଂ ଏହା ପରେ ତାଙ୍କୁ ନିଜର ମୋବାଇଲ ନିମ୍ବର ସେଥିରେ ଏଣ୍ଟ୍ରି କରି ରେଜିଷ୍ଟର ହେବାକୁ ପଡିବ । ତା ପରେ ତାଙ୍କ ମୋବାଇଲ କୁ ଏକ ୱାନଟାଇମ ପାସୱାଡ ମିଳିବ ଏବଂ ଏହାକୁ ରେଡିଷ୍ଟ୍ରେଶନ ସ୍ଥାନରେ ଭରିଦେବା ପରେ ସବୁଦିନ ପାଇଁ ସେଠାରେ ୱାଇଫାଇ ବ୍ୟବହାର କରିହେବ । ଏହି ସେବା ଦ୍ଵାରା ଏଣିକି ଯାତ୍ରୀ ହାଇ –ଡେଫିନେସନଯୁକ୍ତ ଭିଡିଓ ଷ୍ଟ୍ରାମିଂ କରିବାର ସୁଯୋଗ ଲାଭ କରିବା ସହିତ ସେମାନଙ୍କର ଗନ୍ତବ୍ୟସ୍ଥଳ ସମ୍ପର୍କରେ ସୁଚାନ ସଂଗ୍ରହ ଏବଂ ରେଳ ଇ – ପୁସ୍ତିକା ଏବଂ ରେଳବଐର ଅନ୍ୟ ପୋର୍ଟାଲ ସପିଙ୍ଗ କରି ସେବା ପାଇ ପାରିବେ । ଗୁଗୁଲ ୱାଇଫାଇ ସେବା ନିମନ୍ତେ ଭାରତୀୟ ରେଳବାଇ ତଥା ରେଳଟେଲ ଆବଶ୍ୟକ ଜ୍ଞାନକୌଶଳ ଯୋଗାଇ ଦେଇଛି । ଗୁଗୁଲ ସହାୟତାରେ ଆଗାମୀ ଦିନରେ ଦେଶର ୪୦୦ ରେଳ ଷ୍ଟେସନରେ ୧୦ ନିୟୁତ ରେଳଯାତ୍ରୀଙ୍କୁ ଇଣ୍ଟରନେଟ ସେବା ଉପଲ୍ଲବ୍ଧ କରାଇବାର ଯୋଜନା ରହିଛି । ଏହି ରେଳ ଷ୍ଟେସନର ୬ଟି ଫ୍ଲାଟଫର୍ମ ସମେତ ପ୍ରତୀକ୍ଷାଳୟ , ରେଷ୍ଟୁରାଣ୍ଟ ଆଦି ସ୍ଥାନରେ ୱାଇଫାଇ ଉପଲ୍ଲବ୍ଧ ହେବ । ଭୁବନେଶ୍ଵର ପରେ ନିକଟରେ କଟକ , ସମ୍ବଲପୁର, ବାଲେଶ୍ଵର , ଖୋର୍ଦ୍ଧାରୋଡ ଓ ଯାଜପୁର କେନ୍ଦୁଝର ରୋଡ ରେଳ ଷ୍ଟେସନରେ ଆଗାମୀ ଦିନରେ ୱାଇଫାଇ ସେବା ମିଳିପାରିବ ।

ଗୁଗୁଲ ଇଣ୍ଡିଆନ ଆଵ୍କେସ

ଗୁଗୁଲ ଇଣ୍ଡିଆନ ଆଵ୍କେସ ପ୍ରୋଜେକ୍ଟ ମୁଖ୍ୟ ଗୁଲଜାର ଆଜାଡ କହିଛନ୍ତି , ଭୁବନେଶ୍ଵର ରେଳ ଷ୍ଟେସନରେ ରବିବାର ଠାରୁ ୱାଇଫାଇ ଜରିଆରେ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ଛୋଟ ଛୋଟ ରେଳୱେ ଷ୍ଟେସନସରେ ଚଳିତ ବର୍ଷ ଶେଷ ସୁଦ୍ଧା ମାଗଣା ଉପଲ୍ଲବ୍ଧ ହେବ ଫଳରେ ରେଳଯାତ୍ରୀଙ୍କ ବହୁବିଧି ଆବଶ୍ୟକତା ପୂରଣ ହୋଇପାରିବ । ରେଳଟେଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଆର କେ ବହୁଗୁଣା କହିଛନ୍ତି, ଭାରତୀୟ ରେଳୱେର ଆଧୁନିକିକରଣ ନିମନ୍ତେ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଏହି ଯୋଜନା ମାଧ୍ୟମରେ ରେଳଯାତ୍ରୀଙ୍କୁ ମାଗଣାରେ ହାଇସ୍ପିଡ ଯୁକ୍ତ ୱାଇଫାଇ ସେବା ଯୋଗାଇ ଦିଆଯାଉଛି । ଭୁବନେଶ୍ଵର ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅତ୍ୟାବଶ୍ୟକ ସେବା ମାଧ୍ୟମରେ ୱାଇଫାଇ ସେବା ଅନ୍ତର୍ଭୁକ୍ତ କରଯାଇଥିଲା । ଏହି ସେବା ରେଳ ଯାତ୍ରୀଙ୍କ ପାଇଁ ବେସ ଉପଯୋଗୀ ସାବ୍ୟସ୍ତ ହେବା ସହିତ ଏହି ପ୍ରକଳ୍ପର ସଫଳତା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସକ୍ଷମ ହେବ । ଏହାରେ ଯାତ୍ରୀଙ୍କୁ ବହୁବିଧ ଅତ୍ୟାଧୁନିକ ସୁବିଧା ସୁଯୋଗ ମିଳୁଥିବାବେଳେ ବର୍ତ୍ତମାନ ଇଣ୍ଟରନେଟ ସେବା ବେସ ଉପଯୋଗୀ ହୋଇପାରିବ ବୋଲି ଶ୍ରୀ ବହୁଗୁଣା କହିଛନ୍ତି ।

ଆଧାର : ସମାଜ

Last Modified : 12/15/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate