অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମେକ ଇନ ଇଣ୍ଡିଆ କୁ ପ୍ରାଧାନ୍ୟ

ଡିସେମ୍ବର ୧ ରୁ ଦୁଇ ଦିନିଆ ସମ୍ମିଳନୀ

ଭୁବନେଶ୍ଵରରେ ଚଳିତ ବର୍ଷ ହେବ ଦୁଇ ଦିନିଆ ମେକ ଇନ ଇଣ୍ଡିଆ ସମ୍ମିଳନୀ   । ଡିସେମ୍ବର ୧ ଓ ୨ରେ ଏହି ସମ୍ମିଳନୀ ଆୟୋଜିତ ହେବ   । ଭାରତ ସରକାରଙ୍କ ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ ସହଯୋଗରେ ସମ୍ମିଳନୀ ଆୟୋଜନ କରାଯିବ   ।

ଏହି ସମ୍ମିଳନୀର ରୂପରେଖ କିଭଳି ହେବ ଓ କେଉଁ ସବୁ ବିଷୟବସ୍ତୁ ଉପରେ ସମ୍ମିଳନୀରେ ଆଲୋଚନା ହେବ ସେ ବିଷୟରେ ବିଚାରବିମର୍ଶ ପାଇଁ ଆଜି ରାଜ୍ୟ ସରକାରଙ୍କ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା   । ସଚିବାଳୟ ଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦିଆଇପିପିର ଯୁଗ୍ମ ସଚିବ ଅତୁଲ ଚତୁର୍ବେଦି ଯୋଗ ଦେଇ ମେକ ଇନ ଇଣ୍ଡିଆ ସମ୍ମିଳନୀ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ   । ଶିଳ୍ପ ସଚିବ ସଂଜୀବ ଚୋପ୍ରା ଯୋଗଦେଇ ଆଲୋଚନା ହେବାକୁ ଥିବା ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ  । ଭାରତୀୟ ଶିଳ୍ପ ମହାସଂଘ, ଫିକି ଏବଂ ଶିଳ୍ପ ପ୍ରତିଷ୍ଠାନ ଗୁଡିକର ପ୍ରତିନିଧିମାନେ ବୈଠକରେ ଯୋଗଦେଇଥିଲେ   ।

ପ୍ରମୁଖ ନିବେଶକଙ୍କୁ ଆମନ୍ତ୍ରଣ କରାଯିବ

ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମିଳନୀ ପାଇଁ କେତୋଟି କ୍ଷେତ୍ର ଉପରେ ପ୍ରାଧାନ୍ୟ ହେବାକୁ ନିଷ୍ପତ୍ତି ନିଆଯାଇଥିଲା   । ସେଗୁଡିକ ହେଲା ପ୍ଲାଷ୍ଟିକ ସମେତ ପେଟ୍ରୋଲିୟମ , କେମିକାଳସ ଏବଂ ପେଟ୍ରୋ କେମିକାଲଶ ଆଇଟି ଆଇତିଏସ ହାର୍ଡୱେୟାର ଏବଂ ଇଏସଡିଏମ , କୃଷି ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ , ଧାତବ ଏବଂ ଆଲୁମୀନୟମ ଶିଳ୍ପରେ ଅନୁଷଙ୍ଗିକ ଶିଳ୍ପ ସ୍ଥାପନ ଓ ବୟନଶିଳ୍ପ  । ଆଲୁମିନିୟମ , ଷ୍ଟେନଲେସ ଷ୍ଟିଲ , କାଜୁ ଉତ୍ପାଦନ ଓ ସାମୁଦ୍ରିକ ଯିବ ରପ୍ତାନି କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବହୁତ ଲାଭ ରହିଛି   । ଏହି ଭଳି କ୍ଷେତ୍ରରେ ଓଡିଶାର ସାମର୍ଥକୁ ସମ୍ମିଳନୀରେ ଉପସ୍ଥାପିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି   ।  ଏସବୁ କ୍ଷେତ୍ରର ବୃହତ ନିବେଶମାନଙ୍କ ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ସମ୍ମିଳନୀକୁ ଆମନ୍ତ୍ରଣ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ବୈଠକରେ ପରାମର୍ଶ ଦେଇଥିଲେ   । ଏହି ବୈଠକରେ ଇସ୍ପାତ ଓ ଖଣି ସଚିବ ରାଜ କୁମାର ଶର୍ମା ,  ସାଧାରଣ ପ୍ରଶାସନ ବିଭାଗ ସ୍ଵତନ୍ତ୍ର ସଚିବ ଅଶୋକ ମିନା,  ଖାଦ୍ୟ ଏବଂ ପଶୁପାଳନ ବିଭାଗର ସଚିବ ଓଏମସି ଏମଡି ଆର ଭିନିଲ କ୍ରୀଷ୍ଣା , ଶିଳ୍ପ ବିଭାଗର ଯୁଗ୍ମ ସଚିବ ବସନ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ   ।

ଆଧାର – ସମ୍ବାଦ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate