অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜ୍ୟରେ ଗଡିବ ଇ–ରିକ୍ସା ଓ ଇ-କାର୍ଟ

ପ୍ରଦୁଷଣମୁକ୍ତ ପରିବହନ

ପଦୁଷଣ ମୁକ୍ତ ପରିବହନ ବ୍ୟବସ୍ଥା ନିମନ୍ତେ ତତ୍ପର ହୋଇ ଉଠିଛି ରାଜ୍ୟ ପରିବହନ ବିଭାଗ । ୨୦୧୪ ରୁ ପ୍ରଣୟନ ହୋଇଥିବା ଇ–ରିକ୍ସା ଓ ଇ-କାର୍ଟ ବ୍ୟବସ୍ଥାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଇ- ରିକ୍ସାରେ ଯାତ୍ରା ପରିବହନ ବ୍ୟବସ୍ଥା ଥିବାବେଳେ  ଇ-କାର୍ଟରେ ଦ୍ରବ୍ୟ ପରିବହନ କରାଯିବ । ରିକ୍ସାରେ ଡ୍ରାଇଭରଙ୍କ ବ୍ୟତୀତ ୪ଜଣ ଯାତ୍ରୀ ଯାଇପାରିବେ । ଯାତ୍ରୀମାନଙ୍କ ଲଗେଜର ଓଜନ ୪୦ କିଲୋଗ୍ରାମରୁ ଅଧିକ ହୋଇ ନ ଥିବ । ବ୍ୟାଟେରୀ ଚାଳିତ ଏହି ଗାଡିରୁ ଧୂଆଁ ନିର୍ଗତ ହୁଏ ନାହିଁ । ଫଳରେ ପଦୂଷଣକୁ ଅନେକ ମାତ୍ରାରେ ରୋକି ହେବ । ଏଥିନିମନ୍ତେ ଥିବା ଟିକସ ବ୍ୟବସ୍ଥାରେ ସରକାର କୋହଳ ନୀତି ଆପଣେଇଛନ୍ତି । କାରଣ ପୂର୍ବରୁ ଇ–ରିକ୍ସା ଓ ଇ-କାର୍ଟ ନିମନ୍ତେ ପରିବହନ ବିଭାଗ ୫ ପ୍ରତିଶତ ଟିକସ ହାରରେ ଏକକାଳୀନ ଟିକସ କାଟୁଥିଲା, ଯେଉଥିପାଇଁ ଏହି ଗାଡି ମାଲିକମାନଙ୍କୁ ଟିକସ ଆକାରରେ ୪୦ ହଜାରରୁ ଅଧିକ ଟଙ୍କା ଦେବାକୁ ପଡୁଥିଲା । ଏଣୁ ଇ–ରିକ୍ସା ଓ ଇ-କାର୍ଟ ଗାଡିର ଡିଲର ଥିବାସତ୍ତ୍ଵେ ଗାଡିଗୁଡିକ ବିକ୍ରି ହୋଇପାରୁ ନ ଥିଲା । ଯେଉଁଠି ବି ଏହି ଗାଡି ଚଳାଚଳ କରୁଥିଲା ତାହା ବିନା ପଞ୍ଜିକରଣରେ । ତେଣୁ ଏବେ ସରକାର ୫ ପ୍ରତିଶତ ଟିକସକୁ ହ୍ରାସ କରି ୩ ପ୍ରତିଶତ କରିଛନ୍ତି । ଗତ ୧୬ ତାରିଖରେ ସରକାର ଏହି ନୂଆ ନିଷ୍ପତି ନେଉଛନ୍ତି ।

ଅଧିକ ସଂଖ୍ୟକ ଇ-ରିକ୍ସା ପାଇଁ ନକ୍ସା

କିଭଳି ଅଧିକ ସଂଖ୍ୟକ ଇ-ରିକ୍ସା ଓ ଇ-କାର୍ଟ ଚଳାଚଳ କରିବ ସେଥିପାଇଁ ପରିବହନ ବିଭାଗ ନକ୍ସା ପ୍ରସ୍ତୁତି  ଚଳାଇଛି । କଟକରେ ଏହି ବ୍ୟବସ୍ଥାର ସଫଳ ରୂପାୟନ ନିମନ୍ତେ ଆଞ୍ଚଳିକ ପରିବହନ କାର୍ଯ୍ୟ।ଳୟ ପକ୍ଷରୁ ଶନିବାର ଏକ ବୈଠକ ଡକାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ଟ୍ରାଫିକ୍ ମ୍ୟାନେଜମେଣ୍ଟ କମିଟି, ଜିଲ୍ଲାପାଳ ଓ ଡିସିପିଙ୍କୁ ନେଇ ଏକ ମିଳିତ ବୈଠକ କରାଯିବ । ଉକ୍ତ ବୈଠକରେ ଗାଡି ଗୁଡିକ କେଉଁ ରୁଟ୍ ଦେଇ ଚଳାଚଳ କରିବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଆରଟିଓ ଦିପ୍ତିରଞ୍ଜନ ପାତ୍ର କହିଛନ୍ତି । କାରଣ ସ୍ଲୋ ସ୍ପିଡରେ ଯାଉଥିବା ଏହି ଗାଡି ଯଦି ମୁଖ୍ୟ ରାସ୍ତାରେ ଯାତାୟାତ କରେ, ତେବେ ଦ୍ରୁତଗତି ଗାଡିଗୁଡିକର ଚଳଚଳ ବାଧାପ୍ରାପ୍ତ ହେବ ବୋଲି ପରିବହନ ଅଧିକାରୀମାନେ ଆଶଙ୍କା କରୁଛନ୍ତି । କାରଣ ଇ ରିକ୍ସାରେ ଘଣ୍ଟା ପ୍ରତି ବେଗ ୨୫ କିଲୋମିଟର ନିର୍ଦ୍ଧାରଣ କରାଯାଇଛି । ସେହିପରି ଇ-କାର୍ଟରେ ଡ୍ରାଇଭରଙ୍କ ଓଜନକୁ ମିଶାଇ ମୋଟ ୩୧୦ କିଲୋଗ୍ରାମ୍ ଓଜନର ଦ୍ରବ୍ୟ ପରିବହନ କରାଯିବ । ଇ-କାର୍ଟ ଯୋଜନା ପୂର୍ବରୁ ଥିବା ବଳଦଗାଡି(ଶଗଡ)ର ବିକଳ୍ପ ବୋଲି ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି । ତେବେ ସ୍ୱଳ୍ପ ବେଗ ବିଶିଷ୍ଟ ଏହି ଗାଡିର ଚଳାଚଳ ନେଇ ପରିବହନ ଅଧିକାରୀମାନେ ଚିନ୍ତାରେ ପଡିଛନ୍ତି । ଉଦାହରଣଭାବେ ହାଇକୋର୍ଟରୁ ବାଦାମବାଡି ଓ ସିଡିଏରୁ ବାଦାମବାଡି ପର୍ଯ୍ୟନ୍ତ ରାସ୍ତାରେ କିଭଳି ଏହି ଗାଡି ଚଳାଚଳ କରିବ ତାହା ଏବେ ସମସ୍ୟା ସୃଷ୍ଟି କରିଛି । କାରଣ ଚଳାଚଳ କରିବାକୁ ଥିବା ଏହି ଗାଡିଗୁଡିକର ବେଗ ସ୍ୱଳ୍ପ ଥିବାରୁ ଦ୍ରୁତଗାମୀ ଗାଡିଗୁଡ଼ିକର ଚଳାଚଳ ବାଧାପ୍ରାପ୍ତ ହେବ । କଟକ ଆରଟିଓ ଦିପ୍ତିରଞ୍ଜନ ପାତ୍ର କୁହନ୍ତି, ଏଥିନିମନ୍ତେ କାଠଯୋଡି ଓ ମାହାନଦୀ ରିଂ ବନ୍ଧକୂ ବଛାଯିବ । ସେହିପରି ଗୋପାଳପୁରରୁ ଉରାଳି ଓ ସଦର ଅଞ୍ଚଳକୁ ଯାତାୟାତ କରିବା ପାଇଁ ମାଷ୍ଟରପ୍ଳାନ ପ୍ରସ୍ତୁତ କରାଯିବ । ଗାଡିର ଭଡା ସାଧାରଣ ଅଟୋ ରିକ୍ସାଠାରୁ କମ୍ ରହିବ ବୋଲି ପାତ୍ର କହିଛନ୍ତି । ଭଡା ନିର୍ଦ୍ଧାରଣ ନିମନ୍ତେ ବୈଠକ ବସି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ପରବର୍ତ୍ତୀ ଅବସ୍ଥାରେ ଜିଲ୍ଲାର ଗ୍ରାମାଞ୍ଚଳଗୁଡିକରେ ମଧ୍ୟ ଏହି ବ୍ୟବସ୍ଥାକୁ ଲାଗୁ କରାଯିବ । ଗ୍ରାମାଞ୍ଚଳର ଅପହଞ୍ଚ ଇଲାକା ଠାବ କରାଯିବ । ବିଡିଓମାନଙ୍କ ସହିତ ଆଲୋଚନା କରାଯିବା ପରେ ରୁଟ୍ ଚୟନ କରାଯିବ । ଗାଡିର ଡ୍ରାଇଭରମାନଙ୍କ ନିମନ୍ତେ ତାଲିମ ବାଧ୍ୟତାମୂଳକ କରାଯାଇଛି । ଗାଡି ପ୍ରସ୍ତୁତକାରୀ କମ୍ପାନୀଗୁଡିକର ତାଲିମ କେନ୍ଦ୍ରରେ ଡ୍ରାଇଭରମାନେ ତାଲିମ ନେବାପରେ ଉକ୍ତ ଗାଡି ଡ୍ରାଇଭିଂ କରିବେ ।

ସୂଚନାଥାଉ କି, ପୂର୍ବରୁ ପରିବହନ ବିଭାଗ ସ୍କୁଲ ପରିବହନ ନୀତିରେ ଅମୂଳକୁଳ ପରିବର୍ତ୍ତନ କରିଛନ୍ତି । ଛାତ୍ରଛାତ୍ରୀମାନେ ବିପଜ୍ଜନକ ସ୍ଥିତିରେ ଅଟୋ, ଟାଟା ମ୍ୟାଜିକ୍ ଓ ମାରୁତି ଭ୍ୟାନ ଆଦି ଯାନରେ ସ୍କୁଲକୁ ଯାଉଛନ୍ତି । ଏହାଦ୍ଵାରା ଦୁର୍ଘଟଣା ଘଟି ବହୁ ଛାତ୍ରଛାତ୍ରୀ ମୃତାହତ ହେଉଛନ୍ତି । ଏପରିକି ସ୍କୁଲ ଯାନ ମଧ୍ୟରେ ଛାତ୍ରୀମାନେ ଯୌନ ନିର୍ଯ୍ୟ।ତନାର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି । ଉକ୍ତ କମିଟିର ନିୟମାବଳୀ ଅନୁସାରେ ରାଜ୍ୟ ସରକାର ସ୍କୁଲ ବସଗୁଡିକରେ ନିରାପତ୍ତା ଦୃଷ୍ଟିକୋଣରୁ ଗତ ଅଗଷ୍ଟ ୩୧ ତାରିଖରେ ନୂତନ ସ୍କୁଲ ପରିବହନ ନୀତି ପ୍ରଣୟନ କରିଛନ୍ତି । ତଦନୁସାରେ ଆସନ୍ତା ୧ ତାରିଖରୁ ରାଜ୍ୟରେ ପ୍ରଥମ ଥର ପାଇଁ କଟକ ଜିଲାରେ ଲାଗୁ ହେବ ଏହି ନୀତି । ଏଥିରେ ସ୍କୁଲ ପରିବହନ ପାଇଁ ପ୍ରଚଳିତ ଥିବା କେତେକ ପୁରୁଣା ନୀତିକୁ ଅପରିବର୍ତ୍ତିତ ରଖାଯାଇଥିବା ବେଳେ କେତେକ ନୂଆ ନୀତି ପ୍ରଣୟନ ହେଲେ ଅଟୋ, ଟାଟା ମ୍ୟାଜିକ୍, ମାରୁତି ଭ୍ୟାନ୍ ଆଦି ଗାଡି ଗୁଡିକ ସ୍କୁଲ ପରିବହନରେ ନିୟୋଜିତ ହୋଇପାରିବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଏବେ ପରିବେଶ ପଦୁଷଣକୁ ଆଖି ଆଗରେ ରଖୀ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ଖାସ କରି ସହର ଭିତରେ, ଗ୍ରାମାଞ୍ଚଳରେ ବ୍ଲକ ହେଡକ୍ଵାର୍ଟର ଭଳି ଅଞ୍ଚଳକୁ ବ୍ୟାଟେରୀଚାଳିତ ଗାଡିର ବ୍ୟବହାର ଦ୍ଵାରା ଅନେକମାତ୍ରାରେ ପଦୁଷଣ ରୋକି ହେବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

ଆଧାର  : ପତ୍ରକାର

Last Modified : 8/16/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate