অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରୁଟି ତିଆରି ରୋବୋଟ୍ ବାହାର କଲେ ‘ପ୍ରଣୋତି’

ଉପକ୍ରମ

ହାତ ଲାଗିବନି,ରୋବୋଟ୍ ତିଆରି କରିଦେବ ରୁଟି । ତା’ ପୁଣି ମାତ୍ର ଅଳ୍ପ କିଛି ସେକେଣ୍ଡରେ ଭିତରେ । ଟେକ୍ନୋଲୋଜି ସହାୟତାରେ ଏମିତି ଏକ ନିଆରା ଆବିଷ୍କାର କରି ଦେଖାଇଛନ୍ତି ଜଣେ। ସିଙ୍ଗାପୁରରେ ରହୁଥିବା ପୁଣେର ପ୍ରଣୋତି ନାଗରକର୍ । ପ୍ରଣୋତି କୁହନ୍ତି, କଲେଜରେ ତୃତୀୟ ବର୍ଷରେ ପଢିବା ସମୟରେ ଏକ ଅଟୋମୋଟିକ୍ ଆଇରନ୍ (ସ୍ୱୟଂଚାଳିତ ଇସ୍ତ୍ରୀ)ବାହାର କରିଥିଲି । ନୂଆ ନୂଆ ଜିନିଷ ବାହାର କରିବାକୁ ମୋର ଇଚ୍ଛା ହେଉଥିଲ । ପରେ ଧୀରେ ଧୀରେ ଅନୁଭବ କଲି, ମୁଁ ବାସ୍ତବରେ ଜଣେ ଆବିଷ୍କାରକ ହୋଇପାରିବି ଓ ଏହା ସହାୟତାରେ ଲୋକଙ୍କ ଜୀବନ ବଞ୍ଚିବାକୁ ଆହୁରି ସହଜ କରିବି । ଜୀବନରେ ସବୁ ଜଟିଳ କାମ କିପରି ସହଜରେ ହୋଇ ପାରିବ ସେଥିପାଇଁ ପ୍ରଣୋତି ସବୁବେଳେ ଚେଷ୍ଟା କରୁଥିଲେ । ତାଙ୍କ ମନରେ ଥିବା ଏପରି ଭାବନା ଓ ଇଚ୍ଛାଶକ୍ତି ହିଁ, ତାଙ୍କୁ ରୋଟି ତିଆରି କରୁଥିବା ରୋବୋଟ୍(ରୋଟିମାଟିକ୍) ବାହାର କରିବାକୁ ପ୍ରେରଣା ଦେଇଥିଲା ।

ସେ ପ୍ରଥମେ Zimplistic ନାମକ ଏକ କମ୍ପାନୀ ଆରମ୍ଭ କରିଥିଲେ । ଏହି କମ୍ପାନୀରେ ସେ ରୋଟି ତିଆରି କରି ପାରୁଥିବା ପ୍ରଥମ ରୋବୋଟ୍ ପ୍ରଡକ୍ଟ ବଜାରକୁ ଆଣିଲେ । ଏଥିରେ ପ୍ରସ୍ତୁତ ହେଉଥିବା ରୁଟି ସ୍ୱାସ୍ଥ୍ୟକର ଓ ଘର ରୋଷେଇ ଭଳି ସ୍ୱାଦ ଦେଲ । ଜଣେ ଦାୟିତ୍ୱବାନ୍ ସ୍ତ୍ରୀ ଭାବେ ସେ ସବୁବେଳେ ସ୍ୱାସ୍ଥ୍ୟକର ଖାଇବା ରୋଷେଇ କରିବାକୁ ଚାହୁଁଥିଲେ । ହେଲେ ବ୍ୟସ୍ତତା କାରଣରୁ ସେ ଏଥିପାଇଁ ଆବଶ୍ୟକ ସମୟ ଦେଇ ପାରୁନଥିଲେ। ସେ ନିତିଦିନ ସାମ୍ନା କରୁଥିବା ଏପରି ସମସ୍ୟା ହିଁ ତାଙ୍କୁ ରୋଟିମାଟିକ୍ ବାହାର କରିବାକୁ ଖୋରାକ୍ ଯୋଗାଇଥିଲା । ୨୦୧୫ ଜୁଲାଇ ମାସ ସୁଦ୍ଧା  Zimplistic ଏହି ରୋଟିମାଟିକ୍ ତିଆରି ପାଇଁ ପ୍ରାୟ ୧୧.୫ ନିୟୁତ ଡଲାର ବିନିଯୋଗ କରି ସାରିଛନ୍ତି ।

ରୋଟିମାଟିକ୍ ପ୍ରତିଷ୍ଠା ପୂର୍ବରୁ

ପ୍ରଣୋତିଙ୍କ ପରିବାରର ପାଖାପାଖି ୪ ପିଢିରୁ ଇଞ୍ଜିନିୟର ପେଶାରେ ରହି ଆସିଛନ୍ତି । ଏହା ମଧ୍ୟ ପ୍ରଣୋତିଙ୍କୁ ବେଶ୍ ପ୍ରଭାବିତ କରିଥିଲା । ସେ ସବୁବେଳେ ଜଣେ ଇନ୍ଭେଣ୍ଟର(ଆବିଷ୍କାରକ) ହେବାକୁ ସ୍ୱପ୍ନ ଦେଖୁଥିଲେ । ସେ କହୁନ୍ତି, ପରିବାର ଲୋକେ ମଧ୍ୟ ତାଙ୍କୁ ଏଥିପାଇଁ ମୋତେ ଉତ୍ସାହିତ କରୁଥିଲେ । ମୋ ମା, ଜଣେ ଇଚ୍ଚଶିକ୍ଷିତା ମହିଳା ଥିଲେ । ସେ ମଧ୍ୟ ଜଣେ ଚିତ୍ରକାର ଓ ବେଶ୍ ବୁଦ୍ଧିମତା ଥିଲେ । ସେ ନିଜର ଏକ ଇଣ୍ଟେରିଅର ଡିଜାଇନ୍ କନସଲଟାନ୍ସି ଆରମ୍ଭ କରିଥିଲେ ଓ ସବୁବେଳେ ସମାଜ ସହ ତାଳ ଦେଇ ଆଗକୁ ବଢୁଥିଲେ । ତାଙ୍କ ବାପା ମେସିନ୍ ଡିଜାଇନ୍ ରୁ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । ପରେ ସେ ନିଜେ ଏକ point-of-sale turnkey solutions company” (ଇ-କମର୍ସ କମ୍ପାନୀ) ଖୋଲିଥିଲେ । ଉଭୟ ବାପା ଓ ମା’ ପ୍ରଣୋତିଙ୍କୁ ସେ ଦେଖିଥିବା ସ୍ୱପ୍ନ ଆଡକୁ ବଢିବାକୁ ଉତ୍ସାହ ଦେଉଥିଲେ । ଜଣେ ଆବିଷ୍କାରକ ହେବାକ ଛୋଟ ବେଳୁ ତାଙ୍କ ଇଚ୍ଛା ଥିଲା । ଏଥିପାଇଁ ସେ ସିଙ୍ଗାପୁର ଏୟାରଲାଇନ୍ସ ସ୍କଲାରସିପରେ ପାସ୍ କରି ସେଠାକାର ନ୍ୟାସନାଲ ଜୁନିଅର କଲେଜରେ ପଢିବାକୁ ପଳାଇଥିଲେ । ପରେ ସେ ମେକାନିକାଲ ଇଞ୍ଜିନିୟରିଂ ଓ ନ୍ୟାସନାଲ ୟୁନିଭର୍ସିଟି ଅଫ୍ ସିଙ୍ଗାପୁରରେ ପ୍ରଡକ୍ଟ ଡିଜାଇନ୍ ପଢିଥିଲେ।

ରୋଟିମାଟିକ୍’ର ଆବିଷ୍କାର

୨୦୦୮ରେ ସେ Zimplistic କମ୍ପାନୀ ଆରମ୍ଭ କରିଥିଲେ । ପ୍ରଥମ ରୁଟି ତିଆରି ରୋବୋଟ୍ ବାହାର କରିବାକୁ ସେ ଏହି କମ୍ପାନୀ ତାଙ୍କର ସବୁ ଅର୍ଥ, ସାମର୍ଥ୍ୟ ଖଟାଇ ଦେଇଥିଲେ । ଲଗାତାର ୭ ବର୍ଷ ଯାଏ ପ୍ରଣୋତି ଓ ତାଙ୍କ ଟିମ୍ କଠିନ ପରିଶ୍ରମ କରି ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ଲାଗି ପଡିଲେ । ଏଥିପାଇଁ ସେମାନେ ସିଙ୍ଗାପୁରରେ ଇଣ୍ଟେଲ ବର୍କଲେ ଟେକ୍ନୋଲୋଜି ଇଣ୍ଟରପ୍ରେନୁ୍ୟରସିପ୍ ଚ୍ୟାଲେଞ୍ଜରେ ତୃତୀୟ ହୋଇ ଷ୍ଟାଟ୍ ଅପ୍ @ସିଙ୍ଗାପୁର ପୁରସ୍କାର ହାତେଇବାରେ ସକ୍ଷମ ହୋଇଥିଲେ।

ରୋଟିମାଟିକ୍ ଭବିଷ୍ୟତ

ରୋଟିମେଟିକ୍ ପ୍ରତି ମିନିଟରେ ଗୋଟିଏ ତାଜା ଓ ଫ୍ରେସ୍ ରୁଟି ତିଆରି କରିପାରୁଛି । ଏହାର ବିକ୍ରି ପାଇଁ ମଧ୍ୟ ବହୁ ସଂଖ୍ୟାରେ ଅର୍ଡର ମିଳୁଛି । ସେ କାମ କରୁଥିବା ଟିମ୍ ସଂଖ୍ୟା ମଧ୍ୟ ଏହା ଭିତରେ ପ୍ରାୟ ୩୫ରେ ପହଞ୍ଚିଲାଣି । ରୋଟି ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ଓ ଏକ ସନ୍ତୁଳିତ ଆହାର । ମାତ୍ର ଏହା ପ୍ରସ୍ତୁତ କିରବାକୁ ଟିକେ ଅଧିକ ସମୟ ଦରକାର ପଡେ । ଏଥିପାଇଁ ପ୍ରାରମ୍ଭିକ ଭାବେ ପ୍ରବାସୀ ଭାରତୀୟମାନେ ଏହାକୁ କିଣିବାକୁ ବେଶି ଆଗ୍ରହ ଦେଖାଉଛନ୍ତି । ଆମେରିକାରେ ରହୁଥିବା ଭାରତୀୟମାନେ ଏହି ରୋଟିମାଟିକ୍ କିଣିବାକୁ ଅଧିକ ଇଚ୍ଛା କରୁଛନ୍ତି ।

ଟେକ୍ନୋଲୋଜିରେ ମହିଳା

ଜଣେ ମହିଳା ହୋଇ ଏକ ହାର୍ଡଓୟାର ପ୍ରଡକ୍ଟ ବାହାର କରିବା ଏକ ସାଧାରଣ କଥା ନୁହେଁ । ପ୍ରଣୋତି କୁହନ୍ତି, ରୋଟିମାଟିକ୍ ମେସିନ୍ ବାହାର କରିବା ମିଶନରେ ସେ ମୁଖ୍ୟ ଟେକ୍ନୋଲୋଜି ଅଫିସର ଓ କମ୍ପାନୀର ଆର୍କିଟେକ୍ ଇଞ୍ଜିନିୟର । ମାତ୍ର ବହୁ ଲୋକେ ଏହାକୁ ବିଶ୍ୱାସ କରି ପାରନ୍ତିନି । ସମସ୍ତେ ଭାବନ୍ତି ମୁଁ କମ୍ପାନୀର ଜଣେ ସେଲସ୍ ବା ମାର୍କେଟିଂ ଅଫିସର । ‘ଅନେକ ସମୟରେ ମୁଁ ନିଜେ ବାଇକ୍ ଚଲାଇ ଅଫିସ୍ ମିଟିଂକୁ ଆସେ । ଏହାର ଉଦ୍ଦେଶ୍ୟ, ସମସ୍ତେ ଜାଣନ୍ତୁ; ଜଣେ ମହିଳା ଭାବେ ମୁଁ ଅନ୍ୟମାନଙ୍କୁଠାରୁ ଢେର୍ ଭିନ୍ନ’ । ପୁରୁଷଙ୍କଠାରୁ କୌଣସିଥିରେ କମ୍ ନୁହେଁ ।

ଶେଷକଥା

ପ୍ରଣୋତି କୁହନ୍ତି, ଗୋଟିଏ ମହିଳା ବି ସବୁ କିଛି କରି ଦେଖାଇ ପାରେ । ଯଦି ସେ ଶତପ୍ରତିଶତ ସାମର୍ଥ୍ୟ ଓ ଦୃଢ ମନୋବଳ ଲଗାଇ କାମ କରେ। ସେହିପରି ସେ କୁହନ୍ତି ରୋଟିମାଟିକ୍ ସଫଳ ହେବା ପଛରେ ତାଙ୍କ ସ୍ୱାମୀ ରିଷି ଇଶରାନିଙ୍କର ମଧ୍ୟ ବହୁ ତ୍ୟାଗ ଓ ଅବଦାନ ରହିଛି ।

ଆଧାର - Smrutiranjan biswal (freelancer journalist)

Last Modified : 12/26/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate