অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସିଟିବସ୍ ପାଇଁ ମୋବାଇଲ୍ ଆପ୍ ‘ ଟ୍ରାଭେଲ ସ୍ମାର୍ଟ’

ସିଟିବସ୍ ପାଇଁ ମୋବାଇଲ୍ ଆପ୍ ‘ ଟ୍ରାଭେଲ ସ୍ମାର୍ଟ’

ସ୍ମାର୍ଟସିଟି ମିଶନ୍

ସ୍ମାର୍ଟସିଟି ମିଶନ୍ ରେ ଯେତେସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଅବା ହେବାକୁ ଯାଉଛି, ସେଥିମଧ୍ୟରୁ ପରିବହନ ଓ ଗମନାଗମନ ବ୍ୟବସ୍ଥାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି । ଏହି ପ୍ରକଳ୍ପରେ ଆଗରେ ରହିଛି ସିଟିବସ୍ ସେବା । ତେଣୁ ସ୍ମାର୍ଟସିଟିରେ ସିଟିବସ୍ ସେବାକୁ ସ୍ମାର୍ଟ କରିବା ଲାଗି ଆସିବ ସ୍ଵତନ୍ତ୍ର ମୋବାଇଲ ଆପ୍। ଏହାର ନାମ ହେଉଛି ଟ୍ରାଭେଲ ସ୍ମାର୍ଟ । ଏହି ଆପ୍ ଜରିଆରେ ଜନସାଧାରଣ ସିଟିବସ୍ ସମ୍ପର୍କରେ ସମସ୍ତ ସୂଚନା ପାଇବାକୁ ସମର୍ଥ ହେବେ । ମାର୍ଚ୍ଚ ମାସ ଶେଷ ସୁଦ୍ଧା ଲୋକଙ୍କୁ ଏହି ସୁବିଧା ମିଳିବ ବୋଲି ଜଣା ପଡିଛି ।

ଟ୍ରାଭେଲ ସ୍ମାର୍ଟ’ଆପ୍

ସ୍ମାର୍ଟସିଟି ମିଶନରେ ସହର ମଧ୍ୟରେ ୫୭୦ ଆଧୁନିକ ବସ୍ । ଚଳାଇବା ପାଇଁ ପଦକ୍ଷେପ ନିଆଯାଉ ଥିବାବେଳେ ଏହି ସେବାକୁ ସୂଚନା ପ୍ରଯୁକ୍ତି ସହ ଯୋଡ଼ିବା ପାଇଁ ଜିପିଏସ୍ ଓ ସିସିଟିଭି ଲଗାଇବା, ନିୟନ୍ତ୍ରଣ କକ୍ଷ ସ୍ଥାପନ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । ତେବେ ଏଥିରେ ଆଉ ଏକ ପଦକ୍ଷେପସ୍ଵରୂପ ମୋବାଇଲ ଆପ୍ବ୍ୟବସ୍ଥା ବ୍ୟବହାର ଆରମ୍ଭ ଲାଗି ନିଷ୍ପରି ହୋଇଛି । ଯଦିଓ ଏହି ବ୍ୟବସ୍ଥା ସ୍ମାର୍ଟସିଟି ଲିମିଟେଡ଼ ପକ୍ଷରୁ କରାନଯାଇ, ସିଟିବସ୍ ପରିଚାଳନା ଦାୟିତ୍ଵରେ ଥିବା ଭୁବନେଶ୍ଵର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସେସ୍ ଲିମିଟେଡ଼ (ବିପିଟିଏସଏଲ) ପକ୍ଷରୁ ଆରମ୍ଭ ହେଉଥିଲେ ମଧ୍ୟ ସ୍ମାର୍ଟସିଟିପ୍ରକଳ୍ପର  ଏହା ଏକ ଅଂଶବିଶେଷ ହେବ । ସୂଚନା ଅନୁସାରେ ଏବେ ୧୦୦ଟି ସିଟିବସ୍ ଜିପିଏସ ଲଗାଯାଇ ଭେହିକିଲ, ଟ୍ରାକିଂସିଷ୍ଟମ (ଭିଟିଏସ୍) ବ୍ୟବସ୍ଥା ଆରମ୍ଭ ପାଇଁ କର୍ତ୍ତୃପକ୍ଷ ଟେଣ୍ଡର ଆହ୍ଵାନ କରିଛନ୍ତି । ଏହି ବ୍ୟବସ୍ଥା ଆରମ୍ଭ ହେବା ପରେ ଟ୍ରାଭଲେ, ସ୍ମାର୍ଟ ଆପ୍ କାର୍ଯ୍ୟକ୍ଷମ ହେବ । ଏହି ଆପ୍ ଜରିଆରେ ଲୋକେ ଭୁବନେଶ୍ଵର, କଟକ, ପୁରୀ ଓ ଖୋର୍ଦ୍ଧାରେ ଚଳାଚଳ କରୁଥିବା ସମସ୍ତସିଟିବସ୍ କୁ ଏହି ଆପ୍ ସହ ସଂଯୋଗ କରାଯିବ । ଅର୍ଥାତ ଟ୍ରାଭେଲ ସ୍ମାର୍ଟ ଆପ୍ ବ୍ୟବହାର କରି ଯାତ୍ରୀ ସମସ୍ତ ବସ୍ ତଥ୍ୟ ପାଇ ପାରିବେ । ବିଶେଷକରି କେଉଁ ରୁଟ୍ ରେ କେତେ ନମ୍ବର ବସ୍ ଯାଉଛି, କେତେବେଳେ ଯିବା ଆସିବା କରୁଛି, ବର୍ତ୍ତମାନନିର୍ଦ୍ଦିଷ୍ଟରୁଟ୍ର ବସ୍ କେଉଁ ସ୍ଥାନରେ ଗତି କରୁଛି, କୌଣସି ନିର୍ଦ୍ଦିଷ୍ଟସ୍ଥାନରେ କେତେବେଳେ ପହଞ୍ଚିବ, ଯାତ୍ରୀ ଉଡ୍ । କେତେ ଟଙ୍କା ଆଦି ତଥ୍ୟଜାଣିହେବ । ଏଥିସହ ଯାତ୍ରୀ ସିଟି ବସ୍ ସେବା ସମ୍ପର୍କରେ ନିଜ ଆପତ୍ତି ଅଭିଯୋଗ ମଧ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇ ପାରିବେ । ବିପିଟିଏସଏଲ, ଜେନେରାଲ ମ୍ୟାନେଜର (ପ୍ରଶାସନ) ସୁକାନ୍ତ କୁମାର ପ୍ରଧାନ କହିଛନ୍ତି, ସ୍ମାର୍ଟସିଟି ମିଶନରେ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଏକାଧିକ ପଦକ୍ଷେପ ନିଆଯାଉ ଥିବା ବେଳେ ଟ୍ରାଭେଲ ସ୍ମାର୍ଟ ଆପ୍ଏଦିଗରେଆଉ ଏକ ସଫଳ ପଦକ୍ଷେପ ଜୋହିବ । ସିଟିବସ୍କୁ ନେଇ ଯେକୌଣସି ପ୍ରକାର ସୂଚନା ଏଥିରୁ ମିଳିପାରିବ । ଯଦି ଜଣେ ବ୍ୟକ୍ତି ପ୍ରଥମଥର ଲାଗି ଏଠାକୁ ଆସିଛନ୍ତି ଏବଂ ନିଜ ସନ୍ତବ୍ୟସ୍ଥଳକୁ ଯିବା ଲାଗି  କେଉଁ ବସ୍ କେତେ ବେଳେ ଆସିବ, ତା’ର ଭଡ଼ା କେତେ ଆଦି ଜାଣିବାକୁ ଚାହୁଁଛନ୍ତି, ତେବେ ଏହି ମୋବାଇଲ ଆପ୍ ତାଙ୍କୁ ସାହାଯ୍ୟ କରିବ । ସେହିପରି କେଉଁ ସ୍ଥାନକୁ ସିଟି ବସ୍ ଯାଉଛି, କେଉଁ ସମୟରେ ସେଠାରେ ଆସି ପହଞ୍ଚିବ ଆଦି ସୂଚନା ବ୍ୟତୀତ ରିୟଲ ଟାଇମ୍ ତଥ୍ୟ ସେ ପାଇ ପାରିବେ । ଟ୍ରାଭେଲ ସ୍ମାର୍ଟ  ଆପ୍ଏବେ ପ୍ରସ୍ତୁତ ହୋଇ ରହିଛି ଏବଂ ସିଟିବସ୍ ଜିପିଏସ୍ ଲାଗି ସାରିବା ପରେ ମାର୍ଚ୍ଚ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଆମେ ଆଶାବାଦୀ ଅଛୁ । ଏଥିଲାଗି ଏକ ସ୍ଵତନ୍ତ ନିୟନ୍ତ୍ରଣ କକ୍ଷ ରହିବ ଏବଂ ଆମ ଅଧିକାରୀ କମ୍ପ୍ୟୁଟରରେ ସମସ୍ତ ବସ୍ ଅବସ୍ଥିତି ଜାଣିପାରିବେ ।

ଆଧାର, ଓଡିଶା ରେପୋଟର

Last Modified : 9/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate