অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

୭ଟି କାରଣ କାହିଁକି Google Allo ଦେଇପାରେ Whatsappକୁ ମାତ୍

୭ଟି କାରଣ କାହିଁକି Google Allo ଦେଇପାରେ Whatsappକୁ ମାତ୍

ଆବଶ୍ୟକ ଟେକନୋଲଜି

ଆମେ ବର୍ତ୍ତମାନ ଏକ ଏପରି ଯୁଗରେ ଆସି ପହଞ୍ଚିଛୁ ଯେଉଁଠାରେ ଆମର କର୍ମବହୁଳ ଦୈନନ୍ଦିନ ଜୀବନର ଅଧିକାଂଶ ଦିଗରେ ଆମେ ଟେକନୋଲଜିକୁ ଲୋଡୁଛୁ ବା ତା’ ଉପରେ ନିର୍ଭର କରୁଛୁ। ଆଜି ଆମର ପ୍ରାୟ ସମସ୍ତ କାର୍ଯ୍ୟ, ରୁଚି ଏପରିକି ଚିନ୍ତାଧାରା ମଧ୍ୟ ଆମେ ଅନଲାଇନରେ କଣ ପଢୁଛୁ ବା ଦେଖୁଛୁ, ଆମ ସ୍ମାର୍ଟ ଫୋନର ୧୬ ଜିବି ଜାଗାକୁ କେଉଁ ସବୁ ଆପ୍ପ ମାନେ ମାଡ଼ି ବସିଛନ୍ତି ଓ ଆମକୁ କି’ପ୍ରକାର ତଥ୍ୟ ଓ ସୁବିଧା ଦେଉଛନ୍ତି, ତା’ରି ଉପରୁ ଗଜା ଧରୁଛି। ଏଇ ସବୁ ଜିନିଷ ଆମକୁ ଅନ୍ୟ ମଣିଷ ଏହା ପରିକି ରୋବୋଟ (ଯେମିତିକି ଶିରି ଓ କୋର୍ଟାନା) ମାନଙ୍କ ସହ ଯୋଗାଯୋଗର ସବୁଠାରୁ ସରଳ ଓ ସୁବିଧା ମାଧ୍ୟମଟି ଯୋଗାଇଦେଉଛି। ଭୌଗୋଳିକ ସ୍ଥିତିଓ ଦୂରତାର ୟା ଉପରେ କିଛି ଫରକ ନାହିଁ। ଆପଣଙ୍କ ଡ୍ରଇଂ ରୁମରେ ବସି ବିଦେଶରେ ରହୁଥିବା ଆପଣଙ୍କ ଭଉଣୀ ସହ ଆପଣ ଘଣ୍ଟା ଘଣ୍ଟା ହାଙ୍ଗ ଆଉଟ କରିପାରୁଛନ୍ତି ଠିକ ସେମିତି ଯେମିତି ଗୋଟିଏ ରୁମରେ ବସି ଆଳାପ କରିପାରୁଥାନ୍ତେ। କୃତିମ ବୁଦ୍ଧିମତ୍ତାକୁ ନେଇ ହେଉଥିବା ବୈଷୟିକ ପ୍ରଗତି ଓ ବିକାଶ ଗୁଡ଼ିକ ସହ ଆମ ମସ୍ତିଷ୍କ ଲାଗିପଡିଛି କିପରି ଆହୁରି ଅଧିକ ସୁବିଧା ମିଳିପାରିବ ଯାହାକି ଆମକୁ ବର୍ତ୍ତମାନ ଠାରୁ ଆହୁରି ଅଧିକ ଆରାମ ଦେବ। ଏହାକୁ ଇଂରାଜୀର ଗୋଟିଏ ବାକ୍ୟରେ କହିଲେ ହେବ - maximum comfort and minimum effort।

ଗୁଗଲର ନୂଆଁ ଆପ୍ପ

ଏଇଠି ଆସୁଛି ଗୁଗଲର ନୂଆଁ ଆପ୍ପ - - Google Allo। ଏଥିରେ ଥିବା ଲୋଭନୀୟ ନୂଆଁ ଓ ସହଜ ବ୍ୟବାହାରଯୋଗ୍ୟ ଫିଚର ସହ ଗୁଗଲ ଏହି କ୍ଷେତ୍ରର ପୁରୁଣା ଖେଳାଳୀଙ୍କୁ ଜବରଦସ୍ତ ଟକ୍କର ଦେବାକୁ କମର ଭିଡ଼ିଛି।

ମେସେଜିଙ୍ଗରେ ନମ୍ବର ଏକ Whatsapp ବର୍ତ୍ତମାନ ଆଣ୍ଡ୍ରୋଏଡ ଓ iOS ମେସେଜିଙ୍ଗ କ୍ଷେତ୍ରରେ ନିଜର ପ୍ରଭୁତ୍ଵ ଜାରି ରଖିଛି। ତା’ର ଇଉଜର ବେସରେ ରହିଛନ୍ତି ବେଶ କିଛି ବିରାଟ ଦେଶମାନେ। କିନ୍ତୁ Allo ବୋଧହୁଏ ଏସବୁକୁ ନିଜ ଆଡ଼େ ଟାଣି ନେଇପାରେ। ଯଦିଓ Whatspp, Facebook Messenger ଓ iMessage ସହ ମିଶି ଏପରି ଅନେକ ଗୁଡ଼ିଏ ସେବା ଓ ସୁବିଧା ଦେଉଛି ଯାହାକି ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ଜୀବନକୁ ଆହୁରି ସରଳ କରିଦେଉଛି କିନ୍ତୁ Allo ନେଇକରି ଆସିଛି ସେସବୁ ଠାରୁ ଉତ୍ତମ ଓ କିଛି ‘‘smart abilities’, ଯାହା ମୋଟାମୋଟି ଭାବରେ ଆପଣଙ୍କର ଭର୍ଚୁଆଲ ଆସିଷ୍ଟାଣ୍ଟ ଭାବେ କାମ କରିବ।

ଯଦିଓ \Whatsappର ଅନୁଗତ ମାନେ ଏଇ ନୂଆ ଆପ୍ପ ବିରୁଦ୍ଧରେ କହିପାରନ୍ତି ଓ Facebook ଦ୍ଵାରା ଅଧିକୃତ ଅହି ଆପ୍ପ ସହ ତାଙ୍କର ଆନୁଗତ୍ୟ ବଜାୟ ରଖିପାରନ୍ତି, ଆସନ୍ତୁ ଦେଖିବା ଏହି ଦୁଇ ମେସେଜିଙ୍ଗ ଆପ୍ପ ମଧ୍ୟରେ ଏକ ତୁଳନାତ୍ମକ ବିଶ୍ଳେଷଣ ଯାହା କିଛି ତଥ୍ୟ ସାମନାକୁ ଆଣିବ ଯାହା ବୋଧହୁଏ ଇଙ୍ଗିତ କରିପାରେ ଯେ Google Allo ଖୁବଶୀଘ୍ର Whatsappକୁ ପଛରେ ଛାଡ଼ିଦେଇପାରେ।

• ଗୁଗଲ ଆସିଷ୍ଟାଣ୍ଟ

ଏଇ ଆପ୍ପଟି ଆପଣଙ୍କର ନିଜସ୍ୱ ଆସିଷ୍ଟାଣ୍ଟ ପରି କାମ ଦେବ ଯଦିଓ ଭର୍ଚୁଆଲ କିନ୍ତୁ ଆସିଷ୍ଟାଣ୍ଟ ନିଶ୍ଚୟ। ଯଦିଓ Whatsappରେ ଗୁଡ଼ିଏ ସ୍ଵତନ୍ତ୍ର ଫିଚର ରହିଛି ଯେମିତିକି ନିଜର ଭୌଗୋଳିକ ସ୍ଥାନ, କୌଣସି ଫାଇଲ, ଅଡିଓ ରେକର୍ଡିଂ ପଠେଇପାରିବେ ମାତ୍ର ଏସବୁ ହେଲା ସେଭ କରାଯାଇଥିବା ଫାଇଲ ଯାହାକୁ ଆପଣ ଏହି ଆପ୍ପ ମାଧ୍ୟମରେ ଶେୟାର କରନ୍ତି। Allo କିପରି ଭାବେ ତା’ଠାରୁ ଅଲଗା – ଆପଣ ବୋଧହୁଏ ଭାବୁଥାଇପାରନ୍ତି ଯେ ଅମକ ଜାଗାରୁ ସମକ ଜାଗାକୁ ଯିବା ପାଇଁ ସମୟ ଏତେ ଲାଗିବ, ଅଥବା କୌଣସି ଏକ ଗନ୍ତବ୍ୟ ସ୍ଥଳ ପାଇଁ ସବୁଠାରୁ ଶସ୍ତା ଓ ଭଲ ଫ୍ଲାଇଟ କଅଣ ଅବା ସେଠାରେ କଉ ହୋଟେଲ ସବୁଠାରୁ ଭଲ ରିହାତି ଦେଉଛି, ବାସ Allo ଖୋଲି @google ଟାଇପ କରି ନିଜର ପ୍ରଶ୍ନ ଲେଖିଦିଅନ୍ତୁ ଏବଂ ପରକ୍ଷଣରେ ଆପଣ ସେ ନେଇ ସମସ୍ତ ଖବର, ତଥ୍ୟ ଓ ସମସ୍ତ ଉପଲବ୍ଧ ଛବି ମଧ୍ୟ ପାଇଯିବେ।

• ମେସେଜ ଭିତରେ ସର୍ଚ

ଆପଣ ଗୋଟେ ଡିନର ପ୍ଳାନ କରୁଥାଇପାରନ୍ତି ବା ଗୋଟେ ହିଟ ନୂଆଁ ଗୀତ Whatsappରେ ସାଙ୍ଗମାନଙ୍କ ସହ ଶେୟାର କରିବାକୁ ଚାହାଁନ୍ତି – ଆପଣଙ୍କୁ whatsapp ବନ୍ଦ କରିବାକୁ ପଡିବ ବା backgroundରେ ତାକୁ ଚାଲୁ ରଖି ଅନ୍ୟ ଫୁଡ/ମିଉଜିକ ଖୋଲି ସେଥିରୁ ଆପଣଙ୍କ ପସନ୍ଦ ଲିଙ୍କ କପି କରି ପୁଣି whatsapp ଖୋଲି ସେଥିରେ ଚାଟରେ ପଠେଇବାକୁ ପଡେ। କିନ୍ତୁ Google Alloରେ କେବଳ @google ଟାଇପ କରି ନିର୍ଦ୍ଧିଷ୍ଟ ରେସ୍ତୋରାଁର ନାମ ବା ଆପଣଙ୍କ ପସନ୍ଦ ଗୀତର ମୁଖ୍ଡ଼ା ଟାଇପ କରିଦେଲେ ତାଙ୍କୁ ନେଇ ସବୁ ଉପଲବ୍ଧ ଲିଙ୍କ ଆପ୍ପ ଆପଣଙ୍କୁ ଦେଇଦେବ ଯାହାକୁ ଆପଣ ପ୍ରିଭିଉ କରିବା ପରେ ଇଚ୍ଛା ଅନୁସାରେ ଶେୟାର କରିପାରିବେ। ତେଣୁ ଆପଣଙ୍କୁ ଚାଟ ବକ୍ସ ବନ୍ଦ କରିବାର ଆବଶ୍ୟକତା ନାହିଁ ଓ ଚାଟ କରୁଥିବା ସହ ଆପଣ ଅନ୍ୟ ତଥ୍ୟ ସେଇ ସମାନ ସ୍କ୍ରୀନରେ ପାଇପାରିବେ।

• ଅଟୋମାଟିକ ପ୍ରତିକ୍ରିୟା

ଏହି ଆପ୍ପଟି କିଛି ଆପଣଙ୍କ ତରଫରୁ କିଛି ଅଟୋମାଟିକ ପ୍ରତିକ୍ରିୟା ବା ଉତ୍ତର ମଧ୍ୟ ପଠେଇପାରେ। machine-learning technology ଥିବା ଏକ ସଫ୍ଟୱେର ଜରିଆରେ ଜଣେ ଇଉଜରଙ୍କର ପ୍ରାୟ ବ୍ୟବହାର ହେଉଥିବା ପ୍ରତିକ୍ରିୟାକୁ ଏହା ଷ୍ଟୋର କରିଥାଏ। ଧୀରେ ଧୀରେ ଆପ୍ପ ବ୍ୟବହାର କରିବା ସହ ଏହି ସଫ୍ଟୱେରର ଦକ୍ଷତା ବଢିଥାଏ। ଏଇ ଧରନ୍ତୁ ଆପଣଙ୍କ ଜଣେ ସାଙ୍ଗ ଆପଣଙ୍କୁ ମେସେଜ କଲେ – How are you ? ଆପ୍ପ ଆପଣଙ୍କୁ ଏକ ରେଡ଼ିମେଡ଼ ଉତ୍ତର ଅଫର କରିବା ଯେମିତିକି - ‘Good, how about you’ ଯାହାକୁ ଆପଣ ପଠେଇପାରିବେ। ପ୍ରଥମେ ଟିକେ ଖାପଛଡା ଲାଗିଲେ ବି ଆପଣ ଯଦି ବ୍ୟସ୍ତ ଅଛନ୍ତି ତେବେ ଏହା ଅନେକ ସାହାଯ୍ୟ କରିବ।

• ଫୋଟୋ Recognition

Google ଏଥିରେ ଏକ ‘photo recognition’ ସଫ୍ଟୱେର ମଧ୍ୟ ଯୋଡ଼ିଛି ଯାହା ଆପଣ ରିସିଭ କରୁଥିବା ଫୋଟୋକୁ ଚିହ୍ନି ତା’ ପାଇଁ ଏକ ଉପଯୁକ୍ତ ପ୍ରତିକ୍ରିୟା ମଧ୍ୟ ଅଫର କରିବ। ଯେମିତିକି ଆପଣଙ୍କ ସାଙ୍ଗ ଆପଣଙ୍କୁ ଏକ ସୁନ୍ଦର ସୂର୍ଯ୍ୟାସ୍ତର ଫୋଟୋ ପଠେଇଛନ୍ତି, ଆପ୍ପ ଆପଣଙ୍କୁ ‘beautiful’ ବା ‘wow’ ରିପ୍ଲାଇ କରିବାର ପରାମର୍ଶ ଦେବ। ସାଧାରଣତଃ ଆପଣ ବ୍ୟବହାର କରୁଥିବା କିଛି ବାକ୍ୟ ଉପରେ ଆଧାର କରି ପ୍ରତିକ୍ରିୟାର ପରାମର୍ଶ ଆସିବା। ଶେଠୀ ମଧ୍ୟରୁ ଆପଣ ନିଜ ପସନ୍ଦର ପ୍ରତିକ୍ରିୟାକୁ ସିଲେକ୍ଟ କରି ପଠେଇପାରିବେ।

  • Selective end to end encryption
  • Whatsapp ଓ Allo ଉଭୟ ଚାଟ ପାଇଁ end to end encryption ଅଫର କରନ୍ତି କିନ୍ତୁ Allo ‘selective end to end encryption’ ଅଫର କରେ। ତା’ ମାନେ ହେଲା ଆପଣ କୌଣସି ଏକ ନିର୍ଦ୍ଧିଷ୍ଟ contactଙ୍କ ସହ incognito ମୋଡରେ ଚାଟ କରିପାରିବେ ଯାହା ଫଳରେ ଚାଟ ପରେ ସେଇ ଚାଟର କୌଣସି history ରହିବ ନାହିଁ (ଆପଣ ନିଜେ ସେଟ କରିଥିବା expiration period ଅନୁସାରେ)।

  • Text formatting ଓ ଆହୁରି ଉନ୍ନତ ଫିଚର
  • Google Allo ଆପଣଙ୍କୁ ଟେକ୍ସଟକୁ ଫର୍ମାଟ କରି ବଡ ବା ଛୋଟ ସାଇଜର ଫଣ୍ଟ ପଠେଇବାର ବିକଳ୍ପ ମିଳୁଛି। send ବଟନକୁ ଉପରକୁ ବା ତଳକୁ ସ୍ଲାଇଡ କରି ଆପଣ ଫଣ୍ଟର ସାଇଜ ବଡ଼ ବା ଛୋଟ କରିପାରିବେ। ଏଥିରେ ଆପଣ ଷ୍ଟିକରର ଏକ ବିଶାଳ ସଂଗ୍ରହ ବ୍ୟବହାର କରିପାରିବେ ଓ ତା’ଛଡ଼ା କୌଣସି ଏକ ଫୋଟୋ ପଠେଇବା ଆଗରୁ ଆପଣ ତା’ଉପରେ କିଛି ଲେଖି ମଧ୍ୟ ପାରିବେ।

  • Google ବ୍ରାଣ୍ଡର ଟ୍ୟାଗ ଲାଇନ
  • ନିଶ୍ଚୟ Whatsappକୁ ଫେସବୁକ ଅଧିଗତ କରିନେଇଛି କିନ୍ତୁ Google Allo ହେଲା ସଂପୂର୍ଣ୍ଣ ଭାବେ Googleର ନିଜର ସୃଷ୍ଟି ଓ ସମ୍ପତ୍ତି। ଏଥିରେ ଭିଡିଓ କଲିଂ ବା ସିଧାସଳଖ କଲିଂର ସୁବିଧା ଦିଆଯାଇନାହିଁ କାରଣ googleର ଅନ୍ୟ ଆପ୍ପ Duo ଓ Hangoutରେ ଏ ସୁବିଧା ରହିଛି। ଏଥିରେ ରହିଛି Google ସର୍ଚର ପାୱାର ଯାହା ଯୋଗୁ ଯୋଗାଯୋଗ ଆହୁରି ସରଳ, ସୁବିଧାଜନକ ଓ ସୁରକ୍ଷିତ ହେଇଥାଏ।

    ବିନା କୌଣସି ତର୍କରେ Whatsapp ବର୍ତ୍ତମାନର ଭର୍ଚୁଆଲ ଯୋଗାଯୋଗର ବେତାଜ ବାଦଶାହ। କିନ୍ତୁ Google Allo ଏହି ସତ୍ୟକୁ ବଦଳାଇବାର ସମ୍ଭାବନା ରହିଛି। ଆପଣ କଅଣ ଭାବୁଛନ୍ତି। କମେଣ୍ଟ କରି ଜଣାନ୍ତୁ ନା!

    ଆଧାର

    "yourstory"

Last Modified : 2/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate