অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡିଜିଟାଲ୍ ଆର୍ଥିକ ସେବା

ଉପକ୍ରମ

ଅଙ୍କୀୟ (Digital) ଆର୍ଥିକ ଅନ୍ତର୍ଭୂକ୍ତି ସମାଜର ଅବହେଳିତ ଲୋକଙ୍କ ଦ୍ଵାରା ଔପଚାରିକ ଆର୍ଥିକ ସେବାର ଅଙ୍କୀୟ (digital) ଅଭିଗମ୍ୟତାକୁ ବୁଝାଏ । ଏହି ଉଦ୍ଦେଶ୍ୟ ପାଇଁ ଯେଉଁ ସେବା ସମୂହର ବ୍ୟବସ୍ଥା କରାଯାଇଛି, ତାକୁ ଅଙ୍କୀୟ (Digital) ଆର୍ଥିକ ସେବା କୁହାଯାଏ । ଏହକୁ ଉପଭୋକ୍ତାଙ୍କ ସୁବିଧା କୁ ଆଖିରେ ରଖି ଏପରି ପ୍ରସ୍ତୁତ କରାଯାଇଛି ଯାହା କି ଉପଭୋକ୍ତାଙ୍କ ପାଇଁ କମ୍ ମୂଲ୍ୟର ହେବା ସହିତ ସେବା ପ୍ରଦାନକାରୀଙ୍କୁ ମଧ୍ୟ ଦାଇତ୍ଵସମ୍ପନ୍ନ ଭାବେ ସେବା ପ୍ରଦାନ କରିବାପାଇଁ ମହଙ୍ଗା ପଡେ ନାହିଁ । ଏପରି ଅଙ୍କୀୟ ଆର୍ଥିକ ସେବାର ୩ଟି ପ୍ରମୁଖ ଅଙ୍ଗ ଅଛି: ଅଙ୍କୀୟ କାରବାରପାଇଁ ଏକ ମଞ୍ଚ, ଖୁଚୁରା ବ୍ୟବାସାୟ ପାଇଁ ପ୍ରତିନିଧି ଏବଂ ଉପଭୋକ୍ତା ତଥା ଏହି ପ୍ରତିନିଧି ମାନଙ୍କ ଦ୍ଵାରା ଏହି ମଞ୍ଚରେ ବ୍ୟବହାର ପାଇଁ ଏକ ଯନ୍ତ୍ର ଯଥା ମୋବାଇଲ ।

ଏହା ଏପରି ଏକ ବ୍ୟବସ୍ଥା ଯଦ୍ଦ୍ଵାରା ବ୍ୟାଙ୍କସେବାରେ ଅନ୍ତର୍ଭୁକ୍ତ ନଥିବା ବହୁତ ଲୋକ ଆର୍ଥିକ କାରବାରର ସୁବିଧା ପାଇପାରୁଛନ୍ତି । ବ୍ୟାଙ୍କ, କ୍ଷୁଦ୍ର ଋଣ ସଂସ୍ଥା, ମୋବାଇଲ ସେବା ପ୍ରଦାନକାରୀ ଏବଂ ତୃତୀୟ ପକ୍ଷ ପ୍ରଦାତାମାନେ କ୍ଷୁଦ୍ର ସ୍ତରର ପ୍ରତିନିଧି ମାନଙ୍କ ସହ ମିଶି ମୋବାଇଲ ଫୋନ, Point of Sale ଉପକରଣ ଇତ୍ୟାଦି ବ୍ୟବହାର ଅଧିକ ମାତ୍ରାରେ କରୁଛନ୍ତି । ଏହାଦ୍ୱାରା ପାରମ୍ପରିକ ବ୍ୟାଙ୍କ ବ୍ୟବସ୍ଥା ଠାରୁ କମ୍ ମୂଲ୍ୟରେ ସୁବିଧା ଯୋଗାଇ ଦିଅ ଯାଇ ପାରୁଛି ।

ଏଥିରେ ନିମ୍ନୋକ୍ତ ପ୍ରକାର ର ଅଙ୍କୀୟ (Digital) ଆର୍ଥିକ ସେବା ବିଷୟରେ ଆଲୋଚନା କରାଯାଇଛି ।

1. କାର୍ଡ

2. USSD

3. ଏଇପିଏସ

4. UPI

5. ୱାଲେଟ

 

କାର୍ଡ:

କାର୍ଡ କଣ?

ସାଧାରଣତଃ କାର୍ଡ ଗୁଡିକ ବ୍ୟାଙ୍କମାନଙ୍କ ଦ୍ଵାରା ଜାରି କରାଯାଏ, ଏବଂ ସେମାନଙ୍କ ପ୍ରକାଶନ, ଉପଭୋକ୍ତାଙ୍କ ଦ୍ଵାରା ବ୍ୟବହାର ଉପରେ ନିର୍ଭର କରି ପର୍ଯ୍ୟାୟଭୁକ୍ତ କରାଯାଏ । କାର୍ଡ ୩ ପ୍ରକାର: Debit କାର୍ଡ, Credit କାର୍ଡ ଓ ପୂର୍ବଦାତ (Prepaid) କାର୍ଡ ।

ପୂର୍ବଦାତ (Prepaid) କାର୍ଡ:

ଏଗୁଡିକ ଉପଭୋକ୍ତା ମାନଙ୍କ ବ୍ୟାଙ୍କ ଏକାଉଣ୍ଟରୁ ପୂର୍ବରୁ ଭର୍ତ୍ତି କରାଯାଇଥାଏ ଓ ସୀମିତ ମୂଲ୍ୟର କାରବାର ପାଇଁ ପ୍ରଯୁଜ୍ୟ । ମୋବାଇଲ ପରି ଏହାକୁ ରିଚାର୍ଜ କରି ହୁଏ ।

Debit କାର୍ଡ:

ଆପଣଙ୍କ ଯେଉ ବ୍ୟାଙ୍କରେ ଏକାଉଣ୍ଟ ଅଛି, ସେହି ବ୍ୟାଙ୍କ ଦ୍ଵାରା ଏହି କାର୍ଡ ଜାରି କରାଯାଏ । ଏହା ଆପଣଙ୍କ ଏକାଉଣ୍ଟ ସହ ସଂଯୁକ୍ତ । ଏହାଦ୍ଵାରା ଉପଭୋକ୍ତାଙ୍କ ଦ୍ଵାରା କରାଯାଇଥିବା ଯେକୌଣସି ଖର୍ଚ୍ଚ ତାଙ୍କ ଏକାଉଣ୍ଟ (ଚଳନ୍ତି/ ସଞ୍ଚୟ କିମ୍ବା overdraft) ରୁ କଟି ଯାଏ । ଏକାଉଣ୍ଟରେ ଥିବା ଟଙ୍କା ମଧ୍ୟରୁ ଉପଭୋକ୍ତା ନଗଦ ଟଙ୍କା ମଧ୍ୟ ଉଠାଇପାରିବେ । ଏହାଦ୍ୱାରା ଜଣଙ୍କ ଏକାଉଣ୍ଟରୁ ଅନ୍ୟଜଣଙ୍କ ଏକାଉଣ୍ଟକୁ ମଧ୍ୟ ଟଙ୍କା ପଠାଯାଇ ପାରେ ।

Credit କାର୍ଡ:

ଏହା ବ୍ୟାଙ୍କ ଓ RBI ଦ୍ଵାରା ସ୍ଵୀକୃତ ଅନ୍ୟ ସଂସ୍ଥା ମାନଙ୍କୁ ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ । ଏହା ଘରୋଇ କ୍ଷେତ୍ର ଓ ଆନ୍ତର୍ଜାତିକ ସ୍ତରରେ (ଯଦି ଆନ୍ତର୍ଜାତିକ ବ୍ୟବହାର ପାଇଁ ଶସକ୍ତ) ବ୍ୟବହାର କରାଯାଇ ପାରେ । Credit କାର୍ଡ ଦ୍ଵାରା ଉପଭୋକ୍ତାଙ୍କ ଯେତେ ଟଙ୍କା ବ୍ୟାଙ୍କ ରେ ଅଛି, ତାଠାରୁ ଅଧିକ ଉଠାଣ କରିହୁଏ ।  କିନ୍ତୁ ଅଧିକ ଉଠାଣ ପାଇଁ ଏକ ସୀମା ନିର୍ଧାରିତ ହୋଇଥାଏ ।

ନିର୍ଧାରିତ ସମୟ ସୀମା ମଧ୍ୟରେ ଋଣ ପଇଠ ନକଲେ ଅଧିକ ଉଠା ହୋଇଥିବା ରାଶି ସୁଧସହ ଫେରେଇବା ପାଇଁ ପଡିଥାଏ ।

Debit କାର୍ଡ ଓ Credit କାର୍ଡ କିପରି ବ୍ୟବହାର କରିବେ?

1.         ଟଙ୍କା ଉଠାଇବା ପାଇଁ ଉପଭୋକ୍ତାଙ୍କୁ ନିଜର Debit କାର୍ଡ କିମ୍ବା Credit କାର୍ଡ ଏଟିଏମ ମେସିନ ରେ ଭର୍ତ୍ତି କରି ୪ ଅଙ୍କ ବିଶିଷ୍ଟ PIN ଟିପିବାକୁ ପଡେ । ସର୍ବାଧିକ ରାଶି ଉଠାଣ ସୀମା ବ୍ୟାଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥାଏ ।

2.         Debit କାର୍ଡ କ୍ଷେତ୍ରରେ ବ୍ୟାଙ୍କ ବାଲାନ୍ସ ଜାଣିବା, ଟଙ୍କା କିମ୍ବା ଚେକ୍ ଜମା କରିବା, ଉଠାଣ ପଇଠ ର ବିବରଣୀ ଇତ୍ୟାଦି ଅନ୍ୟ ଆର୍ଥିକ ସେବା ମଧ୍ୟ ବ୍ୟାଙ୍କ କୁ ନଯାଇ ଉପଲବ୍ଧ ହୋଇଥାଏ ।

3.         ଦୋକାନ ରୁ ଜିନିଷ କିଣାକିଣି କଲାବେଳେ ନିମ୍ନୋକ୍ତ ପ୍ରକ୍ରିୟା ସମ୍ପାଦନ କରନ୍ତୁ:

  • ଉପଭୋକ୍ତା ନିଜ କାର୍ଡ ଦୋକାନୀଙ୍କୁ ଦିଅନ୍ତୁ
  • ଦୋକାନୀ କାର୍ଡକୁ ନିଜ PoS ମେସିନରେ ଚଳାଇବେ
  • ଦୋକାନୀ ଟଙ୍କା ପରିମାଣ ପ୍ରବିଷ୍ଟ କରିବେ ।
  • ଗ୍ରାହକ ନିଜ PIN ନମ୍ବର ଟିପିବେ ।
  • ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲରେ SMS ଆସିବ ।
  • ମେସିନେ ରୁ ଏକ ଛପା ରସିଦ ବାହାରିବ ଯାହା ଦୋକାନୀ ଗ୍ରହକଙ୍କୁ ଦସ୍ତଖତ ପାଇଁ ଦେବେ ।
  • ଦୋକାନୀ ଗ୍ରାହକଙ୍କ ଦସ୍ତଖତ ଯୁକ୍ତ ରସିଦ ନିଜ ପାଖରେ ରଖିବେ ଏକ ନକଲ ଗ୍ରାହକଙ୍କୁ ଦେବେ ।
  • ଗ୍ରାହକଙ୍କ ବ୍ଯାଙ୍କ ଏକାଉଣ୍ଟ ରୁ ସେଠିକା ଟଙ୍କା କଟିଯିବ ।

ମୁଁ କାହିଁକି କାର୍ଡ ବ୍ୟବହାର କରିବି?

  • ଯେକୌଣସି ସ୍ଥାନରେ ବ୍ୟବହାର ଯୋଗ୍ୟ ।
  • ଦୋକାନ ରେ, ATM ରେ, ଵାଲେଟ ରେ, କ୍ଷୁଦ୍ର ATM ରେ, ଅନ୍ ଲାଇନ୍ କିଣାବିକା ରେ ପଇଠ ପାଇଁ କାମ କରିବ ।
  • Debit କାର୍ଡ ଓ Credit କାର୍ଡ ମାଧ୍ୟମରେ ATM ରୁ ଟଙ୍କା ଉଠାଣ କରିହେବ,  PoS ଓ ଅନ୍ ଲାଇନ୍ କିଣାକିଣି କରିହେବ ।
  • ପ୍ରତ୍ଯେକ ଉପଯୋଜ୍ୟ ବାବଦକୁ ଦେଣ ପଇଠ କରିହେବ ।
  • ଉପଭୋକ୍ତା ଟିକେଟ (ଉଡାଜାହାଜ, ବସ୍, ରେଳ) କାଟି ପାରିବେ ।
  • ଯେଉଠି ବି କାର୍ଡ ରିଡର କିମ୍ବା PoS ମେସିନ ଲାଗିଛି, ସେଠି ଯେକୌଣସି ବସ୍ତୁ କିମ୍ବା ସେବା ପାଇଁ  ଦେଣ ପଇଠ କରିହେବ ।

କାର୍ଡ କିପରି ପାଇବେ?

ପ୍ରତ୍ୟେକ ସରକାରୀ ତଥା ବେସରକାରୀ ବ୍ୟାଙ୍କ ଦ୍ଵାରା ଏହି କାର୍ଡ ଜାରି କରାଯାଇଥାଏ ।

  • ନିଜ ଏକାଉଣ୍ଟ ଥିବା ବ୍ୟାଙ୍କରେ ଦରଖାସ୍ତ ଦେଇ କାର୍ଡ ପାଇ ପାରିବେ ।
  • ନାଗରିକମାନେ Debit କାର୍ଡକୁ Ru- Pay କାର୍ଡ ରେ ବଦଳାଇ ପାରିବେ ।
  • ଏକାଉଣ୍ଟ ନଥିଲେ ଏକାଉଣ୍ଟ ଖୋଲିବାକୁ ପଡେ ।
  • ସରକାରୀ ନିର୍ଦେଶନାମା ଅନୁସାରେ, ପ୍ରତ୍ୟେକ ଜନ-ଧନ ଏକାଉଣ୍ଟ ଧାଡ଼ି ମାନଙ୍କୁ Ru- Pay କାର୍ଡ ଦିଆଯାଏ ।

 

Unstructured Supplementary Service Data (USSD)

USSD କଣ?

ଏହି ସେବା ଦେଶର ପ୍ରତ୍ୟେକ ସାଧାରଣ ବ୍ୟକ୍ତିଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ । ଏହାର ଲକ୍ଷ ହେଉଛି ଯେ ଅଞ୍ଚଳ, ମୋବାଇଲ ସେବା ପ୍ରଦାନକାରୀ କିମ୍ବା କେଉଁ କମ୍ପାନୀର ମୋବାଇଲ ଇତ୍ୟାଦି ବିଷୟକୁ ବିଚାରକୁ ନନେଇ ପ୍ରତ୍ୟେକ ଗ୍ରାହକ ଯେପରି ଗୋଟିଏ ସଂଖ୍ୟା ବ୍ୟବହାର କରି ବ୍ୟାଙ୍କ ସୁବିଧା ପାଇବେ ।  ଏହା ଏହା ରାଷ୍ଟ୍ରୀୟ ଏକୀକୃତ USSD ମଞ୍ଚ ଦ୍ଵାରା ପରିଚାଳିତ । ଏହାର ସଂକ୍ଷିପ୍ତ କୋଡ *99# । ଜେନ ଏହି ସେବା ଦ୍ଵାରା ଦୈନିକ ଟ 5,000/- ପର୍ଯ୍ୟନ୍ତ ପଇଠ କରିପାରିବେ ।

କଣ ଦରକାର?

  • ବ୍ୟାଙ୍କ ରେ ଏକାଉଣ୍ଟ
  • GSM ନେଟୱର୍କ ଥିବା ମୋବାଇଲ ।
  • ମୋବାଇଲ ନମ୍ବର ବ୍ୟାଙ୍କରେ ପଞ୍ଜୀକରଣ ।

କିପରି ବ୍ୟବହାର କରିବେ?

  1. ନିଜ ବ୍ୟାଙ୍କ କୁ ଯାଇ ମୋବାଇଲ ନମ୍ବର ପଞ୍ଜୀକରଣ କରାନ୍ତୁ (ATM କିମ୍ବା ଅନ୍ ଲାଇନ୍ ମଧ୍ୟ କରିହେବ)
  2. ଆପଣ ଏକ Mobile Money Identifier(MMID) ଏବଂ ଏକ ମୋବାଇଲ PIN ପାଇବେ ।
  3. ନିଜ ମୋବାଇଲ PIN ମାନେ ରଖନ୍ତୁ ।

USSD ବ୍ୟବହାର କିପରି କରିବେ?

  • ଏହା ସାଧାରଣ ମୋବାଇଲ ଫୋନରୁ ମଧ୍ୟ ବ୍ୟବହାର କରାଯାଇପାରିବ ।
  • ନିଜ ବ୍ୟାଙ୍କ କୁ ଯାଇ ମୋବାଇଲ ନମ୍ବର ପଞ୍ଜୀକରଣ କରାନ୍ତୁ । ଧାର୍ଯ୍ୟ ସୀମା ମଧ୍ୟରେ ଟଙ୍କା ଉଠାନ୍ତୁ । ଦେଶ ମଧ୍ୟରେ ଜଣଙ୍କଠୁ ଅନ୍ୟ ଜଣଙ୍କୁ ଟଙ୍କା ପଠାଯାଇ ପାରିବ ।
  • ମୋବାଇଲରୁ *99# ଟିପନ୍ତୁ
  • ନିଜ ବ୍ୟାଙ୍କ ନାମର ପ୍ରଥମ ୩ ଅକ୍ଷର କିମ୍ବା IFSC ର ପ୍ରଥମ ୪ ଅଙ୍କ ଟିପନ୍ତୁ ।
  • “Fund -Transfer -MMID” ଚୟନ କରନ୍ତୁ ।
  • ପ୍ରାପ୍ତକର୍ତ୍ତାଙ୍କ ମୋବାଇଲ ନମ୍ବର ଓ MMID ଟିପନ୍ତୁ ।
  • ପଠେଇବାକୁ ଥିବା ରାସୀ, ଆପଣଙ୍କ MPIN ଟିପନ୍ତୁ, ଗୋଟିଏ ଖାଲି ଜାଗା (Space) ଛାଡନ୍ତୁ ଓ ତାପରେ ନିଜ ଏକାଉଣ୍ଟ ନମ୍ବରର ଶେଷ ୪ ଟି ଅଙ୍କ ଟିପନ୍ତୁ।

ଉପରୋକ୍ତ ପ୍ରକ୍ରିୟା ମାଧ୍ୟମରେ ଆପଣ ଟଙ୍କା ସ୍ଥାନାନ୍ତରଣ କରିପାରିବେ ।

ମିଳୁଥିବା ସେବା:

ଅଣ-ଆର୍ଥିକ ସେବା:

  • ନିଜ ବ୍ୟାଙ୍କ ବାଲାନ୍ସ ଜାଣିବା । ଆପଣଙ୍କ ମୋବାଇଲ ସହ ସଂଯୁକ୍ତ ଏକାଉଣ୍ଟରେ କେତେ ବାଲାନ୍ସ ଅଛି ଜାଣିହେବ ।
  • କ୍ଷୁଦ୍ର ବିବରଣୀ: ଆପଣଙ୍କ ମୋବାଇଲ ସହ ସଂଯୁକ୍ତ ଏକାଉଣ୍ଟରେ କଣ କଣ ଲେଣ-ଦେଣ ହୋଇଛି ତାର ଏକ କ୍ଷୁଦ୍ର ବିବରଣୀ ଜାଣିହେବ ।
  • MMID ଜାଣିହେବ: ମୋବାଇଲ ବ୍ୟଙ୍କିଙ୍ଗ ପଞ୍ଜୀକରଣ ସମୟରେ ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ MMID ନମ୍ବର ଜାଣିହେବ ।
  • MPIN ଉତ୍ପନ୍ନ/ ବଦଳାଇବା: ବ୍ୟବହାରକାରୀ ନିଜ MPIN ଉତ୍ପନ୍ନ କରିବା ସହ ଏହାକୁ ବଦଳାଇ ମଧ୍ୟ ପାରିବେ ।

ଆର୍ଥିକ ସେବା:

  • ପ୍ରାପ୍ତକର୍ତ୍ତାଙ୍କ ମୋବାଇଲ ନମ୍ବର ଓ MMID ଦ୍ଵାରା ଅର୍ଥ ସ୍ଥାନାନ୍ତରଣ ।
  • IFSC ଏବଂ ଏକାଉଣ୍ଟ ନମ୍ବର ଦ୍ଵାରା ଅର୍ଥ ସ୍ଥାନାନ୍ତରଣ ।

ଅଧିକ ଜାଣିବା ପାଇଁ ନିଜ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ ।

Aadhaar Enabled Payment System (AEPS):

 

 

 

AEPS  କଣ?

ଏହି ପଦ୍ଧତି ଦ୍ଵାରା ବ୍ୟାଙ୍କ ଉପଭୋକ୍ତା ନିଜ ଆଧାର ନମ୍ବର କୁ ନିଜ ପରିଚୟ ପ୍ରମାଣ ରୂପେ ବ୍ୟବହାର କରି ବ୍ୟାଙ୍କିଙ୍ଗ କାରବାର କରିପାରିବେ । ଏହାଦ୍ୱାରା ବ୍ୟାଙ୍କିଙ୍ଗ କରେସ୍ପଣ୍ଡେଣ୍ଟ (BC) ମାନଙ୍କ ସାହାଯ୍ୟରେ ବ୍ୟାଙ୍କ-ବ୍ୟାଙ୍କ ମଧ୍ୟରେ PoS ଦ୍ଵାରା ଲେଣ-ଦେଣ କରାଯାଇପାରେ । ବ୍ୟାଙ୍କିଙ୍ଗ କରେସ୍ପଣ୍ଡେଣ୍ଟ (BC) ଙ୍କ ସାହାଯ୍ୟରେ ନିଜ ଏକାଉଣ୍ଟ କୁ ନିଜ ଆଧାର ନମ୍ବର ସହ ସଂଯୁକ୍ତ କରାନ୍ତୁ । ଏହାଦ୍ୱାରା କୌଣସି ପାସୱାର୍ଡ କିମ୍ବା PIN ବିନା ଯେତେ ଥର ମଧ୍ୟ ଲେଣ-ଦେଣ କରିପାରିବ ।

AEPS  ସକ୍ରିୟ କରିବା ପାଇଁ ମୁଁ କଣ କରିବି?

AEPS  ସକ୍ରିୟ କରିବା ପାଇଁ ନିମ୍ନୋକ୍ତ ପ୍ରବିଷ୍ଟି କରନ୍ତୁ

  • IIN (ନିଜ ବ୍ୟାଙ୍କ ଚିହ୍ନଟିକରଣ)
  • ଆଧାର ନମ୍ବର
  • ନାମାଙ୍କନ ସମରେ ହୋଇଥିବା ଆଙ୍ଗୁଠି ଚିନ୍ହ

ମୁଁ ଏହା ବ୍ୟବହାର କରିବି କାହିଁକି?

  • ନିଜ ବ୍ୟାଙ୍କ ବାଲାନ୍ସ ଜାଣିବା ।
  • ନଗଦ ଉଠାଣ
  • ନଗଦ ଜମା କରିବା
  • ଆଧାର ରୁ ଆଧାର ଅର୍ଥ ସ୍ଥାନାନ୍ତରଣ
  • AEPS ଥିବା ସୁଲଭ ମୂଲ୍ୟ ଦୋକାନ ରୁ କ୍ରୟ ।

AEPS ମାଧ୍ୟମରେ ଲେଣ-ଦେଣ ପାଇଁ ପ୍ରକ୍ରିୟା ନିମ୍ନରେ ଦିଆହେଲା:

  • ଜଣେ ବ୍ୟାଙ୍କିଙ୍ଗ କରେସ୍ପୋଣ୍ଡେଣ୍ଟଙ୍କ ପାଖକୁ/ Micro ATM ଯାଆନ୍ତୁ ।
  • ନିଜ ବ୍ୟାଙ୍କର ନାମ ଓ ଆଧାର ନମ୍ବର ଦିଅନ୍ତୁ ।
  • କିପରି ଲେଣ-ଦେଣ ଚାହୁଁଛନ୍ତି, ଚୟନ କରନ୍ତୁ ।
  • ସ୍କାନର ରେ ଆଙ୍ଗୁଳି ଛାପ ଦିଅନ୍ତୁ ।
  • ଲେଣ-ଦେଣ ସଫଳ ହେଲାପରେ ଛପାହୋଇଥିବା ରସିଦ ନିଅନ୍ତୁ ।

 

UPI (ଏକୀକୃତ ପଇଠ interface)

UPI କଣ?

ସ୍ମାର୍ଟ ଫୋନ ବ୍ୟବହାର କରି ଏଲେକ୍ଟ୍ରୋନିକ ମାଧ୍ୟମ ଦ୍ଵାରା ତୁରନ୍ତ ରାଶି ସ୍ଥାନାନ୍ତରଣ ପାଇଁ ଏହା ଏକ ପଦ୍ଧତି । ଏହା Immediate Payment Service (IMPS) ଯାହାକି ଏକାଉଣ୍ଟରୁ ଏକାଉଣ୍ଟକୁ  ରାଶି ସ୍ଥାନାନ୍ତରଣ କରେ, ର ଏକ ଉନ୍ନତ ସଂସ୍କରଣ । ଏହାଦ୍ୱାରା IMPS ପରି ୨୪ ଘଣ୍ଟା ରାଶି ସ୍ଥାନାନ୍ତରଣ ସେବା ପ୍ରଦାନ କରିଥାଏ ।

  • ଏହା ଅଲଗା କାର୍ଡ ବଦଳରେ ସ୍ମାର୍ଟ ଫୋନ କୁ ବ୍ୟବହାରକରି ବ୍ୟବହାରକାରୀଙ୍କ ଚିହ୍ନଟିକରଣ କରିଥାଏ ।
  • ଏହା ଦିନକୁ ୨୪ ଘଣ୍ଟା ଓ ୭ ଦିନ, ୩୬୫ ଦିନ କାର୍ଯ୍ୟ କରିଥାଏ ।

ମୋର କଣ ଦରକାର?

1. UPI ଆପ୍ ଥିବା ଏକ ସ୍ମାର୍ଟ ଫୋନ ।

2.  ବ୍ୟାଙ୍କ ଏକାଉଣ୍ଟ

ଏହା କିପରି କାର୍ଯ୍ୟ କରେ?

UPI ଦ୍ଵାରା ଅନ୍-ଲାଇନ୍ ଲେଣ-ଦେଣ ପ୍ରକ୍ରିୟା ୩ ସୋପାନ ବିଶିଷ୍ଟ:

୧ମ ସୋପାନ:ପଞ୍ଜୀକରଣ

  • ଆପଣଙ୍କ ବ୍ୟାଙ୍କର UPI ଆପ୍ପ ଡାଉନଲୋଡ କରନ୍ତୁ
  • ନିଜ ନାମ ଓ ଫୋନ ନମ୍ବର ଦେଇ ଏକାଉଣ୍ଟ ନମ୍ବର ସହିତ ଏକ ବାସ୍ତବିକ ID ଖୋଲନ୍ତୁ
  • ଏକା ଥର ପ୍ରକ୍ରିୟା

୨ୟ ସୋପାନ: ଅନ୍-ଲଇନ୍ କ୍ରୟ:

  • କିଣିବାକୁ ଥିବା ଜିନିଷକୁ ଆପଣଙ୍କ କାର୍ଟ ରେ ଦିଅନ୍ତୁ ।
  • ଦେୟ ପଇଠ କୁ ଯାଇ ନିଜ ପଇଠ UPI ମାଧ୍ୟମରେ କରିବାକୁ ଚୟନ କରନ୍ତୁ ।
  • ଦୋକାନୀଙ୍କୁ କେବଳ ଆପଣଙ୍କ ଏକ ବାସ୍ତବିକ ID ଦିଅନ୍ତୁ ।

୩ୟ ସୋପାନ: ମୋବାଇଲ ପ୍ରାମାଣିକରଣ

  • ଆପଣ ଆପଣଙ୍କ ମୋବାଇଲ ର UPI ଆପ୍ପରେ ଆପଣଙ୍କ ଅନୁମୋଦନ ପାଇଁ ଏକ pop-up ୱିଣ୍ଡୋ ପାଇବେ ।
  • ସୁରକ୍ଷିତ PIN ପ୍ରବିଷ୍ଟ କରନ୍ତୁ ।
  • ପଇଠର ଏକ ପୁଷ୍ଟିକରଣ ସୂଚନା ପାଇବେ ।

ବିଶେଷତା ଓ ଲାଭ:

  • ବ୍ୟବହାରକାରୀଙ୍କ ନାମ, ବ୍ୟାଙ୍କ ନାମ, ଏକାଉଣ୍ଟ ନମ୍ବର, IFSC ଇତ୍ୟାଦି ଦେବାକୁ ପଡେ ନାହିଁ ।
  • Debit କାର୍ଡ ପରି କୌଣସି ବାହ୍ୟ ଉପକରଣ ବ୍ୟବହାର କରିବାକୁ ପଡେନାହିଁ ।
  • ନେଟ-ବ୍ୟାଙ୍କିଙ୍ଗ ଇତ୍ୟାଦି ପରି ଏକାଧିକ ପଦ ବ୍ୟବହାର କରିବାକୁ ପଡେନାହିଁ ।
  • ଅତ୍ୟନ୍ତ ସରଳ ଓ ଯେକୌଣସି ଲୋକ ବ୍ୟବହାର କରିପାରିବେ ।
  • ତୁରନ୍ତ ଓ ସୁରକ୍ଷିତ ପ୍ରମାଣିକରଣ ଏବଂ ଯେକୌଣସି ଯାଗାରେ କରାଯାଇପାରିବ ।
  • ଏକ ସମ୍ପୂର୍ଣ ନଗଦ-ବିହୀନ ସମାଜ ପାଇଁ ରାସ୍ତା କଢାଏ ।
  • ଇନଭଏସ ପରି ଏହାଦ୍ବାରା ଟଙ୍କା ପାଇଁ ଅନୁରୋଧ କରାଯାଇପାରେ ।
  • ସ୍କୁଲ ଦେୟ ତଥା ଅନ୍ୟାନ୍ୟ ଉପଯୋଜ୍ୟ ଦେୟ ପଇଠ କରାଯାଇପାରେ ।

ଇ-ୱାଲେଟ:

ଇ-ୱାଲେଟ କଣ?

ଇ-ୱାଲେଟ ମାନେ ଏଲେକ୍ଟ୍ରୋନିକ ୱାଲେଟ । ଏହା ଅନ୍-ଲାଇନ୍ ରେ ସ୍ମାର୍ଟଫୋନ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ଲେଣ-ଦେଣ ପାଇଁ ଏକ ମାଧ୍ୟମ । ଏହାର ଉପଯୋଗୀତା Debit କାର୍ଡ କିମ୍ବା Credit କାର୍ଡ ପରି । ଏହାକୁ ବ୍ୟବହାରକାରୀଙ୍କ ବ୍ୟାଙ୍କ ଏକାଉନ୍ଟ ସହ ସଂଯୋଗ କରି ଦେୟ-ପଇଠ କରାଯାଏ । କାଗଜ ବିହୀନ ଲେଣ-ଦେଣ ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଏହା କିପରି କାର୍ଯ୍ୟ କରେ?

ଏହାର ଦୁଇଟି ମୁଖ୍ୟ ଉପାଦାନ: ସଫ୍ଟୱେର ଓ ସୂଚନା

ସଫ୍ଟୱେର ରେ ବ୍ୟକ୍ତିଗତ ସୂଚନା ରହେ ଏବଂ ସୁରକ୍ଷା ଓ data encryption ପ୍ରଦାନ କରେ ଏବଂ ସୂଚନା ବିଭାଗ ବ୍ୟବହାରକାରୀଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ସୂଚନା ଯଥା ସେମାନଙ୍କ ନାମ, ଠିକଣା, ପଇଠର ବିଧି-ପଦ୍ଧତି, ଦେୟ ପରିମାଣ, Debit କାର୍ଡ କିମ୍ବା Credit କାର୍ଡ ବିଷୟ ଇତ୍ୟାଦି ଉଲ୍ଲେଖ ରହେ ।

ମୁଁ କିପରି ଇ-ଵାଲେଟ ବ୍ୟବହାର କରିବି?

ଉପଭୋକ୍ତାଙ୍କ ପାଇଁ:

  • ନିଜ ଉପକରଣରେ ଆପ୍ ଡାଉନଲୋଡ କରନ୍ତୁ ।
  • ପ୍ରାସଙ୍ଗିକ ସୂଚନା ପ୍ରବିଷ୍ଟ କରାଇ ସାଇନ-ଅପ୍ କରନ୍ତୁ । ବ୍ୟବହାରକାରୀଙ୍କୁ ଏକ ପାସୱାର୍ଡ ମିଳିବ ।
  • ନେଟ-ବ୍ୟାଙ୍କିଙ୍ଗ କିମ୍ବା Debit କାର୍ଡ କିମ୍ବା Credit କାର୍ଡ ବ୍ୟବହାର କରି ଟଙ୍କା ଜମା କରନ୍ତୁ ।
  • ଅନ୍-ଲାଇନ୍ କିଣାବିକା ପରେ ଇ-ଵାଲେଟ ଆପେଆପେ ଦେୟ-ପଇଠ ଫର୍ମ ରେ ବ୍ୟବହାରକାରୀଙ୍କ ବିବରଣୀ ଭର୍ତ୍ତି କରିଦିଏ ।
  • ଯେହେତୁ ଏହା ଆପେଆପେ ଅଦ୍ୟତନ ହେଉଥାଏ, ତେଣୁ ଅନ୍-ଲାଇନ୍ ଦେୟ-ପଇଠ ପରେ ବ୍ୟବହାରକାରୀଙ୍କୁ ଅନ୍ୟ କୌଣସି ଅର୍ଡର-ଫର୍ମ ଭର୍ତ୍ତି କରିବାକୁ ପଡେ ନାହିଁ ।

ଦୋକାନୀଙ୍କ ପାଇଁ :

  • ନିଜ ଉପକରଣରେ ଆପ୍ ଡାଉନଲୋଡ କରନ୍ତୁ ।
  • ପ୍ରାସଙ୍ଗିକ ସୂଚନା ପ୍ରବିଷ୍ଟ କରାଇ ସାଇନ-ଅପ୍ କରନ୍ତୁ । ଦୋକାନୀଙ୍କୁ ଏକ ପାସୱାର୍ଡ ମିଳିବ ।
  • ନିଜେ ଦୋକାନୀ ବୋଲି ଏକ ଆତ୍ମ-ଘୋଷଣା କରନ୍ତୁ ।
  • ଦେୟ ଗ୍ରହଣ ଆରମ୍ଭ କରନ୍ତୁ ।

ଇ-ଵାଲେଟ ବ୍ୟବହାର ପାଇଁ କଣ ଦରକାର?

  • ବ୍ୟାଙ୍କ ଏକାଉଣ୍ଟ ।
  • ସ୍ମାର୍ଟଫୋନ
  • 2G/ 3G/4G କନେକ୍ସନ
  • ଏକ ମାଗଣା ଵାଲେଟ ଆପ୍

ନିଶ୍ଚିତ କରିବେ:

  • SMS ଦ୍ଵାରା ନିରନ୍ତର ସୂଚନା ପାଇଁ ନିଜ ମୋବାଇଲ ନମ୍ବର ବ୍ୟାଙ୍କରେ ପଞ୍ଜିକୃତ କରାନ୍ତୁ ।
  • ନିଜ PIN ନମ୍ବର କାହାକୁ ଦିଅନ୍ତୁନାହିଁ ।
  • କେବଳ ବିଶ୍ଵସ୍ତ ବ୍ୟବସାୟୀଙ୍କ ସହ ଲେଣ-ଦେଣ କରନ୍ତୁ ।
ATM ବ୍ୟବହାର କଲାବେଳେ ନିଶ୍ଚିତ କରନ୍ତୁ ଯେ କେହି ଆପଣଙ୍କ ପ୍ରବିଷ୍ଟି ଦେଖୁନାହିଁ  ।

ଆଧାର - ଅର୍ଥ ମନ୍ତ୍ରାଳୟ, ଅର୍ଥନୈତିକ କାର୍ଯ୍ୟ ବିଭାଗ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate