অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତୁରନ୍ତ ସୋଧ ସେବା: (IMPS)

IMPS ଏକ ବାସ୍ତବିକ-କାଳ (real-time) ବିତ୍ତ ସ୍ଥାନାନ୍ତରଣ ସେବା ଯାହା ଦେଶବ୍ୟାପୀ ସର୍ବତ୍ର ଓ ସର୍ବକାଳିନ ଉପଲବ୍ଧ । IMPS ବ୍ୟବହାର କରି ଉପଭୋକ୍ତା ବାସ୍ତବିକ-କାଳ (real-time) ଭିତ୍ତିରେ ବ୍ୟକ୍ତିଗତ କିମ୍ବା ବ୍ୟବସାୟୀକ ଉଦ୍ଦେଶ୍ୟରେ ବିତ୍ତ ସ୍ଥାନନ୍ତରଣ କରିପାରନ୍ତି । IMPS ସେବା ଦିନକୁ ୨୪ ଘଣ୍ଟା, ଛୁଟିଦିନ, ସପ୍ତାହାନ୍ତ ଇତ୍ୟାଦିରେ ମଧ୍ୟ ଉପଲବ୍ଧ ।

IMPS ର ଲାଭ

  • ତତ୍କାଳୀନ ଘରୋଇ ବିତ୍ତ ସ୍ଥାନାନ୍ତରଣ
  • ୩୬୫ X ୨୪ X ୭ ଉପଲବ୍ଧ (ଛୁଟିଦିନ, ସପ୍ତାହାନ୍ତ ଇତ୍ୟାଦିରେ ମଧ୍ୟ ଉପଲବ୍ଧ)
  • ନିରାପଦ ଏବଂ ସୁରକ୍ଷିତ
  • ସହଜରେ ଉପଲବ୍ଧ
  • ନିବେଶ ପ୍ରଭାବ କମ୍
  • ମୋବାଇଲ, ଇଣ୍ଟର୍ନେଟ ଓ ATM ରେ ଉପଲବ୍ଧ
  • ମନୋନୟନ ପାଇଁ ସ୍ଥାନନ୍ତରଣର ବିବିଧ ଉପାୟ ଉପଲବ୍ଧ ଯଥା: IFSC, MMID, ଏକାଉଣ୍ଟ ନମ୍ବର, ଆଧାର ନମ୍ବର ଇତ୍ୟାଦି ।
  • ମନୋନୟନ ପାଇଁ ଏକାଧିକ କ୍ରିୟାବିଧି ଉପାୟ ଉପଲବ୍ଧ ।

ଆପଣ କିପରି IMPS ବ୍ୟବହାର କରିପାରିବେ?

ଆପଣ ଏହି ସୁବିଧା ନିଜ ଲୋକଙ୍କୁ, ବ୍ୟବସାୟୀଙ୍କୁ କିମ୍ବା ବିଲ୍ ପଇଠ ଇତ୍ୟାଦି ବିଭିନ୍ନ ସେବା ତାହା ନିମ୍ନୋକ୍ତ ସେବା ଗୁଡିକ ପାଇଁ ବ୍ୟବହାର କରି ପାରିବେ ।

  • ବିତ୍ତ ସ୍ଥାନାନ୍ତରଣ ସେବା
  • ବ୍ୟବସାୟୀକ ଦେୟ

ବିତ୍ତ ସ୍ଥାନାନ୍ତରଣ ସେବା

  • ତୁରନ୍ତ ଏକାଉଣ୍ଟ ରୁ ଏକାଉଣ୍ଟକୁ ସ୍ଥାନାନ୍ତରଣ
  • ଏକାଉଣ୍ଟ ରୁ ୱାଲେଟକୁ ସ୍ଥାନାନ୍ତରଣ
  • ଗ୍ରହୀତାଙ୍କ ମୋବାଇଲ ନମ୍ବର ଓ MMID ବ୍ୟବହାରକରି ବିତ୍ତ ସ୍ଥାନାନ୍ତରଣ। ଆପଣ ଗ୍ରହୀତାଙ୍କ ମୋବାଇଲ ନମ୍ବର ଓ MMID ତାଙ୍କ ଠାରୁ ଅନୁରୋଧ କରି ନେଇ ପାରନ୍ତି ଓ  ମୋବାଇଲ ଫୋନ, ଇଣ୍ଟେର୍ନେଟ କିମ୍ବା ATM ବ୍ୟବହାର କରି ପଇଠ କରି ପାରନ୍ତି ।
  • ନିଜ ବ୍ୟାଙ୍କ ରେ ନିଜର ମୋବାଇଲ ନମ୍ବର ପଞ୍ଜୀକରଣ କରି MMID ଓ M-Pin ନେଇ ପାରନ୍ତି ।
  • କେବଳ ମୋବାଇଲ ନମ୍ବର ଓ MMID ପଚାରନ୍ତୁ ।
  • ପଇଠ ପାଇଁ ଏକ ସୁବିଧାଜନକ ପ୍ରଣାଳୀ ଠିକ କରନ୍ତୁ – ଇଣ୍ଟେର୍ନେଟ ବ୍ୟଙ୍କିଙ୍ଗ, ମୋବାଇଲ କିମ୍ବା ATM
  • ଗ୍ରହୀତାଙ୍କ ମୋବାଇଲ ନମ୍ବର, MMID ପ୍ରବିଷ୍ଟ କରାନ୍ତୁ
  • ବ୍ୟାଙ୍କିଙ୍ଗ ଟିପ୍:MMID ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ ଏକ ୭ ସଂଖ୍ୟା ବିଶିଷ୍ଟ ନମ୍ବର
  • ନିରାପତ୍ତା ଟିପ୍: ଆପଣ ଆପଣଙ୍କ ମୋବାଇଲ ନମ୍ବର ପଞ୍ଜୀକରଣ କରି ନିଜର ଦେଣ-ନେଣ ଉପରେ ନଜର ରଖି ପାରିବେ ।
    • ଗ୍ରହୀତାଙ୍କ ଏକାଉଣ୍ଟ ନମ୍ବର ଓ IFS Code ବ୍ୟବହାର:
    • ଗ୍ରହୀତାଙ୍କ ଏକାଉଣ୍ଟ ନମ୍ବର ଓ IFS Code ବ୍ୟବହାରକରି ବ୍ୟକ୍ତିଙ୍କଠୁ ବ୍ୟକ୍ତି ବିତ୍ତ ସ୍ଥାନାନ୍ତରଣ ହୋଇ ପରେ ।
    • ନିଜ ବ୍ୟାଙ୍କ ରେ ନିଜର ମୋବାଇଲ ନମ୍ବର ପଞ୍ଜୀକରଣ କରି ନିଜର M-Pin ମାଗନ୍ତୁ ।
    • ଗ୍ରହିତାଙ୍କୁ ଅନୁରୋଧ କରି ଏକାଉଣ୍ଟ ନମ୍ବର ଓ IFS Code ମାଗନ୍ତୁ ।
    • ପଇଠ ପାଇଁ ଏକ ସୁବିଧାଜନକ ପ୍ରଣାଳୀ ଠିକ କରନ୍ତୁ– ଇଣ୍ଟେର୍ନେଟ ବ୍ୟଙ୍କିଙ୍ଗ, ମୋବାଇଲ କିମ୍ବା ATM
    • ଗ୍ରହୀତାଙ୍କ ଏକାଉଣ୍ଟ ନମ୍ବର ଓ IFS Code ଏବଂ ରାଶି ପ୍ରବିଷ୍ଟ କରନ୍ତୁ ।
      • ବ୍ୟାଙ୍କିଙ୍ଗ ଟିପ୍: IFSC ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ ଏକ ୧୧ ସଂଖ୍ୟା ବିଶିଷ୍ଟ ନମ୍ବର (ଚେକ୍ ରେ ଲେଖା ଥାଏ)
      • ନିରାପତ୍ତା ଟିପ୍: ନିଜର M-Pin ନମ୍ବର ମନେ ରଖନ୍ତୁ, କୌଣସି ଜାଗାରେ ଲେଖନ୍ତୁ ନାହିଁ ।
  • ଜିଡ଼ିଜିଡ଼ିଏଫ
  • ଗ୍ରହୀତାଙ୍କ ଆଧାର ନମ୍ବର ବ୍ୟବହାର:

ଏହା ସବୁଠାରୁ ସହଜ ଉପାୟ; କେବଳ ଗ୍ରହୀତାଙ୍କ ଆଧାର ନମ୍ବର ଦରକାର ପଡେ । ତାଙ୍କଠୁ ଆଧାର ନମ୍ବର ବ୍ୟବହାର କରି ଇଣ୍ଟେର୍ନେଟ ବ୍ୟଙ୍କିଙ୍ଗ, ମୋବାଇଲ କିମ୍ବା ATM ଦ୍ଵାରା ବିତ୍ତ ସ୍ଥାନାନ୍ତରଣ ହୋଇପାରିବ ।

  • ନିଜ ବ୍ୟାଙ୍କ ରେ ନିଜର ମୋବାଇଲ ନମ୍ବର ପଞ୍ଜୀକରଣ କରନ୍ତୁ ଓ M-Pin ମାଗନ୍ତୁ ।
  • ଗ୍ରହିତାଙ୍କୁ ଅନୁରୋଧ କରି ଆଧାର ନମ୍ବର ମାଗନ୍ତୁ ।
  • ପଇଠ ପାଇଁ ଏକ ସୁବିଧାଜନକ ପ୍ରଣାଳୀ ଠିକ କରନ୍ତୁ– ଇଣ୍ଟେର୍ନେଟ ବ୍ୟଙ୍କିଙ୍ଗ, ମୋବାଇଲ କିମ୍ବା ATM
  • ଗ୍ରହୀତାଙ୍କ ଆଧାର ନମ୍ବର ଏବଂ ରାଶି ପ୍ରବିଷ୍ଟ କରନ୍ତୁ ।
    • ବ୍ୟାଙ୍କିଙ୍ଗ ଟିପ୍: ମୋବାଇଲ ଦ୍ଵାରା ସମସ୍ତ
    • ନିରାପତ୍ତା ଟିପ୍: ନିଜର M-Pin ନମ୍ବର ମନେ ରଖନ୍ତୁ, କୌଣସି ଜାଗାରେ ଲେଖନ୍ତୁ ନାହିଁ ।

ବ୍ୟବସାୟିକ ପଇଠ:

  • ମୋବାଇଲ ଟପ୍-ଅପ୍, DTH ଟପ୍- ଅପ୍ ଦେୟ ପଇଠ
  • ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶୁଳ୍କ ଦେୟ ପଇଠ
  • ଉପଯୋଜ୍ୟତା ଶୁଳ୍କ ପଇଠ
  • ଅନ୍-ଲାଇନ୍ କିଣାବିକା
  • କିରାନା ବିଲ୍ ପଇଠ
  • ବୀମା କିସ୍ତି ପଇଠ
  • ଯାତ୍ରା କାଳୀନ ଖର୍ଚ୍ଚ ଓ ଟିକେଟ ପାଇଁ ଖର୍ଚ୍ଚ
  • କ୍ରେଡିଟ କାର୍ଡ  ଶୁଳ୍କ ଦେୟ ପଇଠ
  • ଧାର୍ମିକ ଅନୁଷ୍ଠାନକୁ ଦାନ

ନିମ୍ନୋକ୍ତ ଯେ କୌଣସି ଉପାୟରେ ବିତ୍ତ ସ୍ଥାନାନ୍ତରଣ କରି ହେବ:

  • ବ୍ୟାଙ୍କ App ବ୍ୟବହାର କରି ବ୍ୟବସାୟୀକ ପଇଠ

IMPS ସୁବିଧା ବ୍ୟାଙ୍କ App ବ୍ୟବହାର କରି ସହଜରେ ବ୍ୟବସାୟୀକ ପଇଠ କରିହେବ । IMPS ସେବା ଦିନକୁ ୨୪ ଘଣ୍ଟା, ଛୁଟିଦିନ, ସପ୍ତାହାନ୍ତ ଇତ୍ୟାଦିରେ ମଧ୍ୟ ଉପଲବ୍ଧ ।

  • ନିଜ ବ୍ୟାଙ୍କ ରେ ନିଜର ମୋବାଇଲ ନମ୍ବର ପଞ୍ଜୀକରଣ କରନ୍ତୁ ଓ M-Pin ମାଗନ୍ତୁ ।
  • ଗ୍ରହିତାଙ୍କୁ ଅନୁରୋଧ କରି MMID ନମ୍ବର ମାଗନ୍ତୁ ।
  • ପଇଠ ପାଇଁ ଏକ ସୁବିଧାଜନକ ପ୍ରଣାଳୀ ଠିକ କରନ୍ତୁ– ଇଣ୍ଟେର୍ନେଟ ବ୍ୟଙ୍କିଙ୍ଗ, ମୋବାଇଲ କିମ୍ବା ATM
  • ବ୍ୟବସାୟୀଙ୍କ ମୋବାଇଲ ନମ୍ବର, MMID ଓ ଦେୟ ସନ୍ଦର୍ଭ ମାଗନ୍ତୁ ।

ବ୍ୟବସାୟୀ ଦେୟ ପଇଠ @ online website

ବ୍ୟବସାୟୀଙ୍କ  website କିମ୍ବା ମୋବାଇଲ appରେ ପଇଠ କଲେ IMPS ହିଁ ବାଛନ୍ତୁ । ଶେଠୀ ପାଇଁ ଗ୍ରହଣୀଯ ପଦକ୍ଷେପ ଗୁଡିକ ହେଲା:

  • ନିଜ ବ୍ୟାଙ୍କ ରେ ନିଜର ମୋବାଇଲ ନମ୍ବର ପଞ୍ଜୀକରଣ କରନ୍ତୁ ଓ M-Pin ମାଗନ୍ତୁ ।
  • ନିଜର ବ୍ୟାଙ୍କ app କୁ log-in କରନ୍ତୁ, IMPS ବାଛନ୍ତୁ ଓ ଏକକାଳୀନ ପାସୱାର୍ଡ (OTP) ଉତ୍ପନ୍ନ କରନ୍ତୁ ।
  • ନିଜ ମୋବାଇଲ ନମ୍ବର, MMID, ରାଶି ଓ OTP ପ୍ରବିଷ୍ଟ କରନ୍ତୁ
  • ବ୍ୟାଙ୍କିଙ୍ଗ ଟିପ୍: OTP ଏକ ୬- ଅଙ୍କ ବିଶିଷ୍ଟ ସଂଖ୍ୟା। ଏହା ଏକ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ଥାଏ ।
  • ନିରାପତ୍ତା ଟିପ୍: ନିଜ ATM PIN କାହାକୁ ଦିଅନ୍ତୁ ନାହିଁ ।

ଟ୍ରାନଜାକସନ ବିଭିନ୍ନ ଭାଷାରେ ଉପଲବ୍ଧ

  • ବାଲାନ୍ସ ଅନୁସନ୍ଧାନ
  • ସଂକ୍ଷିପ୍ତ ବିବରଣୀ
  • ଅର୍ଥ ସ୍ଥାନନ୍ତର ପାଇଁ ଆକାଉଣ୍ଟ ନଂ ବା IFCC କୋର୍ଡ଼ ବ୍ୟବହାର କରାଯିବ ।

ସଭ୍ୟ ମାନଙ୍କୁ ଉପଦେଶ ଦିଆଯାଉଛି ଯେ ସେମାନେ ବହୁ ଭାଷି ଏନୟୁୟୁପ ସେବାର ମୋବାଇଲ ବ୍ୟାଙ୍କକିଙ୍ଗ ପାଇଁ ବ୍ୟବହାର କଲେ । ଏହା ସାଧାରଣ ଲୋକଙ୍କ ପାଖରେ ପଞ୍ଚିପାରିବ ।

  • ଏନୟୁୟୁପ ବିଭିନ୍ନ – ଭାଷାଭାଷି କୋର୍ଡ଼

 

କ୍ରମି.ନଂ

ଭାଷା

ୟୁସ୍ସଡି କୋର୍ଡ଼

1

ହିନ୍ଦୀ

*99*22#

2

ତାମିଲ

*99*23#

3

ତେଲଗୁ

*99*24#

4

ମାଲାୟାଲମ

*99*25#

5

କାନାଡା

*99*26#

6

ଗୁଜୁରାଟ

*99*27#

7

ମରାଠୀ

*99*28#

8

ବଙ୍ଗାଳୀ

*99*29#

9

ପଞ୍ଜାବୀ

*99*30#

10

ଓଡ଼ିଆ

*99*32#

 

 

ଆଧାର - ଭାରତୀୟ ଜାତୀୟ ଭୋକତାନ ନିଗମ

Last Modified : 5/24/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate