অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଧାର ପଞ୍ଜୀକରଣ ସହଯୋଗୀ

UIDAI

ଇକୋସିଷ୍ଟମ୍ ର ମଝିରେ ବିଶିଷ୍ଟ ପରିଚୟ ପ୍ରାଧିକରଣ ରହିଛି ଏବଂ ଏହିସବୁ ସମ୍ପର୍କ ଓ ମୂଳ ଭିତ୍ତିଭୂମି ପାଇଁ ଦାୟୀ ଅଟେ ।  ଏହା, ପ୍ରଣାଳୀର ପ୍ରଦର୍ଶନ ପରିମାପ ଓ ତଦାରଖ ପାଇଁ ଦାୟୀ ହେବା ସହିତ ନିଜର ଲକ୍ଷ୍ୟ ବିତରଣ ଦିଗରେ ବଢ଼ିଚାଲିଛି ।

ରେଜିଷ୍ଟ୍ରାର୍ସ

ରେଜିଷ୍ଟ୍ରାସ୍ ହେଉଛି ଏକ ସଂସ୍ଥା, ଯାହା ବ୍ୟକ୍ତିବିଶେଷଙ୍କ ପଞ୍ଜୀକରଣ ଉଦ୍ଦେଶ୍ୟ ପାଇଁ UIDAI ଦ୍ୱାରା ଅଧିକାରପ୍ରାପ୍ତ ବା ଚିହ୍ନଟ ହୋଇଛି ।  ଏକ ବୁଝାମଣା ଜ୍ଞାପକ ଦ୍ୱାରା ସେମାନେ UIDAI ସହିତ ସହଯୋଗ କରନ୍ତି ଏବଂ ସେମାନଙ୍କୁ ଆବଣ୍ଟିତ ଭୂମିକା ଓ ଦାୟିତ୍ୱ ଦ୍ୱାରା ଆବଦ୍ଧ ପାଇଁ ଦାୟୀ ଅଟନ୍ତି।

ଯେହେତୁ ରେଜିଷ୍ଟ୍ରାର୍ସ, ବାସିନ୍ଦାମାନଙ୍କଠାରୁ ତଥ୍ୟ ସଂଗ୍ରହରେ ସକ୍ରିୟ ଭାବେ ନିଯୁକ୍ତ ଥା’ନ୍ତି, ସଂଗ୍ରହ ‍ସ୍ଥାନରୁ ତଥ୍ୟ ପ୍ରତି ସେମାନଙ୍କର ଆକ୍ସେସ୍ ଥାଏ ।  ରେଜିଷ୍ଟ୍ରାର୍ସ ନିଜେ କିମ୍ୱା ତାଙ୍କ ଦ୍ୱାରା ଚୁକ୍ତି ହୋଇଥିବା ପଞ୍ଜୀକରଣ ଏଜେନ୍ସୀ ମାଧ୍ୟମରେ ବାସିନ୍ଦାଙ୍କର ପଞ୍ଜୀକରଣ ବହନ କରନ୍ତି ।  ନିଜସ୍ୱ ପ୍ରଣାଳୀ ପାଳନପୂର୍ବକ, ରେଜିଷ୍ଟ୍ରାର୍ସଙ୍କ ପାଖରେ, ପାନେଲଭୁକ୍ତ ହୋଇଥିବା ପଞ୍ଜୀକରଣ ଏଜେନ୍ସୀ କିମ୍ୱା ଅନ୍ୟ ଉପଯୁକ୍ତ ଏଜେନ୍ସୀଗୁଡ଼ିକ ସହିତ ଚୁକ୍ତି କରିବାର ବିକଳ୍ପ ଥାଏ ।

ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ

ପଞ୍ଜୀକରଣ ଏଜେନ୍ସୀର ଅର୍ଥ ହେଉଛି, ପଞ୍ଜୀକରଣ ପ୍ରକ୍ରିୟା ସମ୍ୟରେ ବ୍ୟକ୍ତିବିଶେଷମାନଙ୍କଠାରୁ ଜନସାଂଖିକୀୟ ଓ ବାୟୋମେଟ୍ରିକ୍ ସୂଚନା ସଂଗ୍ରହ କରିବା ପାଇଁ, ଅଧିକାରୀ କିମ୍ୱା ଜଣେ ରେଜିଷ୍ଟ୍ରାର୍ ଙ୍କ ଦ୍ୱାରା ନିଯୁକ୍ତ ହୋଇଥିବ ।  ଏହି ଏଜେନ୍ସୀଗୁଡ଼ିକୁ, ଅନୁଷ୍ଠାନର ଆର୍ଥିକ ଓ ବୈଷୟିକ ସାମର୍ଥ୍ୟତାର ଯାଞ୍ଚ କରିବା ପରେ UIDAI ଦ୍ୱାରା ପାନେଲଭୁକ୍ତ କରାଯାଇଥାଏ ।  ଫିଲ୍ଡ କାର୍ଯ୍ୟକଳାପର ତଦାରଖ, ଫିଲ୍ଡ ନିୟମର ପାଳନ, ସଟିକ୍ ଅପରେଟର୍/ସୁପରଭାଇଜର୍ ପ୍ରଶିକ୍ଷଣର ଆୟୋଜନ, ବାସିନ୍ଦାଙ୍କ ତଥ୍ୟ ସମୟ ଉପରେ CIDRକୁ ପଠାଯିବାର ସୁନିଶ୍ଚିତ କରିବା ପାଇଁ ସେମାନେ ଦାୟୀ ଅଟନ୍ତି ।  ବାସିନ୍ଦାଙ୍କ ତଥ୍ୟର ସଂଶୋଧନ କିମ୍ୱା ନବୀକରଣ ସମେତ ତାଙ୍କର ପଞ୍ଜୀକରଣ ପାଇଁ ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ, ପଞ୍ଜୀକରଣ କେନ୍ଦ୍ରମାନ ‍ସ୍ଥାପନା କରିବେ ।

ଅପରେଟର୍ସ / ସୁପରଭାଇଜର୍ସ

ପଞ୍ଜୀକରଣ ଏଜେନ୍ସୀ ଦ୍ୱାରା ନିୟୋଜିତ ହୋଇଥିବା ଅପରେଟର୍, ବାସିନ୍ଦାଙ୍କ ପଞ୍ଜୀକରଣ କରିବାକୁ, ଫର୍ମରେ ପ୍ରଦତ୍ତାନୁସାରେ ଜନସାଂଖିକୀୟ ସୂଚନା ଲିପିବଦ୍ଧ କରିବାକୁ ଏବଂ ପଞ୍ଜୀକରଣ ସଫ୍ଟୱେର୍ ବ୍ୟବହାର କରି ବାୟୋମେଟ୍ରିକ୍ ବିବରଣୀ ନେବାକୁ ଦାୟୀ ଅଟନ୍ତି ।  ପ୍ରଧିକରଣ ଦ୍ୱାରା ପରିଭାଷିତ ପ୍ରକ୍ରିୟା ଅନୁସାରେ, ଅପରେଟର୍, ସହାୟକ ଦସ୍ତାବିଜର ଭୌତିକ/ବୈଦ୍ୟୁତିକ ନକଲ ସଂଗ୍ରହ କରିବେ କିମ୍ୱା ସେଗୁଡ଼ିକୁ ବୈଦ୍ୟୁତିକ ଫର୍ମାଟ୍ ରେ ବଦଳାଇବେ ।

ଅପରେଟରମାନେ, ପଞ୍ଜୀକରଣ କରିବେ, ଯେତେବେଳେକି ସୁପରଭାଇଜରମାନେ କେନ୍ଦ୍ରକୁ ପରିଚାଳନା କରିବେ ।  ପ୍ରକ୍ରିୟା, ତଥ୍ୟ ଉତ୍କର୍ଷତା ଓ ବ୍ୟତିକ୍ରମ ପରିଚାଳନା ପ୍ରତି ଅନୁପାଳନ ପାଇଁ ସୁପରଭାଇଜରମାନେ ଦାୟୀ ଅଟନ୍ତି ।  ସୁପରଭାଇଜରମାନେ, ପଞ୍ଜୀକରଣ ମଧ୍ୟ କରିପାରିବେ ।  ଅପରେଟର୍ସ ଓ ସୁପରଭାଇଜର୍ସଙ୍କର ନିଶ୍ଚିତ ଭାବେ ଆଧାର ନମ୍ୱର୍ ଥିବା ସହ ପଞ୍ଜୀକରଣ କାର୍ଯ୍ୟ ସମ୍ଭାଳିବା ପୂର୍ବରୁ ସେମାନେ ପ୍ରମାଣୀକୃତ ହେବା ଦରକାର ।

ବିଷୟବସ୍ତୁ ବିକାଶ ଏଜେନ୍ସୀ (CDAs)

ଅପରେଟର୍ସ/ସୁପରଭାଇଜର୍ସଙ୍କ ପାଇଁ ତାଲିମ୍ ସାମଗ୍ରୀ ବିକଶ କରିବା ପାଇଁ UIDAI, ବିଷୟବସ୍ତୁ ବିକାଶ ଏଜେନ୍ସୀ ବା କଣ୍ଟେଣ୍ଟ ଡେବେଲପମେଣ୍ଟ ଏଜେନ୍ସୀଗୁଡ଼ିକୁ ନିୟୋଜିତ କରିଥାଏ ।  CADଗୁଡ଼ିକ, ଅପରେଟର୍ସ/ସୁପରଭାଇଜର୍ସଙ୍କ ପାଇଁ କମ୍ପ୍ୟୁଟର୍ ଭିତ୍ତିକ ତାଲିମ୍ ସାମଗ୍ରୀ ସମେତ ଅନ୍ୟ ତାଲିମ୍ ସାମଗ୍ରୀ ପ୍ରସ୍ତୁତ କରିବା ନିମନ୍ତେ ଦସ୍ତାବିଜୀକରଣ ଓ ନୂଆ ମୁକ୍ତିଲାଭ କରିଥିବା କ୍ଲାଏଣ୍ଟର ବ୍ୟବହାର କରନ୍ତି ।  ପ୍ରତ୍ୟେକ ମୁକ୍ତିଲାଭ ପାଇଁ ତାଲିମ୍ ସାମଗ୍ରୀ, UIDAI ୱେବସାଇଟରୁ, ପଞ୍ଜୀକରଣ ଏଜେନ୍ସୀ ଓ ଅନ୍ୟମାନଙ୍କ ପାଇଁ ଉପଲବ୍ଧ ଅଛି ।

ପରୀକ୍ଷଣ ଓ ପ୍ରମାଣୀକରଣ ଏଜେନ୍ସୀ (TCAs)

ନୂଆ ଅପରେଟର୍/ସୁପରଭାଇଜରଙ୍କୁ ପ୍ରମାଣିତ କରିବା ପାଇଁ UIDAI, ପରୀକ୍ଷଣ ଓ ପ୍ରମାଣୀକରଣ ଏଜେନ୍ସୀଗୁଡ଼ିକୁ ନିଯୁକ୍ତ କରିଥାଏ ।  ଜଣେ ଅପରେଟର୍/ସୁପରଭାଇଜର୍, ଯିଏ ତାଲିମପ୍ରାପ୍ତ ହୋଇଥିବେ ଓ ଆଧାର ଜାରି କରିସାରିଥିବେ, ପ୍ରମାଣୀକରଣ ପରୀକ୍ଷା ଦେଇପାରିବେ ।  ପରୀକ୍ଷଣ ଓ ପ୍ରମାଣୀକରଣ ଏଜେନ୍ସୀମାନେ, ଅପରେଟର୍/ସୁପରଭାଇଜରଙ୍କ ସମେତ UIDAI, ପଞ୍ଜୀକରଣ ଏଜେନ୍ସୀଗୁଡ଼ିକୁ ପ୍ରମାଣୀକରଣ ଫଳାଫଳକୁ ପ୍ରଦାନ କରିବେ ।

ବାୟୋମେଟ୍ରିକ୍ ଉପକରଣ ପ୍ରମାଣୀକରଣ

STQC (ଷ୍ଟାଣ୍ଡାର୍ଡାଇଜେଶନ୍ ଟେଷ୍ଟିଙ୍ଗ୍ ଆଣ୍ଡ କ୍ୱାଲିଟୀ ସର୍ଟିଫିକେଶନ୍) STQC (ଷ୍ଟାଣ୍ଡାର୍ଡାଇଜେଶନ୍ ଟେଷ୍ଟିଙ୍ଗ୍ ଆଣ୍ଡ କ୍ୱାଲିଟୀ ସର୍ଟିଫିକେଶନ୍) ନିର୍ଦ୍ଦେଶାଳୟ, ଭାରତ ସରକାରଙ୍କ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି (DeitY) ବିଭାଗର ଏକ ସଂଲଗ୍ନକ କାର୍ଯ୍ୟାଳୟ, ହେଉଛି, UIDAI ପାଇଁ ଆବଶ୍ୟକ ପଞ୍ଜୀକରଣ ଓ ପ୍ରମାଣୀକରଣ ଉପକରଣ ନିମନ୍ତେ ପ୍ରାମାଣିକରଣ କାର୍ଯ୍ୟ ସମେତ ବୈଶିଷ୍ଟତା ବହନ କରିବାକୁ ନିୟୋଜିତ ହୋଇଥିବା ନୋଡଲ୍ ଏଜେନ୍ସୀ ।  ସମସ୍ତ ଉପକରଣ ବୈଶିଷ୍ଟତା, STQC ୱେବସାଇଟରେ ହୋଷ୍ଟେଡ୍ ହୋଇଥାଏ ଏବଂ ମୋହାଲୀ ଓ ନୂଆ ଦିଲ୍ଲୀର STQC ଲାବ୍ସରେ ବିଶଦ ପ୍ରମାଣୀକରଣ କାର୍ଯ୍ୟକଳାପ କରାଯାଏ, ଯେଉଁଗୁଡ଼ିକ ବାୟୋମେଟ୍ରିକ୍ ଉପକରଣଗୁଡ଼ିକୁ ପରୀକ୍ଷା ଓ ପ୍ରାମାଣିକରଣ କରିବା ପାଇଁ ଉପଯୁକ୍ତ ଉପକରଣ ସହ ସଜ୍ଜିତ ହୋଇଅଛି ।  ଅଧିକ ବିବରଣୀ ପାଇଁ, ଦେଖନ୍ତୁ STQC website

ଆଧାର - "UIDAI, ଭାରତ ସରକାର

Last Modified : 10/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate