অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଧାର ସେବା

UIDAIର ଉଦ୍ଦେଶ୍ୟ

UIDAIର ଉଦ୍ଦେଶ୍ୟ ହେଉଛି, ଭାରତର ପ୍ରତ୍ୟେକ ବାସିନ୍ଦାଙ୍କୁ ଆଧାର ସଂଖ୍ୟା ଜାରି କରି ବହନୀୟ ପରିଚୟ ସହିତ ବାସିନ୍ଦାଙ୍କୁ ସମର୍ଥ କରିବା, ଯାହା ଯେକୌଣସି ସମୟରେ ଯେକୌଣସି ‍ସ୍ଥାନରେ ପ୍ରମାଣୀକୃତ କରିହେବ । ଆଧାର ମଞ୍ଚ, ସେବା ପ୍ରଦାତାମାନଙ୍କୁ ବୈଦ୍ୟୁତିକ ମାଧ୍ୟମରେ ନିରାପଦରେ ଏବଂ ଶୀଘ୍ର ପରିଚୟ ପ୍ରମାଣିତ କରିବାରେ ସାହାଯ୍ୟ କରେ । ଏହାଦ୍ୱାରା ସେବା ବିତରଣ ଅଧିକ ପ୍ରଭାବଶାଳୀ ଏବଂ ଦକ୍ଷତାପୂର୍ଣ୍ଣ ହୋଇଥାଏ ।

ଆଧାରଧାରକ ଏବଂ ସେବା ପ୍ରଦାତାମାନଙ୍କ ପାଇଁ ନିମ୍ନଲିଖିତ ସେବା

ଆଧାରଧାରକ ଏବଂ ସେବା ପ୍ରଦାତାମାନଙ୍କ ପାଇଁ ନିମ୍ନଲିଖିତ ସେବାଗୁଡ଼ିକ ଉପଲବ୍ଧ:

  • ଆଧାର ନମ୍ବର ଯାଞ୍ଚ କରିବା:

ଏହା ସାହାଯ୍ୟରେ ସେବା ପ୍ରଦାତା ଏବଂ ଆଧାରଧାରକମାନେ, ଆଧାର ଏକ ବୈଧ ନମ୍ବର କି ନାହିଁ ଏବଂ ଏହା ନିଷ୍କ୍ରିୟ କରାଯାଇ ନାହିଁ ବୋଲି ଯାଞ୍ଚ କରିପାରନ୍ତି ।

  • ଇମେଲ୍/ମୋବାଇଲ୍ ନମ୍ୱର୍ ଯାଞ୍ଚ କରନ୍ତୁ:

ଆଧାର ଅନଲାଇନ୍ ସେବାଗୁଡ଼ିକ ଏବଂ ଆଧାର ଦରକାର ପଡ଼ୁଥିବା ସୁବିଧାଗୁଡ଼ିକ ବ୍ୟବହାର କରିବା ପାଇଁ ଆଧାରଧାରକଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ଗୁରୁତ୍ୱପୂର୍ଣ୍ଣ । ବାସିନ୍ଦାମାନେ, ନିଜର ପଞ୍ଜିକୃତ କରିସାରିଥିବା ଇ-ମେଲ୍ ଠିକଣା ଓ ମୋବାଇଲ୍ ନମ୍ୱର୍ ଯାଞ୍ଚ କରିପାରିବେ ।

  • ବାୟୋମେଟ୍ରିକ୍ସ ଲକ୍/ଅନଲକ୍ କରନ୍ତୁ:

ଆଧାର ସଂଖ୍ୟାଧାରକମାନେ, ସେମାନଙ୍କର ବାୟୋମେଟ୍ରିକ୍ସକୁ ଲକ୍ କରି ନିଜର ବାୟୋମେଟ୍ରିକ୍ ପ୍ରମାଣୀକରଣରୁ ସୁରକ୍ଷିତ କରିପାରିବେ ।  ଥରେ ଲକ୍ ହୋଇଗଲା ପରେ, ତାହା କାହାଦ୍ୱାରା ପ୍ରମାଣୀକରଣ ପାଇଁ ବ୍ୟବହାର କରାଯାଇପାରିବ ନାହିଁ ।  କୌଣସି ବାୟୋମେଟ୍ରିକ୍ ପ୍ରମାଣୀକରଣ କାରବାର ପୂର୍ବରୁ ବାସିନ୍ଦାମାନେ, ସେମାନଙ୍କର ବାୟୋମେଟ୍ରିକ୍ସ ଅନଲକ୍ କରିପାରିବେ ।

  • ଆଧାର ଯାଞ୍ଚ ଏବଂ ବ୍ୟାଙ୍କ ଖାତା ସହ ଲିଙ୍କ କରିବା ସ୍ଥିତି:

ସେମାନଙ୍କ ଆଧାର ସେମାନଙ୍କ ବ୍ୟାଙ୍କ ଖାତା ସହ ଲିଙ୍କ୍ ହୋଇଛି କି ନାହିଁ ଆଧାରଧାରକମାନେ ଯାଞ୍ଚ କରିପାରିବେ । ଆଧାର ଲିଙ୍କିଙ୍ଗ୍ ଷ୍ଟାଟସ୍ NPCI ସର୍ଭରରୁ ଅଣାଯାଏ । ଯେକୌଣସି ପରିସ୍ଥିତିରେ, ପ୍ରଦର୍ଶିତ ସ୍ଥିତିର ସଟିକତା ପାଇଁ UIDAI ଦାୟୀ କିମ୍ବା ଦାୟୀ ହେବେନାହିଁ । ତା’ସହ, NPCI ସର୍ଭରରୁ ଅଣାଯାଇଥିବା କୌଣସି ତଥ୍ୟ UIDAI ଗଚ୍ଛିତ ରଖେନାହିଁ ।

ଆଧାର - "UIDAI, ଭାରତ ସରକାର"

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate