অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆକ୍ସିସ୍ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଦେବ ଇ-ହସ୍ତାକ୍ଷର ସୁବିଧା

ଆକ୍ସିସ୍ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଦେବ ଇ-ହସ୍ତାକ୍ଷର ସୁବିଧା

ଉପକ୍ରମ

ଭାରତ ସରକାର ଆରମ୍ଭ କରିଥିବା ଡିଜିଟାଲ୍ ଇଣ୍ଡିଆ ଲକ୍ଷ୍ୟର ଅଂଶ ସ୍ୱରୂପ, ଇସାଇନ୍ ସେବା ଚଳିତ ବର୍ଷ ଦେଶରେ ଆରମ୍ଭ କରାଯାଇଥିଲା । ଆକ୍ସିସ୍ ବ୍ୟାଙ୍କର ଏହାର ଡିଜିଟାଲ ବ୍ୟାଙ୍କିଙ୍ଗ ସେବାକୁ ଆଉ ପାଦେ ଆଗେଇ ନେଇ ଇ-ମୁଦ୍ରା ଲିମିଟେଡ୍,ଏକ ଅଗ୍ରଣୀ ଡିଜିଟାଲ୍ ସିକୁ୍ୟରିଟି କଂପାନି ସହ ପାର୍ଟନର୍ ହୋଇ ଇ-ସାଇନ୍ ଆରମ୍ଭ କରିଛି । ଏହା ଏକ ଇଲେକଟ୍ରୋନିକ୍ସ ହସ୍ତାକ୍ଷର ଯେଉଁଥିରେ ଆଧାର କାର୍ଡ ଥିବା ଗ୍ରାହକମାନେ କିଛି ସେକେଣ୍ଡରେ ଯେ କୌଣସି ଦଲିଲକୁ ଡିଜିଟାଲ୍ ଉପାୟରେ ହସ୍ତାକ୍ଷର କରିପାରିବେ । ଆକ୍ସିସ୍ ବ୍ୟାଙ୍କ ଦେଶର ପ୍ରଥମ ସଂଗଠନ ଭାବେ ଏହି ସେବା ଆରମ୍ଭ କରିଛି । ଇ-ସାଇନ ହେଉଛି ଏକ ସମନ୍ୱିତ ସେବା ଯାହା ଜରିଆରେ ବ୍ୟାଙ୍କର ଗ୍ରାହକମାନେ ଡିଜିଟାଲ୍ ହସ୍ତାକ୍ଷର ସାର୍ଟିଫିକେଟ୍ ହାସଲ କରିପାରିବେ, ଦଲିଲ ହସ୍ତାକ୍ଷର କରିପାରିବେ ଓ ଡିଜିଟାଲ୍ ହସ୍ତାକ୍ଷର ସହ ଆବେଦନ ଫର୍ମ ସ୍ୱାକ୍ଷର କରିପାରିବେ ।

ଡିଜିଟାଲ ହସ୍ତାକ୍ଷରରେ ଥିବା ସୁବିଧା

ସେମାନେ ସେହି ଡିଜିଟାଲ ହସ୍ତାକ୍ଷର ଥିବା ଦଲିଲଗୁଡ଼ିକୁ ଗୋଟିଏ କ୍ଲିକରେ ସୁରକ୍ଷିତ ଅନଲାଇନ୍ ଉପାୟରେ ବ୍ୟାଙ୍କକୁ ପଠାଇ ଦେଇପାରିବେ। ସେବାଗୁଡ଼ିକ ପାଇଁ ଗ୍ରାହକଙ୍କୁ ଶାଖା ପରିଦର୍ଶନ କରିବାକୁ ପଡୁ ନ ଥିବାରୁ ଇ-ସାଇନ୍ ଗ୍ରାହକଙ୍କୁ ଶୀଘ୍ର, ସୁରକ୍ଷିତ ଓ ସହଜ ସେବ ପ୍ରଦାନ କରିବ । ଏହି କାର୍ଯ୍ୟ ଗ୍ରାହକମାନେ ଘରେ ବସି ନିଜ ସୁବିଧାରେ ସମ୍ପୂର୍ଣ୍ଣ ପେପରମୁକ୍ତ ଅଂଚଳରେ କରିପାରିବେ । ଏହି ସେବା ଆଧାର ସ୍ୱୀକୃତି ଜରିଆରେ କାମ କରିବ ଓ ଆପେ ଡିଜିଟାଲ୍ ହସ୍ତାକ୍ଷର ସୃଷ୍ଟି କରିପାରିବ । ସୃଷ୍ଟି ହୋଇଥିବା ହସ୍ତାକ୍ଷର ଆଇନଗତ ଭାବେ ବୈଧ ଓ ସୁରକ୍ଷିତ । ଏ ସଂପର୍କରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍ଜିକୁ୍ୟଟିଭ୍ ଓ ରିଟେଲ୍ ବ୍ୟାଙ୍କିଙ୍ଗ ମୁଖ୍ୟ ରାଜୀବ ଆନନ୍ଦ କହିଛନ୍ତି ଯେ, ଏହି ସେବା ଆରମ୍ଭ କରିବାରେ ଦେଶର ପ୍ରଥମ ସଂସ୍ଥା ହୋଇଥିବାରୁ ଆମେ ଗର୍ବିତ । ଇ-ସାଇନ୍କୁ ବ୍ୟାଙ୍କର ବିଭିନ୍ନ ସେବା ସହ ସମନ୍ୱିତ କରାଯାଇଛି ଫଳରେ ଗ୍ରାହକମାନେ ଶୀଘ୍ର, ପ୍ରଭାବଶାଳୀ ଭାବେ ଓ ସୁରକ୍ଷିତ ଢ଼ଙ୍ଗରେ ଏହାକୁ ହାସଲ କରିପାରିବେ । ଗ୍ରାହକଙ୍କୁ ସହଜରେ ଓ ସୁରକ୍ଷିତ ଭାବେ ସଦ୍ୟତମ ଟେକ୍ନୋଲଜି ବ୍ୟବହାର କରି ଗ୍ରାହକଙ୍କ ଅନୁଭୂତି ବଢ଼ାଇବା ପାଇଁ ବ୍ୟାଙ୍କର ରହିଥିବା ପ୍ରତିଶ୍ରୁତିକୁ ଇ-ସାଇନ୍ ଜରିଆରେ ପୂରଣ କରିବାକୁ ଆହୁରି ପ୍ରୟାସ କରାଯାଇଛି । ବିଜୁ ଭର୍ଗିଜ୍, ମୁଖ୍ୟ-ଏଟଂରପ୍ରାଇଜ୍ ସିକୁ୍ୟରିଟିଜ୍ ସଲୁ୍ୟନ୍ସ-ଇ-ମୁଦ୍ରା କହିଛନ୍ତି ଯେ, ଗ୍ରାହକମାନେ ଯେଭଳି ସହଜରେ ଓ ସୁବିଧାରେ ବ୍ୟବହାର କରିପାରିବେ, ସେଭଳି ଉଚ୍ଚ ମାନର ଡିଜିଟାଲ୍ ନିରାପତ୍ତା ସେବା ଯୋଗାଇ ଦେବାକୁ ଆମେ ଇ-ମୁଦ୍ରାରେ ପ୍ରୟାସ କରିଥାଉ । ଇ-ସାଇନ୍ ସେବା ଜରିଆରେ ଆମେ ଅନଲାଇନ୍ ନିରାପତ୍ତାକୁ ଆଗାମୀ ସ୍ତରରେ ପହଂଚାଇବାକୁ ଚାହୁଁଛୁ । ଇସାଇନ୍ ନିଶ୍ଚିତ କରୁଛି ଯେ, କାରବାର ସୁରକ୍ଷିତ ଢ଼ଙ୍ଗରେ କରାଯାଇଛି । ଇସାଇନ୍ ଉଭୟ ନୂତନ ଓ ପୁରୁଣା ଗ୍ରାହକଙ୍କୁ ବିଭିନ୍ନ ସେବା ପାଇଁ ଉପଲବ୍ଧ କରାଯିବ ।

ଆଧାର

Subhransu Panda

"http://www.axisbank.com"

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate