অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କେତେ ନିରାପଦ ମୋବାଇଲ୍ ଓ କମ୍ପ୍ୟୁଟର

ଇଲେକ୍ଟ୍ରୋନିକ୍ ଗେଜେଟ୍ ପ୍ରଭାବ

ଆଜିକାଲି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ବ୍ୟବହାର କରିବାରେ ମହିଳାମାନେ ପଛରେ ନାହାନ୍ତି । ହେଲେ ଏଭଳି ଜିନିଷର ବହୁଳ  ବ୍ୟବହାର ଯେ, ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ସୃଷ୍ଟି କରୁଛି ସେ ଦିଗରେ ଅନେକେ ସଚେତନ ନ ଥାନ୍ତି  ।

ମୋବାଇଲ୍ ଫୋନ୍, କମ୍ପ୍ୟୁଟର, ଇଣ୍ଟରନେଟ୍ ପ୍ରାୟ ଅନେକଙ୍କର ଦୈନନ୍ଦିନ ଜୀବନର ଅନ୍ୟତମ ଆବଶ୍ୟକତା ପାଲଟିଯାଇଛି । କେବଳ ପୁରୁଷ ନୁହନ୍ତି, ଆଜିକାଲି ଇଲେକ୍ଟ୍ରୋନିକ୍ ଗେଜେଟ୍ ବ୍ୟବହାର କରିବାରେ ମହିଳାମାନେ ପଛରେ ପଡିନାହାନ୍ତି ।

କିନ୍ତୁ ଏଭଳି ଜିନିଷ ବ୍ୟବହାର କରିବା ଦ୍ଵାରା ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ ବୋଲି ନିକଟରେ ଆମେରିକୀୟ ବିଶେଷଜ୍ଞମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି । ଏହି ଗବେଷଣାରେ ୬ ହାଜରରୁ ଊର୍ଦ୍ଧ୍ଵ ମହିଳାଙ୍କୁ ସାମିଲ କରିଥିଲେ, ଯାହାଙ୍କ ବୟସ ୨୦-୩୫ ବର୍ଷ ମଧ୍ୟରେ ଥିଲା ।

ଇଲେକ୍ଟ୍ରୋନିକ୍ ଗେଜେଟ୍ ବ୍ୟବହାର କରିବା ପୂର୍ବରୁ ସୂଚନା

ମୋବାଇଲ୍ ଓ କମ୍ପ୍ୟୁଟର ଇଲେକ୍ଟ୍ରୋନିକ୍ ଗେଜେଟ୍ ବ୍ୟବହାର କରିବା ପୂର୍ବରୁ କେତୋଟି କଥାକୁ ନିହାତି ଗୁରୁତ୍ଵ ଦେବା ଆବଶ୍ୟକ । ଜାଣନ୍ତୁ ସେ ସମ୍ପର୍କରେ ...

  • ସ୍ମାର୍ଟ ଫୋନ୍ ଏବଂ ଇଣ୍ଟରନେଟ୍ ଅଧିକ ବ୍ୟବହାର ଯୋଗୁ ଏନ୍ମୋଜିଆ ରୋଗ ହେବାର ଆଶଙ୍କା ରହିଛି ।
  • ଏବେ ସ୍ମାର୍ଟ ଫୋନ୍ ଓ ମୋବାଇଲ୍ର ଚାହିଦା ବଢୁଥିବାରୁ, ଫୋନ୍ ନମ୍ବର ମନେରଖିବା କଷ୍ଟକର ।
  • ତିନି ଚତୁର୍ଥାଂଶ ମହିଳାଙ୍କୁ ଯଦି ନିଜ ଘରର ସଦସ୍ୟଙ୍କ ଫୋନ୍ ନମ୍ବର ପଚରାଯାଏ, ତେବେ ସେମାନଙ୍କ ସେତିକି ମନେ ନ ଥିବ ।
  • ପ୍ରଥମେ ଯେଉଁ କାମ ପାଇଁ ମସ୍ତିଷ୍କ ବ୍ୟବହାର ହେଉଥିଲା, ଆଜି ସେହି କାମ ପାଇଁ ଇଣ୍ଟରନେଟ୍ ସର୍ଚ୍ଚ ଏବଂ ସ୍ମାର୍ଟ ଫୋନ୍ ବ୍ୟବହାର ହେଉଛି ।
  • ସ୍ମାର୍ଟ ଫୋନ୍, ଇଣ୍ଟରନେଟ୍, ଆଇପଡ୍, ଟ୍ୟାବଲେଟ୍ ଆଦି ବ୍ୟବହାର ନିଜ ଜ୍ଞାନର ପରିସୀମା ସଙ୍କୁଚିତ କରିବାରେ ଲାଗିଛି ।
  • ଭାଷାଜ୍ଞାନରେ ପରିବର୍ତ୍ତନ ଦେଖିବାକୁ ମିଳୁଛି ।
  • ଶାରୀରିକ ଏବଂ ମାନସିକ ସ୍ତରରେ ସ୍ଵାସ୍ଥ୍ୟର ଅବନତି ହେବାରେ ଲାଗିଛି ।
  • ଅପରାଧ ଏବଂ ହିଂସା ପ୍ରବୃତ୍ତି ବଢିବାରେ ଲାଗିଛି ।
  • ଏବେ ଏମିତି ହୋଇଗଲାଣି ଯେ, ନିଜର ଆବଶ୍ୟକତା ଅନୁଯାୟୀ ସ୍ମାର୍ଟ ଫୋନ୍ ଏବଂ ଇଣ୍ଟରନେଟ୍ରେ ଆବଦ୍ଧ ହୋଇ ରହିବା ଯୋଗୁ ଆପଣଙ୍କ ମସ୍ତିଷ୍କ ଲଗାଇବାର ଆବଶ୍ୟକତା ପଡୁନାହିଁ ।
  • ସ୍ମାର୍ଟ ଫୋନ୍, ଇଣ୍ଟରନେଟ୍ ଦ୍ଵାରା ହେଉଥିବା କ୍ଷତି
  • ସ୍ମାର୍ଟଫୋନ୍, ଇଣ୍ଟରନେଟ୍, କମ୍ପ୍ୟୁଟର ଆଦି କାରଣରୁ ହାତରେ ଲେଖିବା ଅଭ୍ୟାସ କମିଗଲାଣି ।
  • ଯଦି ଆପଣ ଇଣ୍ଟରନେଟ୍ରେ ଅନ୍ଲାଇନ୍ ବ୍ୟାଙ୍କିଙ୍ଗ, ସୋସିଆଲ ନେଟ୍ୱାର୍କିଂ ସାଇଟ୍ସ କିମ୍ବା ଅନ୍ୟ ସାଇଟ୍ସ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପର୍ସନାଲ ଇନ୍ଫରମେଶନ୍ ଯେମିତି ନାମ, ଆଡ୍ରେସ, ମୋବାଇଲ୍ ନମ୍ବର ଆଦିର ଅପବ୍ୟବହାର ହୋଇପାରେ ଏଥିପାଇଁ ସତର୍କ ହେବା ଆବଶ୍ୟକ ।
  • ସୋସିଆଲ୍ ନେଟ୍ୱାର୍କିଂ ସାଇଟ୍ରେ ଅନ୍ଲାଇନ୍ ଚାଟିଂ କରିବା ଦ୍ଵାରା ସାମାଜିକ ସ୍ତରରେ ଦେଖା ସାକ୍ଷାତ୍ ଧୀରେ ଧୀରେ କମିଗଲାଣି ।
  • ଯଦି ଆପଣ ଗାଡି ଚଲାଉଥିବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥାନ୍ତି, ତେବେ ଦୁର୍ଘଟଣା ହେବାର ଆଶଙ୍କା ରହିଛି ।

କେତେଦୂର ପ୍ରଭାବିତ ହେଉଛି ସ୍ୱାସ୍ଥ୍ୟ

ଡାକ୍ତରଙ୍କ ମତରେ ଇଣ୍ଟରନେଟ୍, ସ୍ମାର୍ଟ ଫୋନ୍ ର ବହୁଳ ବ୍ୟବହାର ଯୋଗୁ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି । ଯଦି ଆପଣ ଲଗାତାର ମୋବାଇଲ୍ କିମ୍ବା କମ୍ପ୍ୟୁଟର କି ବୋର୍ଡରେ ଆଙ୍ଗୁଠି ବ୍ୟବହାର କରୁଥାନ୍ତି, ତେବେ ଆପଣଙ୍କ ଜାଣତରେ ହେଉ କିମ୍ବା ଅଜାଣତରେ କାର୍ପଲ ଟନଲ ସିଣ୍ଟ୍ରୋମ୍ ନାମକ ରୋଗ ହେବାର ଆଶଙ୍କା ରହିଛି ।

  • ଅଧିକ ସମୟ ଇୟରଫୋନ୍ ବ୍ୟବହାର କରିବା ଦ୍ବାରା ଶ୍ରବଣ ଶକ୍ତି ପ୍ରଭାବିତ ହେବାର ଆଶଙ୍କା ରହିଛି ।
  • ମୋବାଇଲ୍ ଫୋନ୍ ବାହାରୁଥିବା ରେଡିଏସନ୍ ସ୍ବାସ୍ଥ୍ୟକୁ ପ୍ରଭାବିତ କରିପାରେ ।
  • ଲଣ୍ଡନ ୟୁନିଭରସିଟିରେ କରାଯାଇଥିବା ଗବେଷଣା ଅନୁଯାୟୀ ଯେଉଁମାନେ କମ୍ପ୍ୟୁଟର ସାମ୍ନାରେ ପ୍ରତିଦିନ ୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତାଇଥାନ୍ତି, ଅନ୍ୟମାନଙ୍କ ଅପେକ୍ଷା ସେମାନଙ୍କଠାରେ ହୃଦ୍ଜନିତ ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ ରହିଛି ।
  • କମ୍ପ୍ୟୁଟରରେ ଅଧିକ ସମୟ କାମ କରୁଥିବା ବ୍ୟକ୍ତିଙ୍କ ଆଖିରେ ଡ୍ରାଏ ଆଇ ସିଣ୍ଡ୍ରୋମ୍ ହେବାର ଆଶଙ୍କା ରହିଛି ।
  • କମ୍ପ୍ୟୁଟର ଓ ମୋବାଇଲ୍ ବ୍ୟବହାର ଦ୍ବାରା ହେଉଥିବା ରୋଗର ଲକ୍ଷଣ -
  • ପ୍ରଥମେ ହାତକୁ କାନ୍ଧ ପର୍ଯ୍ୟନ୍ତ ଟେକିବା କଷ୍ଟ ହୋଇଥାଏ ।
  • ଆଙ୍ଗୁଠିରେ ଯନ୍ଏଣା ଅନୁଭୂତ ହୁଏ ।
  • ଛୋଟ ଛୋଟ କଥାରେ ଚିଡିଚିଡି ଲାଗେ ।
  • ଆଖି ପୋଡାଜଳା ହୁଏ ।

ଆଧାର - ଦୈନନ୍ଦିନ ଧରିତ୍ରୀ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate