অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫୋନ୍ ଓଦା ହୋଇଗଲେ

ଫୋନ୍ ଓଦା ହୋଇଗଲେ

ଉପକ୍ରମ

ବର୍ଷାଦିନେ ଫୋନ୍ ଓଦା ହେବା ଏକ ସାଧାରଣ ସମସ୍ୟା ହେଲେ ଫୋନ୍  ଓଦା ହୋଇଯିବା ପରେ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେଲେ ଏହା  ଖରାପ ହେବାଠୁ ଦୂରେଇ ରହିପାରିବ  ।

ଟିପ୍ସ

  • ଫୋନ୍ କୁ ଶୁଖାଇବା ପାଇଁ ହେୟାର୍ ଡ୍ରାୟର କିମ୍ବା ବ୍ଲୋଅର୍ର ବ୍ୟବହାର କରନ୍ତୁ ନାହିଁ । କାରଣ  ଏଥିରୁ ନିର୍ଗତ ହେଉଥିବା ହିଟ୍ ଫୋନ୍ ର ଇଣ୍ଟରନାଲ୍ ସର୍କିଟ୍କୁ ନଷ୍ଟ କରିଦେଇପାରେ । ଏପରି କି ଫୋନ୍ ବ୍ଲାଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି ।
  • ଓଦା ଫୋନ୍ ରେ ହେଡ୍ ଫୋନ୍ ବ୍ୟବହାର କରିବା  ଠିକ୍ ନୁହେଁ । ଏପରି କରିବା ଦ୍ଵାରା ହେଡ୍ ଫୋନ୍ ଜ୍ୟାକ୍ ରେ ପାଣି ପଶି ତାହା ଖରାପ ହେବାର ଆଶଙ୍କା ରହିଥାଏ ।
  • ଓଦା ହୋଇଥିବା ଫୋନ୍ କୁ କେବେ ବି ଚାର୍ଚ୍ଚରେ ଲଗାନ୍ତୁ ନାହିଁ । ଏହାଦ୍ୱାରା ଫୋନ୍ ଚାର୍ଜର ସହିତ ବ୍ୟାଟେରି ମଧ୍ୟ ଖରାପ ହେବାର ଯଥେଷ୍ଟ ଆଶଙ୍କା ଥାଏ । ଏହା ଛଡା ଫୋନ୍ ବ୍ଲାଷ୍ଟ  ହେବାର ଆଶଙ୍କାରୁ ମଧ୍ୟ ଏଡାଇ ଦିଆଯାଇ ନପାରେ ।
  • ସାଧାରଣତଃ ବର୍ଷାଦିନେ ଅଧିକାଂଶ ଯୁବପିଢି ଫୋନ୍ କୁ ସୁରକ୍ଷିତ ରଖିବା ଲାଗି ଘରୁ ବାହାରିବା ପୂର୍ବରୁ ତା’କୁ ପଲିଥିନ୍ ରେ ଗୁଡାଇ ଦିଅନ୍ତି । କିନ୍ତୁ ଓଦା ଫୋନ୍ କୁ ପଲିଥିନ୍ ରେ ଗୁଡାଇବାର ଭୁଲ୍ କରନ୍ତୁ ନାହିଁ । ଏହାଦ୍ୱାରା ଭିତରକୁ ପବନ ନଯିବା ଯୋଗୁ ଫୋନ୍ ଭିତରର ବିଭିନ୍ନ ପାର୍ଟ ଶୀଘ୍ର ଖରାପ ହୋଇଯାଇଥାଏ । ତେଣୁ ଫୋନ୍ କୁ ଶୁଖିବା ପରେ ହିଁ ପଲିଥିନ୍ ରେ ଗୁଡାଇ ରଖନ୍ତୁ ।
  • ଅନେକେ ଓଦା ଫୋନ୍ ରୁ ପାଣି ବାହାର କରିବା ପାଇଁ ଅଧିକ ଜୋରରେ ହଲାଇ କିମ୍ବା ଛାଟି ସେଥିରୁ ପାଣି ବାହାର କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଏପରି କରିବା ଦ୍ଵାରା  ପାଣି ବାହାରିବା ପରିବର୍ତ୍ତେ ଇଣ୍ଟରନାଲ୍ ପାର୍ଟରେ ପଶି ଫୋନ୍ କୁ ନଷ୍ଟ କରିଦେଇପାରେ । ତେଣୁ ଫୋନ୍ ରେ ପାଣି ପଶିଥିଲେ ତା’କୁ ଛାଟିବା ବଦଳରେ କିଛି ସମୟ ଚାଉଳ ଡବା ଭିତରେ ରଖିଦିଅନ୍ତୁ ।
  • ଅନେକ ଯୁବପିଢି ଓଦା ଫୋନ୍ କୁ ଶୁଖାଇବା ଲାଗି ଫୋନ୍ କୁ ବଲ୍ବ, ହିଟର୍ କିମ୍ବା ଗ୍ୟାସ ପାଖରେ ମଧ୍ୟ ରଖିଦେଇଥାନ୍ତି । ଏହାଦ୍ୱାରା ଫୋନ୍ ର ସ୍କ୍ରିନ୍ ଶୀଘ୍ର ନଷ୍ଟ ହେବା ସହିତ ତା’ର ଇଣ୍ଟରନାଲ୍ ପାର୍ଟ ଉପରେ ମଧ୍ୟ ପ୍ରଭାବ ପଡିଥାଏ ।
  • ଓଦା ଫୋନ୍ କୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ୟାଣ୍ଟ୍ ପକେଟ୍ କିମ୍ବା ପର୍ସରେ ନରଖି ତା’କୁ ବାହାରେ ଖୋଲା ସ୍ଥାନରେ ରଖନ୍ତୁ ।

ଆଧାର – ଦୈନିକ ଧରିତ୍ରୀ

Last Modified : 7/6/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate