অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ଷ୍ଟେଟ ବ୍ୟାଙ୍କର ମୋବାଇଲ ବ୍ୟାଙ୍କିଙ୍ଗ ସେବା

ଉପକ୍ରମ

ଘରରୁ ଦୂରରେ ରହି ମଧ୍ୟ ଆପଣ ଏବେ ଆପଣଙ୍କ ଖାତାର ସଞ୍ଚୟ ରାଶି ସମ୍ବନ୍ଧରେ ଜାଣି ପାରିବେ ତଥା ନିଜ ସମ୍ପର୍କୀୟଙ୍କୁ ମଧ୍ୟ ଟଙ୍କା ପଠାଇପାରିବେ ଓ ଯେକୌଣସି ସମୟରେ ବିଲ ପୈଠ ମଧ୍ୟ କରିପାରିବେ । ଷ୍ଟେଟ ବ୍ୟାଙ୍କ ଫ୍ରୀଡମ ସହଜରେ, ସୁବିଧାରେ, ଯେକୌଣସି ସମୟରେ ଯେଉଁ ଜାଗାରେ ଥାଇ ମଧ୍ୟ ଏହାର ସେବା ନେଇ ପାରିବେ । ଷ୍ଟେଟ ବ୍ୟାଙ୍କ ଫ୍ରିଡମ ଆପ ଦ୍ଵାରା ନିଜ ସ୍ମାର୍ଟ ଫୋନରୁ ଡାଉନଲୋଡ କରିବାକୁ ପଡିବ

ଏହି ଆପ ରୁ ମିଳୁଥିବା ସେବା

  • ପାଣ୍ଠି ବଦଳ କରିବା(ନିଜ ବ୍ୟାଙ୍କରୁ ବା ଅନ୍ୟ ବ୍ୟାଙ୍କରୁ )
  • ବ୍ୟାଙ୍କରୁ ଟଙ୍କା ପ୍ରଦାନ କରିବା
  • ନିଜ ଖାତାର ଜମା ରାଶିର ସ୍ଥିତି
  • ଚେକ ବୁକ ପାଇବା ପାଇଁ
  • ଡିମାଣ୍ଡ ଡ୍ରାଫ୍ଟ କରିବା ପାଇଁ
  • ମୋବାଇଲ ରିଚାର୍ଜ କରିବା ପାଇଁ
  • ବିଲ ପ୍ରଦାନ କରିବା(ଟାଟା ସ୍କାଇ, ବିଗ ଟିଭି , ଡିଶ ଟିଭି ତଥା ଅନ୍ୟାନ୍ୟ ଟେଲି ସୋପିଙ୍ଗ ବିଲ)

ବ୍ୟାଙ୍କିଙ୍ଗ ସେବାର ପ୍ରାଧାନ୍ୟ

  • ମୋବାଇଲ ବ୍ୟାଙ୍କିଙ୍ଗ ସେବାର ଲାଭ ପାଇବା ପାଇଁ ଗ୍ରାହକମାନଙ୍କୁ ପ୍ରଥମେ ବ୍ୟାଙ୍କରେ ପଞ୍ଜୀକରଣ କରିବାକୁ ପଡିବ
  • ଏହି ସେବା ନିଶୁଳ୍କ ଅଟେ କିନ୍ତୁ ଗ୍ରାହକଙ୍କୁ ଏସଏମ ଏସ /ଜିପିଆରଏସ ଶୁଳ୍କ ବହନ କରିବାକୁ ପଡିବ

ଏହି ସେବା କେମିତି ପାଇବେ

ମୋବାଇଲ ବ୍ୟାଙ୍କିଙ୍ଗ ସେବା ପାଇବାପାଇଁ ନିମ୍ନଲିଖିତ ମାଧ୍ୟମରେ ଦେଖନ୍ତୁ

ଏହି ସେବା ଜିପିଆରଏସ ସକ୍ଷମ ଫୋନରେ ଏହି ଲିଙ୍କରେ "https://m.onlinesbi.com/" ଏସବିଆଇ ଅନଲାଇନ ପାଇପାରିବେ

ପଞ୍ଜୀକରଣର ପ୍ରକ୍ରିୟା

  • ଏସଏମ ଏସ MBSREG ଏହି ନମ୍ବର 9223440000 କୁ କରନ୍ତୁ । ୟୁଜର ଆଇଡି, MPIN ଲିଙ୍କ ଓ ଡାଉନଲୋଡ ପାଇଁ
  • ପାଇଥିବା ଲିଙ୍କରୁ ଷ୍ଟେଟ ବ୍ୟାଙ୍କ ଫ୍ରିଡମ ଏପ୍ଲିକେସନକୁ ଡାଉନଲୋଡ କରନ୍ତୁ ।
  • ତାପରେ ପଠାଯାଇଥିବା MPIN କୁ ବଦଳ କରି ଦିଅନ୍ତୁ
  • ଷ୍ଟେଟ ବ୍ୟାଙ୍କ ଏଟିଏମ ବା ବ୍ୟାଙ୍କ ଶାଖାକୁ ତୁରନ୍ତ ଯାଇ ପଞ୍ଜୀକରଣ ପ୍ରକ୍ରିୟା ପୁରା କରିବେ

ବିକଳ୍ପ ପ୍ରକ୍ରିୟା ୧

ଯେକୌଣସି ଷ୍ଟେଟ ବ୍ୟାଙ୍କ ଏଟିଏମକୁ ଯାଇ ଏଟିଏମ କିମ୍ବା ଡେବିଟ କାର୍ଡ ଉପଯୋଗ କରି ସକ୍ରିୟ କରନ୍ତୁ । ମୋବାଇଲ ପଞ୍ଜୀକରଣ /ମୋବାଇଲ ବ୍ୟାଙ୍କିଙ୍ଗ ପଞ୍ଜୀକରଣ  ତା’ପରେ ପଞ୍ଜୀକରଣ କରନ୍ତୁ ଏବଂ ବ୍ୟାଙ୍କରେ ପଞ୍ଜୀକୃତ ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଦବାନ୍ତୁ ।

ବିକଳ୍ପ ପ୍ରକ୍ରିୟା ୨

ତ୍ଵରିତ ସକ୍ରିୟ କରିବା ପାଇଁ ଗୃହ ଶାଖାରେ ପଞ୍ଜୀକରଣ ଫର୍ମ ଜମା କରେ

ଆଧାର

ଭାରତୀୟ ଷ୍ଟେଟ ବ୍ୟାଙ୍କ

"www.statebankofindia.com"

"http://www.sbi.co.in/"

Last Modified : 2/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate