অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମୋବାଇଲ ପ୍ରଶାସନ

ପରିଚୟ

ଏମ. ଗଭର୍ଣାନ୍ସ ହେଉଛି ଇ ଗଭର୍ଣାନ୍ସର ସବ ଡମେନ. ଇଲେକ୍ଟ୍ରୋନିକ ସେବା ଲୋକ ମାନଙ୍କୁ ମୋବୀଇଲ ଟେକ୍ନୋଲଜିରେ ମୋବାଇଲ ଫୋନ ଭଳି ଯ଼ନ୍ତ୍ର ଜରିଆରେ ଉପଲବ୍ଧ ହେବାକୁ ସୁନିଶ୍ଚିତ କରାଇଥାଏ. ସଂଚାର ଏବଂ ଭାଗିଦାରୀତା ପାଇଁ ପାରମ୍ପାରିକ ଫିଜିକାଲ ନେଟବାର୍କର ଆବଶ୍ୟକକାକୁ ଏହି ସେବା ବାଇପାସ କରିଥାଏ. ଭାରତ ଏବଂ ଏସିଆର ବିଭିନ୍ନ ଦେଶର ଅଧିକ ଗ୍ରାମୀଣ ଅଂଚଳ ପାଇଁ ମୋବାଇଲ ସେବା ଶସ୍ତା ଓ ଏହାର ଉପଲବ୍ଧତା ରହିଛି.

ଲକ୍ଷ ଲକ୍ଷ ଗ୍ରାହକ ଆଧାର ଥାଇ ମୋବାଇଲଲ ଫୋନର ଆକ୍ସେସେବିଲିଟି, ଆଡାପ୍ଟେବିଲିଟି ବଢାଇବା ସହ ସରକାର ଇ ଗଭର୍ଣାନ୍ସ ସେବା ପ୍ରଦାନ କରିବାରେ ମୋବାଇଲ ଫୋନର ବ୍ୟବହାରକୁ ପ୍ରୋତ୍ସାହନ ଦେଉଛନ୍ତି . ଗତ କିଛି ବର୍ଷ ମଧ୍ୟରେ ସରକାର ଦେଖିଛନ୍ତି ଯ଼େ ମୋବାଇଲ ଫୋନ ଗୁଡିକ ନାଗରିକ ମାନଙ୍କର ସଶକ୍ତିକରଣ କରି ପାରିବ, ନାଗରିକ ମାନେ ପରସ୍ପର ସହିତ ଓ ସମାଜ ସହିତ ଯ଼େଭଳି ଆଲୋଚନା କରୁଛନ୍ତି ତାକୁ ମଧ୍ୟ ପ୍ରଭାବି କରି ପାରିବ. ସେହିପରି ନାଗରିକ ସରକାରଙ୍କ ମଧ୍ୟରେ ଆଲୋଚନା ପାଇଁ ମୋବାଇଲ ଫୋନକୁ ପ୍ରଭାବୀ ଉପକରଣ ବୋଲି ମନେ କରଯ଼ାଉଛି, ତେଣୁ ଏହା ଦ୍ବାରା ରାଜନୀତିକ ନିର୍ଣୟ ନେବା ପ୍ରକ୍ରିୟlକୁ ପ୍ରଭାବିତ କରାଯ଼ିବା ସହ ସରକାରଙ୍କୁ ଏହି ସବୁ ଗତିବିଧିରେ ଉତ୍ତରଦାୟୀ କରାଯ଼ାଇ ପାରୁଛି.

ଏମ-ଗଭର୍ଣାନ୍ସର ଉଦ୍ଦେଶ୍ୟ

ମୋବାଇଲ ଯ଼ନ୍ତ୍ର ଜରିଆରେ ନାଗରିକ ମାନଙ୍କୁ ବିଭିନ୍ନ ସେବା ତ୍ବରିତ ଓ ସହଜ ଭାବେ ଉପଲବ୍ଧ କରାଇବା ହେଉଛି ଏମ ଗଭର୍ଣାନ୍ସର ଉଦ୍ଦେଶ୍ୟ. ମୋବାଇଲ ସେବା ବର୍ତମାନ ସରକାରଙ୍କର ତ୍ବରିତ ରୂପାନ୍ତରଣ ପାଇଁ ନୂଆ ସୀମା ଭାବେ ଠିଆ ହୋଇଛି ଓ ସରକାରଙ୍କର ସେବା ଓ ସୂଚନା ପ୍ରଦାନ କରି ନାଗରିକ କେନ୍ଦ୍ରୀକ ଲୋକ ମାନଙ୍କ ନିକଟକୁ ପହଂଚି ପାରୁଛି . ନାଗରିକ ମାନଙ୍କୁ ସଠିକ ସମୟରେ ଓ ସଠିକ ସୂଚନା ପ୍ରଦାନ କରିବା ଓ ସରକାରୀ ସେବାର ଅଧିକ ବ୍ୟବହାର, ଭାଗିଦାରିତା ଏବଂ ନାଗରିକ ମାନଙ୍କ ସଶକ୍ତିକରଣ ଜରିଆରେ ଲୋକ ମାନଙ୍କ ଓ ସରକାରଙ୍କ ମଧ୍ୟରେ ଦୁଇ ରାସ୍ତା ବିଶିଷ୍ଟ ସଂଚାରର ସ୍ଥାପିତ ବ୍ୟବସ୍ଥା ଦ୍ବାରା ଗଣତନ୍ତ୍ରକୁ ଶକ୍ତିଶାଳୀ କରିବାର ଏହା ହେଉଛି ଚାବି . ବିଭିନ୍ନ ସରକାରୀ ବିଭାଗ ଯ଼େପରି କୃଷି, ସ୍ବାସ୍ଥ୍ୟ ସେବା, ବିତ୍ତୀ ସେବା, ରିଟେଲ ଟ୍ରେଡିଂ, ଟ୍ରେଡ,ସଂଚାର, ମାନୁଫାକ୍ଚରିଂ, ପରିବହନ,ଓ ସେବା ରେ ମୋବାଇଲ ଟେକ୍ନୋଲଜିର ବହୁଳ ବ୍ୟବହାର ହେଉଛି. ବାଣିଜ୍ୟ ବିଶେଷ ଭାବେ ମୋବାଇଲ ବ୍ୟlଙ୍କିଙ୍ଗ ମଧ୍ୟ ମୋବାଇଲ ଫୋନ ଗୁଡିକୁ ଲୋକପ୍ରିୟ କରାଇଛି. କଷ୍ଟ ଏଫେକ୍ଟିଭ ଓ ଦୂରଦୂରାନ୍ତ ଅଂଚଳରେ ପହଂଚି ପାରୁଥିବାରୁ ମୋବାଇଲ ବ୍ୟlଙ୍କିଂ ହେଉଛି ଭବିଷ୍ଯତ. ସ୍ବାସ୍ଥ୍ୟ, ଶିକ୍ଷା ଓ ଅନ୍ୟ ବିତ୍ତୀୟ ସେବା ଆଦି କ୍ଷେତ୍ରରେ ଇ ଗଭର୍ଣାନ୍ସ ଓ ଏମ ଗଭର୍ଣାନ୍ସକୁ ବହୁଳ ଭାବେ ବ୍ୟବହାର କରିବାର ସମୟ ଆସି ଯ଼ାଇଛି.

ମୋବାଇଲ ଫୋନ: ସେବା ପ୍ରଦାନ ପାଇଁ ଉଭା ହେଉଥିବା ଚାନେଲ

ଆଜିକାଲି ମୋବାଇଲ ଫୋନ କେବଳ ଯ଼େ ଶୀଘ୍ର ସଂଚାର କରିବା, ଲେଖା ଓ ଶୁଣା ସନ୍ଦେଶକୁ ପଠାଇବା ଓ ପାଇବା ପାଇଁ ସଂଚାର ଉପକରଣ ତା ନୁହେଁ, ବରଂ ଏହା ସହରରେ ଥିବା ଓ ଗ୍ରାମୀଣ କ୍ଷେତ୍ରରେ ନ ଥିବାର ଡିଜିଟାଲ ଅସାମନତାକୁ ଦୂର କରିବା ପାଇଁ ଏକ ଶକ୍ତିଶାଳୀ ଟେକ୍ଲୋନଜି ଭାବେ ଉଭା ହେଉଛି. ଭାରତରେ ଆରମ୍ଭ ହେବାର ଦୁଇ ଦଶକ ମଧ୍ୟରେ ମୋବାଇଲ ଫୋନ ଗୁଡିକ ବିଭିନ୍ନ ବାଧା ଯେପରି ସଂଯୋଗୀକରଣ, ବିଦ୍ଯୁତିକରଣର ଅଭାବ ତଥା କମ ସ୍ତରର ସାକ୍ଷରତା ସତ୍ତ ଦୂର ଦୂରାନ୍ତର ଗ୍ରାମୀଣ ଅଂଚଳକୁ ପହଂଚି ପାରିଛି.ଅନ୍ୟ ପକ୍ଷରେ ଏହା ଯ଼ୁବକ ମାନଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲକ୍ଷ ଲକ୍ଷ ଯ଼ୁବକ ମାନଙ୍କର କର୍ମସଂସ୍ଥାନ କରାଇ ପାରିଛି .

ଦ୍ବିତୀୟ ପର୍ଯ଼ାୟର ବିକାଶରେ ମୋବାଇଲ ଫୋନ ଦ୍ବାରା ବିଭିନ୍ନ ପ୍ରକାରର ସେବା ଏବଂ ବର୍ତମାନ ଗୋଟିଏ ବ୍ୟlଙ୍କ ଏକାଉଣ୍ଚରୁ ଅନ୍ୟ ଏକ ବ୍ୟlଙ୍କ ଏକାଉଣ୍ଚକୁ ଟଙ୍କା ସ୍ଥାନାନ୍ତରଣ କରାଯ଼ାଇ ପାରୁଛି ଓ ଏହା ପ୍ରଦାନକାରୀ ଚାନେଲ ଭାବେ ଉଭା ହୋଇଛି. ସରକାର ଏବଂ ଘରୋଇ ଏଜେନ୍ସୀ ମାନେ ମଧ୍ୟ ସେମାନଙ୍କର ବାଣିଜ୍ଯିକ ସେବା ମୋବାଇଲ ଫୋନ ଜରିଆରେ ଦେବା ଆରମ୍ଭ କରିଛନ୍ତି . Page -44 ରିଜର୍ଭ ବ୍ୟlଙ୍କ ଅଫ ଇଣ୍ଡିଆ ବିଭିନ୍ନ ବାଣିଜ୍ୟକ ବ୍ୟlଙ୍କକୁ ମୋବାଇଲ ଫୋନ ଜରିଆ ରେ ବ୍ୟlଙ୍କିଙ୍କ ସେବା ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି. ସେହିପରି ଭାରତ ସରକାର ମଧ୍ୟ ଆନ୍ତ ମନ୍ତ୍ରାଣଳୟ ଗ୍ରୁପ ଦ୍ବାରା ତିଆରି କରାଯ଼ାଇଥିବା ଫ୍ରେମବାର୍କ ଫର ଡେଲିଭରିଂ ଫାଇନାନ୍ସିଆଲ ସର୍ଭିସେସ ଥ୍ରୁ ଦ ମୋବାଇଲ ଫୋନକୁ ମଧ୍ୟ ଅନୁମୋଦନ ଦେଇଛନ୍ତି . ଏହି କ୍ରମରେ ଭାରତ ସରକାର ମୋବାଇଲ ସେବାକୁ ଆରମ୍ଭ କରିଛନ୍ତି ଓ ମୋବାଇଲ ଫୋନ ଓ ଟାବଲେଟ ଜରିଆରେ ସରକାରୀ ସେବା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯ଼ାଇଛି. ମୋବାଇଲ ଫୋନ ଜରିଆରେ ଦନ ସେବା ପ୍ରଦାନର ଉପଲବ୍ଧତା କୁ କରାଇବା ପାଇଁ ଏହା କୋର ଇନଫ୍ରାଷ୍ଟ୍ରକ୍ଟଚର ଭାବେ ବିକଶିତ କରାଯ଼ାଇଛି. ଭାରତରେ ଥ୍ରି ଜି ଟେକ୍ନଲୋଜି ଆରମ୍ଭ ହେବା ପରେ ନାଗରିକ ମାନେ ଶିକ୍ଷା, କୃଷି ଆଦି ସେବା ପାଇବାକୁ ସମର୍ଥ ହୋଇପାରୁଛନ୍ତି

ଭାରତରେ ଏମ – ଗଭର୍ଣାନ୍ସ

ଭାରତ ସରକାର ମୋବାଇଲ ଫୋନର ବହୁଳ ବ୍ୟବହାରକୁ ବ୍ୟବହାର କରି ମୋବାଇଲ ଆପ୍ଲିକେସନରେ ଥିବା କ୍ଷମତାକୁ ବ୍ୟବହାର କରି ସହଜ ଓ 24 ଘଣ୍ଟିଆ ଜନସେବା ସୁବିଧା ଲୋକ ମାନଙ୍କୁ ବିଶେଷ ଭାବେ ଗ୍ରାମୀଣ ଅଂଚଳରେ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି. ସରକାର ଦେଶରେ ଅନନ୍ୟ ଭିତ୍ତିଭୂମି, ଓ ଏମ ଗଭର୍ଣାନ୍ସ ପାଇଁ ଆପ୍ଲିକେସନ ବିକାଶ ଇକୋ ସିଷ୍ଟମ ପାଇଁ ଲକ୍ଷ୍ୟ ରଖିଛି. ନାଗରିକ ଓ ବାଣିଜ୍ୟକ ସୂଚନା ଏ ସେବା ପ୍ରଦାନ ପାଇଁ ଉପଲବ୍ଧ ବାଯରଲେସ ଓ ନୂଆ ମିଡିଆ ଟେକ୍ନଲୋଜି ପ୍ଲାଟଫର୍ମ, ମୋବାଇଲ ଫୋନ ଉପକରଣ ଏବଂ ଆପ୍ଲିକେସନକୁ ବ୍ୟବହାର କରିବା ପାଇଁ ଏକ ରଣନୀତି ଏବଂ ଏହାର କାର୍ଯ଼କାରିତା

ଭାରତର ସଂଚାର ଏବଂ ସୂଚନା ପ୍ରଯ଼ୁକ୍ତି ମନ୍ତ୍ରଣାଳୟ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯ଼ୁକ୍ତି ବିଭାଗ (ଡିଇଆଇଟିବାଇ) ସମସ୍ତ ସେବା ମୋବାଇଲ ଉପକରଣରେ ପ୍ରଦାନ କରିବା ପାଇଁ ମୋବାଇଲ ଆପ୍କିକେସନ ବିକଶିତି କରିବା ଓ ପ୍ରସ୍ତୁତ କରିବା ପାଇଁ ସମସ୍ତ ବିଭାଗ ଓ ଏଜେନ୍ସି ମାନଙ୍କ ପାଇଁ ଯ଼ୋଜନା ଘୋଷଣା କରିଛି. ଡିଇଆଇଟିବାଇ ଦ୍ବାରା ଘୋଷିତ ଯ଼ୋଜନାର ମୁଖ୍ୟ ବିନ୍ଦୁ ଗୁଡିକ ହେଲା :

1. ସମସ୍ତ ସରକାରୀ ବିଭାଗ ଓ ଏଜେନ୍ସି ମାନଙ୍କର ବେବ ସାଇଟ ବାନ ବେବ ଆପ୍ରୋଚ ବ୍ୟବହାର କରି ଆମୋବାଇଲ କମ୍ପ୍ଲାଏଣ୍ଟ ହେବ.

2.ଇ ଗଭର୍ଣାନ୍ସ ପାଇଁ ଓପନ ଷ୍ଟାଣ୍ଡାର୍ଡ କୁ ନେଇସରକାରୀ ନୀତି ଅନୁସାରେ ମୋବାଇଲ ଆପ୍ଲିକେସନ ପାଇଁ ଓପନ ଷ୍ଟାଣ୍ଡାର୍ଡ ଆପଣାଯ଼ିବ ଓ ବିଭିନ୍ନ ଅପରେଟିଂ ସିଷ୍ଟମ ଓ ଡିଭାଇସ ମଧ୍ୟରେ ଆପ୍ଲିକେସନର ଇଣ୍ଟର ଅପରେଟିବିଲିଟିକୁ ସୁନିଶ୍ଚିତ କରାଯ଼ାଇ ପାରିବ.

3. ସହଜତା ସୁନିଶ୍ଚିତ କରିବାକୁ ମୋବାଇଲ ଆଧାରିତ ସେବା ପାଇଁ ୟୁନିଫର୍ମ ସିଙ୍ଗଲ/ ପ୍ରି ଡେଜିଗ୍ନେଟେଡ ନମ୍ବର ( ଦୀର୍ଘ ଓ ସଂକ୍ଷିପ୍ତ କୋଡ) ବ୍ୟବହାର କରାଯ଼ିବ.

4. ମୋବାଇଲ ପ୍ଲାଟଫର୍ମରେ ଯ଼େତେଦୂର ସମ୍ଭବ ସାର୍ବଜନିକ ସେବା ପ୍ରଦାନ କରିବା ପାଇଁ ସମସ୍ତ ସରକାରୀ ବିଭାଗ ଓ ଏଜେନ୍ସି ମୋବାଇଲ ଆପ୍ଲିକେସନ ବିକଶିତ କରିବା ସହ ବ୍ୟବହାର ପାଇଁ ଉପଲବ୍ଧ କରାଇବେ. ଏପରି ସେବା ପାଇଁ ସେବା ସ୍ତର ମଧ୍ୟ ସେମାନେ ନିର୍ଧାରଣ କରିବେ

ଫ୍ରେମବାର୍କକୁ ସମଯବଦ୍ଧ ଭାବେ ଆପଣାଇ କାର୍ଯ୍ୟକାରୀ କରିବାକୁ ସରକାର ମୋବାଇଲ ସର୍ଭିସ ଡେଲିଭରୀ ଗେଟ ବେ ବିକଶିତ କରିବେ. ଡେଲିଭରୀ ଗେଟବେ ମୋବାଇଲ ଉପକରଣରେ ଜନସେବା ଉପଲବ୍ଧ କରାଇବାକୁ ହେଉଛି କୋର ଭିତ୍ତିଭୂମି.

ମୋବାଇଲ ସେବା ପ୍ରଦାନ ଗେଟବେ (ଏସଏସଡିଜି)

ସାଧାରଣ ଇ ଗଭର୍ଣାନ୍ସ ଭିତ୍ତିଭୂମିକୁ ମୋବାଇଲ ଆପ୍ଲିକେସନର ଇଣ୍ଟିଗ୍ରେସନ କରିବା ଓ ଉପଭୋଗକର୍ତାଙ୍କୁ ସାର୍ବଜନୀନ ସେବା ପ୍ରଦାନ କରିବା ପାଇଁ ଟେକନିକାଲ ଭିତ୍ତିଭୂମିର ଆଦାନ ପ୍ରଦାନ. ଏମଏସଡିଜି ନିର୍ମାଣ କରିବାର ଉଦ୍ଦେଶ୍ଯ ହେଲା ଯ଼େ ଦୃତ ବିକାଶ, ଏମ ଗଭର୍ଣାନ୍ସ ସେବାଗୁଡିକୁ ମୁଖ୍ୟଧାରାରେ ଆଣିବାକୁ ସରକାରଙ୍କର ବିଶାଳ ଶେଯାର୍ଡ ଭିତ୍ତିଭୂମି ଓ ସେବାକୁ କାମରେ ଲଗାଇବା ହେଉଛି ଏହାର ଉଦ୍ଦେଶ୍ୟ ଏହା ବିଭିନ୍ନ ଜନ ସେବା ମଧ୍ୟରେ ଇଣ୍ଚର ପୋର୍ଟେବିଲିଟିକୁ ବଢାଇବ ଇ ଗଭର୍ଣାନ୍ସ ସେବା ଓ ସଂଚାର ଚାହିଦା ପାଇଁ ସମ୍ବଳର ସାଧାରଣ ପୁଲ ପ୍ରଦାନ କରି , ଏମ ଗଭର୍ଣାନ୍ସ ସେବାର ମୋଟ ଅପରେସନ ମୂଲ୍ଯକୁ କମ କରିବ .ଏହା ବିଭିନ୍ନ ସରକାରୀ ବିଭାଗ ଓ ଏଜେନ୍ସି ମଧ୍ୟରେ ପ୍ଟାଟଫର୍ମ ଭାବେ ପରୀକ୍ଷଣ କରିବା ଓ ଲାଗୁ କରିବ ଓ ଦେଶ ସାରା ଏମ ଗଭର୍ଣାନ୍ସ ସେବାକୁ ସହଜରେ ରକ୍ଷଣାବେକ୍ଷଣ କରି ପାରିବ. ଏହି ଭିତ୍ତିଭୂମି ଖୋଲା ମାନ ଉପରେ ଆଧାରିତ ହେବ ଓ ଏହାକୁ କ୍ଲାଉଡ ଆଧାରିତ ସେବା ଆଧାରରେ ବିକଶିତ କରାଯ଼ାଇଛି..

ସରକାରୀ ସେବା ପାଇଁ ମୋବାଇଲ ଆଧାରିତ ଆପ୍ଲିକେସନ ବିକଶିତ କରିବା ଓ ବ୍ୟବହାର କରିବାକୁ ନିମ୍ନ ଲିଖିତ ଡେଲିଭରି ଚାନେଲକୁ ଏମଏସଡିଜି ସମର୍ଥନ କରେ . ମୋବାଇଲ ଆଧାରିତ ଟେକ୍ନୋଲୋଜି ବାରମ୍ବାର ଘୁରୁଥିବାରୁ ଆଗାମୀ ଭବିଷ୍ଯତରେ ଆବଶ୍ୟକ ହେଲେ ନୂଆ ଚାନେଲ ମଧ୍ୟ ଯ଼ୋଡା ଯ଼ାଇପାରେ.

  • ଏସଏମଏସ ( ସର୍ଟ ମେସେଜ ସର୍ଭିତ)
  • ଆଇଭିଆର (ଇଣ୍ଚରାକ୍ଟିଭ ଭଏସ ରେସ୍ପୋନ୍ସ)
  • ଡବଲୁଏପି ( ବାଯାରଲେସ ଆପ୍ଲିକେସନ ପ୍ରଟୋକୋଲ)
  • ୟୁଏସଏସଡି ( ଅନ ଷ୍ଟ୍ରକଚରାଲ ସପ୍ଲିମେଣ୍ଚାରୀ ସର୍ଭିସ ଡାଟା)
  • ସିବିସି ( ସେଲ ବ୍ରଡକାଷ୍ଟ)
  • ସିମ ଟୁଲକିଟ (ଏସଟିକେ) / 3ଜି ଭିଡିଓ
  • ଅନ୍ୟ (ବାଇ ଫାଇ/ ଡବଲୁ ଲାନ ଆଦି)

ବାନ ବେବ ଆପ୍ରୋଚ

“ବାନ ବେବ ଆପ୍ରୋଚର ଅର୍ଥ ହେଲା ଯ଼େ ଯ଼େତେ ପର୍ଯ୍ୟନ୍ତ ସମ୍ଭବ , ସେ କେଉଁ ଉପକରଣ ବ୍ୟବହାର କରନ୍ତୁ ନା , କୌଣସି ବ୍ରାଉଜର ବ୍ୟବହାର କରନ୍ତୁ ନା କାହିଁକି ଗ୍ରାହକ ମାନଙ୍କ ନିକଟରେ ଉପଲବ୍ଘ ସେହି ସମାନ ସୂଚନା ଏବଂ ସେବା ଉପଲବ୍ଧ ହେବ. ଏହାର ଅର୍ଥ ହେଲା ଯ଼େ ସମସ୍ତ ସରକାରୀ ବେବସାଇଟ ମୋବାଇଲ ଯ଼ନ୍ତ୍ରରେ ଚାଲିବା ଭଳି କରିବାକୁ ହେବ ଯ଼ାହା ଫଳରେ ଗ୍ରାହକ ମାନେ ସେହି ସୂଚନା ଓ ସୁବିଧା ପାଇ ପାରିବେ

ଏମ ଗଭର୍ଣାନ୍ସର ଲାଭ

  • ମୂଲ୍ୟ ସଂଚୟ
  • କୌଶଳ
  • ରାଷ୍ଟ୍ରାତ୍ତ ଉଦ୍ୟୋଗର ରୂପାନ୍ତରଣ/ ଆଧୁନିକୀକରଣ
  • ସହଜତାରେ ବୃଦ୍ଧି
  • ନାଗରିକ ମାନଙ୍କୁ ଅଧିକ ସୁବିଧା
  • ଆକ୍ସେସ
  • ଆଡପସନ
  • ସହଜରେ ଆଲୋଚନା

ଏମ- ଗଭର୍ଣାନ୍ସ ସେବା

ଏକ ପରିପକ୍ବ ଏମ- ଗଭର୍ଣାନ୍ସ ସେବା ପାଇଁ ନାଗରିକ ମାନଙ୍କୁ ବିନିମ ଓରିଏଣ୍ଟେଡ ସେବା ପ୍ରଦାନ କରାଯ଼ିବାର ଆବଶ୍ୟକତା ରହିଛି. ତେବେ ବିନିମଯ ସମ୍ପର୍କିତ ସେବା ଆରମ୍ଭ କରିବା ପାଇଁ ବିଭିନ୍ନ ସୋପାନରେ ରୂପାନ୍ତରଣ ଆବଶ୍ୟକ, ଏସଏମଏସରେ ଏକକ ସୂଚନା ଆଧାରିତ ସେବାରୁ ଡବଲୁଏପି / 3ଜି ବ୍ୟବହାର କରି ଆପ୍ଲିକେସନ ଆଧାରିତ ସେବା.

ଏସଏମଏସ ଆଧାରିତ ସେବା
ଏସଏମଏସ ଫର୍ମ ହେଉଛି ସବୁଠାରୁ ସରଳ ସେପବା ଓ ଏହାକୁ ଠେଲା / ଟଣା ଆଧାରିତ ସେବା ବ୍ୟବହାର କରି ସୂଚନା ପ୍ରଦାନ କରାଯ଼ାଇ ପାରେ.
ୟୁଏସଏସଡି ସେବା
ଅନଷ୍ଟ୍ରକ୍ଚର୍ଡ ସପ୍ଲିମେଣ୍ଚାରୀ ସର୍ବିସେସ ଡାଟା (ଯୁଏସସଡି) ହେଉଛି ଏକ ସେସନ ଆଧାରିତ ସେବା ଯ଼ାହା ଏସଏମଏସ ଭଳି ନୁହେଁ, ଯ଼ାହା ଷ୍ଟୋର କରିଥାଏ ଓ ସେବା ଫରବାର୍ଡ କରିଥାଏ. ଗ୍ରାହକଙ୍କ ଦ୍ବାରା ଟେକ୍ସ୍ଟ ଫର୍ମାଟରେ ଆପ୍ଲିକେସନକୁ କମାଣ୍ଡ ପଠାଇବା ପାଇଁ ଏହାକୁ ବ୍ୟବହାର କରାଯ଼ାଇପାରେ . ଆପ୍ଲିକେସନ ପାଇଁ ୟୁଏସଏସଡି ମୁନ ଭଳି କାମ କରିଥାଏ.
ବ୍ଲୁଟୁଥ ଆଧାରିତ ସେବା
ନିକଟରେ ଥିବା ବ୍ଲୁଟୁଥ କମ୍ପିଟେବଲ ଉପକରଣ ମଧ୍ୟରେ ସୂଚନାର ଆଦାନ ପ୍ରଦାନ ପାଇଁ ବ୍ୟବହାର କରାଯ଼ାଇ ପାରେ.ଏକ କମ୍ପିଟେବଲ ହ୍ଯାଣ୍ଡସେଟ ଜରିଆରେ ଆଉ ଏକ ଉପକରଣରେ ଆପ୍ଲିକେସନକୁ ଆକ୍ସେସ କରିବା ପାଇଁ ଏହାକୁ ବ୍ୟବହାର କରାଯ଼ାଇପାରେ.

Last Modified : 2/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate