অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମୋବାଇଲ୍ ପର୍ସର ଡିଜିଟାଲ୍ ଟଙ୍କା ଦେଇ ପଇଠ କରନ୍ତୁ ବିଜୁଳି ବିଲ୍

ମୋବାଇଲ୍ ପର୍ସର ଡିଜିଟାଲ୍ ଟଙ୍କା ଦେଇ ପଇଠ କରନ୍ତୁ ବିଜୁଳି ବିଲ୍

ଉପକ୍ରମ

ଭୋଡାଫୋନ୍ ଇଣ୍ଡିଆ, ଦେଶର ଅଗ୍ରଣୀ ଦୂର ସଂଚାର ସେବା ପ୍ରଦାନକାରୀ ଓଡ଼ିଶା ଡିସକମ (ସାଉଥକୋ ୟୁଟିଲିଟି) ସହ ମିଶି କ୍ୟାସଲେସ୍, ସୁରକ୍ଷିତ ଓ ସହଜ ବିଦ୍ୟୁତ ବିଲ୍ ପଇଠ ବ୍ୟବସ୍ଥା ବିଷୟରେ ଘୋଷଣା କରିଛି । ଏଥିରେ ଗ୍ରାହକମାନେ ଭୋଡାଫୋନ୍ ଏମ୍-ପେସା (ପାୱାରଡ୍ ବାଏ ବିଲଡେସ୍କ), ଭୋଡାଫୋନର ଏକ ସ୍ୱତନ୍ତ୍ର ନୂତନ ମୋବାଇଲ୍ ୱାଲେଟ୍/ପେମେଂଟ୍ ସେବା କୁ ବ୍ୟବହାର କରି ବିଦ୍ୟୁତ ବିଲ୍ ପଇଠ କରିପାରିବେ । ଲୋକମାନଙ୍କୁ କ୍ୟାସ୍ ବଦଳରେ ଡିଜିଟାଲ୍ ମନିର ସୁବିଧା ପ୍ରଦାନ କରିବା ପାଇଁ ସର୍ବବୃହତ ଏଜେଂଟ୍ ନେଟୱର୍କକୁ ନେଇ ଏମ୍-ସେପା କାର୍ଯ୍ୟ କରୁଛି ।

ଏହାର କାର୍ଯ୍ୟଶୈଳୀ

ଓଡ଼ିଶାରେ ଥିବା ଭୋଡାଫୋନର ୩୮ ଲକ୍ଷ ଗ୍ରାହକ ଏମ୍-ପେସା ଜରିଆରେ ବିଦ୍ୟୁତ ବିଲ୍ ପଇଠ କରି ନିଜ ଜୀବନକୁ ସହଜ କରିପାରିବେ । ଏହି ବ୍ୟବସ୍ଥା ଜରିଆରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବ୍ୟାପକ ହୋଇପାରିବ ଓ ଓଡ଼ିଶାର ବିଦ୍ୟୁତ ବୋର୍ଡର ଗ୍ରାହକମାନେ ସହଜରେ ମୋବାଇଲ୍ ଫୋନକୁ ବ୍ୟବହାର କରି ତୁରନ୍ତ ବିଲ୍ ପଇଠ କରିପାରିବେ । ଭୋଡାଫୋନର ଏମ୍-ପେସା ପେମେଂଟ୍ ବିକଳ୍ପକୁ ବ୍ୟବହାର କରି ସହଜରେ ସାଉଥକୋ ୟୁଟିଲିଟି ବିଲ୍ ପଇଠ କରାଯାଇପାରିବ । ସାଉଥକୋ ୟୁଟିଲିଟି ୧୫ ଲକ୍ଷ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛି ଯାହାକୁ ଭୋଡାଫୋନ୍ କଂପାନିର ଷ୍ଟୋର, ଫ୍ରାଂଚାଇଜ୍, ମଲ୍ଟି ବ୍ରାଣ୍ଡ୍ ଆଉଟଲେଟ ଭଳି ୩୦୦୦ ଆଉଟଲେଟ୍ ସହାୟତା ପ୍ରଦାନ କରିବେ । ଏହି କ୍ୟାସ୍ ଇନ୍ ପଏଣ୍ଟଗୁଡିକୁ ବ୍ୟବହାର କରି ଗ୍ରାହକମାନେ ନିଜର ଟଙ୍କାକୁ ଡିଜିଟାଲ୍ ମନିରେ ପରିଣତ କରିପାରିବା ସହ ବିଲ୍ ର ଡିଜିଟାଲ୍ ପେମେଂଟ୍ କରିପାରିବେ ଓ ଇ-କମର୍ସ/ଏମ୍-କମର୍ସ ପାଇଁ ମଧ୍ୟ ପେମେଂଟ୍ କରିପାରିବେ । ଭୋଡାଫୋନ୍ ଏମ୍-ପେସା ଗ୍ରାହକମାନେ 55400 ଡାଏଲ୍ କରି କିମ୍ବା ଅନଲାଇନରେ "ଭୋଡାଫୋନ୍ ଏମ୍-ପେସା" ରେ ପେମେଂଟ୍ କରିପାରିବେ । ଭୋଡାଫୋନର ୪୦ଟି ବ୍ରାଣ୍ଡ୍ ଷ୍ଟୋର ସହିତ ପ୍ରାୟ ସମସ୍ତ ଗଳିକନ୍ଦିରେ ଏହି ସୁବିଧା ଉପଲବ୍ଧ ହେଉଛି । ସାଉଥକୋ ୟୁଟିଲିଟି ୱେବସାଇଟରେ ବିଲ୍ ପଇଠ କରୁଥିବା ଗ୍ରାହକମାନେ ଏବେ ଏମ୍-ପେସା ବିକଳ୍ପ ଚୟନ କରିପାରିବେ । ଅଣ ଭୋଡାଫୋନ୍ ଗ୍ରାହକମାନେ ମଧ୍ୟ ଏହି ସୁବିଧା ପାଇପାରିବେ । ସେମାନେ ଭୋଡାଫୋଡ଼୍ ଏମ୍ ପେସା ଆପ୍ ଡାଉନଲୋଡ୍ କରି ଏହା କରିପାରିବେ । ସେମାନଙ୍କୁ ବିଲ୍ ପଇଠ କରିବା ପାଇଁ ବିଲ୍ ପ୍ରଦାନ କେନ୍ଦ୍ରରେ ଥିବା ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ ।

ପ୍ରତିଷ୍ଠାତାଙ୍କ ବିବରଣୀ

ଏହି ପଦକ୍ଷେପ ବିଷୟରେ ଦୀପକ ସାଲୁଜା, ବ୍ୟବସାୟ ମୁଖ୍ୟ, ଓଡ଼ିଶା, ଭୋଡାଫୋନ୍ ଇଣ୍ଡିଆ କହିଛନ୍ତି ଯେ, “ଓଡ଼ିଶାର ଗ୍ରାହକମାନଙ୍କୁ ବିଶ୍ୱ ସ୍ତରୀୟ ସେବା ଯୋଗାଇ ଦେବାକୁ ଆମେ ସବୁ ବେଳେ ପ୍ରୟାସ କରିଥାଉ । ଓଡ଼ିଶା ଡିସକମ ସାଉଥକୋ ୟୁଟିଲିଟି ସହ ଏହି ସହବନ୍ଧନ ଜରିଆରେ ଗ୍ରାହକମାନେ ସହଜ ଓ ସୁବିଧାରେ ନିଜ ମୋବାଇଲ୍ ଫୋନକୁ ବ୍ୟବହାର କରି କ୍ୟାସଲେସ୍ ପେମେଂଟ୍ କରିପାରିବେ ।’’ ବି ଏନ୍ ମଲ୍ଲିକ, ସିଏଫ୍ଓ, ଓଡ଼ିଶା ଡିସ୍କମ୍ (ସାଉଥକୋ ୟୁଟିଲିଟି) କହିଛନ୍ତି ଯେ, “ଭୋଡାଫୋନ୍ ଏମ୍-ପେସା ସହ ଏହି ସହବନ୍ଧନ ବିଷୟରେ ଆମେ ଖୁସିର ସହ ଘୋଷଣା କରୁଛୁ । ଆମେ ଗ୍ରାହକଙ୍କୁ ବହୁତ ମୂଲ୍ୟ ପ୍ରଦାନ କରୁ ଓ ସେମାନଙ୍କୁ ବନ୍ଧନମୁକ୍ତ ସେବା ଅନୁଭୂତି ପ୍ରଦାନ କରିବାକୁ ଚେଷ୍ଟା କରୁଛୁ । ଆମେ ନିଶ୍ଚିତ ଯେ ଏହି ପଦକ୍ଷେପ ଯୋଗୁଁ ଆମର ଗ୍ରାହକମାନେ ଆଙ୍ଗୁଠି ଟିପରେ ବିଲ୍ ପଇଠ କରିବାର ସୁବିଧା ପାଇବେ ।’’ ଏ ସଂପର୍କରେ ସୁରେଶ ସେଠୀ, ବ୍ୟବସାୟ ମୁଖ୍ୟ, ଏମ୍-ପେସା, ଭୋଡାଫୋନ୍ ଇଣ୍ଡିଆ କହିଛନ୍ତି ଯେ, “ ଆମେ ମୋବାଇଲରେ ବ୍ୟାଙ୍କ ସୁବିଧା ଆଣି ଗ୍ରାହକଙ୍କୁ ସୁରକ୍ଷିତ, ଶୀଘ୍ର ଓ ସହଜ ପେମେଂଟ୍ ବ୍ୟବସ୍ଥା ଯୋଗାଇ ଦେଉଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏହି ସୁବିଧା ଯୋଗୁଁ ଓଡ଼ିଶା ଡିସକମ ସାଉଥକୋ ୟୁଟିଲିଟିର ଗ୍ରାହକମାନେ ସହଜ ଓ ବନ୍ଧନମୁକ୍ତ ଭାବେ ବିଲ୍ ପେମେଂଟ୍ କରିବା ପାଇଁ ବ୍ୟାପକ ଟଚ୍ ପଏଣ୍ଟ ସୁବିଧା ହାସଲ କରିପାରିବେ। ଅଟୋମେସନ୍ ପ୍ରକ୍ରିୟା, ଶୀଘ୍ର ଓ ସୁରକ୍ଷିତ କାରବାର ଯୋଗୁଁ ଆମେ ବିଶ୍ୱାସ କରୁଛୁ ଯେ ଏମ୍-ପେସା ଓଡ଼ିଶାର ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ ଓ ରାଜ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଗକୁ ବଢ଼ାଇବ । ମୋବାଇଲ୍ ଜରିଆରେ ବ୍ୟାଙ୍କ ସେବା ପ୍ରଦାନ କରିବା ପାଇଁ ଏମ୍-ପେସା ବିକଶିତ କରାଯାଇଛି । ସର୍ବଭାରତୀୟ ସ୍ତରରେ ଏହାର ୯୭ ହଜାର ଏଜେଂଟ୍ ଓ ୩୯ ଲକ୍ଷ ଗ୍ରାହକ ରହିଛନ୍ତି । ଦେଶରେ ଏମ୍-ପେସା ହେଉଛି ସର୍ବବୃହତ ବ୍ୟାଙ୍କିଙ୍ଗ ବିଜନେସ୍ କରେସ୍ପଣ୍ଡେଂଟ୍ । ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଏମ୍ କମର୍ସ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଆଧାର

ଭୋଡାଫନ ମୋବାଇଲ ସଂସ୍ଥା

"ଭୋଡାଫୋନ୍ ଏମ୍-ପେସା"

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate