অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରେଳ ଯାତ୍ରା ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସୂଚନା ଦେବ ମୋବାଇଲ୍ ଆପ୍

ରେଳ ଯାତ୍ରା ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସୂଚନା ଦେବ ମୋବାଇଲ୍ ଆପ୍

ମୂଳ ଲକ୍ଷ୍ୟ

ରେଳ ଯାତ୍ରା ସମୟରେ ଚିକିତ୍ସା ସୁବିଧା ସମ୍ପର୍କିତ ସୁଚନା ମୋବାଇଲରେ ଉପଲବ୍ଧ କରାଇବା ଲକ୍ଷ୍ୟରେ ରେଳଯାତ୍ରୀ ଡଟ୍ କମ୍ ପକ୍ଷରୁ ଏକ ମୋବାଇଲ୍ ଆପ୍ଲିକେସନ୍ ଆରମ୍ଭ ହୋଇଛି । ରେଳଯାତ୍ରା ସମୟରେ କୌଣସି ସ୍ୱାସ୍ଥ୍ୟଗତ ସୁବିଧା ଉପୁଜିଲେ ଯାତ୍ରୀ ନିକଟବର୍ତ୍ତୀ ଚିକିତ୍ସାକେନ୍ଦ୍ର, ଜରୁରୀ କାଳୀନ ସ୍ୱାସ୍ଥ୍ୟ ସୁବିଧା ଏବଂ ଏଥି ସମ୍ପର୍କୀତ ବିଭିନ୍ନ ସୂଚନା ଏହି ମୋବାଇଲ୍ ଆପ ଯୋଗେ ଲାଭ କରି ପାରିବେ ।

ଆପର କାର୍ଯ୍ୟକାରିତା

ରେଳ ଯାତ୍ରା ସମୟରେ ଯାତ୍ରୀଙ୍କୁ ନିକଟବର୍ତ୍ତୀ ସ୍ଥାନ ମନଙ୍କରେ ଥିବା ଚିକିତ୍ସା ସୁବିଧା ବିଷୟରେ ଅବଗତ କରାଉଥିବାରୁ ଏହା ବହୁତ ଲାଭକାରୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ଏହି ଆପକୁ ଇନ୍ସଟଲ କରି ଗ୍ରାହକମାନେ ବିଭିନ୍ନ ସୂଚନା ଲାଭ କରି ପାରିବେ ।ଯାତ୍ରା ସମୟରେ କୌଣସି ସ୍ୱାସ୍ଥ୍ୟ ଅସୁବିଧା ଉପୁଜିଲେ ଏହା ଯାତ୍ରୀଙ୍କ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ଯାତ୍ରା ସମୟରେ ଏହିଭଳି ସମସ୍ୟା ଉପୁଜୁଥିବା ବେଳେ ଯାତ୍ରୀମାନେ ଏହାର ସମାଧାନ କିଭଳି କରିବେ ସେଥି ପ୍ରତି ସଚେତନ ନୁହଁନ୍ତି । ଏହି ଭଳି ଭାବରେ ଗୁରୁତ୍ୱପୁର୍ଣ୍ଣ ସେବା ସମ୍ପର୍କରେ ସୂଚନା ନଥିବା ବେଳେ ଯାତ୍ରୀଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ଭଳି ସମସ୍ୟା ସବୁକୁ ସାମ୍ନାରେ ରଖି ନୂତନ ଆପ୍ଲିକେସନର ଆରମ୍ଭ କରାଯାଇଥିବା ରେଳଯାତ୍ରୀ ଡଟ୍ ଇନର ମୂଖ୍ୟ କାର୍ଯ୍ୟ ନିର୍ବାହୀ ତଥା ସହପ୍ରତିଷ୍ଠାତା ମନିଶ୍ ରାଠି କହିଛନ୍ତି । ଏହି ନୂତନ ସୁବିଧାରେ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ବ୍ୟବହାରକାରୀଙ୍କ ନିକଟବର୍ତ୍ତୀ ଷ୍ଟେସନ ଥିବା ଅଞ୍ଚଳରେ ଚିକିତ୍ସା ସୁବିଧାର ବିବରଣୀ, ଏଥିରେ ଚିକିତ୍ସାଳୟର ତାଲିକା,ଷ୍ଟେସନ ଠାରୁ ଏହାର ଅବସ୍ଥିତି, ଚିକିତ୍ସାଳୟକୁ ଯୋଗାଯୋଗ ନମ୍ବର, ଜରୁରୀ କାଳୀନ ସେବା ପାଇଁ ଆମ୍ବୁଲାନ୍ସ ଆଦି ସମ୍ପର୍କରେ ସୂଚନା ମିଳି ପାରିବ । ଏହି ଆପ୍ଲିକେସନ୍ ଆଣ୍ଟ୍ରଏଡ୍ ଭର୍ସନରେ ଉପଲବ୍ଧ ହେଉଛି ।

ଆଧାର

ଦେବବ୍ରତ ବେହେରା

Last Modified : 6/24/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate