অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହ୍ଵାଟ୍ସଆପ୍

ଉପକ୍ରମ

ସୋସିଆଲ କମ୍ୟୁନିକେଶନ୍ ସାଇଟ୍ସଗୁଡିକ ମଧ୍ୟରେ ବର୍ତ୍ତମାନ ହ୍ଵାଟ୍ସଆପ୍ ର ଡିମାଣ୍ଡ ଯେ, କେତେ ତାହା କହିବା ବାହୁଲ୍ୟ ମାତ୍ର ।  କାରଣ ସାରା ବିଶ୍ଵରେ କୋଟି କୋଟି ସଂଖ୍ୟାରେ ଯୁବପିଢି ନିଜ ସାଙ୍ଗସାଥୀ ଏବଂ ସମ୍ପର୍କୀୟଙ୍କ ସହିତ ଚାଟିଂ କରିବା ତଥା ଫଟୋ ଏବଂ ଭିଡିଓ ଶେୟାର କରିବାରେ ଏହାକୁ ବ୍ୟବହାର କରୁଛନ୍ତି । ହେଲେ ଏହା ସହିତ ଜଡିତ ଏପରି କିଛି ତଥ୍ୟ ରହିଛି, ଯାହା ଅନେକ ହ୍ଵାଟ୍ସଆପ୍ ବ୍ୟବହାରକାରୀଙ୍କ ଜ୍ଞାତସାରରୁ ଦୂରରେ । ତେବେ ଜାଣନ୍ତୁ ହ୍ଵାଟ୍ସଆପ୍ କେତେକ ଅଜଣା କଥା

କେତେକ ଅଜଣା କଥା

  • ପ୍ରତିଦିନ ହ୍ଵାଟ୍ସଆପ୍ ରେ ପ୍ରାୟ ୪୩୦୦ କୋଟି ସେମେଜ୍ ସେଣ୍ଡ କରାଯାଇଥାଏ । ଜଣେ ୟୁଜର ଦିନକୁ ପାଖାପାଖି ୭୦ ଏବଂ ମାସକୁ ୧୦୦୦ ରୁ ଅଧିକ ମେସେଜ୍ ସେଣ୍ଡ କରିଥାଏ ।
  • ୧୯ ଫେବୃୟାରୀ ୨୦୧୪ ମସିହାରେ ଫେସବୁକ୍ ହ୍ଵାଟ୍ସଆପକୁ  ୧୯ ମିଳିୟନ୍ ଡଲାରରେ କିଣିଥିଲା । ସେହିବର୍ଷ ହ୍ଵାଟ୍ସଆପ୍ ଆୟ ପ୍ରାୟ ୨୦ ମିଳିୟନ୍ ଡଲାର ( ପ୍ରାୟ ୧୩୩ କୋଟି ଟଙ୍କା) ଥିବା ଆକଳନ କରଯାଇଥିଲା ।
  • ୨୦୧୬ ମସିହା ଫେବୃୟାରୀ ମାସର ଡାଟା ଅନୁଯାୟୀ, ହ୍ଵାଟ୍ସଆପ୍ ମାସକୁ ପ୍ରାୟ ୧୦୦ କୋଟି ଲୋକ ଆକ୍ଟିଭ୍ ରହିଥାନ୍ତି ।
  • ହ୍ଵାଟ୍ସଆପ୍ ସିଲିକନ୍ ଭ୍ୟାଲୀଠାରେ ପ୍ରସ୍ତୁତ କରାଯାଇଛି । କିନ୍ତୁ ଏହା କମ୍ପାନୀର ହେଡକ୍ଵାର୍ଟର କାଲିଫର୍ନିଆଠାରେ  ଅବସ୍ଥିତ ।
  • ଏହାକୁ ୫୨ଟି ଭାଷାରେ ଅନୁବାଦ କରାଯାଇଛି ।
  • ୨୦୧୫ ମସିହାର ଡାଟା ଅନୁସାରେ, ୯୦୦ ମିଲିୟାନ୍ ହ୍ଵାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଏହି କମ୍ପାନୀରେ ମାତ୍ରା ୫୫ ଜଣ କର୍ମଚାରୀ ଉପଲବ୍ଧ ଅଛନ୍ତି । ସେମାନଙ୍କ ମାଧରୁ ୩୪ଜଣ ହେଉଛନ୍ତି ଇଞ୍ଜିନିୟର । ଅର୍ଥାତ ପ୍ରାୟ ୨୩ ମିଲିୟନ୍ ହ୍ଵାଟ୍ସଆପ୍ ୟୁଜରଙ୍କ ପାଇଁ ଜଣେ ମାତ୍ର ଇଞ୍ଜିନିୟର କାମ କରନ୍ତି ।
  • ଜଣେ ଆଭାରେଜ୍ ହ୍ଵାଟ୍ସଆପ୍ ୟୁଜର ପ୍ରତି ସପ୍ତାହରେ ପ୍ରାୟ ୧୯୫ ମିନିଟ୍ ଏଥିରେ ବ୍ୟୟ କରୁଥିବା ବେଳେ ଦିନକୁ ୨୩ଥର ହ୍ଵାଟ୍ସଆପ୍ ଚେକ୍ କରିଥାଏ ।
  • ଜିମେଲ୍, ଗୁଗଲ ମ୍ୟାପ୍ସ ଫେସବୁକ୍ ଏବଂ ଗୁଗଲ ହ୍ୟାଙ୍ଗଆଉଟ ପରେ ଏହା ହେଉଛି ବିଶ୍ଵର ପଞ୍ଚମ ସର୍ବାଧିକ ଡାଉନଲୋଡ କରାଯାଉଥିବା ଆପ୍ ।
  • ସାରା ବିଶ୍ଵରେ ଭାରତବାସୀ ସବୁଠାରୁ ଅଧିକ ହ୍ଵାଟ୍ସଆପ୍ ବ୍ୟବହାର କରିଥାନ୍ତି । ୨୦୧୬ର ଆକଳନ ମୁତାବକ, ଭାରତରେ ପ୍ରାୟ ୧୦୦ ମିଲିୟନ ହ୍ଵାଟ୍ସଆପ୍ ବ୍ୟବହାରକାରୀ ଅଛନ୍ତି ।
  • ଏହାର ଫାଉଣ୍ଡର୍ ବିନା କୌଣସି ବଧାରେ ତା’ର ଉପଭୋକ୍ତାଙ୍କୁ ଚାଟିଂର ମଜା ଦେବାକୁ ଚାହୁଁଥିଲେ । ତେଣୁ ହ୍ଵାଟ୍ସଆପ୍
  • ରେ ନୋ ଆଡ୍ ପଲିସି ନିୟମ ରହିଛି । ଯଦ୍ଦ୍ଵାରା ଚାଟିଂ ମଝିରେ ବିଜ୍ଞାପନର କୌଣସି ବାଧା ଉପୁଜିବ ନାହିଁ ।

ଆଧାର

ଧରିତ୍ରୀ

Last Modified : 12/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate